Posted inଜାତୀୟ

ଲଦାଖରେ ଶକ୍ତି ବଢ଼ାଇଲା ଭାରତ

ନୂଆଦିଲ୍ଲୀ, ୧୭ା୮: ଚାଇନା ପଟୁ ବଢ଼ୁଥିବା ଚ୍ୟାଲେଞ୍ଜକୁ ସାମ୍‌ନା କରିବା ପାଇଁ ଭାରତୀୟ ସେନା ଲଦାଖ ନିକଟରେ ସାମରିକ କ୍ଷମତା ବଢ଼ାଇଛି। ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟ ପ୍ୟାଙ୍ଗୋଙ୍ଗ୍‌ ହ୍ରଦରେ ଲ୍ୟାଣ୍ଡିଂ କ୍ରାଫ୍ଟ ଆସଲ୍ଟ (ଏଲ୍‌ସିଏ) ଯୁଦ୍ଧପୋତ ମୁତୟନ କରିଛି। ପୂର୍ବ ଲଦାଖରେ ଭାରତର ସାମରିକ ଗତିବିଧି ବଢ଼ାଇବାରେ ଏହି ଜାହାଜ ବେଶ୍‌ ଉପଯୋଗୀ ହେବ। ଲ୍ୟାଣ୍ଡିଂ କ୍ରାଫ୍ଟ ଆସଲ୍ଟ ଏକାଧିକ କାର୍ଯ୍ୟ କରିବାରେ ଦକ୍ଷ। ସ୍ବଦେଶୀ ଜ୍ଞାନକୌଶଳରେ ଆକ୍ୱାରିୟସ୍‌ ଶିପ୍‌ ୟାର୍ଡ ଲିମିଟେଡ୍‌, ଗୋଆ, ଦ୍ୱାରା ନିର୍ମିତ ଏଲ୍‌ସିଏର ବେଗ, ସହଜ ଅବତରଣ, ଅଧିକ ପରିବହନ କ୍ଷମତା ଆଦି ବଢ଼ାଯାଇଛି। ଏଥିରେ ଏକସଙ୍ଗରେ ୩୫ ସୈନ୍ୟ ଯାଇପାରିବେ ଏବଂ ବହୁତ କମ୍‌ ସମୟରେ ଏହା ହ୍ରଦର ଯେ କୌଣସି ସ୍ଥାନରେ ପହଞ୍ଚିବାକୁ ସକ୍ଷମ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏକାଧିକ ସାମରିକ ବ୍ୟବସ୍ଥା ସେନାକୁ ହସ୍ତାନ୍ତର କରିଛନ୍ତି। ସେଥିମଧ୍ୟରେ ଏଲ୍‌ସିଏ ସମେତ ମାନବରହିତ ଏରିଅଲ ସିଷ୍ଟମ, ଦ୍ରୁତ ପ୍ରତିକ୍ରିୟାଶୀଳ ଯୁଦ୍ଧବାହନ, ପାଟ୍ରୋଲ ବୋଟ୍‌, ସର୍ଭେଲାନ୍ସ ଉପକରଣ ଆଦି ପୂର୍ବ ଲଦାଖରେ ମୁତୟନ କରି ସେଠାରେ ଭାରତୀୟ ସେନାର ଗତିବିଧି ବଢ଼ାଇବା ଲକ୍ଷ୍ୟ ରହିଛି।
କିଲୋମିଟର ଦୀର୍ଘ ଏବଂ ପ୍ରାୟ ୧୩,୯୦୦ ଫୁଟ୍‌ ଉଚ୍ଚତାରେ ଥବା ପ୍ୟାଙ୍ଗୋଙ୍ଗ୍‌ ସୋ ହ୍ରଦ ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଚାଇନା ଏହାର ଦୁଇ-ତୃତୀୟାଂଶ ଭାଗକୁ ନିୟନ୍ତ୍ରଣରେ ରଖିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଗତ ବର୍ଷ ୧୨ଟି ଏଲ୍‌ସିଏ ଜାହାଜ ମଗାଇଥିଲା। ଉତ୍ତର ସୀମାରେ ମୁତୟନ ହୋଇଥିବା ସୈନ୍ୟଙ୍କୁ ସୁରକ୍ଷା ଯୋଗାଯିବା ସହ ସେଠାରେ ପାଟ୍ରୋଲିଂ ବୃଦ୍ଧି ନିମନ୍ତେ ଇନ୍‌ଫାଣ୍ଟ୍ରି ପ୍ରୋଟେକ୍ଟେଡ୍‌ ମୋବିଲିଟି ଭେହିକିଲ(ଆଇପିଏମ୍‌ଭି) ଏବଂ କୁଇକ୍‌ ରିଆକ୍ସନ ଫାଇଟିଂ ଭେହିକିଲ (କ୍ୟୁଆର୍‌ଏଫ୍‌ଭି) ମୁତୟନ କରାଯାଇଛି। ବାୟୁସେନା ବିମାନ, ହେରନ୍‌ ୟୁଏଭିଗୁଡ଼ିକ ନିର୍ଦ୍ଦିଷ୍ଟ ସ୍ତରରେ କାର୍ଯ୍ୟ କରିବା ପାଇଁ ସୀମିତ। ତେଣୁ ସର୍ଭେଲାନ୍ସ ଦକ୍ଷତା ବଢ଼ାଇବା ପାଇଁ ମିନି ରିମୋଟ୍‌ଲି ପାଇଲଟେଡ୍‌ ଏରିଆଲ୍‌ ସିଷ୍ଟମ (ଆର୍‌ପିଏଏସ୍‌)କୁ ନିୟୋଜିତ କରାଯାଇଛି। ସିଆଚେନ୍‌ ଭଳି ଅତ୍ୟଧିକ ଥଣ୍ଡା ସ୍ଥାନରେ ଭାରତୀୟ ସେନାର ଗତିବିଧି ମଜଭୁତ କରିବା ପାଇଁ ସେଠାରେ ସୌରଶକ୍ତି ପ୍ରକଳ୍ପ କାର୍ଯ୍ୟକ୍ଷମ ଯୋଜନା କରାଯାଇଛି। ଏଥିନିମନ୍ତେ ଏକ ସୋଲାର ଫଟୋ-ଭୋଲ୍‌ଟାଇକ୍‌ ପ୍ଲାଣ୍ଟ ସ୍ଥାପନ ହୋଇଛି। ଫ୍ୟୁଚର ଇନ୍‌ଫାଣ୍ଟ୍ରି ସୋଲ୍‌ଜର ଆଜ୍‌ ଏ ସିଷ୍ଟମ(ଏଫ୍‌-ଇନ୍‌ସାସ୍‌) ଅଧୀନରେ ସ୍ୟୈନିକଙ୍କୁ ଡେ-ନାଇଟ୍‌ ହୋଲୋଗ୍ରାଫିକ୍‌ ଏବଂ ରିଫ୍ଲେକ୍ସ ସାଇଟ୍‌ ସହ ଏକେ-୨୦୩ ରାଇଫଲ୍‌ ପ୍ରଦାନ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?