‘ଭାରତ ଆମ ଯନ୍ତ୍ରଣାକୁ ନିଜର ଭାବିଛି’

ଜେରୁଜେଲମ୍‌,୨୬ା୧୧: ମୁମ୍ବାଇରେ ୨୦୦୮ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରୁ ବଞ୍ଚିଥିବା ଜଣେ ଇସ୍ରାଏଲୀ ଶିଶୁଙ୍କ ଜେଜେବାପା ତାଙ୍କ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ୧୫ ବର୍ଷ ପୂର୍ବେ ଆମ ସହିତ କ’ଣ ଘଟିଥିଲା ତାହା ଭାରତ ବେଶ୍‌ ଭଲ ଭାବେ ଜାଣେ। ଭାରତ ଆମର ଯନ୍ତ୍ରଣାକୁ ନିଜର ବୋଲି ଭାବି ନେଇଛି। ଏଥିପାଇଁ ଭାରତକୁ ଧନ୍ୟବାଦ।

୨୬ ନଭେମ୍ବର ୨୦୦୮ରେ ଆତଙ୍କବାଦୀ ଆକ୍ରମଣରୁ ବଞ୍ଚିଥିବା ଇସ୍ରାଏଲର ମୋଶେ ହୋଲ୍ଟଜବର୍ଗ ନାମକ ଜଣେ ଛୋଟ ପିଲାଙ୍କ ଜେଜେବାପା ଆତଙ୍କବାଦୀ ଆକ୍ରମଣକୁ ମନେ ପକାଇ ଭାବପ୍ରବଣ ହୋଇପଡ଼ିଛନ୍ତି। ୧୫ ତମ ବାର୍ଷିକୀ ଅବସରରେ ମୋଶେଙ୍କ ଜେଜେ ତାଙ୍କ ଯନ୍ତ୍ରଣା ବ୍ୟକ୍ତ କରିବା ସହ ମୋଶେଙ୍କ ମାତାପିତାଙ୍କୁ ମନେ ପକାଇଛନ୍ତି। ସେ ଭାରତ ପ୍ରତି କୃତଜ୍ଞତା ଜଣାଇବା ସହ କହିଛନ୍ତି, ଭାରତ ଆମ ପରିବାରର ଯନ୍ତ୍ରଣାକୁ ନିଜ ଯନ୍ତ୍ରଣା ବୋଲି ବିବେଚନା କରିଛି।

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ମୋଶେଙ୍କ ଜେଜେବାପା କହିଛନ୍ତି, ୧୫ ବର୍ଷ ପୂର୍ବେ ଆମ ସହିତ କ’ଣ ଘଟିଥିଲା ତାହା ଭାରତର ଲୋକମାନେ ମନେ ରଖିଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣରେ ଆମର ପରିବାର ଏବଂ ଅନ୍ୟ ଇସ୍ରାଏଲର ପରିବାର ନଷ୍ଟ ହୋଇଯାଇଥିଲେ। ଆମର ଭାବନା ବୁଝିଥିବାରୁ ଭାରତକୁ ହୃଦୟରୁ ଧନ୍ୟବାଦ।

ସୂଚନାଯୋଗ୍ୟ, ଲସ୍କର-ଇ-ତୋଇବାର ୧୦ ଜଣ ଆତଙ୍କବାଦୀ ୨୦୦୮ରେ ମୁମ୍ବାଇର ଅନେକ ସ୍ଥାନ ଉପରେ ଆକ୍ରମଣ କରିଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ମୋଶେ ଏବଂ ତାଙ୍କ ମାତାପିତା ମଧ୍ୟ ଫସି ରହିଥିଲେ। ଯଦିଓ ଆତଙ୍କବାଦୀ ମୋଶେଙ୍କ ମାତାପିତାଙ୍କୁ ହତ୍ୟା କରିଥିଲେ। ଏହି ଆତଙ୍କବାଦୀ ଆକ୍ରମଣରୁ ମୋଶେ ହିଁ ବଞ୍ଚି ଯାଇଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି, ଆତଙ୍କବାଦୀମାନେ ଆମକୁ ଆକ୍ରମଣ କରିଥିଲେ ତଥାପି ଆମେ ସମଗ୍ର ବିଶ୍ୱରେ ଶାନ୍ତି ପାଇଁ ଆଶା କରୁଛୁ। ଏହି ବର୍ଷ ଆତଙ୍କବାଦୀମାନେ ଜିହୁଦୀମାନଙ୍କୁ ନିର୍ଦ୍ଦୟ ଭାବରେ ହତ୍ୟା କରିଛନ୍ତି। ମୋଶେଙ୍କ ଜେଜେବାପା ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଯୁଦ୍ଧକୁ ନେଇ ଏପରି କଥା କହିଛନ୍ତି।

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମୋଶେଙ୍କ ସହ ଜଡ଼ତ ଏକ ଫଟୋ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ଜେଜେମା’ଙ୍କ ଜୀବନ ବଞ୍ଚାଇବା ପରେ ମୋଶେଙ୍କୁ ଆଲିଙ୍ଗନ କରିବାର ଫଟୋ ଭାଇରାଲ ହୋଇଥିଲା। ସେ କହିଛନ୍ତି, ମୋଶେ ବର୍ତ୍ତମାନ ବଡ଼ ହୋଇଯାଇଛନ୍ତି। ସେ ଇସ୍ରାଏଲରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?