Posted inଖେଳ

ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ବାର୍ବାଡୋସ, ୨୯।୭: ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ ଶନିବାର ଏଠାରେ ଅନୁଷ୍ଠିତ ହେବ। ପ୍ରଥମ ଦିନିକିଆକୁ ୫ ଉଇକେଟରେ ଜିତି ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି। ତେଣୁ ଦ୍ୱିତୀୟ ଦିନିକିଆ ଜିତି ଆଗୁଆ ସିରିଜ ବିଜୟ ଲକ୍ଷ୍ୟରେ ରହିଛି ଟିମ୍‌ ଇଣ୍ଡିଆ। ପ୍ରଥମ ଦିନିକିଆରେ ବିଜୟ ଲକ୍ଷ୍ୟ ମାତ୍ର ୧୧୫ ରନ ଥିବାରୁ ଅଧିନାୟକ ରୋହିତ ଶର୍ମା ଓ କୋଚ୍‌ ରାହୁଲ ଡ୍ରାଭିଡ ମିଡିଲ୍‌ ଅର୍ଡର ବ୍ୟାଟରଙ୍କୁ ଟପ୍‌ ଅର୍ଡରରେ ଖେଳିବା ସୁଯୋଗ ଦେଇଥିଲେ। ମାତ୍ର ଟର୍ନିଂ ଟ୍ରାକ୍‌ରେ ଭାରତ ବିଜୟ ଲକ୍ଷ୍ୟରେ ପହଞ୍ଚତ୍ବା ପାଇଁ ୫ ଉଇକେଟ ହରାଇଥିଲା। ତେଣୁ ଆଗାମୀ ମ୍ୟାଚରେ ସ୍ବାଭାବିକ ବ୍ୟାଟିଂ ଅର୍ଡରକୁ ନେଇ ଭାରତ ଖେଳିବ ବୋଲି ଆଶା କରାଯାଉଛି।
ଆସନ୍ତା ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ଭାରତ ଏହାର ପ୍ରଥମ ମ୍ୟାଚ ଅକ୍ଟୋବର ୮ରେ ଅଷ୍ଟ୍ରେଲିଆକୁ ଭେଟିବ। ଏହା ପୂର୍ବରୁ ରୋହିତ ଶର୍ମାଙ୍କ ଦଳକୁ ୧୧ଟି ମ୍ୟାଚ ଖେଳିବାର ଅଛି। ତେଣୁ ବିଶ୍ୱକପ୍‌ ପୂର୍ବରୁ ଟିମ୍‌ କମ୍ବିନେଶନ ସଜାଡ଼ିନେବାକୁ ମ୍ୟାନେଜମେଣ୍ଟ ଉଦ୍ୟମ କରିବ। ବାର୍ବାଡୋସର କେନ୍‌ସିଙ୍ଗଟନ ଓଭାଲ ସ୍ବର୍ଗତ ମାଲକମ ମାର୍ଶାଲ ଓ ‘ବିଗ୍‌ ବାର୍ଡ’ ଜୋଏଲ ଗାର୍ନରଙ୍କ ହୋମ୍‌ ଟର୍ଫ। ତେଣୁ ଏଠାରେ ଦ୍ରୁତ ବୋଲରଙ୍କୁ ସହାୟତା ମିଳିବା ସମ୍ଭାବନା ଅଧିକ। ବ୍ରିଜ୍‌ଟାଉନ୍‌ରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ କିନ୍ତୁ ଏହାର ବିପରୀତ ଫଳ ଦେଖିବାକୁ ମିଳିଥିଲା। ଭାରତର ଦୁଇ ସ୍ପିନର ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ଓ୍ବେଷ୍ଟଇଣ୍ଡିଜ ବ୍ୟାଟିଂ ଲାଇନ୍‌ଅପ୍‌କୁ ଧ୍ୱସ୍ତ କରି ଦେଇଥିଲେ। ୫୦ ଓଭର ବିଶିଷ୍ଟ ମ୍ୟାଚରେ ଟି୨୦ ପରି ଶଟ୍‌ ଚୟନ ଓ୍ବେଷ୍ଟଇଣ୍ଡିଜ ବ୍ୟାଟରଙ୍କ ପାଇଁ ମହଙ୍ଗା ପଡ଼ିଥିଲା। ଓ୍ବେଷ୍ଟଇଣ୍ଡିଜ କ୍ରିକେଟର ସୁବର୍ଣ୍ଣ ଦିନ ଏବେ ଆଉ ନାହିଁ। ଭାରତରେ ହେବାକୁଥିବା ଦିନିକିଆ କ୍ରିକେଟ ବିଶ୍ୱକପ୍‌ ପାଇଁ ଏହି ଦଳ ଯୋଗ୍ୟତା ମଧ୍ୟ ହାସଲ କରିପାରି ନାହିଁ।
ଦ୍ୱିତୀୟ ଦିନିକିଆର ଟ୍ରାକ୍‌ ପ୍ରଥମ ଦିନିକିଆ ପରି ସମାନ ହୋଇ ନ ପାରେ। ତେବେ ଏଠାରେ ଭାରତ ପ୍ରଥମେ ବ୍ୟାଟିଂ ଚ୍ୟାଲେଞ୍ଜ ପାଇଲେ ମଧ୍ୟ ପ୍ରଭାବୀ ହୋଇପାରିବ। ପୂର୍ବ ମ୍ୟାଚରେ ଗୁଡାକେଶ ମୋତିଙ୍କ ଅର୍ଥାଡକ୍ସ ବାମହାତୀ ସ୍ପିନ୍‌ ଏବଂ ୟାନିକ୍‌ କାରିଆଙ୍କ ଲେଗ୍‌ ବ୍ରେକ୍‌କୁ ଖେଳିବାରେ ଭାରତକୁ ବିଶେଷ ଅସୁବିଧା ହୋଇ ନ ଥିଲେ ମଧ୍ୟ ସହଜ ମଧ୍ୟ ଅନୁଭବ କରି ନ ଥିଲା। ସୂର୍ଯ୍ୟକୁମାର ଯାଦବ ନିଜ ଟି୨୦ ଫର୍ମକୁ ୫୦ ଓଭର ଫର୍ମାଟରେ ରୂପାନ୍ତରିତ କରିବାର ଅଛି। ପ୍ରଥମ ଦିନିକିଆ ତାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା। ସେ ଭଲ ଆରମ୍ଭ ମଧ୍ୟ କରିଥିଲେ, ମାତ୍ର ମୋତିଙ୍କ ବଲ୍‌କୁ କ୍ରମାଗତ ସୁଇପ୍‌ ଶଟ୍‌ ଖେଳିବାକୁଯାଇ ଆଉଟ ହୋଇଥିଲେ। ଶ୍ରେୟସ ଆୟାର ଓ ଲୋକେଶ ରାହୁଲ ଫିଟ୍‌ ହେଲେ ଭାରତୀୟ ଏକାଦଶରେ ସ୍ଥାନ ପାଇବା ତାଙ୍କ ପାଇଁ ଅସୁବିଧା ହେବ ବୋଲି ସୂର୍ଯ୍ୟ ଭଲଭାବେ ଜାଣିଛନ୍ତି। ତେଣୁ ତାଙ୍କୁ ସତର୍କତାର ସହ ଖେଳିବାକୁ ହେବ। ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷରେ ସେ ଭଲ ଖେଳିଥିଲେ। ମହମ୍ମଦ ଶାମି, ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସିରାଜ ଓ ଶାର୍ଦ୍ଦୂଳ ଠାକୁରଙ୍କ ଉପସ୍ଥିତିରେ ମୁକେଶ କୁମାରଙ୍କୁ ରିଜର୍ଭ ପେସରଭାବେ ବିବେଚନା କରାଯାଉଥିଲା। ମାତ୍ର ସୁଯୋଗ ପାଇବା ପରେ ସମସ୍ତ ଫର୍ମାଟରେ ଯେପରି ଲାଇନ୍‌ ଓ ଲେନ୍ଥରେ ବୋଲିଂ କରୁଛନ୍ତି ତାଙ୍କୁ ଦଳରୁ ବାଦ୍‌ଦେବା ସହଜ ହେବନି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ଭାରତୀୟ ହକି ଅମ୍ପାୟରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ, ୨ା୧୦: ଯୌନ ନିର୍ଯାତନା ଅଭିଯୋଗରେ ଜାପାନରେ ଚାଲିଥିବା ଏସିଆନ ଗେମ୍ସରୁ ହକି ଅମ୍ପାୟର ତଥା ଟେକ୍‌ନିକାଲ ଅଫିସିଆଲ ଗୁରିନ୍ଦର ସିଂ ସାଙ୍ଘାଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି।…

ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ନୀରୁ ଧଣ୍ଡା ହେବେ ପତାକା ବାହକ, ଜାଣନ୍ତୁ ନୀରୁ କିଏ…

ନାଗୋୟା,୨ା୧୦: ରବିବାର ହେବାକୁ ଥିବା ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ଭାରତର ଅଗ୍ରଣୀ ଟ୍ରାପ୍‌ ଶୁଟର ନୀରୁ ଧଣ୍ଡା ଭାରତୀୟ ଦଳର ମହିଳା ପତାକା ବାହକ ହେବେ।…

ଗୋଟିଏ ଦିନରେ ଭାରତକୁ ମିଳିଲା ୬ ସ୍ବର୍ଣ୍ଣ ପଦକ

ନିଶିଓ,୨।୧୦: ଏସିଆନ ଗେମ୍ସରେ ଶୁକ୍ରବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ଗୋଟିଏ ଦିନରେ ୬ ସ୍ବର୍ଣ୍ଣ ପଦକ ହାସଲ କରିଛି। ଭାରତୀୟ ବକ୍ସର ହ୍ୟାଟ୍ରିକ ସ୍ବର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?