ଫୁଲନଖରାରୁ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା

ଭୁବନେଶ୍ୱର/କଟକ ଅଫିସ/ ଫୁଲନଖରା/ ମଙ୍ଗୁଳି,୪ା୧୧(ବ୍ୟୁରୋ/ଡି.ଏନ୍‌.ଏ.):ଫୁଲନଖରାସ୍ଥିତ ଲକ୍ଷେଶ୍ୱର ମନ୍ଦିରଠାରୁ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଗୁରୁବାର ରାଜ୍ୟ କଂଗ୍ରେସର ଭାରତ ଯୋଡ଼ୋ-ଓଡ଼ିଶା ପରିବର୍ତ୍ତନ ଯାତ୍ରାର ଦ୍ୱିତୀୟ ଦିବସ ଆରମ୍ଭ ହୋଇଥିଲା। କଟକ ଜିଲା ସୀମାରେ ନଖରାଛକ ପୂର୍ବରୁ କଟକ ଜିଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଏବଂ କଟକ ନଗର ଜିଲା କଂଗ୍ରେସ ସଭାପତି ସୁରେଶ କୁମାର ମହାପାତ୍ର ପିସିସି ସଭାପତିଙ୍କୁ ସ୍ବାଗତ କରିବା ସହ ପଦଯାତ୍ରୀଙ୍କ ସହିତ ସାମିଲ ହୋଇଥିଲେ। ବହୁ ସଂଖ୍ୟାରେ କଂଗ୍ରେସ ନେତୃବର୍ଗ, କର୍ମୀ ଓ ସାଧାରଣ ଜନତା ଏହି ଭାରତ ଯୋଡ଼ୋ ପରିବର୍ତ୍ତନ ଯାତ୍ରାରେ ସାମିଲ ହୋଇଥିଲେ। ପୀରବଜାରସ୍ଥିତ ଦରଘାରେ ଚାଦର ଚଢ଼ାଇ ଏବଂ ନିକଟସ୍ଥ ହନୁମାନ ମନ୍ଦିରରେ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ନେତୃବର୍ଗ ପୂଜାର୍ଚ୍ଚନା ଓ ପ୍ରାର୍ଥନାକରି ଆଶୀର୍ବାଦ ଭିକ୍ଷା କରିଥିଲେ। ତେଲଙ୍ଗାପେଣ୍ଠ ଓ ପ୍ରତାପନଗରୀଠାରେ ପଟ୍ଟନାୟକଙ୍କୁ ସାଧାରଣ ଜନତା ତଥା କଟକ ଜିଲା କଂଗ୍ରେସ ନେତୃବୃନ୍ଦ ସ୍ବାଗତ କରିବା ସହିତ ପଦଯାତ୍ରାରେ ଯୋଗଦେଇଥିଲେ। ପ୍ରଥମାର୍ଦ୍ଧରେ ଏହି ପଦଯାତ୍ରା ୧୨ କି.ମି. ଅତିକ୍ରମ କରି କଟକ ଗୋପାଳପୁରଠାରେ ମଧ୍ୟାହ୍ନଭୋଜନ ପାଇଁ ବିରତି ନେଇଥିଲେ। ଅପରାହ୍ନରେ ପଦଯାତ୍ରା ଆରମ୍ଭ ହୋଇ ଏହା ଜଗତପୁର ଛକଠାରେ ପହଞ୍ଚିବା ପରେ ଦ୍ୱିତୀୟ ଦିନର ଯାତ୍ରା ଶେଷ ହୋଇଥିଲା। ରାସ୍ତାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବହୁ ନେତୃବର୍ଗ, ଆଇନଜୀବୀ, କୃଷକ, ଶ୍ରମିକ ଓ ସାମାଜିକ କର୍ମୀମାନଙ୍କୁ ଭେଟି ପିସିସି ସଭାପତି ଆଲୋଚନା କରିଥିଲେ। ଖବରଦାତାମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ ଭାରତ ଯୋଡ଼ୋ ପରିବର୍ତ୍ତନ ଯାତ୍ରାର ମୂଳ ଉଦ୍ଦେଶ୍ୟ ଓଡ଼ିଶାରେ ଦୀର୍ଘ ୨୨ ବର୍ଷ ଓ କେନ୍ଦ୍ରର ୮ବର୍ଷର ଏକ ଭ୍ରଷ୍ଟାଚାରୀ, ଗଣତନ୍ତ୍ର ଓ ସମ୍ବିଧାନ ବିରୋଧୀ ସରକାର ବିରୋଧରେ ଜନସଚେତନତା କରିବା। ଏ ରାଜ୍ୟର ଯୁବକ ଆଜି ଦିଶାହୀନ। କୃଷକ,ଶ୍ରମିକ, ସ୍ବଳ୍ପଆୟକାରୀ ବର୍ଗ, ମଧ୍ୟବିତ୍ତ ଆୟକାରୀ ବର୍ଗ ଉପେକ୍ଷିତ ଓ ଅତ୍ୟାଚାରିତ। ମହିଳାମାନେ ଅସୁରକ୍ଷିତ। ହଜାର ହଜାର ଲୋକ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି। ୨୨ ବର୍ଷରେ ଗୋଟିଏ ବି କୃଷିଭିତ୍ତିକ ଶିଳ୍ପ ହୋଇପାରିଲା ନାହିଁ। ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ଆମେରିକୀୟ ଡଲାର ତୁଳନାରେ ୮୨.୭୯ ପଇସାରେ ପହଞ୍ଚିିଲାଣି। ତଥାପି ନରେନ୍ଦ୍ର ମୋଦି ନିଜକୁ ବିଶ୍ୱଗୁରୁ ବୋଲି ବୋଲାଉଛନ୍ତି। ଦୀର୍ଘ ୮ବର୍ଷ ଧରି ଆମତ୍ପ୍ରଚାର ଓ ହିଂସା, ଦ୍ୱେଷ, ଘୃଣା, ସାମ୍ପ୍ରଦାୟିକତା ସୃଷ୍ଟି କରି ଭାରତକୁ ଭାଗ ଭାଗକରିବା ଛଡ଼ା ଅନ୍ୟ କିଛି କରାଯାଇ ନାହିଁ ବୋଲି ପିସିସି ସଭାପତି କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ସନ୍ତୋଷ ସିଂ ସାଲୁଜା, ଭୁଜବଳ ମାଝି, ରବି ମଲ୍ଲିକ, ବିଜୟଲକ୍ଷ୍ମୀ ସାହୁ, ଦେବାଶିଷ ପଟ୍ଟନାୟକ, ବନ୍ଦିତା ପରିଡ଼ା, ସ୍ମୃତିରଞ୍ଜନ ଲେଙ୍କା, ୟାସିର ନୱାଜ, ନକୁଳ ନାୟକ, ବିଭୂତି ମିଶ୍ର, ବିଶ୍ୱଜିତ ଦାଶ, ରଜନୀ ମହାନ୍ତି, ଆକ୍ୟୁବ ଖାନ, ମଧୁମିତା ଆଚାର୍ଯ୍ୟ, ସୁବତ୍ର ମହାପାତ୍ର, ସୁଶାନ୍ତ ତ୍ରିପାଠୀଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ

ଭୁବନେଶ୍ୱର,୨୮ା୩: ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅଭିନେତା ଅନୁଭବ ମହାନ୍ତି ଗୁରୁବାର ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ...

ଟିକେଟ୍‌ ପାଇବା ପରେ ନବୀନ ନିବାସରେ ନେତାଙ୍କ ପ୍ରବଳ ଭିଡ଼, ଭେଟିବାକୁ ଆସିଲେ…

ଭୁବନେଶ୍ୱର,୨୮ା୩: ଟିକେଟ୍‌ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନବୀନ ନିବାସରେ ଏମ୍‌ପି ଏବଂ ବିଧାୟକ ପ୍ରାର୍ଥୀଙ୍କ ପ୍ରବଳ ଭିଡ଼ ଲାଗିଛି। ଏମାନଙ୍କ...

ଆଜି ଭାଜପାରେ ମିଶିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର!

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

ଆଜି ପଦ୍ମ ଧରିବେ ଭର୍ତ୍ତୃହରି! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

ଖୁବ୍‌ଶୀଘ୍ର ଭାଜପାର ଓଡ଼ିଶା ବିଧାନ ସଭା ତାଲିକା! ଦିଲ୍ଲୀ ଗଲେ ରାଜ୍ୟ ସଭାପତି

ଭୁବନେଶ୍ୱର,୨୮।୩: ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଏବେ ଆରମ୍ଭ ହୋଇଛି ପ୍ରାର୍ଥୀ ଘୋଷଣା। ଦୁଇ ଦଳ ପର୍ଯ୍ୟାୟ ପର୍ଯ୍ୟାୟ ହିସାବରେ ପ୍ରାର୍ଥୀ ତାଲିକା ଘୋଷଣା...

ଭୁବନେଶ୍ୱରରେ ଏତିକି ହୋଇଗଲା ତେଲ ଦର

ଭୁବନେଶ୍ୱର,୨୮।୩: ନିର୍ବାଚନ ଲାଗି ନିକଟରେ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ମୂଲ୍ୟ ବୃଦ୍ଧି କିମ୍ବା ହ୍ରାସ ଭଳି ପରିବର୍ତ୍ତନ ରାଜ୍ୟଗୁଡିକ ଦ୍ୱାରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri