Posted inଜାତୀୟ

ଚାଇନାର ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରସଙ୍ଗ ଉଠାଇଲା ଭାରତ

ନୂଆଦିଲ୍ଲୀ, ୭।୧୨(ପି.ଟି.): ଭାରତ ଓ ରୁଷିଆର ପ୍ରତିରକ୍ଷା ଏବଂ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ସୋମବାର ୨+୨ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାରତ ଏହାର ଉତ୍ତରାଞ୍ଚଳ ସୀମାରେ ପଡୋଶୀ ଦେଶର ଅତ୍ୟଧିକ ସାମରିକୀକରଣ ଓ ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରସଙ୍ଗ ଉଠାଇଛି। ବୈଠକରେ ଉଦ୍‌ବୋଧନ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ, ଭାରତ ଏହାର ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଏବଂ ଦେଶବାସୀଙ୍କ ଅନ୍ତର୍ନିହିତ ସାମର୍ଥ୍ୟ ବଳରେ ଯେକୌଣସି ଚ୍ୟାଲେଞ୍ଜକୁ ସମ୍ମୁଖୀନ ହେବା ଲାଗି ଦୃଢ଼ ନିଶ୍ଚିତ। ବୈଠକରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର, ତାଙ୍କ ରୁଷିଆ ପ୍ରତିପକ୍ଷ ସର୍ଗେଇ ଲାଭରୋଭ୍‌ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ସର୍ଗେଇ ଶୋଇଗୁ ଯୋଗ ଦେଇଥିଲେ। ମହାମାରୀ ସମୟରେ ପଡୋଶୀ ଦେଶ ଉତ୍ତର ସୀମାରେ ଅତ୍ୟଧିକ ସାମରିକୀକରଣ ଏବଂ
ସୀମାରେ ଅସ୍ତ୍ରଶସ୍ତ୍ର ଠୁଳ କରିବା ଘଟଣା ଉତ୍ତେଜନା ସୃଷ୍ଟି କରୁଛି। ୨୦୨୦ ମେ’ରୁ ସୀମାରେ ଏଭଳି ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି ବୋଲି ରାଜନାଥ ଚାଇନା ନାଁ ନ ନେଇ କହିଥିଲେ। ଭାରତ ବିକାଶକୁ ଅଧିକ ଗୁରୁତ୍ୱ ଦେଉଥିଲେ ହେଁ ସାମରିକ ଚ୍ୟାଲେଞ୍ଜକୁ ତତ୍କାଳ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି। ଦେଶର ଆଶା ଆକାଂକ୍ଷା ଏବଂ ଆବଶ୍ୟକତା ପ୍ରତି ସମ୍ବେଦନଶୀଳ ଓ ଦାୟିତ୍ୱସମ୍ପନ୍ନ ଦେଶ ସହ ଭାରତ ସମ୍ପର୍କ ବଢ଼ାଇବାକୁ ଚାହେଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ମଧ୍ୟରେ ଶିଖର ସମ୍ମିଳନୀ ହେଉଥିବାରୁ ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ଏହା ଏକ ଐତିହାସିକ ଦିନ ବୋଲି ରାଜନାଥ କହିଥିଲେ। ସେହିପରି ବହିର୍ବ୍ୟାପାର ମନ୍ତ୍ରୀ ଜୟଶଙ୍କର କହିଥିଲେ, ଭାରତ ଓ ରୁଷିଆ ମଧ୍ୟରେ ସମ୍ପର୍କ ଘନିଷ୍ଠ ଓ ସମୟ ସହ ପରୀକ୍ଷିତ। ଏହି ସମ୍ପର୍କ ଅସାଧାରଣ ଭାବେ ସୁଦୃଢ଼ ବୋଲି ସେ କହିଥିଲେ। ଏହି ଅଞ୍ଚଳ ଆତଙ୍କବାଦ, ହିଂସା, ଉଗ୍ରବାଦ ଭଳି ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବାରୁ ଘନିଷ୍ଠ ବନ୍ଧୁ ଭାବେ ଭାରତ ଓ ରୁଷିଆ ଉଭୟର ସାଧାରଣ ସ୍ବାର୍ଥର ସୁରକ୍ଷା ଏବଂ ଶାନ୍ତି ଓ ସମୃଦ୍ଧି ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଜୟଶଙ୍କର କହିଥିଲେ।
ଭାରତ ସହ ହୋଇଥିବା ଏସ୍‌-୪୦୦ ଡିଫେନ୍ସ ମିଶାଇଲ ସିଷ୍ଟମ୍‌ ଡିଲ୍‌ କାର୍ଯ୍ୟକାରୀ ହୋଇଥିବା ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ଲାଭରୋଭ କହିଥିଲେ। ଭାରତର ପ୍ରତିରକ୍ଷା ସାମର୍ଥ୍ୟ ବଢ଼ାଇବାରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସହଯୋଗକୁ ଦୁର୍ବଳ କରିବା ଲାଗି ଆମେରିକା ଉଦ୍ୟମ ଚଳାଇଥିଲା। ଭାରତ ସାର୍ବଭୌମ ଦେଶ ଓ କାହାଠାରୁ ଅସ୍ତ୍ର କିଣିବେ ଓ କାହା ସହ ସମ୍ପର୍କ ସ୍ଥାପନ କରିବେ ସେ ନିଷ୍ପତ୍ତି ସେମାନେ ନେଇପାରିବେ ବୋଲି ଆମେରିକାକୁ ନୂଆଦିଲ୍ଲୀ ବୁଝାଇ ଦେଇଥିଲା ବୋଲି ଲାଭରୋଭ କହିଛନ୍ତି। ସୂଚନାଯୋଗ୍ୟ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ବିରୋଧ ସତ୍ତ୍ୱେ ରୁଷିଆରୁ ୫ ବିଲିୟନ ଡଲାର ମୂଲ୍ୟରେ ୫ ୟୁନିଟ ଏସ୍‌-୪୦୦ ଏୟାର ଡିଫେନ୍ସ ମିଶାଇଲ ସିଷ୍ଟମ କିଣିବା ଲାଗି ଭାରତ ୨୦୧୮ ଅକ୍ଟୋବରରେ ଚୁକ୍ତି ସ୍ବାକ୍ଷର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri