Posted inଜାତୀୟ

ଲଦାଖରେ ଶକ୍ତି ବଢ଼ାଇଲା ଭାରତ

ନୂଆଦିଲ୍ଲୀ, ୧୭ା୮: ଚାଇନା ପଟୁ ବଢ଼ୁଥିବା ଚ୍ୟାଲେଞ୍ଜକୁ ସାମ୍‌ନା କରିବା ପାଇଁ ଭାରତୀୟ ସେନା ଲଦାଖ ନିକଟରେ ସାମରିକ କ୍ଷମତା ବଢ଼ାଇଛି। ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟ ପ୍ୟାଙ୍ଗୋଙ୍ଗ୍‌ ହ୍ରଦରେ ଲ୍ୟାଣ୍ଡିଂ କ୍ରାଫ୍ଟ ଆସଲ୍ଟ (ଏଲ୍‌ସିଏ) ଯୁଦ୍ଧପୋତ ମୁତୟନ କରିଛି। ପୂର୍ବ ଲଦାଖରେ ଭାରତର ସାମରିକ ଗତିବିଧି ବଢ଼ାଇବାରେ ଏହି ଜାହାଜ ବେଶ୍‌ ଉପଯୋଗୀ ହେବ। ଲ୍ୟାଣ୍ଡିଂ କ୍ରାଫ୍ଟ ଆସଲ୍ଟ ଏକାଧିକ କାର୍ଯ୍ୟ କରିବାରେ ଦକ୍ଷ। ସ୍ବଦେଶୀ ଜ୍ଞାନକୌଶଳରେ ଆକ୍ୱାରିୟସ୍‌ ଶିପ୍‌ ୟାର୍ଡ ଲିମିଟେଡ୍‌, ଗୋଆ, ଦ୍ୱାରା ନିର୍ମିତ ଏଲ୍‌ସିଏର ବେଗ, ସହଜ ଅବତରଣ, ଅଧିକ ପରିବହନ କ୍ଷମତା ଆଦି ବଢ଼ାଯାଇଛି। ଏଥିରେ ଏକସଙ୍ଗରେ ୩୫ ସୈନ୍ୟ ଯାଇପାରିବେ ଏବଂ ବହୁତ କମ୍‌ ସମୟରେ ଏହା ହ୍ରଦର ଯେ କୌଣସି ସ୍ଥାନରେ ପହଞ୍ଚିବାକୁ ସକ୍ଷମ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏକାଧିକ ସାମରିକ ବ୍ୟବସ୍ଥା ସେନାକୁ ହସ୍ତାନ୍ତର କରିଛନ୍ତି। ସେଥିମଧ୍ୟରେ ଏଲ୍‌ସିଏ ସମେତ ମାନବରହିତ ଏରିଅଲ ସିଷ୍ଟମ, ଦ୍ରୁତ ପ୍ରତିକ୍ରିୟାଶୀଳ ଯୁଦ୍ଧବାହନ, ପାଟ୍ରୋଲ ବୋଟ୍‌, ସର୍ଭେଲାନ୍ସ ଉପକରଣ ଆଦି ପୂର୍ବ ଲଦାଖରେ ମୁତୟନ କରି ସେଠାରେ ଭାରତୀୟ ସେନାର ଗତିବିଧି ବଢ଼ାଇବା ଲକ୍ଷ୍ୟ ରହିଛି।
କିଲୋମିଟର ଦୀର୍ଘ ଏବଂ ପ୍ରାୟ ୧୩,୯୦୦ ଫୁଟ୍‌ ଉଚ୍ଚତାରେ ଥବା ପ୍ୟାଙ୍ଗୋଙ୍ଗ୍‌ ସୋ ହ୍ରଦ ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଚାଇନା ଏହାର ଦୁଇ-ତୃତୀୟାଂଶ ଭାଗକୁ ନିୟନ୍ତ୍ରଣରେ ରଖିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଗତ ବର୍ଷ ୧୨ଟି ଏଲ୍‌ସିଏ ଜାହାଜ ମଗାଇଥିଲା। ଉତ୍ତର ସୀମାରେ ମୁତୟନ ହୋଇଥିବା ସୈନ୍ୟଙ୍କୁ ସୁରକ୍ଷା ଯୋଗାଯିବା ସହ ସେଠାରେ ପାଟ୍ରୋଲିଂ ବୃଦ୍ଧି ନିମନ୍ତେ ଇନ୍‌ଫାଣ୍ଟ୍ରି ପ୍ରୋଟେକ୍ଟେଡ୍‌ ମୋବିଲିଟି ଭେହିକିଲ(ଆଇପିଏମ୍‌ଭି) ଏବଂ କୁଇକ୍‌ ରିଆକ୍ସନ ଫାଇଟିଂ ଭେହିକିଲ (କ୍ୟୁଆର୍‌ଏଫ୍‌ଭି) ମୁତୟନ କରାଯାଇଛି। ବାୟୁସେନା ବିମାନ, ହେରନ୍‌ ୟୁଏଭିଗୁଡ଼ିକ ନିର୍ଦ୍ଦିଷ୍ଟ ସ୍ତରରେ କାର୍ଯ୍ୟ କରିବା ପାଇଁ ସୀମିତ। ତେଣୁ ସର୍ଭେଲାନ୍ସ ଦକ୍ଷତା ବଢ଼ାଇବା ପାଇଁ ମିନି ରିମୋଟ୍‌ଲି ପାଇଲଟେଡ୍‌ ଏରିଆଲ୍‌ ସିଷ୍ଟମ (ଆର୍‌ପିଏଏସ୍‌)କୁ ନିୟୋଜିତ କରାଯାଇଛି। ସିଆଚେନ୍‌ ଭଳି ଅତ୍ୟଧିକ ଥଣ୍ଡା ସ୍ଥାନରେ ଭାରତୀୟ ସେନାର ଗତିବିଧି ମଜଭୁତ କରିବା ପାଇଁ ସେଠାରେ ସୌରଶକ୍ତି ପ୍ରକଳ୍ପ କାର୍ଯ୍ୟକ୍ଷମ ଯୋଜନା କରାଯାଇଛି। ଏଥିନିମନ୍ତେ ଏକ ସୋଲାର ଫଟୋ-ଭୋଲ୍‌ଟାଇକ୍‌ ପ୍ଲାଣ୍ଟ ସ୍ଥାପନ ହୋଇଛି। ଫ୍ୟୁଚର ଇନ୍‌ଫାଣ୍ଟ୍ରି ସୋଲ୍‌ଜର ଆଜ୍‌ ଏ ସିଷ୍ଟମ(ଏଫ୍‌-ଇନ୍‌ସାସ୍‌) ଅଧୀନରେ ସ୍ୟୈନିକଙ୍କୁ ଡେ-ନାଇଟ୍‌ ହୋଲୋଗ୍ରାଫିକ୍‌ ଏବଂ ରିଫ୍ଲେକ୍ସ ସାଇଟ୍‌ ସହ ଏକେ-୨୦୩ ରାଇଫଲ୍‌ ପ୍ରଦାନ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri