ବ୍ରିଟେନ୍‌ରେ ଭାରତୀୟଙ୍କୁ ସର୍ବାଧିକ ଭିଜା

ଲଣ୍ଡନ, ୨୬ା୫ : ବ୍ରିଟେନରେ କୁଶଳୀ କର୍ମଚାରୀ ଏବଂ ଛାତ୍ର ଭିଜା ଇସ୍ୟୁରେ ଭାରତୀୟମାନେ ସର୍ବାଗ୍ରେ ରହିଛନ୍ତି। ଗୁରୁବାର ପ୍ରକାଶିତ ଲଣ୍ଡନସ୍ଥିତ ଇମିଗ୍ରେଶନ ଷ୍ଟାଟିଷ୍ଟିକ୍ସ ରିପୋର୍ଟ ଅନୁଯାୟୀ ନୂଆ ଗ୍ରାଜୁଏଶନ ପରବର୍ତ୍ତୀ ଶିକ୍ଷାଗ୍ରହଣ ଲାଗି ଦିଆଯାଇଥିବା ଭିଜାରୁ ୪୧ ପ୍ରତିଶତ ଭାରତୀୟ ଛାତ୍ରୀଛାତ୍ରଙ୍କୁ ମିଳିଛି। ସେହିପରି କର୍ମଚାରୀ ଭିଜାରେ ଭାରତୀୟମାନଙ୍କୁ ୩୩ ପ୍ରତିଶତ ମିଳିଛି। ୨୦୨୩ ମାର୍ଚ୍ଚରେ ଶେଷ ହୋଇଥିବା ବର୍ଷରେ ଗ୍ରାଜୁଏଶନ ପରବର୍ତ୍ତୀ ଶିକ୍ଷା ପାଇଁ ମୋଟ ୯୨,୯୫୧ ଭିଜା ଇସ୍ୟୁ ହୋଇଥିବାବେଳେ ସେଥିରେ ସର୍ବାଧିକ ୪୧ ପ୍ରତିଶତ ଥିଲେ ଭାରତୀୟ। ଭାରତୀୟ କୁଶଳୀ କର୍ମଚାରୀଙ୍କୁ ୨୦୨୧-୨୨ରେ ୧୩,୩୯୦ ଭିଜା ଇସ୍ୟୁ ହୋଇଥିବାବେଳେ ୨୦୨୨-୨୩ରେ ୨୧,୮୩୭ ଇସ୍ୟୁ କରାଯାଇଛି, ଅର୍ଥାତ୍‌ ବର୍ଷକ ମଧ୍ୟରେ ୬୩ ପ୍ରତିଶତ ବଢ଼ିଛି। ସେହିପରି ସ୍ବାସ୍ଥ୍ୟସେବା କ୍ଷେତ୍ର ଲାଗି ଭାରତୀୟଙ୍କୁ ଦିଆଯାଇଥିବା ଭିଜା ସଂଖ୍ୟା ପୂର୍ବ ବର୍ଷ ତୁଳନାରେ ୧୦୫ ପ୍ରତିଶତ ବଢ଼ିଛି। ୨୦୨୧-୨୨ରେ ୧୪,୪୮୫ ଭିଜା ମିଳିଥିବାବେଳେ ୨୦୨୨-୨୩ରେ ୨୯,୭୨୬ ଭିଜା ଇସ୍ୟୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ୯ ଘଣ୍ଟା ଶୋଇଲେ ମିଳିବ ୧ ଲକ୍ଷ ଟଙ୍କା! ଏହି କମ୍ପାନୀ ଦେଇଛି ଏମିତି ଅଫର

ବର୍ତ୍ତମାନ ସମୟରେ ଲୋକେ ଆବଶ୍ୟକତା ଠାରୁ ଅଧିକ କିମ୍ବା କମ୍‌ ଶୋଉଥିବା ଦେଖିବାକୁ ମିଳୁଛି। ଏପରି ସ୍ଥତିରେ ଶୋଇବା ଏକ କଷ୍ଟକର ଜିନିଷରେ ପରିଣତ ହେଉଛି।...

ୟୁକ୍ରେନରୁ ଫେରିଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ,୨୪।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ପୂର୍ବାଞ୍ଚଳର ବିଭିନ୍ନ ସ୍ଥାନରେ ରକେଟ୍‌ ମାଡ଼ କରାଯାଇଛି। ଏଥିଯୋଗୁ ୟୁକ୍ରେନ ଏହାର...

ଭାରତରେ ସୁଧୁରୁଛି ଆର୍ଥତ୍କ ସ୍ଥିତି

ଲଣ୍ଡନ, ୧୦ା୭(ପି.ଟି.):କୋଭିଡ୍‌-୧୯ ଯୋଗୁ ସାରା ବିଶ୍ୱର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏଥିରୁ ମୁକିଳିବା ପାଇଁ ବିଭିନ୍ନ ଦେଶ ଉଦ୍ୟମ ଚଳାଇଥିବାବେଳେ ଭାରତରେ ସ୍ଥିତି...

ତାଲିବାନର ନୂଆ ମନ୍ତ୍ର: ଶିକ୍ଷାମନ୍ତ୍ରୀ କହିଲେ, ପିଏଚ୍‌ଡି, ମାଷ୍ଟରଡିଗ୍ରୀ ସବୁ ବେକାର

କାବୁଲ,୮।୯: ତାଲିବାନ ଆଫଗାନିସ୍ତାନରେ ମଧ୍ୟବର୍ତ୍ତୀକାଳୀନ ସରକାର ଘୋଷଣା କରିଛି। ମୁଲ୍ଲା ମହମ୍ମଦ ହାସନ ଅଖଣ୍ଡଙ୍କୁ ଦେଶର ନୂତନ ପ୍ରଧାନମନ୍ତ୍ରୀ ହୋଇଥିବାବେଳେ ଶେଖ କୌଲଭି ନୁରଲା ମୁନିରଙ୍କୁ...

ୟୁଏଇରେ ବସ୍‌ ଦୁର୍ଘଟଣା: ୮ ଭାରତୀୟଙ୍କ ସମେତ ୧୭ ମୃତ

ଦୁବାଇ, ୭।୬: ୟୁଏଇରେ ଭୟାନକ ବସ୍‌ ଦୁର୍ଘଟଣା ଘଟି ୧୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୮ ଜଣ ଭାରତୀୟ ରହିଛନ୍ତି ବୋଲି ଦୁବାଇସ୍ଥିତ...

ଆଉ ୨ ଯୁଦ୍ଧ ଅପରାଧୀଙ୍କୁ ୧୧ ବର୍ଷ ଜେଲ

କିଭ୍‌, ୧ା୬: ୟୁକ୍ରେନ୍‌ରେ ଯୁଦ୍ଧ ଅପରାଧ କରିଥିବା ଆଉ ଦୁଇ ରୁଷୀୟ ସୈନ୍ୟଙ୍କୁ କିଭ୍‌ର ଏକ କୋର୍ଟ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ଯୁଦ୍ଧ ନେଇ ଚାଇନାର ଶାନ୍ତି ମନ୍ତବ୍ୟ, ଭାରତ ସହିତ ମିଳିମିଶି ରହିବୁ …

ବେଜିଂ, ୧୨।୬ : ଚାଇନାର ଦୁଇ ପ୍ରକାର ଚେହେରା ଏବେ ସାମ୍ନାକୁ ଆସିଛି। ଗୋଟିଏ ପଟେ ଭାରତ ସହ ସୀମା ବିବାଦକୁ ନେଇ ପରିସ୍ଥିତି ତିକ୍ତ...

ନେପାଳରେ ୫ ବୁଦ୍ଧମୂର୍ତ୍ତି ଭାଙ୍ଗିଦେଲେ

କାଠମାଣ୍ଡୁ, ୧୯ା୭  (ପି.ଟି.): ନେପାଳର ରୁପନ୍‌ଦେହୀ ଜିଲାର ତିିଳୋତ୍ତମା ମ୍ୟୁନିସିପାଲିଟି ଅଞ୍ଚଳ ଅନ୍ତର୍ଗତ ଲୁମ୍ବିନୀ ନିକଟରେ ଦୁର୍ବୃତ୍ତମାନେ ୫ଟି ବୁଦ୍ଧମୂର୍ତ୍ତିକୁ ଭାଙ୍ଗିଦେଇଛନ୍ତି। ବାଲି, ସିମେଣ୍ଟ ଓ...

Advertisement
Archives

Model This Week