ପଶୁଙ୍କ ପାଇଁ ଆସିଲା କୋଭିଡ୍‌ ଟିକା

ନୂଆଦିଲ୍ଳୀ,୧୧।୬: ହରିୟାଣାର ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ଏଗ୍ରିକଲ୍‌ଚର ରିସର୍ଚ୍ଚ (ଆଇସିଏଆର୍‌) ଏବଂ ନ୍ୟାଶନାଲ ରିସର୍ଚ୍ଚ ସେଣ୍ଟର (ଏନ୍‌ଆର୍‌ସି) ମିଳିତ ଭାବେ ପଶୁଙ୍କ ପାଇଁ କରୋନା ଭାକ୍ସିନ ‘ଏନୋକୋଭାକ୍ସ’ ଆବିଷ୍କାର କରିଛନ୍ତି। କେନ୍ଦ୍ରୀୟ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଦ୍ୱାରା ଏହି ଟିକାକୁ ଲଞ୍ଚ୍‌ କରାଯାଇଛି। ଏହା ଉଭୟ ଡେଲଟା ଏବଂ ଓମିକ୍ରନ୍‌ କରୋନା ଭୂତାଣୁଙ୍କ ବିରୋଧରେ କାମ କରିବ। ଏନୋକୋଭାକ୍ସକୁ କୁକୁର, ବିରାଡ଼ି, ମୂଷା, ଚିତାବାଘ ଏବଂ ସିଂହଙ୍କୁ ଦିଆଯାଇପାରିବ। ଏହି ଟିକାରେ ସାରର୍ସ-କୋଭ୍‌-୨ ଆଣ୍ଟିଜେନ୍‌ ଏବଂ ଆଲୁମିନିୟମ୍‌ ହାଇଡ୍ରୋଜେନ୍‌ ରହିଛି। ପଶୁଙ୍କ ଶରୀରରେ ଆଣ୍ଟିବଡି ଚିହ୍ନଟ ପାଇଁ ଏକ କିଟ୍‌ ମଧ୍ୟ ତିଆରି କରାଯାଇଛି, ଯାହାର ନାମ ରହିଛି ଏଲିସା କିଟ୍‌। ୨୦୨୧ରେ ହାଇଦ୍ରାବାଦ୍‌ ଚିଡ଼ିଆଖାନାରେ ୮ ସିଂହ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ଗୁଜରାଟରେ କୁକୁର, ଜାଇ ଏବଂ ମଇଁଷି କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବା ଖବର ପ୍ରକାଶ ପାଇଥିଲା। ସେହିପରି ଚେନ୍ନାଇ ଚିଡ଼ିଆଖାନାରେ ୨ଟି ସିଂହଙ୍କ ମୃତ୍ୟୁ କରୋନା କାରଣରୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୨୧।୫: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ଗୁରୁବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ଏଥିରେ ୨ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଚିକିତ୍ସା ପାଇଁ...

କରୋନାଠାରୁ ବି ମାରାତ୍ମକ ଭାଇରସ ହେଉଛି ଭାଜପା: ନୁସରତ

କୋଲକାତା,୧୫ ।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେଠାରୁ କିନ୍ତୁ ପରସ୍ପର ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ଏହି ସମୟରେ ଶାସକ...

କରୋନା ଜାତୀୟ ସଙ୍କଟ ସମୟରେ ଜୀବନ ବଞ୍ଚାଇବା ଉଦ୍ୟମ ହେବା ଆବଶ୍ୟକ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୭।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହା ସହିତ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ...

କ୍ୟାପଟେନ୍‌ଙ୍କ ହାତରେ ବଲ ଧରାଇଲା ଭାଜପା…

ଚଣ୍ଡିଗଡ଼,୩୦।୯: ପଞ୍ଜାବର ବିଦାୟୀ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଭାଜପା ପକ୍ଷରୁ କ୍ୟାପଟେନ୍‌ଙ୍କ ହାତରେ ବଲ୍‌ ଧରାଇ ଦିଆଯାଇଛି...

ଉନ୍ନାଓରେ ହାଇଦ୍ରାବାଦ ଘଟଣାର ପୁନରାବୃତ୍ତି

ଲକ୍ଷ୍ନୌ,୫।୧୨: ଉତ୍ତର ପ୍ରଦେଶର ଉନ୍ନାଓରେ ହାଇଦ୍ରାବାଦ ଗଣବଳାତ୍କାର ଘଟଣାର ପୁରନରାବୃତ୍ତି ହୋଇଛି। ଏଠାରେ ଜଣେ ବଳାତ୍କାର ପୀଡିତା ଯୁବତୀଙ୍କୁ ଜଳାଇବାକୁ ଉଦ୍ୟମ କରାଯାଇଛି। ଅଭିଯୁକ୍ତ ୫...

ଚାଇନାର ୮ କୋଟି ଲୋକ ହରାଇବେ ଚାକିରି

ବେଜିଂ,୯।୫: କରୋନା ସଂକ୍ରମଣ ଯୋଗୁ ଚାଇନାରେ ଆର୍ଥିକ ସଙ୍କଟ ଦେଖାଦେଇଛି। ବହୁ ଶିଳ୍ପ ସଂସ୍ଥା ଲକ୍‌ଡାଉନ୍‌ ଯୋଗୁ ବନ୍ଦ ରହିବା ଦ୍ୱାରା ସ୍ଥିତି ସ୍ବାଭାବିକ ହୋଇପାରୁନି।...

ଉଠିଲା ୭ ଦିନିଆ କ୍ୱାରାଣ୍ଟାଇନ୍‌ ନିୟମ

ନୂଆଦିଲ୍ଲୀ,୧୧।୨(ପି.ଟି.):କୋଭିଡ୍‌ ସଂକ୍ରମଣ କମିଥିବାରୁ କେନ୍ଦ୍ର ସରକାର ଭାରତ ଆସୁଥିବା ବିଦେଶୀ ଯାତ୍ରୀଙ୍କ ପାଇଁ ସଂଶୋଧିତ ଗାଇଡ୍‌ଲାଇନ ଜାରି କରିଛନ୍ତି। ବିଦେଶୀ ଯାତ୍ରୀଙ୍କ ପାଇଁ ୭ ଦିନିଆ...

କଂଗ୍ରେସର ଘୋଷଣା ପତ୍ରକୁ ନେଇ ବର୍ଷିଲେ ମୋଦି

ବେଙ୍ଗାଲୁରୁ,୨।୫: କର୍ନାଟକର ହୋସପେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି। ସେ...

Advertisement
Archives

Model This Week