Posted inଜାତୀୟ

୧୩୨ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୯।୯ (ପି.ଟି.): ୨୦୨୧ ବର୍ଷରେ ମାନବ ବିକାଶ ସୂଚକାଙ୍କ (ଏଚ୍‌ଡିଆଇ)ରେ ଭାରତ ୧୯୧ ଦେଶ ମଧ୍ୟରେ ୧୩୨ତମ ସ୍ଥାନରେ ରହିଛି। ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି) ପକ୍ଷରୁ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ଗତବର୍ଷ ଭାରତର ଏଚ୍‌ଡିଆଇ ମୂଲ୍ୟ ୦.୬୩୩ ରହିଛି ଯାହା ୨୦୨୦ରେ ୦.୬୪୫ ରହିଥିଲା। ସେହିବର୍ଷ ଭାରତ ମାନବ ବିକାଶ ସୂଚକାଙ୍କରେ ୧୮୯ ଦେଶ ମଧ୍ୟରେ ୧୩୧ତମ ସ୍ଥାନରେ ରହିଥିଲା। ରିପୋର୍ଟକୁ ଦେଖିଲେ ଭାରତ ମଧ୍ୟମ ମାନବ ବିକାଶ ବର୍ଗରେ ରହିଛି। ୨୦୧୯ରେ ଭାରତୀୟଙ୍କ ହାରାହାରି ଆୟୁଷ ୬୯.୭ ବର୍ଷ ଥିବାବେଳେ ୨୦୨୧ରେ ତାହା ୬୭.୨ ବର୍ଷକୁ ହ୍ରାସ ପାଇଛି। ଦେଶରେ ସ୍କୁଲ୍‌ ଶିକ୍ଷାର ବାଞ୍ଛିତ ବର୍ଷ ୧୧.୯ ବର୍ଷ ହୋଇଥିବାବେଳେ ପିଲାମାନେ ସ୍କୁଲରେ ହାରାହାରି ୬.୭ ବର୍ଷ ପୂରଣ କରୁଥିବା ରିପୋର୍ଟରୁ ଜଣାପଡ଼ିଛି। ଅର୍ଥାତ୍‌ ଅନେକ ପିଲା ସ୍କୁଲ ଶିକ୍ଷା ସମ୍ପୂର୍ଣ୍ଣ ନ କରି ଅଧାରୁ ପାଠ ଛାଡ଼ୁଛନ୍ତି। ମାନବ ବିକାଶର ମୁଖ୍ୟ ଅଙ୍ଗ ହେଉଛି ସ୍ବାସ୍ଥ୍ୟ, ଶିକ୍ଷା ଓ ହାରାହାରି ଆୟ। ଏଥିରେ ୫ ବର୍ଷର ଅଗ୍ରଗତି ପରେ ଗତ ଦୁଇବର୍ଷ (୨୦୨୦ ଏବଂ ୨୦୨୧)ରେ ଅବନତି ଘଟିଛି। ବିଶ୍ୱସ୍ତରରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଆୟରେ ହ୍ରାସ ଯୋଗୁ ୩୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ମାନବ ବିକାଶରେ ଅବନତି ଦେଖାଯାଇଥିବା ରିପୋର୍ଟରେ କୁହାଯାଇଛି। ବିଶ୍ୱ ସ୍ତରରେ ହାରାହାରି ଆୟୁ ୨୦୧୯ରେ ୭୨.୮ ବର୍ଷ ଥିବାବେଳେ ୨୦୨୧ରେ ତାହା ୭୧.୪ ବର୍ଷକୁ ହ୍ରାସ ପାଇଛି। ଗୋଟିଏ ପରେ ଗୋଟିଏ ସଙ୍କଟ ଏବଂ ଅନିଶ୍ଚିତତା କାରଣରୁ ସାରା ବିଶ୍ୱରେ ମାନବ ବିକାଶ ପ୍ରଭାବିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ବଦଳିଲେ ଡିଜିପି

ଚଣ୍ଡିଗଡ଼,୮ା୧: ପଞ୍ଜାବ ବିଧାନସଭା ନିର୍ବାଚନ ଆଚରଣ ବିଧି ଲାଗୁ ହେବାର କିଛି ଘଣ୍ଟା ପୂର୍ବରୁ ପଞ୍ଜାବ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପଞ୍ଜାବ ସରକାର...

ୟୁପିର ୫ ବାହୁବଳୀ ମାଫିଆ ଡନ୍‌: ବିରୋଧରେ ରହିଛି ହତ୍ୟା,ଲୁଟ ଆଦି ୨୦୦ରୁ ଅଧିକ ମାମଲା

ଲକ୍ଷ୍ନୌ, ୮।୭: ଉତ୍ତରପ୍ରଦେଶରେ ମାଫିଆ ଡନ୍‌ଙ୍କ କାହାଣୀ ବହୁ ପୁରୁଣା। କିଛି ଦିନ ତଳେ ୮ ପୋଲିସଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ବିକାଶ ଦୁବେ...

ଯୋଗୀଙ୍କ ସଫଳତାର ରିପୋର୍ଟ କାର୍ଡ, ୫ ବର୍ଷରେ ରାଜ୍ୟରେ ଦଙ୍ଗା ନାହିଁ…

ଲକ୍ଷ୍ନୌ, ୩।୨ : ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାଜପା ସରକାରଙ୍କ ସଫଳତାର ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି। ସେ ଗୋଟି...

ଦେଶର ୭୧୮ଜିଲା ମଧ୍ୟରୁ ୫୩୩ରେ କରୋନା ପଜିଟିଭ୍‌..

ନୂଆଦିଲ୍ଲୀ,୧୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦେଶର...

ମୁଖ୍ୟମନ୍ତ୍ରୀଙ୍କ ନିକଟତମ ଅଧିକାରୀଙ୍କ ଘରେ ଇଡି ଚଢାଉ

ରାୟପୁର,୧୧।୧୦: ଛତିଶଗଡରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମଙ୍ଗଳବାର ସକାଳ ୭ଟାରୁ କାର୍ଯ୍ୟାନୁଷ୍ଠାନ ଚାଲିଛି। ୧୨ରୁ ଅଧିକ ସ୍ଥାନରେ ଇଡି ଦଳ...

୨୨ ସେକେଣ୍ଡରେ ଭାଷଣ ବନ୍ଦ କରି ଚାଲିଗଲେ ରାଜ୍ୟପାଳ

ପୁଣେ,୩।୨: ମହାରାଷ୍ଟ୍ର ବିଧାନସଭାର ବଜେଟ ଅଧିବେଶନର ପ୍ରଥମ ଦିନରେ ବହୁତ ହୋହାଲ୍ଲା ଦେଖିବାକୁ ମିଳିଛି। ହୋହାଲ୍ଲା ଏତେ ହୋଇଥିଲା ଯେ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ...

ଭୁଲ ଯୋଗୁ ଜେଲରେ ବନ୍ଦ ଥିବା ଲୋକଙ୍କୁ ମିଳୁ ନିଯୁକ୍ତି, କଂଗ୍ରେସ ଏମ୍‌ପି ଲୋକ ସଭାରେ ଆଣିବେ ବିଲ୍‌ …

ନୂଆଦିଲ୍ଲୀ,୧୭।୭ : କଂଗ୍ରେସ ଏମ୍‌ପି ମହମ୍ମଦ ଜାଭେଦ ରବିବାର କହିଛନ୍ତି ଯେ ସଂସଦର ମୌସୁମୀ ଅଧିବେଶନରେ ସେ ଜଣେ ବ୍ୟକ୍ତିଗତ ସଦସ୍ୟଙ୍କ ବିଲ ଆଗତ କରିବାକୁ...

ଜମ୍ମୁ ପୋଲିସକୁ ବଡ଼ ସଫଳତା: ନରୱାଲ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଗିରଫ

ଶ୍ରୀନଗର,୨।୨: ଜମ୍ମୁ-କଶ୍ମୀରର ନରୱାଲ ଅଞ୍ଚଳରେ ଦୁଇଟି ବିସ୍ଫୋରଣର ମୁଖ୍ୟ ଷଡଯନ୍ତ୍ରକାରୀ ଆରିଫଙ୍କୁ ଜମ୍ମୁ ପୋଲିସ ଗୁରୁବାର ଗିରଫ କରିଛି। ତାଙ୍କଠାରୁ ଆଇଇଡି ମଧ୍ୟ ଜବତ କରାଯାଇଛି।...

Advertisement
Archives

Model This Week