Posted inଖେଳ

ସ୍ଲୋ ଓଭର ରେଟ୍‌ ପାଇଁ ଭାରତକୁ ଜରିମାନା

ଦୁବାଇ, ୨୯ା୧୧ (ପି.ଟି.)-ସିଡ୍‌ନୀଠାରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ସ୍ଲୋ ଓଭର ରେଟ୍‌ ବୋଲିଂ ପାଇଁ ଭାରତୀୟ କ୍ରିକେଟ ଦଳକୁ ମ୍ୟାଚ ଫି’ର ୨୦ ପ୍ରତିଶତ ଜରିମାନା କରାଯାଇଛି। ୬୬ରନରେ ପରାଜିତ ଏହି ମ୍ୟାଚରେ ଭାରତ ସେମାନଙ୍କର ୫୦ ଓଭର ବୋଲିଂ ଶେଷ କରିବା ଲାଗି ୪ ଘଣ୍ଟା ୬ ମିନିଟ୍‌ ସମୟ ନେଇଥିଲା। ଧାର୍ଯ୍ୟ ସମୟ ମଧ୍ୟରେ ଭାରତ ଗୋଟିଏ ଓଭର ପଛୁଆ ରହିଯାଇଥିଲା। ଏହାଦ୍ୱାରା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଆଚରଣବିଧିର ଧାରା ୨.୨୨ର ଉଲ୍ଲଂଘନ ହୋଇଥିଲା। ଆଇସିସି ମ୍ୟାଚ ରେଫରି ଡେଭିଡ୍‌ ବୁନ୍‌ ଭାରତୀୟ ଦଳକୁ ଦଣ୍ଡିତ କରିଥିଲେ। ଅଧିନାୟକ ବିରାଟ କୋହଲି ଦଣ୍ଡକୁ ଗ୍ରହଣ କରିନେଇଥିବାରୁ ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକ ପଡ଼ି ନ ଥିଲା। ଅନ୍‌ ଫିଲ୍ଡ ଅମ୍ପାୟର ରଡ୍‌ ଟକର ଓ ସାମ୍‌ ନୋଗାଜସ୍କି, ଟିଭି ଅମ୍ପାୟର ପଲ୍‌ ରିଫେଲ ଏବଂ ଚତୁର୍ଥ ଅମ୍ପାୟର ଜେରାର୍ଡ ଆବୁଡ୍‌ ଭାରତ ବିରୋଧରେ ରିପୋର୍ଟ କରିଥିଲେ। ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ ରବିବାର ସିଡ୍‌ନୀଠାରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସ: ଚାପ ସ୍ଥିତିରେ ସର୍ବଦା ଭଲ ପ୍ରଦର୍ଶନ କରି ଆସିଛି -ଦୂତୀ

ଭୁବନେଶ୍ୱର, ୧୧।୭(କ୍ରୀଡ଼ା ପ୍ରତିନିଧି)- ”ଇଟାଲି ପ୍ରତିଯୋଗିତାରେ ୧୦୦ ମିଟର ପ୍ରତିଦ୍ୱନ୍ଦ୍ୱିତା ବହୁତ ଟପ୍‌ ଥିଲା। ଟାଇମିଂ ଅନୁସାରେ ମୁଁ ୫ ନମ୍ବରରେ ଥିଲି। ୩ ପ୍ରତିଯୋଗି...

ଟିମ୍‌ ଇଣ୍ଡିଆ ପାଇଁ କ୍ଷତିରେ ପଡ଼ିପାରେ ଟି୨୦ ବିଶ୍ୱକପ୍‌

ମୁମ୍ବାଇ,୯।୧୧: ଭାରତୀୟ ଦଳ ବିଦାୟ ନେଇଥିବାରୁ ଚଳିତ ଟି୨୦ ବିଶ୍ୱକପ୍‌କୁ ଆର୍ଥିକ କ୍ଷତିକୁ ସହିବାକୁ ପଡ଼ିପାରେ। ଚଳିତ ଥର ଭଳି ୨୦୦୭ ବିଶ୍ୱକପ୍‌ରେ ମଧ୍ୟ ପ୍ରଥମ...

ମ୍ୟାଗ୍ନସ କାର୍ଲସେନ ଚାମ୍ପିୟନ

ଓସ୍‌ଲୋ,୫ା୫: ସର୍ବପ୍ରଥମ ମ୍ୟାଗ୍ନସ କାର୍ଲସେନ ଆମନ୍ତ୍ରଣୀୟ ଚେସ୍‌ ଟୁର୍ନାମେଣ୍ଟ ଏପ୍ରିଲ ୧୮ରୁ ମେ ୩ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଶକ୍ତିଶାଳୀ ଅନ୍‌ଲାଇନ୍‌ ଟୁର୍ନାମେଣ୍ଟରେ ନରୱେ...

୪୭ ବର୍ଷର ରେକର୍ଡ ଭାଙ୍ଗିଲେ ରୋହିତ-ମୟଙ୍କ ଯୋଡି

ବିଶାଖାପାଟନା,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ମଜଭୁତ୍‌ ସ୍ଥିତିରେ ପହଞ୍ଚିଛି। ଦୁଇ ଓପନର ରୋହିତ ଶର୍ମା ଏବଂ ମୟଙ୍କ ଅଗ୍ରଓ୍ବାଲଙ୍କ ଜବରଦସ୍ତ ପ୍ରଦର୍ଶନରେ...

ଉଦ୍‌ଘାଟନୀ ଲଙ୍କା ପ୍ରିମିୟର ଲିଗ୍‌ ସ୍ଥଗିତ

କଲମ୍ବୋ, ୧୨ା୮ (ପି.ଟି.)-ଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌)ର ପ୍ରଥମ ସଂସ୍କରଣକୁ ସ୍ଥଗିତ ରଖିଛି ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି)। ଦେଶରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି।...

ଦିବାରାତ୍ର ଟେଷ୍ଟ: ‘ରିଷ୍ଟ ସ୍ପିନରଙ୍କୁ ଫାଇଦା ମିଳିବ’

ନୂଆଦିଲ୍ଲୀ, ୨୦।୧୧(ପି.ଟି.)-ଭାରତ ଏହାର ସର୍ବପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟ କୋଲକାତାର ଇଡେନ ଗାର୍ଡେନରେ ଖେଳିବାକୁ ଯାଉଛି। ବାଂଲାଦେଶ ବିପକ୍ଷ ଏହି ଟେଷ୍ଟ ପିଙ୍କ୍‌ବଲ୍‌ରେ ଖେଳାଯିବ। ଫ୍ଲଡଲାଇଟ୍‌ରେ...

ଭଲପାଇବା ଦେଖି ଚକିତ ହେଲେ ଇଂଲଣ୍ଡ କ୍ରିକେଟର: କହିଲେ ‘ଭାରତରେ କ୍ରିକେଟ ଏବଂ ଧୋନୀଙ୍କ ପୂଜା କରାଯାଏ’

ନୂଆଦିଲ୍ଲୀ,୨।୬: ଆଇପିଏଲ୍‌ ୨୦୧୮ରେ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ) ପାଇଁ ଖେଳିଥିଲେ ଇଂଲଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ସାମ ବିଲିଙ୍ଗସ୍‌। ଏବେ ସେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରଶଂସାରେ...

ଏ’ ଟିମ୍‌ର ଭାରତଗସ୍ତ ନେଇ ନ୍ୟୁଜିଲାଣ୍ଡ ଆଶାବାଦୀ

ଅକଲାଣ୍ଡ, ୩।୪(ପି.ଟି.)- କୋଭିଡ୍‌-୧୯ ସାରା ବିଶ୍ୱରେ ଆତଙ୍କ ଖେଳିଥିବା ବେଳେ ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍‌ଜେଡସି) ଏ’ ଦଳର ଭାରତ ଗସ୍ତ ନେଇ ବେଶ୍‌ ଆଶାବାଦୀ ଥିବା...

Advertisement
Archives

Model This Week