ଭାରତ-ଇଂଲଣ୍ଡ ମ୍ୟାଚ୍‌: ବର୍ଷା ହେଲେ କିଏ ଖେଳିବ ଫାଇନାଲ୍‌ ?

ନୂଆଦିଲ୍ଲୀ, ୨୬।୦୬: ଟି-୨୦ ବିଶ଼୍ବକପ୍‌ରେ ଜୁନ୍‌ ୨୭ ଅର୍ଥାତ୍‌ ଗୁରୁବାର ଗୁଏନାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ । ରୋହିତଙ୍କ ଅଧିନାୟକତ଼୍ବରେ ଭାରତ ପଡ଼ିଆକୁ ଓହ୍ଲାଇବା ସହିତ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍‌ ଖେଳିବାକୁ ଆଶା ରଖିଛି ଦଳ । ଭାରତୀୟ ଟିମ୍‌ ପ୍ରଥମେ ଗ୍ରୁପ୍‌ ଷ୍ଟେଜ୍‌ରେ ଦମ୍‌ଦାର ପ୍ରଦର୍ଶନ କରି ସୁପର ୮ରେ ପହଞ୍ଚିଥିବା ବେଳେ ସୁପର ୮ରେ ମଧ୍ୟ ଅପରାଜେୟ ରହିଛି । ସୁପର ୮ର ଗ୍ରୁପ୍‌ ୧ରେ ଥିବା ଟିମ୍‌ ଇଣ୍ଡିଆ ୩ଟି ଯାକ ମ୍ୟାଚ୍‌ ଜିିତି ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲା । ଅନ୍ୟପଟେ ଇଂଲଣ୍ଡ ଗ୍ରୁପ୍‌ ଷ୍ଟେଜ୍‌ରୁ ସୁପର ୮ରେ ପହଞ୍ଚିବା ପାଇଁ ଅନ୍ୟ ଟିମ୍‌ ଉପରେ ନିର୍ଭର କରିଥିଲା । ସୁପର ୮ରେ ୨ଟି ମ୍ୟାଚ୍‌ ଜିତି ପ୍ରଥମ ଟିମ୍‌ ଭାବେ ସେମିଫାଇନାଲ୍‌କୁ ପ୍ରବେଶ କରିଥିଲା ଦଳ ।

ତେବେ ଇଂଲଣ୍ଡ ଠାରୁ ଭାରତ ଦୁଇ ବର୍ଷ ତଳର ପ୍ରତିଶୋଧ ନେବ ବୋଲି କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । କିନ୍ତୁ ମ୍ୟାଚ୍‌ ମଝିରେ ବର୍ଷା ସମ୍ଭାବନା ରହିଥିବାରୁ ଏହି ଆଶା ପାଣିଫଟକି ପାରେ ବୋଲି ଆଶଙ୍କା କରାଯାଉଛି ।

ତେବେ ପାଣିପାଗ ବିଭାଗର ଅନୁମାନ ଅନୁସାରେ ଭାରତ ଏବଂ ଇଂଲଣ୍ଡ ମ୍ୟାଚ୍‌ ପୂର୍ବରୁ ବର୍ଷା ସମ୍ଭାବନା ରହିଛି । ଏହାଛଡ଼ା ମ୍ୟାଚ୍‌ ସମୟରେ ଆକଶରେ ବାଦଲ୍‌ ଛାଇ ହୋଇ ରହିପାରେ । ସ୍ଥାନୀୟ ସମୟ ଅନୁସାରେ ଏହି ମୁକାବିଲା ସକାଳ ୧୦ଟାରୁ ଆରମ୍ଭ ହେବ । ଅନ୍ୟପଟେ ଯଦି ବର୍ଷା ହୁଏ ତେବେ ରିଜର୍ଭ ଡେ ମଧ୍ୟ ରଖାଯାଇନାହିଁ । ଯଦି ସମସ୍ତ ପ୍ରୟାସ ପରେ ମଧ୍ୟ ମ୍ୟାଚ୍‌ ବାତିଲ୍‌ ହେଉଛି ତେବେ ଏହାର ଫାଇଦା ଭାରତକୁ ହେବ । ଭାରତ ସିଧାସଳଖ ଫାଇନାଲ୍‌ ମ୍ୟାଚ୍‌ ଖେଳିବ । କାରଣ ସୁପର ୮ରେ ଗ୍ରୁପ୍‌ ୧ରେ ଭାରତ ପ୍ରଥମ ସ୍ଥାନରେ ରହିଥିବା ବେଳେ ଗ୍ରୁପ୍‌୨ରେ ଇଂଲଣ୍ଡ ଦ଼୍ବିତୀୟ ସ୍ଥାନରେ ରହିଥିଲା । ଆଇସିସିର ନିୟମ ଅନୁସାରେ ଯଦି ସେମିଫାଇନାଲ୍‌ ବାତିଲ୍‌ ଘୋଷଣା ହୁଏ ତହା ହେଲେ ସୁପର ୮ର ଶୀର୍ଷରେ ଥିବା ଟିମ୍‌ ସିଧା ଫାଇନାଲ୍‌ ଖେଳିବ ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?