Posted inଖେଳ

ଫାଇନାଲର ୪୮ ଘଣ୍ଟା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୭।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫାଇନାଲ ପୂର୍ବରୁ ଭାରତୀୟ ଟିମ୍‌କୁ ଲାଗିଛି ବଡ଼ ଝଟ୍‌କା। ସେମିଫାଇନାଲ ମୁକାବିଲାରେୀ ଆହତ ହେବା ପରଠାରୁ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ମ୍ୟାଟ ହେନରୀ ଖେଳି ନ ପାରନ୍ତି ବୋଲି କୁହାଯାଉଥିଲା। ହେଲେ ଏବେ ତାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ନ୍ୟୁଜିଲ୍ୟାଣ୍ଡର ମୁଖ୍ୟ ପ୍ରଶିକ୍ଷକ ଗ୍ୟାରି ଷ୍ଟିଡ ସୂଚନା ଦେଇଛନ୍ତି ଯେ ହେନରୀ ଦଳରେ ଯୋଗ ଦେଇଛନ୍ତି। ସେ ନେଟ୍ସରେ ବୋଲିଂ ମଧ୍ୟ ଆରମ୍ଭ କରିଛନ୍ତି। ହେଲେ ସେ ଫାଇନାଲ ମ୍ୟାଚ ଖେଳିବା କିମ୍ବା ନ ଖେଳିବା ପ୍ରସଙ୍ଗରେ ଏବେ କିଛି କୁହାଯାଇପାରିବ ନାହିଁ ବୋଲି ସେ କହିଛନ୍ତି।

ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପୂର୍ବରୁ ଏକ ଖବରଦାତା ସମ୍ମିଳନୀରେ ପ୍ରଶିକ୍ଷକ ଗ୍ୟାରି ଷ୍ଟିଡ କହିଥିଲେ ଯେ ଦଳ ଆଶାବାଦୀ ଯେ ହେନରୀ ମ୍ୟାଚ ପାଇଁ ଫିଟ୍‌ ହୋଇଯିବେ। ତାଙ୍କ କାନ୍ଧର ତଳ ଭାଗରେ ଏବେ ବି ଯନ୍ତ୍ରଣା ହେଉଛି। ତାଙ୍କର ଉପଲବ୍ଧତା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ହେନରୀ ନେଟ୍ସରେ ବୋଲିଂ ଆରମ୍ଭ କରିସାରିଛନ୍ତି। ଏହା ଦଳ ପାଇଁ ଶୁଭଙ୍କର ଆମେ ତାଙ୍କର ସ୍କାନ କରାଇଛୁ । ଆମେ ତାଙ୍କୁ ଏହି ମ୍ୟାଚ ଖେଳିବା ପାଇଁ ସମସ୍ତ ସୁଯୋଗ ଦେବୁ। କିନ୍ତୁ ଏପର୍ଯ୍ୟନ୍ତ କିଛି ନିଶ୍ଚିତ ହୋଇନାହିଁ ବୋଲି ସେ କହିଛନ୍ତି।

ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ସେମିଫାଇନାଲରେ ହେନରୀଙ୍କ କାନ୍ଧରେ ଆଘାତ ଲାଗିଥିଲା। ଯଦିଓ ସେ ଯିବା ପରେ ପୁଣି ପଡ଼ିଆକୁ ଫେରି ଆସିଥିଲେ, ଅଧିନାୟକ ସାଣ୍ଟନର ତାଙ୍କ ଅବସ୍ଥା ବିଷୟରେ କହିଥିଲେ ଯେ ତାଙ୍କ କାନ୍ଧ ଏବେ ବି ଯନ୍ତ୍ରଣା କରୁଛି । ଦଳକୁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ କିଛି ଦିନ ଅପେକ୍ଷା କରିବାକୁ ପଡିବ।

କହିରଖୁଛୁ,ହେନରୀ ଟିମ ଇଣ୍ଡିଆ ପାଇଁ ବିପଜ୍ଜନକ କାରଣ ତାଙ୍କର ଲାଇନ-ଲେନ୍ଥ ଏବଂ ଗତି ସର୍ବଦା ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଏ। ଯଦି ଆମେ ୨୦୨୩ ଆରମ୍ଭରୁ ଏଯାବତର ପରିସଂଖ୍ୟାନ ଉପରେ ନଜର ପକାଇବା, ତେବେ ଏହି ଖେଳାଳି ହେଉଛନ୍ତି ସବୁଠାରୁ ଅଧିକ ଅନ୍ତର୍ଜାତୀୟ ଉଇକେଟ ନେଇଥିବା ବୋଲର। ସେ ୬୬ ଇନିଂସରେ ୧୩୬ଟି ଆନ୍ତର୍ଜାତୀୟ ଉଇକେଟ ନେଇଛନ୍ତି। ଏହା ସ୍ପଷ୍ଟ ଯେ ଟିମ ଇଣ୍ଡିଆ କେବେ ଚାହିଁବ ନାହିଁ ଯେ ହେନରୀ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ପାଇଁ ଫିଟ୍‌ ହୁଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri