Posted inଖେଳ

ଭାରତ- ଇଂଲଣ୍ଡ ପ୍ରଥମ ମହିଳା ଦିନିକିଆ: ପଦାର୍ପଣ କରିବେ ଶେଫାଳୀ

ବ୍ରିଷ୍ଟଲ,୨୭।୬(ପି.ଟି.): ଇଂଲଣ୍ଡ ଓ ଭ୍ରମଣକାରୀ ଭାରତୀୟ ମହିଳା ଦଳ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ। ସ୍ଥାନୀୟ କାଉଣ୍ଟି ଗ୍ରାଉଣ୍ଡରେ ରବିବାର ପ୍ରଥମ ଦିନିକିଆ ମୁକାବିଲା ଖେଳାଯିବ। ଟିନ୍‌ ବ୍ୟାଟିଂ ସେନସେସନ ଶେଫାଳୀ ବର୍ମା ଦିନିକିଆ ଫର୍ମାଟରେ ପଦାର୍ପଣ କରିବେ। ଟି୨୦ ଓ ଟେଷ୍ଟରେ ନିଜର ପ୍ରତିଭା ତଥା ଦକ୍ଷତା ପ୍ରମାଣ କରିବା ପରେ ସେ ଏବେ ଦିନିକିଆରେ ବି ଦମ୍‌ ଦେଖାଇବେ ବୋଲି ଆଶା କରାଯାଉଛି।
ମାତ୍ର ୧୭ ବର୍ଷରେ ଶେଫାଳୀ ବିଶ୍ୱ କ୍ରିକେଟର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ପର୍ଯ୍ୟନ୍ତ ସେ ୨୨ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। କିନ୍ତୁ ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଦିନିକିଆ ସିରିଜରେ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କୁ ଦଳରେ ସାମିଲ କରାଯାଇ ନ ଥିଲା। ଫଳରେ ଭାରତ ଏହାର ପରିଣାମ ମଧ୍ୟ ଭୋଗିଥିଲା। ଭାରତ ଏହି ସିରିଜ ଦକ୍ଷିଣ ଆଫ୍ରିକାଠାରୁ ୧-୪ରେ ହାରିଥିଲା। ଶେଫାଳୀ ବାଦ୍‌ ପଡିବା ନେଇ ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏବେ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ତାଙ୍କ ଗୁରୁତ୍ୱ ହୃଦୟଙ୍ଗମ କରିଛି। ଗତ ସପ୍ତାହରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟରେ ସେ ପଦାର୍ପଣ କରି ପ୍ରଥମ ଇନିଂସରେ ୯୬ ଓ ଦ୍ୱିତୀୟ ଇନିଂସରେ ୬୩ ରନ ସଂଗ୍ରହ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବଡ଼ ଶଟ୍‌ ମାରିବାର କ୍ଷମତା ଶେଫାଳୀଙ୍କଠାରେ ରହିଛି ଓ ସେ ଭାରତୀୟ ଦଳ ପାଇଁ ଏବେ ଅପରିହାର୍ଯ୍ୟ ହୋଇପଡିଛନ୍ତି। ଉପ ଅଧିନାୟିକା ହରମନପ୍ରୀତ କୌରଙ୍କ ସମେତ ଅନ୍ୟ ତାରକା ଖେଳାଳିମାନେ ମଧ୍ୟ ଶ୍ରେଷ୍ଠ ଫର୍ମରେ ନାହାନ୍ତି। ପୁନମ ରାଉତ ରକ୍ଷଣାତ୍ମକ ଖେଳିଥାନ୍ତି। ଅଭିଜ୍ଞ ଅଧିନାୟିକା ମିଥାଲି ରାଜ ଟପ୍‌ ଅର୍ଡରରେ ବ୍ୟାଟିଂ କରିବେ। ଶେଫାଳୀ ଆଶାନୁରୂପ ପ୍ରଦର୍ଶନ କଲେ ଭାରତ ଆଭରେଜ ସ୍କୋର ୨୦୦ ଓ ୨୩୫ରୁ ୨୪୦ ପର୍ଯ୍ୟନ୍ତ ବିଜୟ ସୂଚକ ସ୍କୋର ହାସଲ କରିପାରିବ। ଟେଷ୍ଟ ପଦାର୍ପଣରେ ଶେଫାଳୀ ଇଂଲଣ୍ଡ ବୋଲର ଅନ୍ୟ ଶ୍ରୁବୋନସ୍‌ଲେ, କାଥେରାଇନ ବ୍ରଣ୍ଟ, କେଟ କ୍ରସ, ନାଟ୍‌ ସ୍ପିଭର ଓ ସୋଫି ଏକ୍‌ଲେଷ୍ଟୋନଙ୍କୁ ଜବରଦସ୍ତ ଧୂଲାଇ କରିଥିଲେ। ଶେଫାଳୀଙ୍କୁ ରୋକିବାକୁ ଇଂଲଣ୍ଡ ନିଶ୍ଚୟ ପ୍ରୟାସ କରିବ।
ଭାରତ ଟିମ୍‌ କମ୍ବିନେଶନ ଉପରେ ଭାରତ ଧ୍ୟାନ ଦେବ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ଭୁଲକୁ ଦୋହରାଇବ ନାହିଁ ବୋଲି ଆଶା କରାଯାଉଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ରୁତ ବୋଲର ପ୍ରିୟା ପୁନିଆ ଭଲ ପ୍ରଦର୍ଶନ କରିଥିଲେ। ସେହିପରି ଉଇକେଟକିପର- ବ୍ୟାଟର ଇନ୍ଦ୍ରାଣୀ ରୟ ମଧ୍ୟ ଭଲ ଖେଳିବେ ବୋଲି ଆଶା କରାଯାଉଛି। ସ୍ମୃତି ମାନ୍ଧନା ଓ ଶେଫାଳୀ ଇନିଂସ ଓପନ କଲେ ପୁନମ୍‌ ରାଉତ ୩ ନମ୍ବରରେ ବ୍ୟାଟିଂ କରିବେ। ଏହାପରେ ଅଧିନାୟିକା ଓ ଉପଅଧିନାୟିକା ବ୍ୟାଟିଂ କରିବାକୁ ଆସିବେ। ଏପରି ସ୍ଥଳେ ଇନ୍ଦ୍ରାଣୀଙ୍କୁ ଅପେକ୍ଷା କରିବାକୁ ପଡିବ। ଅଲରାଉଣ୍ଡର ଦୀପ୍ତି ଶର୍ମା ୬ ନମ୍ବରରେ ବ୍ୟାଟିଂ କରିବେ। ଏହାପରେ ଇନ୍ଦ୍ରାଣୀ କିମ୍ବା ତାନିୟା ଭାଟିୟା ବ୍ୟାଟିଂ କରିବେ।
ବୋଲିଂରେ ଝୁଲଣ ଗୋସ୍ବାମୀଙ୍କ ସହ ଶିଖା ପାଣ୍ଡେ, ପୂଜା ବସ୍ତ୍ରକାର ଓ ଅରୁନ୍ଧତି ରେଡ୍ଡୀ ଦାୟିତ୍ୱରେ ରହିବେ। ସ୍ପିନର ଭାବେ ଏକତା ବିଷ୍ଟ କିମ୍ବା ରାଧା ଯାଦବ ଖେଳିବାର ସମ୍ଭାବନା ରହିଛି। ଭାରତ ଯଦି ତୃତୀୟ ସ୍ପିନର ଖେଳାଏ ତାହାହେଲେ ବ୍ୟାଟିଂ ଦକ୍ଷତା ରଖୁଥିବା ସ୍ନେହ ରାଣାଙ୍କୁ ଖେଳାଇବ। ଏପରିସ୍ଥଳେ ପୁନମ୍‌ ଯାଦବ ବାଦ୍‌ ପଡିପାରନ୍ତି। ଅପରପକ୍ଷରେ ଇଂଲଣ୍ଡ ତରଫରୁ ଟେଷ୍ଟରେ ପ୍ରଭାବୀ ପ୍ରଦର୍ଶନ କରିଥିବା ସୋଫିଆ ଡଙ୍କଲେ ଦିନିକିଆରେ ପଦାର୍ପଣ କରିପାରନ୍ତି। ଇଂଲଣ୍ଡର ବ୍ୟାଟିଂ ଟାମି ବିଉମାଉଣ୍ଟ, ଅଧିନାୟିକା ହିଦର ନାଇଟ, ଅଲରାଉଣ୍ଡର ନାଟ ସ୍କିଭରଙ୍କ ଉପରେ ନିର୍ଭର କରିବ।
ଭାରତୀୟ ଦଳ: ମିଥାଲି ରାଜ (ଅଧିନାୟିକା), ସ୍ମୃତି ମାନ୍ଧନା, ଶେଫାଳୀ ବର୍ମା, ପୁନମ୍‌ ରାଉତ, ହରମନପ୍ରୀତ କୌର (ଉପଅଧିନାୟିକା), ଦୀପ୍ତି ଶର୍ମା, ତାନିୟା ଭାଟିଆ (ଉଇକେଟକିପର), ସ୍ନେହ ରାଣା, ଝୁଲଣ ଗୋସ୍ବାମୀ, ଶିଖା ପାଣ୍ଡେ, ଜେମିମା ରୋଡ୍ରିଗ୍ବେଜ, ଅରୁନ୍ଧତି ରେଡ୍ଡୀ, ପୂଜା ବସ୍ତ୍ରକାର, ଏକତା ବିଷ୍ଟ, ରାଧା ଯାଦବ, ପୁନମ୍‌ ଯାଦବ, ପ୍ରିୟା ପୁନିଆ ଓ ଇନ୍ଦ୍ରାଣୀ ରୟ (ଉଇକେଟକିପର)।
ଇଂଲଣ୍ଡ ଦଳ: ହିଦର ନାଇଟ (ଅଧିନାୟିକା), ଟାମି ବିଉମାଉଣ୍ଟ, କେଟ୍‌ କ୍ରସ, ନାତାଲି ସ୍କିଭର, ସୋଫିଆ ଡଙ୍କଲି, ଲଉରେନ ଓ୍ବିନଫିଲ୍ଡ – ହିଲ, ଅନ୍ୟ ଶ୍ରୁବୋନ୍‌ସଲେ, କାଥେରାଇନ ବ୍ରଣ୍ଟ, ସୋଫି ଏକଲେଷ୍ଟୋନ, ଅମି ଜୋନ୍ସ (ଉଇକେଟ କିପର), ଫ୍ରେୟା ଡେଭିସ୍‌, ଟାଶ ଫାରାଣ୍ଟ, ସାରା ଗ୍ଲେନ, ମାଡି ଭିଲିଏର୍ସ, ଫ୍ରାନ୍‌ ଓ୍ବିଲସନ, ସାରା ଗ୍ଲେନ ଓ ଏମିଲି ଅର୍ଲୋଟ।
ମ୍ୟାଚ୍‌ ଆରମ୍ଭ: ଅପରାହ୍ନ ୩.୩୦
ସ୍ଥାନ: କାଉଣ୍ଟି ଗ୍ରାଉଣ୍ଡ, ବ୍ରିଷ୍ଟଲ
ପ୍ରସାରଣ: ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଡ଼ୁଆରେ ପିସିବି: ମୁଖ୍ୟ ଚୟନକର୍ତ୍ତା ଦୌଡ଼ରୁ ହଟିଲେ ଅକ୍ରମ

କରାଚି,୧୦।୧୨: ଅଡ଼ୁଆରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)। ପୂର୍ବ ଦ୍ରୁତ ବୋଲର ମହମ୍ମଦ ଅକ୍ରମ ବର୍ତ୍ତମାନର ଚୟନ ବ୍ୟବସ୍ଥାରେ କାମ କରିବାକୁ ମନା କରି ତାଙ୍କ ନାମ...

ଦାରୁବାଲା ଚତୁର୍ଥ

ସିଲଭରଷ୍ଟୋନ୍‌, ୩ା୮ (ପି.ଟି.)-ରବିବାର ଏଠାରେ ଅନୁଷ୍ଠିତ ସ୍ପ୍ରିଣ୍ଟ୍‌ ରେସ୍‌ରେ ଭାରତର ଜେହାନ ଦାରୁବାଲା ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ଏଫଆଇଏ ଫର୍ମୁଲା-୨ ଚାମ୍ପିୟନଶିପ୍‌ରେ ଏହା ହେଉଛି...

ଏଟିକେ ମୋହନବାଗାନ ବିଜୟୀ

ମାର୍ଗାଓ, ୨୨ା୧ (ପି.ଟି.)-ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଏକ ମ୍ୟାଚରେ ଏଟିକେ ମୋହନବାଗାନ ବିଜୟ ଲାଭ କରିଛି।...

ମହିଳା ୧୦୦ମିଟର ରେକର୍ଡ ଭାଙ୍ଗିଲେ ଥମ୍ପସନ ହେରାଥ୍‌

ଟୋକିଓ, ୧ା୮ (ଏପି)-ଜାମାଇକାର ଇଲେନ୍‌ ଥମ୍ପସନ ହେରାଥ୍‌ ଅଲିମ୍ପିକ୍ସ ମହିଳା ୧୦୦ ମିଟର ଦୌଡ଼ ଜିତି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ଦୂରତାକୁ ୧୦.୬୧...

ମହିଳା କ୍ରିକେଟ ବିଶ୍ୱକପ: କୌଣସି ଦଳ ଫେଭରାଇଟ୍‌ ନୁହଁନ୍ତି: ମିଥାଲି

ନୂଆଦିଲ୍ଲୀ, ୫।୫- ଆସନ୍ତା ବର୍ଷ ପ୍ରାରମ୍ଭରେ ମହିଳା କ୍ରିକେଟ ବିଶ୍ୱକପ ଅନୁଷ୍ଠିତ ହେବ । ମାତ୍ର କୋଭିଡ୍‌-୧୯ ଯୋଗୁ ଏହି ମେଗା ଇଭେଣ୍ଟ ପାଇଁ କୌଣସି...

ଇଂଲଣ୍ଡରେ ତ୍ରିରଙ୍ଗା ଉଡାଇଲେ ବିରାଟସେନା

ଲଣ୍ଡନ,୧୫।୮: ଆଜି ସମଗ୍ର ଭାରତ ଏହାର ୭୫ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଲଣ୍ଡନରେ...

ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ ଜନ୍ମଦାତା ଜନଶନଙ୍କ ମୃତ୍ୟୁ

ଷ୍ଟକ୍‌ହାମ, ୫।୬(ଏପି): ୟୁରୋପିଆନ ଫୁଟ୍‌ବଲର ପୂର୍ବତନ ସଭାପତି ଲିନ୍ନାର୍ଟ ଜନଶନଙ୍କ ୮୯ ବର୍ଷ ବୟସରେ ମୃତ୍ୟୁ ଘଟିଛି। ତାଙ୍କର ୧୭ ବର୍ଷର କାର୍ଯ୍ୟକାଳରେ ଚାମ୍ପିୟନ୍ସ ଲିଗ୍‌...

ରସେଲଙ୍କ ମୁଣ୍ଡରେ ବାଜିଲା ବଲ

କିଙ୍ଗ୍‌ଷ୍ଟନ,୧୩।୯: ଚଳିତ କାରିବିଅନ ଲିଗ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର ଆନ୍ଧ୍ରେ ରସେଲଙ୍କ ହେଲ୍‌ମେଟ୍‌ରେ ବଲ ବାଜିଛି। ସେଣ୍ଟ ଲୁସିଆ ଜୁକ୍ସ ଦଳର ପେସର...

Advertisement
Ten Cric Info


Archives

Model This Week