Posted inଖେଳ

ଭାରତ ଫେଭରାଇଟ

ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ହକିର ୭ମ ସଂସ୍କରଣ ଗୁରୁବାରଠାରୁ ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଛି। ପ୍ରତିଯୋଗିତାରେ ଏସିଆର ୬ଟି ଶ୍ରେଷ୍ଠ ଦଳ ଅଂଶଗ୍ରହଣ କରିବେ। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୪ ନମ୍ବରରେ ଥିବା ଭାରତ ଏଥର ଟାଇଟଲ ଫେଭରାଇଟ ବିବେଚିତ ହେଉଛି।
ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିର ୭ମ ସଂସ୍କରଣ ଗୁରୁବାରଠାରୁ ଚେନ୍ନାଇରେ ଆରମ୍ଭ ହେବ। ଏହା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ନିୟମ ଅନୁସାରେ ଏହି ପ୍ରତିଯୋଗିତାରେ ଏସିଆର ୬ଟି ଶ୍ରେଷ୍ଠ ଦଳ ଅଂଶଗ୍ରହଣ କରିବେ। ଏସିଆନ ହକି ଫେଡେରେଶନ ପ୍ରତିଯୋଗିତା ଆୟୋଜନ କରିବ। ୩ ଥର ଚାମ୍ପିୟନ ଭାରତ ଏହି ପ୍ରତିଯୋଗିତା ପାଇଁ ଏଥର ଫେଭରାଇଟ ରହିବ। ଆଗକୁ ଏସିଆନ ଗେମ୍ସ ଥିବାରୁ ଭାରତ ପାଇଁ ଏହି ଟୁର୍ନାମେଣ୍ଟ ପ୍ରସ୍ତୁତି ସ୍ବରୂପ ହେବ।

ଚାଇନା ବିପକ୍ଷରୁ ଅଭିଯାନ

ପ୍ରତିଯୋଗିତାରେ ଏଥର ଭାରତ, ଚାଇନା, ପାକିସ୍ତାନ, ଜାପାନ, ଦକ୍ଷିଣ କୋରିଆ ଓ ମାଲେସିଆ ଅଂଶଗ୍ରହଣ କରିବେ। ଟୁର୍ନାମେଣ୍ଟ ଫର୍ମାଟ ଅନୁସାରେ ପ୍ରତି ଦଳ ପରସ୍ପରକୁ ଗୋଟିଏ ଲେଖାଏ ମ୍ୟାଚରେ ଭେଟିବା ପରେ ଶ୍ରେଷ୍ଠ ୪ ଦଳ ସେମି ଫାଇନାଲରେ ପ୍ରବେଶ କରିବେ। ୨ଟି ଯାକ ସେମିଫାଇନାଲ ୧୧ ଓ ଫାଇନାଲ ୧୨ ତାରିଖରେ ହେବ। ଭାରତ ଏବେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ୪ ନମ୍ବର ସ୍ଥାନରେ ଅଛି। ଚାଇନା ବିପକ୍ଷରେ ମ୍ୟାଚ ଖେଳି ଭାରତ ଅଭିଯାନ ଆରମ୍ଭ କରିବ।

ପ୍ରଥମଥର ଭାରତ ଆୟୋଜକ

ଏସିଆନ ଚାମ୍ପିୟନ୍ସ ଟ୍ରଫି ୨୦୧୧ରୁ ଆରମ୍ଭ ହୋଇଥିଲେ ହେଁ ଭାରତ ଏଥର ପ୍ରଥମଥର ପାଇଁ ଆୟୋଜନ ସୁଯୋଗ ପାଇଛି। ପୂର୍ବରୁ ଅନୁଷ୍ଠିତ ୬ ସଂସ୍କରଣ ଯଥାକ୍ରମେ ଚାଇନା, କାତ୍ତାର, ଜାପାନ, ମାଲେସିଆ, ଓମାନ ଓ ବାଂଲାଦେଶରେ ଅନୁଷ୍ଠିତ ହୋଇଥିଲା। ଘରୋଇ ପରିବେଶରେ ପ୍ରଥମଥର ପାଇଁ ପ୍ରତିଯୋଗିତା ଆୟୋଜନ ହେବାକୁ ଯାଉଥିବାରୁ ଏସିଆନ ଗେମ୍ସ ପାଇଁ ଟିମ୍‌ କମ୍ବିନେଶନ ସଜାଡ଼ିନେବା ଭାରତର ପ୍ରଥମ ଲକ୍ଷ୍ୟ ହେବ। ଏସିଆନ ଗେମ୍ସ ଚାଇନାର ହାଙ୍ଗଝୋଉରେ ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏସିଆନ ଗେମ୍ସରେ ଚାମ୍ପିୟନ ହେବା ଦଳ ପ୍ୟାରିସ ଅଲିମ୍ପିକ୍ସ ପାଇଁ ସିଧାସଳଖ ଟିକେଟ ପାଇବ। ତେଣୁ ଚେନ୍ନାଇରେ ପରୀକ୍ଷା ନିରୀକ୍ଷା କରି ଦଳକୁ ସନ୍ତୁଳିତ କରିବା ପ୍ରାଥମିକତା ହେବ। ମୁଖ୍ୟ ଖେଳାଳିଙ୍କୁ ଆହତ ସମସ୍ୟାରୁ ମୁକ୍ତ ରଖିବା ମଧ୍ୟ ମନରେ ରହିବ। ଚଳିତ ବର୍ଷ ପ୍ରାରମ୍ଭରେ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହକି ବିଶ୍ୱକପରେ ଭାରତର ପ୍ରଦର୍ଶନ ଆଶାନୁରୂପ ହୋଇ ନ ଥିଲା। ମାତ୍ର ଏହାପରେ ହରମନପ୍ରୀତ ସିଂଙ୍କ ଦଳ କ୍ରମେ ଉନ୍ନତ ପ୍ରଦର୍ଶନ କରିବାରେ ଲାଗିଛି। ଇତିମଧ୍ୟରେ ୧୬ଟି ମ୍ୟାଚ ଖେଳିଥିବାବେଳେ ସେଥିରୁ ୯ଟି ଜିତିଛି ଏବଂ ୫ଟିରେ ପରାଜିତ ହୋଇଛି। ୨ଟି ମ୍ୟାଚ ଡ୍ର ରହିଛି।

ଭାରତ-ପାକିସ୍ତାନ ସଫଳ ଦଳ

ଟୁର୍ନାମେଣ୍ଟ ଇତିହାସ ଦେଖିଲେ ଭାରତ ଓ ପାକିସ୍ତାନ ସବୁଠାରୁ ସଫଳ ଦଳଭାବେ ୩ଥର ଲେଖାଏ ଚାମ୍ପିୟନ ହୋଇଛନ୍ତି। ଭାରତ ୨୦୧୧, ୨୦୧୬ ଓ ୨୦୧୮ ଏବଂ ପାକିସ୍ତାନ ୨୦୧୨, ୨୦୧୩ ଓ ୨୦୧୮ରେ ଟାଇଟଲ ହାସଲ କରିଛି। ଅର୍ଥାତ୍‌ ୨୦୧୮ରେ ଭାରତ ଓ ପାକିସ୍ତାନ ଯୁଗ୍ମ ଚାମ୍ପିୟନ ହୋଇଥିଲେ। ପ୍ରବଳ ବର୍ଷା ଯୋଗୁ ଫାଇନାଲ ସମ୍ଭବ ହୋଇ ନ ଥିଲା। ଫଳରେ ଉଭୟ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲା। ଦକ୍ଷିଣ କୋରିଆ ଥରେ ୨୦୨୧ରେ ଚାମ୍ପିୟନ ହୋଇଛି। ଭାରତ ୩ ଥର ଚାମ୍ପିୟନ ହେବା ବ୍ୟତୀତ ୨୦୧୨ରେ ରନରଅପ୍‌ ଏବଂ ୨୦୨୧ରେ ତୃତୀୟ ସ୍ଥାନ ହାସଲ କରିଥିଲା। ପାକିସ୍ତାନ ୨୦୧୧ ଓ ୨୦୧୬ ଏବଂ ଜାପାନ ୨୦୧୩ ଓ ୨୦୨୧ରେ ରନରଅପ୍‌ ହୋଇଥିଲା। ବାଂଲାଦେଶରେ ଅନୁଷ୍ଠିତ ଗତ ସଂସ୍କରଣର ସେମିଫାଇନାଲରେ ଭାରତ ୩-୫ ଗୋଲରେ ଜାପାନଠାରୁ ହାରି ଯାଇଥିଲା। ତେବେ ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚରେ ପାକିସ୍ତାନକୁ ୪-୩ ଗୋଲରେ ହରାଇ ବ୍ରୋଞ୍ଜ ଜିତିଥିଲା। ପ୍ରଦର୍ଶନ ଦୃଷ୍ଟିରୁ ଏଥର ଭାରତ ଟାଇଟଲ ହାସଲ କରିବା ପାଇଁ ପ୍ରବଳ ଦାବିଦାର ରହିବ। ଚାଇନା ଚଳିତ ବର୍ଷ ପ୍ରଥମଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା ମୂଳକ ହକି ଖେଳିବ। ଟୁର୍ନାମେଣ୍ଟର ପ୍ରଥମ ଦିବସରେ ଭାରତ-ଚାଇନା ବ୍ୟତୀତ କୋରିଆ-ଜାପାନ ଓ ପାକିସ୍ତାନ-ମାଲେସିଆ ମଧ୍ୟରେ ଅନୁଷ୍ଠିତ ହେବ।

-ପ୍ରସ୍ତୁତି: ତପନ ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri