‘ଭାରତ ବିଶ୍ୱର ଦ୍ରୁତ ବିକାଶଶୀଳ ରାଷ୍ଟ୍ରରେ ପରିଣତ ହୋଇଛି’

ଭୁବନେଶ୍ୱର, ୨୫।୪ (ବ୍ୟୁରୋ): ସୂଚନା ପ୍ରଯୁକ୍ତିକୁ ଆଧାର କରି ଭାରତ ବିଶ୍ୱର ଦ୍ରୁତ ବିକାଶଶୀଳ ରାଷ୍ଟ୍ରରେ ପରିଣତ ହୋଇଛି। ଭାରତକୁ ବିଶ୍ୱବ୍ୟାପୀ ଅଧିକ ସମ୍ମାନ ମିଳୁଛି ବୋଲି କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି। ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ପରିସରରେ ଜି-୨୦ ଶିକ୍ଷା ଓ୍ବାର୍କିଂ ଗ୍ରୁପ୍‌ର ତୃତୀୟ ବୈଠକ ପରିପ୍ରେକ୍ଷୀରେ ଚାଲିଥିବା ‘ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ’ର ସୋମବାର ଥିଲା ଦ୍ୱିତୀୟ ଦିବସ। କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଲେ, ଏହି ସମ୍ମିଳନୀରେ ଲଜିଷ୍ଟିକ୍ସ କ୍ଷେତ୍ରରେ ସମନ୍ବୟ, ଉପକୂଳ ଅର୍ଥ ବ୍ୟବସ୍ଥା ଏବଂ ଦୀର୍ଘ ସ୍ଥାୟିତ୍ୱ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଉଛି। ଉପକୂଳ ଅର୍ଥ ବ୍ୟବସ୍ଥାରେ ଦକ୍ଷତା ବିକାଶ ପରିଦୃଶ୍ୟ ପାଇଁ ଏସବୁ ଆଲୋଚନା ଜରୁରୀ। ଆଗାମୀ ଦିନରେ ଲଜିଷ୍ଟିକ୍ସ କ୍ଷେତ୍ରରେ ଛାତ୍ରୀଛାତ୍ରଙ୍କ ପାଇଁ ଅପାର ସୁଯୋଗ ସୃଷ୍ଟି ହେବ। ସେମି କଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଦ୍ୱାରା ଏହାକୁ ସଶକ୍ତ କରାଗଲେ ନିବେଶ, ଉଦ୍ୟମିତା ଓ ନିଯୁକ୍ତି ପାଇଁ ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇପାରିବ। ସୁଯୋଗର ପ୍ରତିନିଧିତ୍ୱ କରିବା ଏବଂ ଆହ୍ବାନର ମୁକାବିଲା କରିବା ଲାଗି ସମଗ୍ର ବିଶ୍ୱ ପାଇଁ ଏହାଏକ ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସେହିପରି ଦେଶରେ ମୋବାଇଲ ଫୋନ ଉତ୍ପାଦନ ସମ୍ପର୍କରେ ଉଦାହରଣ ଦେଇ କେନ୍ଦ୍ରମନ୍ତ୍ରୀ କହିଲେ, ୨୦୧୪ରେ ଭାରତରେ ବ୍ୟବହୃତ ୮୨% ମୋବାଇଲ ଫୋନ୍‌ ବାହାରୁ ଆମଦାନୀ କରାଯାଉଥିଲା। ମାତ୍ର ୨୦୨୨ରେ ଭାରତରେ ଉପଯୋଗ କରାଯାଉଥିବା ପ୍ରାୟ ୧୦୦% ମୋବାଇଲ ଫୋନ୍‌ ଆମ ଦେଶରେ ହିଁ ନିର୍ମାଣ କରାଯାଉଛି। ୨୦୧୪ରେ ଭାରତର ମୋବାଇଲ ଫୋନ ରପ୍ତାନି ସମ୍ପୂର୍ଣ୍ଣ ଶୂନ୍ୟ ସ୍ତରରେ ଥିବାବେଳେ ଚଳିତବର୍ଷ ୧୧ ବିଲିୟନ ଡଲାର ମୂଲ୍ୟର ଆପଲ୍‌ ଏବଂ ସାମ୍‌ସଙ୍ଗ ଫୋନ ବିଦେଶକୁ ରପ୍ତାନି କରିଛି। ଏବେ ବିଶ୍ୱର ବଡ଼ବଡ଼ ସେମି କଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ, ମୋବାଇଲ ଏବଂ ଅନ୍ୟାନ୍ୟ ଉତ୍ପାଦ ନିର୍ମାତା ଭାରତରେ ସେମାନଙ୍କ ସାମଗ୍ରୀ ତିଆରି ସହ ବିକ୍ରି ଓ ରପ୍ତାନି କରିବା ଲାଗି ଆଗ୍ରହୀ ହେଉଛନ୍ତି। ଦେଶରେ ଲଜିଷ୍ଟିକ୍ସ ଇକୋସିଷ୍ଟମ ଏବେ ଅଧିକ ଦକ୍ଷ ହୋଇପାରିଛି। ଭବିଷ୍ୟତରେ ସ୍କିଲିଂ, ଅପସ୍କିଲିଂ ଓ ରିସ୍କିଲିଂ ବା ନିରନ୍ତର ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରାଯିବ। ତେଣୁ ଦକ୍ଷତା ବିକାଶ ସବୁବେଳେ ଏକ ନିରନ୍ତର ପ୍ରକ୍ରିୟା ହୋଇ ରହିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।
ସମାରୋହରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ସଚିବ ଅତୁଲ କୁମାର ତିୱାରୀ, ସିଆଇଆଇର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଟିଭିଏସ ସପ୍ଲାଇ ଚେନ ସଲ୍ୟୁଶନ୍ସର ଉପସଭାପତି ଆର୍‌. ଦିନେଶ, ଡେଲଏଟ୍‌ର ଭାଗୀଦାର ଏନ୍‌.ଏସ୍‌.ଏନ୍‌. ମୂର୍ତ୍ତି ପ୍ରମୁଖ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗରମ ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର, ୨୫।।୫ (ବନ୍ଦନା ସେଠୀ): ପ୍ରବଳ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ସନାତନ ଧର୍ମକୁ ଅପମାନ ବିରୋଧରେ ବଲାଙ୍ଗୀରରେ ଗର୍ଜିଲା ରାଷ୍ଟ୍ରୀୟ ହିନ୍ଦୁ ପରିଷଦ: ଉଦୟନିଧି ଷ୍ଟାଲିନଙ୍କ ଗିରଫଦାରୀ ଦାବି

ବଲାଙ୍ଗୀର,୨୩।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ସଂଧ୍ୟାରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା, ବଲାଙ୍ଗୀର ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri