ଭଞ୍ଜନଗରରେ ପ୍ରବଳ ବର୍ଷା; ୧୦ ଗ୍ରାମ ଜଳବନ୍ଦୀ, ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଦାବି

ଭଞ୍ଜନଗର,୨୯।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଉପଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି । ଡହ ଜଳଭଣ୍ଡାର ଅଞ୍ଚଳରେ ବୁଧବାର ସନ୍ଧ୍ୟା ୬ଟାରୁ ଗୁରୁବାର ସକାଳ ୬ଟା ମଧ୍ୟରେ ୩୦୫ ମିଲିମିଟର ବର୍ଷା ହୋଇଥିବା ବେଳେ ସୋରଡ଼ା ଅଞ୍ଚଳରେ ୩୫୦ ମିଲିମିଟରରୁ ଉର୍ଦ୍ଧ୍ୱ ବର୍ଷା ହୋଇଛି। ମାତ୍ର ୧୨ ଘଣ୍ଟା ମଧ୍ୟରେ ଏତେ ପରିମାଣର ହଠାତ୍ ବର୍ଷା ହେବାରୁ ଅଞ୍ଚଳରେ ବନ୍ୟା ହୋଇଛି । ଲୋହରାଖଣ୍ଡି ଓ ବଡ଼ନଦୀରେ ଜଳସ୍ତର ବୃଦ୍ଧି ପାଇଛି।

ସୂଚନା ଅନୁଯାୟୀ, ଡହ ଜଳଭଣ୍ଡାରରେ ବୁଧବାର ସନ୍ଧ୍ୟାରେ ଜଳସ୍ତର ୭୧ ପ୍ରତିଶତ ଥିବା ବେଳେ ରାତି ୧୨ଟା ପରେ ଜଳସ୍ତର ଦ୍ରୁତଗତିରେ ବୃଦ୍ଧି ପାଇଥିଲା। ଗୁରୁବାର ଭୋର୍ ପ୍ରାୟ ୪ଟା ସମୟରେ ଜଳଭଣ୍ଡାରରେ ଶତପ୍ରତିଶତ ଜଳ ମହଜୁଦ ହୋଇଯାଇଥିଲା। ଆଡ଼ିବନ୍ଧର ସୁରକ୍ଷା ଦୃଷ୍ଟିରୁ ଲୋହରାଖଣ୍ଡି ନଦୀକୁ ଜଳ ନିଷ୍କାସନ କରାଯାଇଥିଲା। ଫଳରେ ନଦୀର ଜଳସ୍ତର ବୃଦ୍ଧି ପାଇ ନିମ୍ନାଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ଗୁରୁବାର ସକାଳୁ ଚଢ଼େୟାପଲ୍ଲୀ, ବାହାଡ଼ାପଦର, ସାନକୋଦଣ୍ଡା, ଗମ୍ଭାରୀଗୋଚା, ଯୋଗୀମାରି, ଢୁଢୁଆ ସମେତ ପ୍ରାୟ ୧୦ଟି ଗ୍ରାମ ଜଳବନ୍ଦୀ ହୋଇପଡ଼ିଛି। ଅନେକ ଘର ଭିତରକୁ ବନ୍ୟାଜଳ ପଶିଯାଇଥିବା ବେଳେ ଗ୍ରାମର ରାସ୍ତାଘାଟରେ କେଉଁଠି ୪ ଫୁଟ ତ ଆଉ କେଉଁଠି ତାଠାରୁ ଅଧିକ ଉଚ୍ଚତାରେ ପାଣି ଜମି ରହିଛି। ହଠାତ୍ ବନ୍ୟାଜଳ ମାଡ଼ି ଆସିବା ଯୋଗୁଁ ଅନେକ ସ୍ଥାନରେ ଚାଳଛପର ଘର ଭାଙ୍ଗିଯାଇଥିବା ଜଣାପଡ଼ିଛି। ଲୋକେ ଘରୁ ବାହାରିବାକୁ ଭୟ କରୁଥିବା ବେଳେ କେତେକ ପରିବାର ନିଜ ଉଦ୍ୟମରେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ଛୋଟ ପିଲାଙ୍କୁ ନେଇ ଅନେକ ପରିବାର ଭୟଭୀତ ଅବସ୍ଥାରେ ରହିଛନ୍ତି।

ଖବର ପାଇ ପ୍ରଶାସନିକ ଅଧିକାରୀମାନେ ସକାଳୁ ବିଭିନ୍ନ ଗ୍ରାମରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ତେବେ ଜଳବନ୍ଦୀ ଗ୍ରାମଗୁଡ଼ିକରେ ଫସି ରହିଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଓଡ୍ରାଫ ଟିମ୍ ମୁତୟନ କରିବାକୁ ଦାବି ହୋଇଛି। ବର୍ଷା ଲାଗି ରହିଥିବାରୁ ଆଗକୁ ପରିସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା ଦେଖାଦେଇଛି। ଅନ୍ୟପକ୍ଷରେ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ପରିସ୍ଥିତି ଉପରେ ନଜର ରଖିବା ସହ ଧନଜୀବନର କ୍ଷୟକ୍ଷତି ରୋକିବା ଏବଂ ଲୋକଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଡହ ଜଳଭଣ୍ଡାରର ଉପରମୁଣ୍ଡରେ ସକାଳ ୭ ଟା ରେ ବର୍ଷା କମିଥିବାରୁ ଜଳ ନିଷ୍କାସନର ପରିମାଣ ହ୍ରାସ କରାଯାଇଥିବା ଜଣାପଡ଼ିଛି । ତଥାପି ନଦୀର ଜଳସ୍ତର ଓ ଜଳବନ୍ଦୀ ଗ୍ରାମଗୁଡ଼ିକର ସ୍ଥିତିକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ଲାଗି ରହିଛି । ତୁରନ୍ତ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଆବଶ୍ୟକ ରିଲିଫ୍ ଓ ସହାୟତା ଯୋଗାଇଦେବାକୁ ଦାବି ହୋଇଛି । ଅନେକ ସ୍ଥାନରେ ଲୋକଙ୍କ ଗାଡି, ଗୃହପାଳିତ ପଶୁ ଭାସି ଯାଇଥିବା ଖବର ମିଳିଛି ।

ଭଞ୍ଜନଗର ସହର ତଳିଆ ଅଞ୍ଚଳରେ ମଧ୍ଯ ଲୋହରାଖଣ୍ଡି ନଦୀର ବନ୍ୟା ପାଣି ପଶିଲାଣି। ନଦୀ ଗୁଡିକରେ ବର୍ଷ ବର୍ଷ ଧରି ଥିବା କାଶତଣ୍ଡୀ ଫୁଲ ପାଇଁ ବନ୍ୟା ପାଣି ଠିକ୍ ଭାବେ ନିଷ୍କାସିତ ହୋଇ ପାରିଲା ନାହିଁ। ତେଣୁ ନଦୀ ଆଢିବନ୍ଦ ଡେଇଁ ବନ୍ୟା ପାଣି ତଳିଆ ଅଞ୍ଚଳରେ ପସିଥିବା ଜଣାପଡ଼ିଛି । ସେହିପରି ଭଞ୍ଜନଗର ଭୁବନେଶ୍ବର ରାସ୍ତାର ଝଙ୍କେରେଇ ମନ୍ଦିର ନିକଟରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି। ତେଣୁ ଗମନା ଗମନ ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ସୋରଡ଼ା ସ୍ଥିତି ମଧ୍ୟ ଜଟିଳ ରହିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପିଏମ କିଷାନକୁ ନେଇ ବଡ଼ ଅପଡେଟ: ଏମାନଙ୍କ ଖାତାକୁ ଆସିବନି ୨୦୦୦ ଟଙ୍କା! ଆସିଲା ଲିଷ୍ଟ…

ନୂଆଦିଲ୍ଲୀ, ୨୯ା୧୦ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନା ସହିତ ଜଡ଼ିତ କୋଟି କୋଟି କୃଷକଙ୍କ ପାଇଁ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି।…

୬ କମ୍ପାନୀର ବୋର୍ଡ ସଦସ୍ୟ ପଦରୁ ଓହରିବେ ନୋଏଲ ଟାଟା, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି

ମୁମ୍ବାଇ,୨୯।୧୦: ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ନୋଏଲ ଟାଟା ଆସନ୍ତା ନଭେମ୍ବର ୧୨ରେ ଟାଟା ଗ୍ରୁପ୍‌ର ଅନ୍ତର୍ଭୁକ୍ତ ୬ଟି ପ୍ରମୁଖ କମ୍ପାନୀର ବୋର୍ଡ ସଦସ୍ୟ ପଦରୁ ଓହରିଯିବେ ।…

ଭାଜପାକୁ ଶକ୍ତ ଝଟ୍‌କା: ବାରାଣସୀର ୨ ସମେତ ୫ ଆସନରେ ଏସ୍‌ପି ବିଜୟୀ

ନୂଆଦିଲ୍ଲୀ/ଲକ୍ଷ୍ନୌ,୨୯ା୧୦:ଉତ୍ତରପ୍ରଦେଶ, କର୍ନାଟକ, ବିହାର ଓ ମହାରାଷ୍ଟ୍ର ବିଧାନ ପରିଷଦ (ଏମ୍‌ଏଲ୍‌ସି)ର ମୋଟ ୨୮ ଆସନ ପାଇଁ ହୋଇଥିବା ନିର୍ୱାଚନ ଫଳାଫଳ ବୁଧବାର ଘୋଷଣା କରାଯାଇଛି। ଭାଜପା ନେତୃତ୍ୱାଧୀନ…

ଦିଲ୍ଲୀ ଏସ୍‌ଆଇଆର୍‌ ମାମଲା: ନିର୍ବାଚନ ଆୟୋଗ ଫର୍ମ ୬, ୭, ୮ ବଦଳାଇପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୯ା୧୦ (ପି.ଟି.):ପୂର୍ୱରୁ ଭୋଟର ତାଲିକାରେ ଥିବା ନାଗରିକମାନଙ୍କୁ ପୁନଃ ନାମ ଦାଖଲ ପାଇଁ ନୂଆ ଭୋଟରଙ୍କ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ‘ଫର୍ମ-୬’ ପୂରଣ କରିବାକୁ ବାଧ୍ୟ କରାଯାଉଥିବାରୁ…

ବାତ୍ୟା ମୁକାବିଲାର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ…

ଭୁବନେଶ୍ୱର, ୨୯।୧୦ (ସୁନିତ୍‌ ମିଶ୍ର): ବାତ୍ୟା ଅର୍ଣ୍ଣବକୁ ନେଇ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଗଣମାଧ୍ୟମକୁ…

ଅର୍ଣ୍ଣବ ପ୍ରଭାବରେ ଫୁଲୁଛି ଋଷିକୁଲ୍ୟା, ରାତିଅଧରେ ସ୍ଥିତି ପରଖିଲେ ଜିଲାପାଳ

ପୁରୁଷୋତ୍ତମପୁର,୨୯।୧୦(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ତିନି ଦିନ ଧରି ଲଗାଣ ବର୍ଷା ଓ ପବନରେ ଅସ୍ତବ୍ୟସ୍ତ ହୋଇପଡିଛି ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳ । ଏପଟେ…

ଛତିଶଗଡ଼ ଆଡ଼େ ମୁହାଁଇଲା ‘ଅର୍ଣ୍ଣବ’, ଓଡ଼ିଶାରେ କମ୍‌ କ୍ଷତି, ଅଧିକ ବର୍ଷା

ଭୁବନେଶ୍ୱର, ୨୯।୧୦(ବନ୍ଦନା ସେଠୀ): ଦୀର୍ଘ ୬ଘଣ୍ଟା ୩୦ ମିନିଟର (ମଙ୍ଗଳବାର ରାତି ୨ଟାରୁ ବୁଧବାର ସକାଳ ୮ ଟା ୩୦) ସଂଘର୍ଷ ପରେ ବାତ୍ୟା ‘ଅର୍ଣ୍ଣବ’ ଆନ୍ଧ୍ର…

ଛାତ୍ରଛାତ୍ରୀଙ୍କୁ ଆଡମିଶନ ଫି ଫେରସ୍ତ କଲା ଉଚ୍ଚଶିକ୍ଷା ବିଭାଗ: ୧.୧୧ ଲକ୍ଷ ଜଣଙ୍କ ଆକାଉଣ୍ଟକୁ ଗଲା ୬୯.୨୩ କୋଟି ଟଙ୍କା

ଭୁବନେଶ୍ୱର, ୨୮।୧୦: ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଓ ଆଶ୍ୱାସନାଜନକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଡମିଶନ ସମୟରେ ଛାତ୍ରଛାତ୍ରୀମାନେ ଦେଇଥିବା ବଳକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?