ଖାଦ୍ୟ ପଠାଇବାରେ ଭାରତ ନଂ ୧

ସାଓ ପାଉଲୋ,୭।୧୨: ଆରବ ଦେଶକୁ ଖାଦ୍ୟ ଯୋଗାଇବାରେ ବ୍ରାଜିଲକୁ ପଛରେ ପକାଇ ଦେଇଛି ଭାରତ। ୧୫ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଏହି ଦୌଡ଼ରେ ଶୀର୍ଷରେ ପହଞ୍ଚିଛି। କୋଭିଡ୍‌-୧୯ ମହାମାରୀ କାରଣରୁ ଅନ୍ତର୍ଜାତୀୟ ବ୍ୟବସାୟରେ ଏଭଳି ପରିବର୍ତ୍ତନ ଆସିଥିବା ଦର୍ଶାଇଛି ଆରବ-ବ୍ରାଜିଲ ଚାମ୍ବର ଅଫ୍‌ କମର୍ସର ରିପୋର୍ଟ।

ଅନ୍ତର୍ଜାତୀୟ ବ୍ୟବସାୟରେ ବ୍ରାଜିଲ ପାଇଁ ଆରବ ଦେଶ ସମୂହ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଗ୍ରାହକ। କିନ୍ତୁ ମହାମାରୀ ଯୋଗୁ ବ୍ରାଜିଲ ସହ ପ୍ରାୟ ଆରବ ଦେଶ ବ୍ୟବସାୟ କରୁ ନାହାନ୍ତି।

ଗତବର୍ଷ ୨୨ ଆରବ ଦେଶକୁ କୃଷିଜାତୀୟ ଦ୍ରବ୍ୟ ପଠାଇବାରେ ବ୍ରାଜିଲ ୮.୧୫% ବ୍ୟବସାୟ କରିଛି। େsକାଭିଡ୍‌-୧୯ କଟକଣା ଯୋଗୁ ଦେଶର ଶିପମେଣ୍ଟକୁ ସୌଦି ଆରବରେ ପହଞ୍ଚିବାକୁ ୩୦ ଦିନ ବଦଳରେ ଏବେ ଲାଗୁଛି ୬୦ ଦିନ। ଏହାର ପୂରା ଫାଇଦା ଭାରତକୁ ମିଳିଛି। ୮.୨୫% ସହ ଏହି ବ୍ୟବସାୟ ଉପରେ କବଜା କରି ନେଇଛି ଭାରତ। ଫଳରେ ଭଙ୍ଗ ହୋଇଛି ୧୫ ବର୍ଷ ଧରି ଚାଲି ଆସିଥିବା ଧାରା। ଭାରତ ଶୀର୍ଷକୁ ଉଠିବା ପଛରେ ଆଉ ଏକ ବଡ଼ କାରଣ ହେଉଛି ଅନ୍ୟ ବୃହତ ରପ୍ତାନିକାରୀ ଦେଶମାନଙ୍କ ମଧ୍ୟରେ ଚାଲିଥିବା ବିବାଦ। ବର୍ତ୍ତମାନ ପାରମ୍ପାରିକ ଶିପିଂ ରୁଟ୍ସକୁ ନେଇ ତ୍ରୁର୍କୀ, ଆମେରିକା, ଫ୍ରାନ୍ସ, ଆର୍ଜେଣ୍ଟିନା ମଧ୍ୟରେ ବିବାଦ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

ଗ୍ଲାସିୟର ହ୍ରଦ, ହିମସ୍ଖଳନ, କିମ୍ବା ଭୂମିକମ୍ପ… ହଠାତ କାହିଁକି ନେପାଳରେ ଆସିଲା ବନ୍ୟା? ବୈଜ୍ଞାନିକମାନେ କହିଲେ ପ୍ରକୃତ କାରଣ

କାଠମାଣ୍ଡୁ,୨୬।୮: ନେପାଳର ରାସୁୱା ଜିଲାର ଭୋଟେ କୋଶି ନଦୀରେ ବନ୍ୟାର ପ୍ରକୃତ କାରଣ ସ୍ଥାନୀୟ ବର୍ଷା ନୁହେଁ, ବରଂ ଏକ ବିଶାଳ ହିମସ୍ଖଳନ ହୋଇପାରେ। କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri