Posted inଜାତୀୟ

୧୮,୨୦୦ ହେକ୍ଟର ଜଙ୍ଗଲ ହରାଇଛି ଭାରତ

ନୂଆଦିଲ୍ଲୀ, ୨୨।୫ (ପି.ଟି.): ୨୦୨୪ରେ ଭାରତ ୧୮,୨୦୦ ହେକ୍ଟରର ପ୍ରାକୃତିକ ଜଙ୍ଗଲ ହରାଇଛି। ଗ୍ଲୋବାଲ ଫରେଷ୍ଟ ଓ୍ବାଚ୍‌ ଏବଂ ୟୁନିଭର୍ସିଟି ଅଫ୍‌ ମେରିଲାଣ୍ଡ ପକ୍ଷରୁ ଏ ସମ୍ପର୍କିତ କରାଯାଇଥିବା ଏକ ଅଧ୍ୟୟନର ରିପୋର୍ଟକୁ ବୁଧବାର ପ୍ରକାଶ କରାଯାଇଛି। ରିପୋର୍ଟ ଅନୁଯାୟୀ, ୨୦୨୩ରେ ଭାରତ ୧୭,୭୦୦ ହେକ୍ଟର ପ୍ରାକୃତିକ ଜଙ୍ଗଲ ହରାଇଥିଲା। ସେହିପରି ୨୦୦୧ରୁ ବର୍ତ୍ତମାନ ସୁଦ୍ଧା ଦେଶରେ ୨.୩୧ ମିଲିୟନ ହେକ୍ଟରର ବୃକ୍ଷ ପରିବେଷ୍ଟିତ କ୍ଷେତ୍ର ନଷ୍ଟ ହୋଇସାରିଛି। ଏହି ଅବଧି ମଧ୍ୟରେ ଦେଶର ବୃକ୍ଷ ପରିବେଷ୍ଟିତ କ୍ଷେତ୍ର ୭.୧% ହ୍ରାସ ଘଟିଛି, ଯାହା ୧.୨୯ ଗିଗାଟନ ଅଙ୍ଗାରକାମ୍ଳ ନିର୍ଗମନ ସହ ସମାନ ବୋଲି ଏହି ରିପୋର୍ଟ କହିଛି। ୨୦୦୨ରୁ ୨୦୨୪ ମଧ୍ୟରେ ଦେଶ ୩ ଲକ୍ଷ ୪୮ ହଜାର ହେକ୍ଟରର ଆଦର୍‌ର ପ୍ରାକୃତିକ ଜଙ୍ଗଲ ହରାଇଛି, ଯାହା ମୋଟ ଆଦର୍‌ର ପ୍ରାକୃତିକ ଜଙ୍ଗଲର ୫.୪% ରହିଛି। ୨୦୧୯ରୁ ୨୦୨୪ ମଧ୍ୟରେ ଭାରତ ୧ ଲକ୍ଷ ୩ ହଜାର ହେକ୍ଟରର ଆଦର୍‌ର ପ୍ରାକୃତିକ ଜଙ୍ଗଲ ହରାଇଛି, ଯାହା ଉକ୍ତ ଅବଧିରେ ନଷ୍ଟ ହୋଇଥିବା ବୃକ୍ଷ ପରିବେଷ୍ଟିତ କ୍ଷେତ୍ରର ୧୪% ହୋଇଥିବା ରିପୋର୍ଟ କହିଛି। ୨୦୨୨ରେ ଦେଶ ୧୬,୯୦୦ ହେକ୍ଟର, ୨୦୨୧ରେ ୧୮,୩୦୦ ହେକ୍ଟର, ୨୦୨୦ରେ ୧୭,୦୦୦ ହେକ୍ଟର, ୨୦୧୯ରେ ୧୪,୫୦୦ ହେକ୍ଟରର ଆଦର୍‌ର ପ୍ରାଥମିକ ଜଙ୍ଗଲ ହରାଇଛି। ଗ୍ଲୋବାଲ ଫରେଷ୍ଟ ଓ୍ବାଚ୍‌ର ଗବେଷକମାନେ ଲ୍ୟାଣ୍ଡସାଟ୍‌ ସାଟେଲାଇଟ ଚିତ୍ର ଏବଂ ପ୍ରତ୍ୟେକ ଅଞ୍ଚଳ ପାଇଁ ସ୍ବତନ୍ତ୍ର ଆଲ୍‌ଗୋରିଦମର ବ୍ୟବହାର କରି ଭାରତର ବିଭିନ୍ନ ଜଙ୍ଗଲକୁ ଚିହ୍ନଟ କରି ଏହି ଅଧ୍ୟୟନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?