Posted inଜାତୀୟ

ଚାଇନାର ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରସଙ୍ଗ ଉଠାଇଲା ଭାରତ

ନୂଆଦିଲ୍ଲୀ, ୭।୧୨(ପି.ଟି.): ଭାରତ ଓ ରୁଷିଆର ପ୍ରତିରକ୍ଷା ଏବଂ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ସୋମବାର ୨+୨ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାରତ ଏହାର ଉତ୍ତରାଞ୍ଚଳ ସୀମାରେ ପଡୋଶୀ ଦେଶର ଅତ୍ୟଧିକ ସାମରିକୀକରଣ ଓ ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରସଙ୍ଗ ଉଠାଇଛି। ବୈଠକରେ ଉଦ୍‌ବୋଧନ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ, ଭାରତ ଏହାର ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଏବଂ ଦେଶବାସୀଙ୍କ ଅନ୍ତର୍ନିହିତ ସାମର୍ଥ୍ୟ ବଳରେ ଯେକୌଣସି ଚ୍ୟାଲେଞ୍ଜକୁ ସମ୍ମୁଖୀନ ହେବା ଲାଗି ଦୃଢ଼ ନିଶ୍ଚିତ। ବୈଠକରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର, ତାଙ୍କ ରୁଷିଆ ପ୍ରତିପକ୍ଷ ସର୍ଗେଇ ଲାଭରୋଭ୍‌ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ସର୍ଗେଇ ଶୋଇଗୁ ଯୋଗ ଦେଇଥିଲେ। ମହାମାରୀ ସମୟରେ ପଡୋଶୀ ଦେଶ ଉତ୍ତର ସୀମାରେ ଅତ୍ୟଧିକ ସାମରିକୀକରଣ ଏବଂ
ସୀମାରେ ଅସ୍ତ୍ରଶସ୍ତ୍ର ଠୁଳ କରିବା ଘଟଣା ଉତ୍ତେଜନା ସୃଷ୍ଟି କରୁଛି। ୨୦୨୦ ମେ’ରୁ ସୀମାରେ ଏଭଳି ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି ବୋଲି ରାଜନାଥ ଚାଇନା ନାଁ ନ ନେଇ କହିଥିଲେ। ଭାରତ ବିକାଶକୁ ଅଧିକ ଗୁରୁତ୍ୱ ଦେଉଥିଲେ ହେଁ ସାମରିକ ଚ୍ୟାଲେଞ୍ଜକୁ ତତ୍କାଳ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି। ଦେଶର ଆଶା ଆକାଂକ୍ଷା ଏବଂ ଆବଶ୍ୟକତା ପ୍ରତି ସମ୍ବେଦନଶୀଳ ଓ ଦାୟିତ୍ୱସମ୍ପନ୍ନ ଦେଶ ସହ ଭାରତ ସମ୍ପର୍କ ବଢ଼ାଇବାକୁ ଚାହେଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ମଧ୍ୟରେ ଶିଖର ସମ୍ମିଳନୀ ହେଉଥିବାରୁ ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ଏହା ଏକ ଐତିହାସିକ ଦିନ ବୋଲି ରାଜନାଥ କହିଥିଲେ। ସେହିପରି ବହିର୍ବ୍ୟାପାର ମନ୍ତ୍ରୀ ଜୟଶଙ୍କର କହିଥିଲେ, ଭାରତ ଓ ରୁଷିଆ ମଧ୍ୟରେ ସମ୍ପର୍କ ଘନିଷ୍ଠ ଓ ସମୟ ସହ ପରୀକ୍ଷିତ। ଏହି ସମ୍ପର୍କ ଅସାଧାରଣ ଭାବେ ସୁଦୃଢ଼ ବୋଲି ସେ କହିଥିଲେ। ଏହି ଅଞ୍ଚଳ ଆତଙ୍କବାଦ, ହିଂସା, ଉଗ୍ରବାଦ ଭଳି ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବାରୁ ଘନିଷ୍ଠ ବନ୍ଧୁ ଭାବେ ଭାରତ ଓ ରୁଷିଆ ଉଭୟର ସାଧାରଣ ସ୍ବାର୍ଥର ସୁରକ୍ଷା ଏବଂ ଶାନ୍ତି ଓ ସମୃଦ୍ଧି ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଜୟଶଙ୍କର କହିଥିଲେ।
ଭାରତ ସହ ହୋଇଥିବା ଏସ୍‌-୪୦୦ ଡିଫେନ୍ସ ମିଶାଇଲ ସିଷ୍ଟମ୍‌ ଡିଲ୍‌ କାର୍ଯ୍ୟକାରୀ ହୋଇଥିବା ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ଲାଭରୋଭ କହିଥିଲେ। ଭାରତର ପ୍ରତିରକ୍ଷା ସାମର୍ଥ୍ୟ ବଢ଼ାଇବାରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସହଯୋଗକୁ ଦୁର୍ବଳ କରିବା ଲାଗି ଆମେରିକା ଉଦ୍ୟମ ଚଳାଇଥିଲା। ଭାରତ ସାର୍ବଭୌମ ଦେଶ ଓ କାହାଠାରୁ ଅସ୍ତ୍ର କିଣିବେ ଓ କାହା ସହ ସମ୍ପର୍କ ସ୍ଥାପନ କରିବେ ସେ ନିଷ୍ପତ୍ତି ସେମାନେ ନେଇପାରିବେ ବୋଲି ଆମେରିକାକୁ ନୂଆଦିଲ୍ଲୀ ବୁଝାଇ ଦେଇଥିଲା ବୋଲି ଲାଭରୋଭ କହିଛନ୍ତି। ସୂଚନାଯୋଗ୍ୟ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ବିରୋଧ ସତ୍ତ୍ୱେ ରୁଷିଆରୁ ୫ ବିଲିୟନ ଡଲାର ମୂଲ୍ୟରେ ୫ ୟୁନିଟ ଏସ୍‌-୪୦୦ ଏୟାର ଡିଫେନ୍ସ ମିଶାଇଲ ସିଷ୍ଟମ କିଣିବା ଲାଗି ଭାରତ ୨୦୧୮ ଅକ୍ଟୋବରରେ ଚୁକ୍ତି ସ୍ବାକ୍ଷର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

ନାଗାଲାଣ୍ଡର ୬ ଜିଲାରେ ବୁଥ୍‌ ଖାଁ ଖାଁ, ଭୋଟ ଦେବାକୁ ଆସିଲେ ନାହିଁ ଜଣେ ହେଲେ ବି ଭୋଟର୍‌  

କୋହିମା,୧୯ା୪: ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ)...

ନାନୋ ୟୁରିଆ ବ୍ୟବହାର ପାଇଁ ଆସିଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୯ା୪: ୩ ବର୍ଷ ପାଇଁ ନାନୋ ୟୁରିଆ ପ୍ଲସ୍‌ ସାର ବ୍ୟବହାର ନିମନ୍ତେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏହି ସାରର ଉର୍ବରତା...

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri