Posted inଜାତୀୟ

‘ଯଦି ମୋ’ ପତ୍ନୀ ପାକିସ୍ତାନର ISI ଏଜେଣ୍ଟ, ତେବେ ମୁଁ ଭାରତର RAW ଏଜେଣ୍ଟ…’ ମୁଖ୍ୟମନ୍ତ୍ରୀ ହିମନ୍ତଙ୍କୁ କାହିଁକି ଏଭଳି ଜବାବ ଦେଲେ ଗୌରବ ଗୋଗୋଇ

ନୂଆଦିଲ୍ଲୀ,୧୩।୨:ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ବିରୋଧରେ ଆଉ ଏକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ବ୍ରିଟିଶ ମହିଳାଙ୍କୁ ବିବାହ ପରେ ଭାଜପା ଗୋଗୋଇଙ୍କ ପତ୍ନୀଙ୍କ ଉପରେ ପାକିସ୍ତାନ ଏବଂ ଏହାର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହିତ ସମ୍ପର୍କ ରଖିବା ଅଭିଯୋଗ ଆଣିଥିଲା। ଏହାକୁ ଲୋକସଭାରେ ବିରୋଧୀ ଦଳ ଉପନେତା “ହାସ୍ୟାସ୍ପଦ ଏବଂ ମଜାଦାର” ବୋଲି କହି ଖାରଜ କରିଦେଇଥିଲେ। ଏବେ ଗୁରୁବାର ହିମନ୍ତ ଦାବି କରିଛନ୍ତି ଯେ ବ୍ରିଟିଶ ମହିଳାଙ୍କୁ ବିବାହ କରିବା ପରେ ଏମ୍‌ପି ଲୋକ ସଭାରେ ପ୍ରତିରକ୍ଷା ପ୍ରସଙ୍ଗରେ ପ୍ରଶ୍ନ ପଚାରିବା ଆରମ୍ଭ କରିଛନ୍ତି। ଏହାକୁ ନେଇ ଗୋଗୋଇ ବଡ଼ ବୟାନ ଦେଇଛନ୍ତି।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ଗୁରୁବାର କଂଗ୍ରେସ ନେତା ଗୌରବ ଗୋଗୋଇଙ୍କ ଉପରେ ବୟାନ ଦେଇ କହିଛନ୍ତି ଯେ ସେ ଜଣେ ବ୍ରିଟିଶ ନାଗରିକଙ୍କୁ ବିବାହ କରିବା ପରେ ସଂସଦରେ ସମ୍ବେଦନଶୀଳ ପ୍ରତିରକ୍ଷା ମାମଲାରେ ପ୍ରଶ୍ନ ଉଠାଉଛନ୍ତି। ହେଲେ ଗୋଗୋଇ ଏହାକୁ ’ମିଥ୍ୟା ଅଭିଯୋଗ’ ବୋଲି କହିଛନ୍ତି। ଭାରତୀୟ ଜନତା ପାର୍ଟି (ଭାଜପା) ଗୋଗୋଇଙ୍କ ପତ୍ନୀଙ୍କ ଉପରେ ପାକିସ୍ତାନ ଏବଂ ଏହାର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହିତ ସମ୍ପର୍କ ରଖିବାର ଅଭିଯୋଗ ଆଣିବା ପରେ ଶର୍ମା ଏହି ମନ୍ତବ୍ୟ ଦେଇଛନ୍ତି।
ସିଏମ ଶର୍ମା ’X’ ରେ ଏକ ପୋଷ୍ଟରେ, ଗୋଗୋଇଙ୍କ ନାମ ନ ନେଇ ଦାବି କରିଛନ୍ତି ଯେ, “୨୦୧୫ ମସିହାରେ, ଭାରତରେ ପାକିସ୍ତାନୀ ହାଇକମିଶନର ଅବଦୁଲ ବାସିତ ପ୍ରଥମ ଥର ପାଇଁ ଏମ୍‌ପି ସଦସ୍ୟ ଏବଂ ତାଙ୍କ ଷ୍ଟାର୍ଟଅପ୍‌ ’ପଲିସି ଫର୍‌ ୟୁଥ’କୁ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନରେ ଭାରତ-ପାକିସ୍ତାନ ସମ୍ପର୍କ ଉପରେ ଆଲୋଚନା କରିବା ପାଇଁ ନିମନ୍ତ୍ରଣ କରିଥିଲେ।” ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ’ବିଶେଷ କଥା ହେଉଛି ଯେ ଏମ୍‌ପି ସେତେବେଳେ ବୈଦେଶିକ ବ୍ୟାପାର ସଂସଦୀୟ କମିଟିର ସଦସ୍ୟ ନ ଥିଲେ, ତେଣୁ ଏହା ତାଙ୍କ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଉଛି।’ ଏପରିକି ଶର୍ମା ଦାବି କରିଛନ୍ତି ଯେ ’ଆଭ୍ୟନ୍ତରୀଣ ବ୍ୟାପାରରେ ପାକିସ୍ତାନୀ ହାଇକମିଶନରଙ୍କ ହସ୍ତକ୍ଷେପ, ବିଶେଷକରି ହୁରିୟତ କନଫରେନ୍ସ ସହିତ ଏହାର ଜଡିତତା ବିରୁଦ୍ଧରେ ଭାରତର ସରକାରୀ ପ୍ରତିବାଦ ସତ୍ତ୍ୱେ’ ଏହି ଗସ୍ତ ହୋଇଥିଲା।

ଏହି ଅଭିଯୋଗଗୁଡ଼ିକୁ ପ୍ରତ୍ୟାଖ୍ୟାନ କରି ଗୋଗୋଇ କହିଛନ୍ତି ଯେ ଯଦି ମୋ ପତ୍ନୀ ପାକିସ୍ତାନର ISI ଏଜେଣ୍ଟ, ତେବେ ମୁଁ ଭାରତର RAW ଏଜେଣ୍ଟ। ସେ କହିଛନ୍ତି ଯେ ଭାଜପା ପାଖରେ ଉଠାଇବା ପାଇଁ କୌଣସି ପ୍ରସଙ୍ଗ ନାହିଁ ଏବଂ ସେମାନେ ମିଥ୍ୟା ଅଭିଯୋଗ ଉପରେ ନିର୍ଭର କରୁଛନ୍ତି।
ଏହା ପୂର୍ବରୁ ବୁଧବାର ଭାଜପାର ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ଭାଟିଆ ଅଭିଯୋଗ କରିଥିଲେ ଯେ ଜାତୀୟ ସୁରକ୍ଷା ସହ ଜଡିତ କିଛି ଗମ୍ଭୀର ତଥ୍ୟ ସାମ୍ନାକୁ ଆସିଛି। ସେ ଦାବି କରିଥିଲେ, ’ଲୋକ ସଭାରେ ବିରୋଧୀ ଦଳ ଉପନେତା ଗୌରବ ଗୋଗୋଇଙ୍କ ପତ୍ନୀ ଏଲିଜାବେଥ କଲବର୍ଣ୍ଣଙ୍କ ପାକିସ୍ତାନ ଯୋଜନା କମିଶନ ପରାମର୍ଶଦାତା ଅଲି ତୌକିର ଶେଖ୍‌ ଏବଂ ଆଇଏସ୍‌ଆଇ ସହିତ ସମ୍ପର୍କର ପର୍ଦ୍ଦାଫାଶ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?