ଭାରତ ଚତୁର୍ଥ ଶକ୍ତିଶାଳୀ ଦେଶ, ଶୀର୍ଷରେ ଆମେରିକା…

ସିଡ୍‌ନୀ,୬।୧୨: ଭାରତ ଏସିଆର ଚତୁର୍ଥ ଶକ୍ତିଶାଳୀ ଦେଶ। ଲୋଓ୍ବ ଇନଷ୍ଟିଚ୍ୟୁଟ ପକ୍ଷରୁ ଏସିଆ ପାୱାର୍‌ ଇଣ୍ଡେକ୍ସ-୨୦୨୧ରେ ଏସିଆର ସବୁଠାରୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରାଯାଇଛିି।  ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଏହି ରିପୋର୍ଟରେ ଭାରତକୁ ଏସିଆର ମଧ୍ୟମ ଶକ୍ତି ବୋଲି ଦର୍ଶାଯାଇଛି।

ଅଷ୍ଟ୍ରେଲିଆର ସିଡନୀ ସ୍ଥିତ ଲୋଓ୍ବ ଇନଷ୍ଟିଚ୍ୟୁଟ ଏସିଆ ପାୱାର ଇଣ୍ଡେକ୍ସରେ ୨୬ଟି ଦେଶର ତାଲିକା ପ୍ରକାଶ କରିଛି। ପ୍ରାକୃତିକ ସମ୍ପଦ ଏବଂ ପ୍ରଭାବ ଉପରେ ଆଧାର କରି ଏହି ତାଲିକା ପ୍ରସ୍ତୁତ କରାଯାଇଛି। ତାଲିକାରେ ଆମେରିକା ଶୀର୍ଷରେ ରହିଛି। ଏହା ପଛକୁ ଦ୍ୱିତୀୟ ସ୍ଥାନରେ ଚାଇନା ଅଛି।

ସେହିପରି ତୃତୀୟ ସ୍ଥାନରେ ଜାପାନ, ପଞ୍ଚମରେ ରୁଷିଆ ରହିଛି। ଏହା ପଛକୁ ଷଷ୍ଠରେ ଅଷ୍ଟ୍ରେଲିଆ, ସପ୍ତମରେ ଦକ୍ଷିଣ କୋରିଆ, ଅଷ୍ଟମରେ ସିଙ୍ଗାପୁର, ନବମରେ ଇଣ୍ଡୋନେସିଆ ଏବଂ ଦଶମରେ ଥାଇଲ୍ୟାଣ୍ଡ ରହିଛି। ଭାରତ ରୁଷିଆଠାରୁ ପାଦେ ଆଗରେ ରହିଛି।

ରିପୋର୍ଟ ଅନୁଯାୟୀ, ଏସିଆର ଚତୁର୍ଥ ଶକ୍ତିଶାଳୀ ଦେଶ ଭାବରେ ୨୦୨୧ ମସିହାରେ ଭାରତ ପୁଣିଥରେ ପ୍ରମୁଖ ଶକ୍ତିରେ ପରିଣତ ହୋଇଛି। ୨୦୨୦ ତୁଳନାରେ ଏହାର ସାମଗ୍ରିକ ସ୍କୋରରେ ଦୁଇଟି ପଏଣ୍ଟ ହ୍ରାସ ପାଇଛି। କରୋନାଭାଇରସ ମହାମାରୀର ପ୍ରଭାବ ଯୋଗୁ ଭାରତ ପାଇଁ ଅଭିବୃଦ୍ଧି ସମ୍ଭାବନା ୨୦୩୦ ପାଇଁ ଆର୍ଥିକ ପୂର୍ବାନୁମାନ କ୍ଷେତ୍ରରେ ହ୍ରାସ ପାଇଛି ବୋଲି ଲୋଓ୍ବ ଇନଷ୍ଟିଚ୍ୟୁଟ କହିଛି।

ପ୍ରତିରକ୍ଷା ନେଟୱାର୍କ ଦୃଷ୍ଟିରୁ ଭାରତ ସପ୍ତମ ସ୍ଥାନରେ ରହିଛି। ଅର୍ଥନୈତିକ ସମ୍ପର୍କ ଦୃଷ୍ଟିରୁ ଭାରତ ଅଷ୍ଟମ ସ୍ଥାନକୁ ଖସି ଆସିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମରସନ ମଙ୍ଗାୱା ପୁଣି ଥରେ ଜିମ୍ବାୱେର ରାଷ୍ଟ୍ରପତି…

ହରାରେ,୨୭।୮: ଜିମ୍ବାୱେ ରାଷ୍ଟ୍ରପତି ଏମର୍ସନ ମଙ୍ଗାୱା ଶନିବାର ଦ୍ୱିତୀୟ ତଥା ଅନ୍ତିମ କାର୍ଯ୍ୟକାଳ ପାଇଁ ନିର୍ବାଚିତ ହୋଇଛନ୍ତି। ତେବେ ଶାସକ ଦଳ ଜେଡଏଏନଓ୍ବାଇ-ପିଏଫ ବିରୋଧରେ ନିର୍ବାଚନରେ...

ପୁଣି ୟୁକ୍ରେନ ଉପରେ ମିଶାଇଲ୍‌ ମାଡ଼ କଲା ରୁଷିଆ

କିଭ୍‌,୮।୭:ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୩୪ତମ ଦିନରେ ପହଞ୍ଚିଛି। ରୁଷିଆ ପୁଣି ୟୁକ୍ରେନର ଖାର୍କିଭ ଏବଂ ଡୋନେସ୍କ ସହରରେ ମିଶାାଇଲ ମାଡ଼ କରିଛି। ଏଥିରେ...

ବୋଟ ଉପରେ ଭୁଶୁଡ଼ିଲା ଶିଳା ପାଚେରି: ୭ ମୃତ

ବେଲୋ ହୋରିଜୋଣ୍ଟେ,୧୦ା୧: ବ୍ରାଜିଲର ସୁଲ୍‌ ମିନାସ୍‌ସ୍ଥିତ ଏକ ଜଳପ୍ରପାତରେ ଶିଳା ପାଚେରି ଭୁଶୁଡ଼ି ଦୁଇଟି ମୋଟର ବୋଟ୍‌ ଉପରେ ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ଘଟିବା...

ତାଇଓ୍ବାନ୍‌କୁ ଚାରିପଟୁ ଘେରିଲା ଚାଇନା

ବେଜିଂ, ୯।୪: ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଶନିବାର ତାଇଓ୍ବାନ୍‌ ଚାରିପଟେ ବିପୁଳ ସଂଖ୍ୟାରେ ଯୁଦ୍ଧଜାହାଜ ମୁତୟନ କରିବା ସହ ଫାଇଟର ଜେଟ୍‌ ଉଡ଼ାଇଛି। ତାଇଓ୍ବାନ୍‌...

ରୁଷିଆର ଯୁଦ୍ଧ ବିମାନ କାରଖାନା ପରିଦର୍ଶନ କଲେ କିମ୍‌, ଚିନ୍ତାରେ ଆମେରିକା

ମସ୍କୋ,୧୫।୯: ଉତ୍ତର କୋରିଆର ଏକଛତ୍ରବାଦୀ ନେତା କିମ୍‌ ଜୋଙ୍ଗ ଉନ୍‌ ରୁଷିଆ ଗସ୍ତ ସମୟରେ ଏକ ମଞ୍ଜୁରୀପ୍ରାପ୍ତ ଯୁଦ୍ଧ ବିମାନ କାରଖାନା ପରିଦର୍ଶନ କରିଛନ୍ତି। ସେବେଠାରୁ...

ନିୟମରେ ବଡ଼ ପରିବର୍ତ୍ତନ: ବିବାହ ପୂର୍ବରୁ ଏକାଠି ରହିପାରିବେ ପ୍ରେମୀ ଯୁଗଳ

ସମୟ ଅନୁସାରେ ସବୁକିଛି ପରିବର୍ତ୍ତିତ ହୋଇଥାଏ। ଗୋଟିଏ ସମୟ ପରେ ସବୁ ଜିନିଷର ପରିବର୍ତ୍ତନ ଅପରିହାର୍ଯ୍ୟ। ଏମିତି ଏକ ପରିବର୍ତ୍ତନ ଦେଖିବାକୁ ମିଳିଛି କଠୋରପନ୍ଥି ଦେଶ...

ଜଳବାୟୁ ପରିବର୍ତ୍ତନ ନେଇ ଆଇନ ପ୍ରଣୟନ

ମେଲବୋର୍ନ,୮ା୯: ଅଷ୍ଟ୍ରେଲିଆରେ ପରିବେଶକୁ ସଫାସୁତରା ରଖିବା ଏବଂ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏକ ବଡ଼ ପଦକ୍ଷେପ ନିଆଯାଇଛି। ଦେଶର ସଂସଦ ଗୁରୁବାର ଗ୍ରୀନ୍ସ ପାର୍ଟି...

ଖୋଲା ଗଲା ୨,୫୦୦ ବର୍ଷ ପୁରୁଣା ମମି

କାଏରୋ, ୭।୧୦: ମିଶରରେ ଏକ ୨,୫୦୦ ବର୍ଷ ପୁରୁଣା ମମିକୁ ଖୋଲା ଯାଇଛି। ସ୍ଥାନୀୟ ପର୍ଯ୍ୟଟନ ଏବଂ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ପୁରାତନ ମମିକୁ ଖୋଲା...

Advertisement
Archives

Model This Week