Posted inଖେଳ

ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ

ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍‌ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା ରହିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ମିଶନ ଅଲିମ୍ପିକ ସେଲ୍‌ ଗଠିତ। ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ରୁ କେଉଁ ଆଥ୍‌ଲେଟମାନେ ଆର୍ଥିକ ସହାୟତା ପାଇବେ ତାହା ଏହା ସ୍ଥିର କରିଥାଏ। ମିଶିିଗାନସ୍ଥିତ କ୍ଲିଫ୍‌ କିନ୍‌ ରେସ୍‌ଲିଂ କ୍ଲବଠାରେ ଡିସେମ୍ବର ୪ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ। ଏବାବଦରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଉଠିବା ପରେ ବଜରଙ୍ଗ ସୋନେପତସ୍ଥିତ ସାଇ ସେଣ୍ଟରେ ଟ୍ରେନିଂ ନେଇଛନ୍ତି। କୋଚ୍‌ ଏମଜାରିଅସ୍‌ ବେଣ୍ଟିନ୍‌ଡିସ୍‌ ଏବଂ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ। ସେଠାରେ ମୁଖ୍ୟ କୋଚ୍‌ ସର୍ଗେଇ ବେଲୋଗ୍ଲାଜୋଭ୍‌ଙ୍କ ଅଧୀନରେ ଅନ୍ୟ ଟପ୍‌ ଅନ୍ତର୍ଜାତୀୟ ରେସ୍‌ଲରମାନଙ୍କ ସହ ସେ ତାଲିମ ନେବେ। ବେଲୋଗ୍ଲାଜୋଭ୍‌ ହେଉଛନ୍ତି ଦୁଇଥର ଅଲିମ୍ପିକ ଚାମ୍ପିୟନ॥ ବଜରଙ୍ଗ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିସାରିଛନ୍ତି। ୬୫କେଜି ଶ୍ରେଣୀରେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ରେସ୍‌ଲର ଡିସେମ୍ବର ୧୨ରୁ ୧୮ ପର୍ଯ୍ୟନ୍ତ ସର୍ବିୟାର ବେଲ୍‌ଗ୍ରେଡ୍‌ରେ ହେବାକୁଥିବା ବ୍ୟକ୍ତିଗତ ବିଶ୍ୱକପ୍‌ରେ ଅଂଶଗ୍ରହଣ ନ କରି ଆମେରିକାରେ ଟ୍ରେନିଂ ନେବାକୁ ପସନ୍ଦ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ଏ ୨୭୩ ରନରେ ଅଗ୍ରଣୀ

ବେଙ୍ଗାଲୁରୁ, ୨।୬- ହୁବ୍‌ଲୀସ୍ଥିତ ନେହେରୁ ଷ୍ଟାଡିୟମରେ ଭ୍ରମଣକାରୀ ଶ୍ରୀଲଙ୍କା-ଏ ବିପକ୍ଷରେ ଚାଲିଥିବା ଅନ୍ତିମ ତଥା ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଭାରତ-ଏ ଦୃଢ଼ସ୍ଥିତିରେ ରହିଛି। ଶନିବାର...

ନାଇଟ୍‌କ୍ଲବ୍‌ରେ ପ୍ରଥମଥର ଦେଖି ଯୁବତୀଙ୍କୁ ମନ ଦେଇ ବସିଥିଲେ ଏହି କ୍ରିକେଟର୍‌

ଟେଷ୍ଟ କ୍ରିକେଟର ଅନ୍ୟତମ ସଫଳ ବୋଲର ହେଲେ ଇଂଲଣ୍ଡର ଜିମି ଆଣ୍ଡରସନ। ୧୫୭ଟି ମ୍ୟାଚରେ ୬୦୦ରୁ ଅଧିକ ଟେଷ୍ଟ ଉଇକେଟ ନେଇଥିବା ସେ ବିଶ୍ୱର ଏକମାତ୍ର...

କାହିଁକି ଅଧିନାୟକ ପଦ ଛାଡିଲେ ଜାଡେଜା, ଧୋନୀ କଲେ ଖୁଲାସା

ମୁମ୍ବାଇ,୨।୫:ଆଇପିଏଲ ୨୦୨୨ର ୪୬ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ୧୩ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବିଜୟ ହାସଲ କରିଛି। ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ...

ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ଲାଗି ଉପଦେଷ୍ଟା କମିଟି ଗଠିତ

ନୂଆଦିଲ୍ଲୀ,୨୩।୮(ପି.ଟି.)- ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୯ ତାରିଖରେ ‘ଫିଟ୍‌ ଇଣ୍ଡିଆ ମୁଭମେଣ୍ଟ’ ଆରମ୍ଭ କରିବାକୁ ଯାଉଛନ୍ତି। ଫିଟ୍‌ନେସକୁ ନେଇ...

ମାଇଲଷ୍ଟୋନ ଠାରୁ ୧୫ ରନ୍‌ ଦୂରରେ ଧୋନୀ

ମୁମ୍ବାଇ,୩୧।୩: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏକ ବିସ୍ଫୋରକ ଅର୍ଦ୍ଧଶତକ ସହ ଚଳିତ ବର୍ଷ ଆଇପିଏଲ୍‌ରେ ଅଭିଯାନ ଆରମ୍ଭ...

ଇଣ୍ଡିଆନ ସୁପର ଲିଗ୍‌: କେରଳ- ଗୋଆ ମ୍ୟାଚ୍‌ ଡ୍ର

ବାମ୍ବୋଲିମ୍‌,୨୪।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର କେରଳ ବ୍ଲାଷ୍ଟର୍ସ ଓ ଏଫ୍‌ସି ଗୋଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଛି। ଫଳରେ...

ପିତାଙ୍କ ପଥରେ ପୁଅ: ଶୁଟିଂରେ ୪ଟି ପଦକ ଜିତିଲେ ରାଠୋରଙ୍କ ପୁଅ

ଜୟପୁର,୨୦।୮:ପୂର୍ବତନ ଭାରତୀୟ ଶୁଟିଂ ଖେଳାଳି ତଥା ଭାଜପା ଏମ୍‌ପି ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ପୁଅ ମଧ୍ୟ ତାଙ୍କ ପଥ ଅନୁକରଣ କରିଛନ୍ତି। ୧୮ତମ ରାଜସ୍ଥାନ ରାଜ୍ୟ...

ଭାରତ ସିଧା କ୍ୱାର୍ଟରଫାଇନାଲ ଖେଳିବ

ନୂଆଦିଲ୍ଲୀ,୨୯ା୭: ଏସିଆନ ଗେମ୍ସ ମହିଳା କ୍ରିକେଟ ପ୍ରତିଯୋଗିତା ପାଇଁ ଡ୍ର’ ଅନୁଷ୍ଠିତ ହୋଇଯାଇଛି। ତଦନୁସାରେ ଭାରତ ସିଧାସଳଖ କ୍ୱାର୍ଟରଫାଇନାଲ ଖେଳିବ। ଆଇସିସି ଦ୍ୱାରା ଦୁଇଟି ମ୍ୟାଚରୁ...

Advertisement
Archives

Model This Week