Posted inଖେଳ

ଭାରତ ଫେଭରାଇଟ

ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ହକିର ୭ମ ସଂସ୍କରଣ ଗୁରୁବାରଠାରୁ ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଛି। ପ୍ରତିଯୋଗିତାରେ ଏସିଆର ୬ଟି ଶ୍ରେଷ୍ଠ ଦଳ ଅଂଶଗ୍ରହଣ କରିବେ। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୪ ନମ୍ବରରେ ଥିବା ଭାରତ ଏଥର ଟାଇଟଲ ଫେଭରାଇଟ ବିବେଚିତ ହେଉଛି।
ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିର ୭ମ ସଂସ୍କରଣ ଗୁରୁବାରଠାରୁ ଚେନ୍ନାଇରେ ଆରମ୍ଭ ହେବ। ଏହା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ନିୟମ ଅନୁସାରେ ଏହି ପ୍ରତିଯୋଗିତାରେ ଏସିଆର ୬ଟି ଶ୍ରେଷ୍ଠ ଦଳ ଅଂଶଗ୍ରହଣ କରିବେ। ଏସିଆନ ହକି ଫେଡେରେଶନ ପ୍ରତିଯୋଗିତା ଆୟୋଜନ କରିବ। ୩ ଥର ଚାମ୍ପିୟନ ଭାରତ ଏହି ପ୍ରତିଯୋଗିତା ପାଇଁ ଏଥର ଫେଭରାଇଟ ରହିବ। ଆଗକୁ ଏସିଆନ ଗେମ୍ସ ଥିବାରୁ ଭାରତ ପାଇଁ ଏହି ଟୁର୍ନାମେଣ୍ଟ ପ୍ରସ୍ତୁତି ସ୍ବରୂପ ହେବ।

ଚାଇନା ବିପକ୍ଷରୁ ଅଭିଯାନ

ପ୍ରତିଯୋଗିତାରେ ଏଥର ଭାରତ, ଚାଇନା, ପାକିସ୍ତାନ, ଜାପାନ, ଦକ୍ଷିଣ କୋରିଆ ଓ ମାଲେସିଆ ଅଂଶଗ୍ରହଣ କରିବେ। ଟୁର୍ନାମେଣ୍ଟ ଫର୍ମାଟ ଅନୁସାରେ ପ୍ରତି ଦଳ ପରସ୍ପରକୁ ଗୋଟିଏ ଲେଖାଏ ମ୍ୟାଚରେ ଭେଟିବା ପରେ ଶ୍ରେଷ୍ଠ ୪ ଦଳ ସେମି ଫାଇନାଲରେ ପ୍ରବେଶ କରିବେ। ୨ଟି ଯାକ ସେମିଫାଇନାଲ ୧୧ ଓ ଫାଇନାଲ ୧୨ ତାରିଖରେ ହେବ। ଭାରତ ଏବେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ୪ ନମ୍ବର ସ୍ଥାନରେ ଅଛି। ଚାଇନା ବିପକ୍ଷରେ ମ୍ୟାଚ ଖେଳି ଭାରତ ଅଭିଯାନ ଆରମ୍ଭ କରିବ।

ପ୍ରଥମଥର ଭାରତ ଆୟୋଜକ

ଏସିଆନ ଚାମ୍ପିୟନ୍ସ ଟ୍ରଫି ୨୦୧୧ରୁ ଆରମ୍ଭ ହୋଇଥିଲେ ହେଁ ଭାରତ ଏଥର ପ୍ରଥମଥର ପାଇଁ ଆୟୋଜନ ସୁଯୋଗ ପାଇଛି। ପୂର୍ବରୁ ଅନୁଷ୍ଠିତ ୬ ସଂସ୍କରଣ ଯଥାକ୍ରମେ ଚାଇନା, କାତ୍ତାର, ଜାପାନ, ମାଲେସିଆ, ଓମାନ ଓ ବାଂଲାଦେଶରେ ଅନୁଷ୍ଠିତ ହୋଇଥିଲା। ଘରୋଇ ପରିବେଶରେ ପ୍ରଥମଥର ପାଇଁ ପ୍ରତିଯୋଗିତା ଆୟୋଜନ ହେବାକୁ ଯାଉଥିବାରୁ ଏସିଆନ ଗେମ୍ସ ପାଇଁ ଟିମ୍‌ କମ୍ବିନେଶନ ସଜାଡ଼ିନେବା ଭାରତର ପ୍ରଥମ ଲକ୍ଷ୍ୟ ହେବ। ଏସିଆନ ଗେମ୍ସ ଚାଇନାର ହାଙ୍ଗଝୋଉରେ ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏସିଆନ ଗେମ୍ସରେ ଚାମ୍ପିୟନ ହେବା ଦଳ ପ୍ୟାରିସ ଅଲିମ୍ପିକ୍ସ ପାଇଁ ସିଧାସଳଖ ଟିକେଟ ପାଇବ। ତେଣୁ ଚେନ୍ନାଇରେ ପରୀକ୍ଷା ନିରୀକ୍ଷା କରି ଦଳକୁ ସନ୍ତୁଳିତ କରିବା ପ୍ରାଥମିକତା ହେବ। ମୁଖ୍ୟ ଖେଳାଳିଙ୍କୁ ଆହତ ସମସ୍ୟାରୁ ମୁକ୍ତ ରଖିବା ମଧ୍ୟ ମନରେ ରହିବ। ଚଳିତ ବର୍ଷ ପ୍ରାରମ୍ଭରେ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହକି ବିଶ୍ୱକପରେ ଭାରତର ପ୍ରଦର୍ଶନ ଆଶାନୁରୂପ ହୋଇ ନ ଥିଲା। ମାତ୍ର ଏହାପରେ ହରମନପ୍ରୀତ ସିଂଙ୍କ ଦଳ କ୍ରମେ ଉନ୍ନତ ପ୍ରଦର୍ଶନ କରିବାରେ ଲାଗିଛି। ଇତିମଧ୍ୟରେ ୧୬ଟି ମ୍ୟାଚ ଖେଳିଥିବାବେଳେ ସେଥିରୁ ୯ଟି ଜିତିଛି ଏବଂ ୫ଟିରେ ପରାଜିତ ହୋଇଛି। ୨ଟି ମ୍ୟାଚ ଡ୍ର ରହିଛି।

ଭାରତ-ପାକିସ୍ତାନ ସଫଳ ଦଳ

ଟୁର୍ନାମେଣ୍ଟ ଇତିହାସ ଦେଖିଲେ ଭାରତ ଓ ପାକିସ୍ତାନ ସବୁଠାରୁ ସଫଳ ଦଳଭାବେ ୩ଥର ଲେଖାଏ ଚାମ୍ପିୟନ ହୋଇଛନ୍ତି। ଭାରତ ୨୦୧୧, ୨୦୧୬ ଓ ୨୦୧୮ ଏବଂ ପାକିସ୍ତାନ ୨୦୧୨, ୨୦୧୩ ଓ ୨୦୧୮ରେ ଟାଇଟଲ ହାସଲ କରିଛି। ଅର୍ଥାତ୍‌ ୨୦୧୮ରେ ଭାରତ ଓ ପାକିସ୍ତାନ ଯୁଗ୍ମ ଚାମ୍ପିୟନ ହୋଇଥିଲେ। ପ୍ରବଳ ବର୍ଷା ଯୋଗୁ ଫାଇନାଲ ସମ୍ଭବ ହୋଇ ନ ଥିଲା। ଫଳରେ ଉଭୟ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲା। ଦକ୍ଷିଣ କୋରିଆ ଥରେ ୨୦୨୧ରେ ଚାମ୍ପିୟନ ହୋଇଛି। ଭାରତ ୩ ଥର ଚାମ୍ପିୟନ ହେବା ବ୍ୟତୀତ ୨୦୧୨ରେ ରନରଅପ୍‌ ଏବଂ ୨୦୨୧ରେ ତୃତୀୟ ସ୍ଥାନ ହାସଲ କରିଥିଲା। ପାକିସ୍ତାନ ୨୦୧୧ ଓ ୨୦୧୬ ଏବଂ ଜାପାନ ୨୦୧୩ ଓ ୨୦୨୧ରେ ରନରଅପ୍‌ ହୋଇଥିଲା। ବାଂଲାଦେଶରେ ଅନୁଷ୍ଠିତ ଗତ ସଂସ୍କରଣର ସେମିଫାଇନାଲରେ ଭାରତ ୩-୫ ଗୋଲରେ ଜାପାନଠାରୁ ହାରି ଯାଇଥିଲା। ତେବେ ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚରେ ପାକିସ୍ତାନକୁ ୪-୩ ଗୋଲରେ ହରାଇ ବ୍ରୋଞ୍ଜ ଜିତିଥିଲା। ପ୍ରଦର୍ଶନ ଦୃଷ୍ଟିରୁ ଏଥର ଭାରତ ଟାଇଟଲ ହାସଲ କରିବା ପାଇଁ ପ୍ରବଳ ଦାବିଦାର ରହିବ। ଚାଇନା ଚଳିତ ବର୍ଷ ପ୍ରଥମଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା ମୂଳକ ହକି ଖେଳିବ। ଟୁର୍ନାମେଣ୍ଟର ପ୍ରଥମ ଦିବସରେ ଭାରତ-ଚାଇନା ବ୍ୟତୀତ କୋରିଆ-ଜାପାନ ଓ ପାକିସ୍ତାନ-ମାଲେସିଆ ମଧ୍ୟରେ ଅନୁଷ୍ଠିତ ହେବ।

-ପ୍ରସ୍ତୁତି: ତପନ ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?