Advertisement
Posted inଖେଳ

ଦକ୍ଷିଣ ଆଫ୍ରିକାକୁ ୯୯ ରନ୍‌ରେ ଅଲଆଉଟ୍‌ କରି ନୂଆ ରେକର୍ଡ କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୧।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିଲ୍ଲୀରେ ଖେଳାଯାଉଥିବା ତୃତୀୟ ତଥା ନିର୍ଣ୍ଣାୟକ ମୁକାବିଲାରେ ରେକର୍ଡ କରିଛି ଟିମ୍‌ ଇଣ୍ଡିଆ। ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦଳ। ଏହାପରେ ଭାରତୀୟ ସ୍ପିନରଙ୍କ ଯାଦୁ ଯୋଗୁ ଦକ୍ଷିଣ ଆଫ୍ରିକା ଦିନିକିଆରେ ୧୦୦ ରନ୍‌ ସ୍କୋର କରିବାରେ ବିଫଳ ହୋଇଛି। ଦଳ ୯୯ରେ ଅଲଆଉଟ୍‌ ହେବା ସହ ଭାରତ ବିପକ୍ଷରେ ସବୁଠାରୁ କମ୍‌ ସ୍କୋର କରିବାର ଲଜ୍ଜାଜନକ ରେକର୍ଡ କରିଛି।

ପୂର୍ବରୁ ୧୯୯୯ରେ ଦକ୍ଷିଣ ଆଫ୍ରିକାକୁ ଭାରତ ୧୧୭ ରନ୍‌ରେ ଅଲଆଉଟ୍‌ କରିଥିଲା। ୨୦୧୮ରେ ଦକ୍ଷିଣ ଆଫ୍ରିକାକୁ ୧୧୮ରେ ଅଲଆଉଟ୍‌ କରିଥିଲା ଦଳ। ଏହାଛଡ଼ା ଢ଼ାକାରେ ୧୫୪ ଏବଂ ମେଲବର୍ନରେ ୧୭୭ ରନ୍‌ ସ୍କୋରରେ ଅଲଆଉଟ୍‌ କରିଥିଲା ଟିମ୍‌ ଇଣ୍ଡିଆ। ଏଣୁ ଶୁକ୍ରବାର ମ୍ୟାଚ୍‌ରେ କରିଥିବା ସ୍କୋର ଭାରତ ବିପକ୍ଷରେ ଦଳର ସର୍ବନିମ୍ନ ସ୍କୋର ଭାବେ ପରିଗଣିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାନାଡ଼ା ଓପନ୍‌: ସେମିରେ କାଶ୍ୟପ

କାଲଗାରି,୬।୭(ପିଟି)- ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ପାରୁପଲ୍ଲୀ କାଶ୍ୟପ ଏଠାରେ ଚାଲିଥିବା କାନାଡ଼ା ଓପନ୍‌ ସୁପର ୧୦୦ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତିି। ୬ଷ୍ଠ ସିଡ୍‌...

ଖେଳାଳିଙ୍କ ପରେ ପାକିସ୍ତାନ ଗସ୍ତରୁ ଓହରିଲେ ବାଂଲାଦେଶ କୋଚ୍‌

ଢାକା,୧୮।୧- ଆସନ୍ତା ସପ୍ତାହରେ ବାଂଲାଦେଶ ପାକିସ୍ତାନ ଗସ୍ତ କରି ଟି୨୦ ସିରିଜ୍‌ ଖେଳିବ। ଏହି ସିରିଜ୍‌ରୁ ବାଂଲାଦେଶ ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ ମୁଶଫିକର ରହିମ ବ୍ୟକ୍ତିଗତ...

ଫେଡରର ତୃତୀୟ ରାଉଣ୍ଡରେ

ଲଣ୍ଡନ, ୫ା୭ (ଏଏଫ୍‌ପି)-ରୋଜର ଫେଡରର ଓ୍ବିମ୍ବେଲଡନ ଓପନ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛି। ଦ୍ୱିତୀୟ ରାଉଣ୍ଡରେ ସେ ୬-୧, ୭-୬...

ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ପାଇଁ ଆୟର୍ଲାଣ୍ଡ ଦଳ

ସାଉଥାମ୍ପଟନ, ୨୯ା୭ (ପି.ଟି.)- ଗୁରୁବାର ଏଜାସ ବାଓଲଠାରେ ଆୟର୍ଲାଣ୍ଡ-ଇଂଲଣ୍ଡ ୩ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଆରମ୍ଭ ହେବ। ଓପନିଂ ମ୍ୟାଚ ପାଇଁ ଆୟର୍ଲାଣ୍ଡ ୧୪...

ଫୁଟବଲ ଖେଳାଳି ଇଟୋଙ୍କ ଅବସର

ପ୍ୟାରିସ, ୭ା୯ (ଏଏଫ୍‌ପି)-କାମେରୁନ୍‌ର ୪ଥର ଆଫ୍ରିକାନ ପ୍ଲେୟର ଅଫ୍‌ ଦି ଇୟର ସାମୁଏଲ ଇଟୋ ଶନିବାର ଫୁଟ୍‌ବଲରୁ ଅବସର ଘୋଷଣା କରିଛନ୍ତି। ୩୮ବର୍ଷୀୟ ଏହି ଷ୍ଟ୍ରାଇକର...

୯୯ ରନ୍‌ରେ ଖେଳୁଥିବା ବେଳେ ଛକା ମାରିଥିଲେ ସେହ୍ବାଗ; ତଥାପି ସେ ଶତକରୁ ହୋଇଥିଲେ ବଞ୍ଚିତ: ଜାଣନ୍ତୁ କାହିଁକି

୨୦୧୦ରେ ଭାରତ, ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟ୍ରାଇ ସିରିଜ ଅନୁଷ୍ଠିତ ହୋଇଥିଲା। ଏହି ସିରିଜର ତୃତୀୟ ଦିନିକିଆ ଦାମ୍ବୁଲାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ...

ଧୋନୀଙ୍କ ଉପରେ ପାକ୍‌ ମନ୍ତ୍ରୀଙ୍କ ଟୁଇଟ୍‌

ଲଣ୍ଡନ,୭।୬- ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଗ୍ଲୋଭ୍ସ ନେଇ ଚର୍ଚ୍ଚା ଜୋର ଧରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଆର୍ମି...

ଜର୍ମାନୀ ଆଇରନ ମ୍ୟାନ ପ୍ରତିଯୋଗିତାରେ ସୌଭାଗ୍ୟ

କଟକ ଅଫିସ,୨୨।୭- ଆସନ୍ତା ୨୮ରୁ ଜର୍ମାନୀର ହାମବର୍ଗଠାରେ ଆଇରନ ମ୍ୟାନ ପ୍ରତିଯୋଗିତା ହେବ। ଏଥିରେ ଓଡ଼ିଶାରୁ ଭାଗ ନେବେ ସୌଭାଗ୍ୟ କୁମାର ରଥ । ରବିବାର...

Advertisement
Archives

Model This Week