Posted inଜାତୀୟ

ଦୁଇଟି ଯୁଦ୍ଧ ପରିସ୍ଥିତିର ସମ୍ମୁଖୀନ ହୋଇପାରେ ଭାରତ

ନୂଆଦିଲ୍ଲୀ,୧୫।୯: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଏବଂ ଚାଇନା ମଧ୍ୟରେ ଉତ୍ତେଜନା ହ୍ରାସ ପାଇବାର ନାଁ ଧରୁନି। ସୀମାରେ ଉତ୍ତେଜନା ହ୍ରାସ କରିବାକୁ ଦୁଇ ଦେଶ ଉଚ୍ଚ ସ୍ତରୀୟ ଆଲୋଚନା କରୁଥିଲେ ମଧ୍ୟ ତାହା ବିଫଳ ରହିଛି। ସେପଟରେ ପଡୋଶୀ ଦେଶ ପାକିସ୍ତାନ ମଧ୍ୟ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଗୋଟିଏ ପଟେ ଚାଇନା ଏବଂ ଅନ୍ୟ ପଟେ ପାକିସ୍ତାନ ରହିଛି।ଫଳରେ ଭାରତ ଦୁଇଟି ଯୁଦ୍ଧ ପରିସ୍ଥିତିର ସମ୍ମୁଖୀନ ହୋଇପାରେ।
ଚାଇନା ସହ ଜାରି ରହିଥିବା ତିକ୍ତତା ମଧ୍ୟରେ ସରକାର କହିଛନ୍ତି ଯେ, ଗତ ୮ ମାସ ମଧ୍ୟରେ ଜମ୍ମୁ ଅଞ୍ଚଳରେ ଲାଇନ ଅଫ କଣ୍ଟ୍ରୋଲ (ଏଲ୍‌ଓସି) ନିକଟରେ ପାକିସ୍ତାନ ଦ୍ୱାରା ପାଖାପାଖି ୩୧୮୬ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀପଦ ନାୟକ ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ଜାନୁୟାରୀ ୧ରୁ ଅଗଷ୍ଟ ୩୧ ମଧ୍ୟରେ ସୀମାରେ ୨୪୨ଥର ଗୁଳି ବିନିମୟ ଘଟିଛି। ଅନ୍ୟପକ୍ଷରେ ପ୍ୟାଙ୍ଗଙ୍ଗ ହ୍ରଦର ଦକ୍ଷିଣ ଭାଗରେ ୭୦ କିଲୋମିଟର ଲମ୍ବରେ ଭାରତ ଏବଂ ଚାଇନାର ହଜାର ହଜାର ସୈନିକ ମୁହାଁମୁହିଁ ହୋଇଛନ୍ତି। ସେଠାରେ ଏକପ୍ରକାର ଯୁଦ୍ଧ ପରିସ୍ଥିତି ଉପୁଜିଛି।
ପ୍ରକାଶ ଥାଉକି, ପାକିସ୍ତାନ ସେନା ଦ୍ୱାରା ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନ ସହିତ ଚାଇନା ସେନା ଦ୍ୱାରା ହୋଇଥିବା ଆକ୍ରମଣ ଉଦ୍ୟମ ଭାରତ ପାଇଁ ଦୁଇଟି ଯୁଦ୍ଧର ବିପଦକୁ ବଢାଇ ଦେଇଛି। ଭାରତ ସୀମାରେ ଅନୁପ୍ରବେଶକୁ ନେଇ ଚାଇନା ଏବଂ ଏହାର ବନ୍ଧୁ ପାକିସ୍ତାନ ମଧ୍ୟରେ କିଛି ଆଲୋଚନା ଚାଲିଥିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। କାରଣ ବେଜିଂ ଇସଲାମାବାଦକୁ ଅନେକ ପ୍ରସଙ୍ଗରେ ରକ୍ଷା କରିଛି। ନିକଟରେ ଆତଙ୍କବାଦ ମୁକାବିଲା ପାଇଁ ଚାଇନା ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ରକ୍ଷା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାକ୍ସିନ ନ ଆସୁଣୁ ଭିଡ଼

ନୂଆଦିଲ୍ଲୀ,୧୬ା୧୧: ମହାମାରୀ କରୋନାରୁ ମୁକ୍ତି ପାଇଁ ଟିକାକୁ ସାରା ବିଶ୍ୱ ଅପେକ୍ଷା କରିଥିବାବେଳେ ଏହା ଉପରେ ଏବେଠାରୁ ଅଧିକାର ଜମାଇ ବସିଲେଣି ଧନୀ ରାଷ୍ଟ୍ର। ଫଳରେ...

ଫେଲ ମାରିଲା ପାକିସ୍ତାନର ଅନୁପ୍ରବେଶ ଉଦ୍ୟମ: ୩ ଅନୁପ୍ରବେଶକାରୀ ନିହତ

ଜମ୍ମୁ,୬ ।୨: ଜମ୍ମୁ-କଶ୍ମୀରର ସାମ୍ବା ସେକ୍ଟରରେ ଅନ୍ତରାଷ୍ଟ୍ରୀୟ ସୀମାରେ ପ୍ରବେଶ ଉଦ୍ୟମ କରୁଥିବା ୩ ଅନୁପ୍ରବେଶକାରୀ ବିଏସଏଫ୍ ଯବାନଙ୍କ ଗୁଳିର ଶିକାର ହୋଇଛନ୍ତି । ମୃତକଙ୍କ...

୧୩ ଅଭିଯୁକ୍ତଙ୍କୁ ଅର୍ଦ୍ଧଉଲଗ୍ନ କରି ପରେଡ କରାଇଲା ପୋଲିସ

କୋଲକାତା,୨୪ା୯(ପି.ଟି.): ବେହରୋର ଥାନା ଉପରେ ଗତ ୬ ତାରିଖରେ ଗୁଳି ଚଳାଇ ହରିୟାଣାର ଗ୍ୟାଙ୍ଗଷ୍ଟର ବିକ୍ରମ ଓରଫ ପାପଲା ଗୁଜ୍ରାରଙ୍କୁ ଖସାଇନେବା ଅଭିଯୋଗରେ ଗିରଫ ହୋଇଥିବା...

ଚୀର ନିଦ୍ରାରେ ସୁଶାନ୍ତ

ମୁମ୍ବାଇ,୧୫।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷକୃତ୍ୟ ମୁମ୍ବାଇ ସ୍ଥିତ ଭିଲେ ପାର୍ଲେ ସ୍ଥିତ ଶ୍ମଶାନ ଘାଟରେ କରାଯାଇଛି। ସୁଶାନ୍ତଙ୍କୁ ବିଦାୟ ଦେବାକୁ ବଲିଉଡ୍‌...

ଏନ୍‌ଇଇଟି-ଜେଇଇ ପରୀକ୍ଷା ସ୍ଥଗିତ ଦାବିକୁ ସମର୍ଥନ କଲେ ଗ୍ରେଟା: କହିଲେ ‘ଏହା ଛାତ୍ରୀଛାତ୍ରଙ୍କ ପ୍ରତି ଅନ୍ୟାୟ’

ନୂଆଦିଲ୍ଲୀ,୨୫।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏହାସତ୍ତ୍ୱେ ଏନ୍‌ଇଇଟି ଏବଂ ଜେଇଇ ପରୀକ୍ଷା ହେବାକୁ ଯାଉଥିବାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ସ୍ବିଡେନ୍‌ର...

ଦ୍ୱିତୀୟ କରୋନା ଡୋଜ୍‌ ନେବା ପରେ ଜୀବନ ଗଲା

ମୁମ୍ବାଇ,୩।୩: ମହାରାଷ୍ଟ୍ରରେ ଦ୍ୱିତୀୟ କରୋନା ଡୋଜ୍‌ ନେବା ପରେ ଜଣେ ୪୫ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଭିଓ୍ବାଣ୍ଡି ବାସିନ୍ଦା ସୁଖଦେବ କିରଦାତ୍‌ କରୋନା...

ୟୁପିରେ ବର୍ଷାର ପ୍ରକୋପ,ଝଡ଼ ତୋଫାନ ନେଲା ୧୯ଜୀବନ

ଲକ୍ଷ୍ନୌ,୭।୬: ଭୀଷଣ ଖରାରେ ସିଝୁଥିବା ଉତ୍ତରପ୍ରଦେଶରେ ଗୁରୁବାର ବର୍ଷା ହେବା ପରେ ଗରମରୁ ଟିକେ ନିସ୍ତାର ମିଳିଛି। ଗୁରୁବାର ସନ୍ଧ୍ୟାରେ ଲକ୍ଷ୍ନୌ ଓ ଆଖପାଖ ଅଞ୍ଚଳରେ...

ଗୁପ୍‌ଚୁପ୍‌ରେ ଶୌଚାଳୟ ପାଣି: ଲୋକେ ଭାଙ୍ଗିଦେଲେ ଠେଲାଗାଡ଼ି

ମୁମ୍ବାଇ,୭।୧୧: ରାସ୍ତାକଡ଼ରେ ଗୁପ୍‌ଚୁପ୍‌ ଖାଇବାକୁ କେତେକ ପସନ୍ଦ କରିଥାନ୍ତି। ତେବେ ମୁମ୍ବାଇର କୋହ୍ଲାପୁର ଅଞ୍ଚଳରେ ଲୋକଙ୍କୁ ପିଇବାକୁ ଦେଉଥିବା ଖଟାପାଣିରେ ଶୌଚାଳୟ ପାଣି ମିଶାଉଥିବା ଅଭିଯୋଗରେ...

Advertisement
Archives

Model This Week