ଅର୍ଣ୍ଣବ ପ୍ରଭାବରେ ଫୁଲୁଛି ଋଷିକୁଲ୍ୟା, ରାତିଅଧରେ ସ୍ଥିତି ପରଖିଲେ ଜିଲାପାଳ

ପୁରୁଷୋତ୍ତମପୁର,୨୯।୧୦(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ତିନି ଦିନ ଧରି ଲଗାଣ ବର୍ଷା ଓ ପବନରେ ଅସ୍ତବ୍ୟସ୍ତ ହୋଇପଡିଛି ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳ । ଏପଟେ ଋଷିକୁଲ୍ୟା ନଦୀର ଜଳସ୍ତର ବଢ଼ୁଥିବା ବେଳେ ଅନ୍ଯପଟେ ଘୋଡ଼ାହାଡ଼ ଓ ଡହ ଡ୍ୟାମ୍‌ରୁ ଜଳ ନିଷ୍କାସନ ପାଇଁ ଗେଟ୍ ଖୋଲାଯାଇଛି । ଫଳରେ ନଦୀରେ ଜଳପ୍ରବାହ ବଢ଼ିବା ସହ ବନ୍ୟାର ଆଶଙ୍କା ମଧ୍ଯ ବଢିଯାଇଛି । ପରିସ୍ଥିତିକୁ ଗୁରୁତ୍ୱ ଦେଇ ବୁଧବାର ରାତିରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ପୁରୁଷୋତ୍ତମପୁର ଅଞ୍ଚଳର ବିଭିନ୍ନ ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ତହସିଲ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଜରୁରୀ ବୈଠକ କରିଛନ୍ତି । ନଦୀକୂଳିଆ ଅଞ୍ଚଳରେ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସମ୍ଭାବ୍ୟ ବନ୍ୟାରେ ଯେପରି ଜନଜୀବନ ଓ ସମ୍ପତ୍ତିର କ୍ଷତି ନହୁଏ, ସେଥିପାଇଁ ବିପଦସଂକୁଳ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଓ ଆବଶ୍ୟକ ଖାଦ୍ୟ ଯୋଗାଇବା ନିମନ୍ତେ ପ୍ରସ୍ତୁତ ରହିବାକୁ କହିଥିଲେ । ଅନ୍ତରିଗାଁ ଠାରୁ ଅଲାଡ଼ିଗାଁ ପର୍ଯ୍ୟନ୍ତ ନଦୀବନ୍ଧ, ବ୍ରିଜ୍ ଓ ହିଡ଼ର ସ୍ଥିତି ଯାଞ୍ଚ କରିବାକୁ ଜଳସେଚନ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ନଦୀର ଜଳସ୍ତର ଓ ବର୍ଷା ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଛି । ବୈଠକରେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ପ୍ରୋବେସନରି ଆଇଏଏସ୍ ସାରନ୍ୟା, ଛତ୍ରପୁର ଉପଜିଲାପାଳ ଡ. ଶିବାଶିଷ ବରାଳ, ତହସିଲଦାର ବିନୋଦ କୁମାର ବେହେରା, ବିଡିଓ ଦେବାଶିଷ ସାମଲ, ଏନଏସି ନିର୍ବାହୀଅଧିକାରୀ ଅଜିତକୁମାର ପଟ୍ଟନାୟକ, ଅତିରିକ୍ତ ତହସିଲଦାର ସଙ୍ଗୀତା ସେଠୀ ଓ ଦେବାଶିଷ ମହାପାତ୍ର, ଜଳସେଚନ ବିଭାଗୀୟ ଯନ୍ତ୍ରୀ ସାଗର ଦାଶ, ଏସ୍‌ଡିପିଓ ସୁଜିତ କୁମାର ନାୟକ, ଆଇଆଇସି କୁଳମଣି ସେଠୀ, ପୂର୍ତ୍ତ ବିଭାଗୀୟ ଯନ୍ତ୍ରୀ ସୋନିଆ ପ୍ରଧାନ ଓ ସିଡିପିଓ ଲଳିତା ମଲ୍ଲିକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୬ କମ୍ପାନୀର ବୋର୍ଡ ସଦସ୍ୟ ପଦରୁ ଓହରିବେ ନୋଏଲ ଟାଟା, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି

ମୁମ୍ବାଇ,୨୯।୧୦: ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ନୋଏଲ ଟାଟା ଆସନ୍ତା ନଭେମ୍ବର ୧୨ରେ ଟାଟା ଗ୍ରୁପ୍‌ର ଅନ୍ତର୍ଭୁକ୍ତ ୬ଟି ପ୍ରମୁଖ କମ୍ପାନୀର ବୋର୍ଡ ସଦସ୍ୟ ପଦରୁ ଓହରିଯିବେ ।…

ଭଞ୍ଜନଗରରେ ପ୍ରବଳ ବର୍ଷା; ୧୦ ଗ୍ରାମ ଜଳବନ୍ଦୀ, ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଦାବି

ଭଞ୍ଜନଗର,୨୯।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଉପଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି । ଡହ ଜଳଭଣ୍ଡାର ଅଞ୍ଚଳରେ ବୁଧବାର ସନ୍ଧ୍ୟା ୬ଟାରୁ…

ଭାଜପାକୁ ଶକ୍ତ ଝଟ୍‌କା: ବାରାଣସୀର ୨ ସମେତ ୫ ଆସନରେ ଏସ୍‌ପି ବିଜୟୀ

ନୂଆଦିଲ୍ଲୀ/ଲକ୍ଷ୍ନୌ,୨୯ା୧୦:ଉତ୍ତରପ୍ରଦେଶ, କର୍ନାଟକ, ବିହାର ଓ ମହାରାଷ୍ଟ୍ର ବିଧାନ ପରିଷଦ (ଏମ୍‌ଏଲ୍‌ସି)ର ମୋଟ ୨୮ ଆସନ ପାଇଁ ହୋଇଥିବା ନିର୍ୱାଚନ ଫଳାଫଳ ବୁଧବାର ଘୋଷଣା କରାଯାଇଛି। ଭାଜପା ନେତୃତ୍ୱାଧୀନ…

ଦିଲ୍ଲୀ ଏସ୍‌ଆଇଆର୍‌ ମାମଲା: ନିର୍ବାଚନ ଆୟୋଗ ଫର୍ମ ୬, ୭, ୮ ବଦଳାଇପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୯ା୧୦ (ପି.ଟି.):ପୂର୍ୱରୁ ଭୋଟର ତାଲିକାରେ ଥିବା ନାଗରିକମାନଙ୍କୁ ପୁନଃ ନାମ ଦାଖଲ ପାଇଁ ନୂଆ ଭୋଟରଙ୍କ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ‘ଫର୍ମ-୬’ ପୂରଣ କରିବାକୁ ବାଧ୍ୟ କରାଯାଉଥିବାରୁ…

ବାତ୍ୟା ମୁକାବିଲାର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ…

ଭୁବନେଶ୍ୱର, ୨୯।୧୦ (ସୁନିତ୍‌ ମିଶ୍ର): ବାତ୍ୟା ଅର୍ଣ୍ଣବକୁ ନେଇ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଗଣମାଧ୍ୟମକୁ…

ଛତିଶଗଡ଼ ଆଡ଼େ ମୁହାଁଇଲା ‘ଅର୍ଣ୍ଣବ’, ଓଡ଼ିଶାରେ କମ୍‌ କ୍ଷତି, ଅଧିକ ବର୍ଷା

ଭୁବନେଶ୍ୱର, ୨୯।୧୦(ବନ୍ଦନା ସେଠୀ): ଦୀର୍ଘ ୬ଘଣ୍ଟା ୩୦ ମିନିଟର (ମଙ୍ଗଳବାର ରାତି ୨ଟାରୁ ବୁଧବାର ସକାଳ ୮ ଟା ୩୦) ସଂଘର୍ଷ ପରେ ବାତ୍ୟା ‘ଅର୍ଣ୍ଣବ’ ଆନ୍ଧ୍ର…

ଛାତ୍ରଛାତ୍ରୀଙ୍କୁ ଆଡମିଶନ ଫି ଫେରସ୍ତ କଲା ଉଚ୍ଚଶିକ୍ଷା ବିଭାଗ: ୧.୧୧ ଲକ୍ଷ ଜଣଙ୍କ ଆକାଉଣ୍ଟକୁ ଗଲା ୬୯.୨୩ କୋଟି ଟଙ୍କା

ଭୁବନେଶ୍ୱର, ୨୮।୧୦: ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଓ ଆଶ୍ୱାସନାଜନକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଡମିଶନ ସମୟରେ ଛାତ୍ରଛାତ୍ରୀମାନେ ଦେଇଥିବା ବଳକା…

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: କାଲି କନ୍ଧମାଳର ସବୁ ସ୍କୁଲ୍‌ ଛୁଟି ଘୋଷଣା

ଫୁଲବାଣୀ,୨୮ା୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତାକାଲି (ଗୁରୁବାର)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?