ଭିନ୍ନକ୍ଷମଙ୍କ ପାଇଁ ପ୍ରେରଣାର ଉତ୍ସ ସୁକାନ୍ତ

ପାରାଦୀପ,୨୬ା୫(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ଅଠରବାଙ୍କି ବଜାରରେ ଅଛି ଏକ ସାଇକେଲ ମରାମତି ଦୋକାନ। ଏହି ଦୋକାନ ଏଇଥି ପାଇଁ ନିଆରା ଯେ, ସେଠାରେ ସାଇକେଲ ମରାମତି କରୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ଭିନ୍ନକ୍ଷମ। କାନ୍ଧ ପାଖରୁ ଡାହାଣ ହାତ ନାହିଁ। ଗୋଟିଏ ହାତ ଓ ଗୋଡ ଦ୍ୱାରା ସେ ସାଇକେଲ, ଗ୍ୟାସ ଚୁଲା ମରାମତି କାମ କରିବା ସହ ବିଭିନ୍ନ ପାଟର୍‌ସ ବିକୁଛନ୍ତି। ସେ ହେଲେ ଶୁକାନ୍ତ କୁମାର ମହାପାତ୍ର(୫୫)।
ଯୁବ ସୁଲଭ ଭଳି କାମ କରୁଛନ୍ତି ଏବଂ ସେହି ରୋଜଗାରରେ ପରିବାର ପ୍ରତିପୋଷଣ କରୁଛନ୍ତି। କିପରି ଏକ ହାତ ହରାଇଲେ ପଚାରିଲେ ସୁକାନ୍ତ କୁହନ୍ତି, ପିଲାବେଳେ ଗଛରୁ ଆମ୍ବ ତୋଳିବା ବେଳେ ଅସାବଧାନତା ବଶତଃ ତଳକୁ ଖସି ପଡିଥିଲି। ସେତେବେଳେ ହାତ ଭାଙ୍ଗି ଯାଇଥିଲା। ଚିକିତ୍ସା ସମୟରେ ସେଫଟିକ୍‌ ହୋଇଯିବାରୁ ହାତ କାଟିବାକୁ ପଡିଥିଲା। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଶାସନିପଡ଼ା ଗ୍ରାମରେ। ୩ ଭାଇ ମଧ୍ୟରେ ସେ ସବାସାନ ଥିଲେ। ସପ୍ତମ ଶ୍ରେଣୀରେ ପଢ଼ିଲା ବେଳେ ଏମିତି ଦୁର୍ଘଟଣା ଘଟିଥିଲା। ଗୋଟିଏ ହାତ ହରାଇବା ଏବଂ ଆର୍ଥିକ ଅନଟନ ଯୋଗୁ ନବମ ଶ୍ରେଣୀରୁ ପାଠରେ ଡୋରି ବନ୍ଧା ହେଲା। ୧୯୮୦ରେ ପାରାଦୀପ ଆସି ଏକ ସାଇକେଲ ଦୋକାନରେ ମରାମତି କାମ ଶିଖିଥିଲି। ପରେ ନିଜେ ଅଠରବାଙ୍କି ବଜାର ରାସ୍ତା କଡ଼ରେ ସାଇକେଲ ମରାମତି କାର୍ଯ୍ୟ ଆରମ୍ଭ କରିଥିଲି। ୧୯୯୫ରେ ପାରାଦୀପ ପୌର ପରିଷଦ ଅଠରବାଙ୍କି ବଜାର ନିର୍ମାଣ କରିବା ବେଳେ ସେତେବେଳେ ଅର୍ଥ ଜମା କରି ନିଜେ ଏକ ଦୋକାନ ଘର ପାଇଛି। ଏହି ଦୋକାନ ରୋଜଗାରରୁ ପରିବାର ଚଳାଇବା ସହ ବିଜୟଚନ୍ଦ୍ରପୁରଠାରେ ଏକ ନିଜସ୍ବ ଘର ମଧ୍ୟ ସେ କରିଛନ୍ତି। ୨୦୦୩ରେ ବିବାହ କରିଥିଲେ। ଏବେ ୨ ପୁଅଙ୍କୁ ଉଚ୍ଚ ଶିକ୍ଷା ପାଇଁ ସମସ୍ତ ପ୍ରକାର ସହାୟତା ମଧ୍ୟ କରୁଛନ୍ତି। ଗୋଟିଏ ହାତ ହରାଇ ଥିଲେ ହେଁ ସେ କେବେ ନିଜକୁ ଅସହାୟ ବୋଲି ମନେ କରିନାହାନ୍ତି। କିମ୍ବା ସରକାରୀ ଭାବେ କୌଣସି ସହାୟତା ଏ ପର୍ଯ୍ୟନ୍ତ ନେଇ ନାହାନ୍ତି। ଓଲଟି ବିଭିନ୍ନ ଧାର୍ମିକ ଅନୁଷ୍ଠାନ ପାଇଁ ସାହାଯ୍ୟ ମଧ୍ୟ କରନ୍ତି। ଏଭଳି ଦୃଢ ମନୋବଳ ସମ୍ପର୍କରେ କୁହନ୍ତି, ଏଥିପାଇଁ ମୋର ବଡ଼ଭାଇ ଶରତଙ୍କ ଅବଦାନ ରହିଛି। ସେ ମୋତେ ମେଡ଼ିକାଲରେ ଥିବା ବେଳେ କହିଥିଲେ ଅବଶିଷ୍ଟ ଜୀବନ ଏମିତି ଗୋଟିଏ ହାତରେ ଚଳିବାକୁ ପଡିବ। ସେଥିପାଇଁ ତୋ ଆଗରେ ୨ଟି ବିକଳ୍ପ। ନିଜେ ଗୋଟିଏ ହାତରେ ସ୍ବାବଲମ୍ବୀ ନା ଅନ୍ୟର ସାହାଯ୍ୟ ଜରିଆରେ ବଞ୍ଚତ୍ବୁ। ସେତେବେଳେ ବାମ ହାତରେ କାମ କରିବା ଏବଂ ଲେଖିବା ବହୁତ କଷ୍ଟ ହୋଇଥିଲା। ସମୟ ଓ ପରିସ୍ଥିତି ସେହି ବାମ ହାତରେ ସବୁକିଛି କରିବାକୁ ବାଧ୍ୟ କରିଛି ବୋଲି ସେ କୁହନ୍ତି। ଅନ୍ୟ ଭିନ୍ନକ୍ଷମଙ୍କ ସମ୍ପର୍କରେ କୁହନ୍ତି, କେବେ ବି ନିଜକୁ ଅସହାୟ କିମ୍ବା ଅସହଜ ଭାବନ୍ତୁ ନାହିଁ। ମନୋବଳ ଦୃଢ କରି ଆଗକୁ ବଢ଼ିଲେ ନିଶ୍ଚୟ ସଫଳତା ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri