Posted inଜାତୀୟ

୧୦୦ ଦେଶକୁ ୬୫ ନିୟୁତ ଡୋଜ୍‌ କୋଭିଡ୍‌ ଟିକା ପଠାଇଛି ଭାରତ

ନୂଆଦିଲ୍ଲୀ, ୧୯।୧୧(ପି.ଟି.):ଚଳିତ ବର୍ଷ ଭାରତ ପାଖାପାଖି ୧୦୦ ଦେଶକୁ ୬୫ ନିୟୁତରୁ ଅଧିକ ଡୋଜ୍‌ କୋଭିଡ୍‌ ଟିକା ରପ୍ତାନି କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କହିଛନ୍ତି। ଭାରତର ସ୍ବାସ୍ଥ୍ୟସେବା ସେକ୍ଟର ପ୍ରତି ଆସ୍ଥା ଏହାକୁ ବିଶ୍ୱ ଫାର୍ମାସୀର ଆଖ୍ୟା ଦେଇଛି। ଔଷଧ ଓ ନୂତନ ମେଡିକାଲ ଉପକରଣ ଉଦ୍‌ଭାବନରେ ନେତୃତ୍ୱ ନେବା ଲାଗି ନବପ୍ରବର୍ତ୍ତନର ପରିବେଶ ସୃଷ୍ଟି କରିବାକୁ ଭାରତ ଚାହେଁ ବୋଲି ପ୍ରଧାନମନ୍ତ୍ରୀ ପ୍ରଥମ ଗ୍ଲୋବାଲ ଇନୋଭେଶନ ସମିଟ୍‌ ଉଦ୍‌ଘାଟନ କରିବା ଅବସରରେ କହିଛନ୍ତି। ଔଷଧ ଶିଳ୍ପକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଭାରତରେ ଯଥେଷ୍ଟ ବୈଜ୍ଞାନିକ ଓ ପ୍ରଯୁକ୍ତିବିତ୍‌ ରହିଛନ୍ତି। ଉଦ୍‌ଭାବନ ଏବଂ ମେକ୍‌ ଇନ୍‌ ଇଣ୍ଡିଆ ପାଇଁ ଏହି ସାମର୍ଥ୍ୟର ଉପଯୋଗ ହେବା ଆବଶ୍ୟକ। ଭାରତରେ ଗବେଷଣା କରିବା, ଭାରତରେ ତିଆରି କରିବା ଓ ବିଶ୍ୱ ପାଇଁ ପ୍ରସ୍ତୁତ କରିବା ଲାଗି ପ୍ରଧାନମନ୍ତ୍ରୀ ସମିଟ୍‌ରେ ଭାଗ ନେଇଥିବା ବିଭିନ୍ନ ଦେଶର ଫାର୍ମାସୀ ସଂସ୍ଥାଗୁଡ଼ିକୁ ଆହ୍ବାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ଶାହଙ୍କ ଠିକଣା

ନୂଆଦିଲ୍ଲୀ,୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଗୁରୁ ଦାୟିତ୍ୱ ବହନ କରିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଠିକଣା ଏବେ ବଦଳି ଯିବ। ୧୧, ଆକବର...

ଆସାମକୁ ୫୦ହଜାର ପିପିଇ କିଟ୍‌ ପଠାଇଲା ଚାଇନା

ଗୁଆହାଟୀ,୧୬।୪(ପି.ଟି.): କରୋନା ଭାଇରସ୍‌ର ଉତ୍ପତ୍ତିସ୍ଥଳ ଚାଇନାରୁ ଆସାମକୁ ଆସିଛି ୫୦ହଜାର ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) କିଟ୍‌। କୋଭିଡ-୧୯ ବିରୋଧରେ ଲଢ଼େଇ ଜାରି ରଖିଥିବା ଆଗଧାଡ଼ିର ସ୍ବାସ୍ଥ୍ୟକର୍ମୀଙ୍କ...

ସିଭିଲ ହସ୍ପିଟାଲକୁ କାଳକୋଠରି କହିଥିବା ବିଚାରପତିଙ୍କୁ ବେଞ୍ଚ୍‌ରୁ ହଟାଗଲା

ନୂଆଦିଲ୍ଲୀ,୩୦ା୫: କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଅହମଦାବାଦର ସିଭିଲ ହସ୍ପିଟାଲ କାଳକୋଠରିଠାରୁ ନିକୃଷ୍ଟ ବୋଲି କହିଥିବା ବିଚାରପତି ଇଲେଶ ଭୋରାଙ୍କୁ କୋଭିଡ୍‌ ମାମଲା ବିଚାର କରୁଥିବା...

କରୋନା ମୃତ୍ୟୁସଂଖ୍ୟା ୭୨୩କୁ ବୃଦ୍ଧି: ଚାଇନାରେ ୩୪,୮୦୦ ବ୍ୟକ୍ତି ଆକ୍ରାନ୍ତ, ୨୭ ଦେଶର ୩୩୨ ବ୍ୟକ୍ତି ସଂକ୍ରମିତ

ବେଜିଂ, ୮ା୨: ଚାଇନାରେ କରୋନା ଭାଇରସ୍‌ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ସୁଦ୍ଧା ଏହି ମୃତ୍ୟୁସଂଖ୍ୟା ୭୨୩ରେ ପହଞ୍ଚିଥିବାବେଳେ ସଂକ୍ରମଣକାରୀଙ୍କ ସଂଖ୍ୟା...

ପୂର୍ବତନ ସେନା ମୁଖ୍ୟ ଜେନେରାଲ ସୁନୀଥଙ୍କ ବିୟୋଗ

ପଣଜୀ,୫ା୩: ପୂର୍ବତନ ଆର୍ମି ମୁଖ୍ୟ ଜେନେରାଲ ସୁନିଥ ଫ୍ରାନ୍ସିସ୍‌ ରୋଡ୍ରିଗୁଜ୍‌ଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଶୁକ୍ରବାର ଏ ନେଇ ଆର୍ମିର ଅଫିସିଆଲ ଟୁଇଟର...

ପୁସ୍ତକ ମେଳାରେ ହନୁମାନ ଚାଳିଶା ବାଣ୍ଟିବାରୁ ଭିଏଚ୍‌ପିକୁ ରୋକିଲା ପୋଲିସ

କୋଲକାତା,୧୯।୨: ପଶ୍ଚିମବଙ୍ଗରେ ରବିବାର ୪୪ତମ ଅନ୍ତର୍ଜାତୀୟ କୋଲକାତା ପୁସ୍ତକ ମେଳାର ଶେଷ ଦିନ ଥିଲା। ପୁସ୍ତକ ମେଳାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଲୋକମାନଙ୍କୁ ହନୁମାନ...

ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲା ‘ତାଣ୍ଡବ’ର ପୂରା ଟିମ୍‌

ନୂଆଦିଲ୍ଲୀ,୧୮।୧: ଆମାଜନ ପ୍ରାଇମ ଭିଡିଓର ନୂଆ ଓ୍ବେବ ସିରିଜ୍‌ ‘ତାଣ୍ଡବ’ କାଷ୍ଟ ଓ କ୍ରୁ ମେମ୍ବର ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ଓ୍ବେବ ସିରିଜ୍‌ର...

ସୋସିଆଲ ମିଡ଼ିଆ ଶାସକ ଦଳର ମେଣ୍ଟ ଯୋଗୁ ଦେଶର ସାମାଜିକ ସ୍ଥିତି ସଙ୍କଟ ମୁହାଁ ହେଉଛି, କହିଲେ ସୋନିଆ…

ନୂଆଦିଲ୍ଲୀ, ୧୬।୩ : ସୋସିଆଲ ମିଡିଆ ଯୋଗୁ ଦେଶର ସାମାଜିକ ସ୍ଥିତି ସଙ୍କଟ ମୁହାଁ ହେଉଥିବା ଅଭିଯୋଗ ଆଣିଛନ୍ତିି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ବୁଧବାର...

Advertisement
Archives

Model This Week