Posted inଜାତୀୟ

ସିଏଏ ଦେଶ ପାଇଁ ବହୁତ ଖରାପ, ପାକିସ୍ତାନୀଙ୍କ ଉପରେ ଖର୍ଚ୍ଚ ହେବ ଟଙ୍କା: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମ୍ବନ୍ଧରେ ବଡ଼ ବୟାନ ଦେଇଛନ୍ତି। କେଜ୍‌ରିୱାଲ କହିଛନ୍ତି ଯେ ସରକାରଙ୍କ ପାଖରେ ଭାରତର ଲୋକଙ୍କ ପାଇଁ ଟଙ୍କା ନାହିଁ। ମାତ୍ର ଏଠାରେ ପାକିସ୍ତାନ ଲୋକଙ୍କୁ ଥଇଥାନ କରିବାକୁୁ ଚାହୁଁଛନ୍ତି। ଏମାନେ ସେହି ଲୋକଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଚାହାନ୍ତି। ଉକ୍ତ ଦେଶରେ ୨.୫ ରୁ ୩ କୋଟି ସଂଖ୍ୟାଲଘୁ ଅଛନ୍ତି। ୧.୫ କୋଟି ଲୋକ ଏଠାକୁ ଆସିଗଲେ ରୋଜଗାର କେଉଁଠୁ ଆସିବ? ଏହା ହେଉଛି ଭାଜପାର ଭୋଟ ବ୍ୟାଙ୍କ ରାଜନୀତି। ଯେଉଁଠାରେ ଭାଜପାର ଭୋଟ କମ, ଭବିଷ୍ୟତରେ ସେଠାରେ ଲୋକଙ୍କୁ ରଖି ଦଳ ଭୋଟ ବ୍ୟାଙ୍କ ସୃଷ୍ଟି କରିବ ବୋଲି ସେ କହିଛନ୍ତି।

କେଜ୍‌ରିିୱାଲ କହିଛନ୍ତି, ଭାରତର ଲୋକଙ୍କୁ ରୋଜଗାର ଦିଆଯାଉ ନାହିଁ। ପାକିସ୍ତାନର ଲୋକଙ୍କୁ ରଖିବାକୁ ଚାହୁଁଛନ୍ତି। ସିଏଏ ଦେଶ ପାଇଁ ବହୁତ ଖରାପ। ଥରେ ପ୍ରକ୍ରିୟା ଆରମ୍ଭ ହୋଇଗଲେ ଏହା ବନ୍ଦ ହେବ ନାହିଁ। ବାଂଲାଦେଶରୁ ବହୁ ସଂଖ୍ୟକ ଲୋକେ ଅନୁପ୍ରବେଶ କରିଥିବାରୁ ଉତ୍ତର-ପୂର୍ବକୁ ଏହାର ସବୁଠୁ ବଡ କ୍ଷତି ସହିବାକୁ ପଡିବ। ସେମାନଙ୍କର ଭାଷା ବିପଦରେ ଅଛି। ସମଗ୍ର ଦେଶ ସିଏଏକୁ ବିରୋଧ କରୁଛି। ଯଦି ଭାଜପା ଏହାକୁ ପ୍ରତ୍ୟାହାର ନ କରେ ତେବେ ଆପଣମାନେ ନିର୍ବାଚନରେ ଏହାର ଜବାବ ଦେବା ଉଚିତ।

ଏହାଛଡ଼ା ପ୍ରାୟ ୧୧ ଲକ୍ଷ ବ୍ୟବସାୟୀ ଦେଶ ଛାଡିଛନ୍ତି। ଯଦି ଆପଣ ସେମାନଙ୍କୁ ଫେରାଇ ଆଣିବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ଫେରାଇ ଆଣନ୍ତୁ। ହରିୟାଣା ସରକାର ଲୋକଙ୍କୁ ଚାକିରୀ ପାଇଁ ଇସ୍ରାଏଲ ଯିବାକୁ କହିଛନ୍ତି। ଭାଜପା ହେଉଛି ଏକମାତ୍ର ଦଳ ଯିଏ ନିଜ ଦେଶରେ ଗରିବ ଦେଶର ଲୋକଙ୍କୁ ବସବାସ କରିବାକୁ ଦେଉଛି। ସିଏଏ ମାଧ୍ୟମରେ ସରକାର କହୁଛନ୍ତି ଯେ ଯଦି ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନର ସଂଖ୍ୟାଲଘୁମାନେ ଭାରତୀୟ ନାଗରିକତ୍ୱ ନେବାକୁ ଚାହାଁନ୍ତି, ତେବେ ସେମାନେ ଏହାକୁ ନେଇପାରିବେ ଏବଂ ସେମାନେ ଏଠାରେ ବସବାସ କରିପାରିବେ। ଆମର ଯୁବଗୋଷ୍ଠୀ ଚାକିରି ଉଦ୍ଦେଶ୍ୟରେ ହଟହଟା ହେଉଛନ୍ତି। ମହଙ୍ଗା ମାଡ଼ ହେଉଛି। ହେଲେ ସରକାର ସିଏଏ ବିଷୟରେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଥିକ, ସାମୁଦ୍ରିକ ରଣନୀତିକୁ ସୁଦୃଢ଼ କରିଛି କ୍ୱାଡ୍‌

ନୂଆଦିଲ୍ଲୀ, ୧।୧୧: ଭାରତ, ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀମାନେ ଶନିବାର ଆଟଲାଣ୍ଟାଠାରେ ଇଣ୍ଡୋ-ପାସିଫିକ୍‌ ଅଞ୍ଚଳ ପାଇଁ ପାରସ୍ପରିକ ପ୍ରାଥମିକତାଗୁଡ଼ିକୁ ବାସ୍ତବତାରେ ପରିଣତ କରିବା ଦିଗରେ…

ରିପବ୍ଲିକାନ୍‌-ସମର୍ଥିତ ଗୋଷ୍ଠୀଗୁଡ଼ିକୁ ଏଲନ୍‌ ମସ୍କଙ୍କ ୪୪୫.୭୭ ମିଲିୟନ ଡଲାର ସହାୟତା

ଓ୍ବାଶିଂଟନ, ୧।୧୧: ୨୯ ଅକ୍ଟୋବର ୨୦୨୬ ସୁଦ୍ଧା ଉପଲବ୍ଧ ଫେଡେରାଲ ଇଲେକ୍ସନ କମିଶନ ତଥ୍ୟ ଅନୁଯାୟୀ କୋଟିପତି ଶିଳ୍ପୋଦ୍ୟୋଗୀ ଏଲନ୍‌ ମସ୍କ ୨୦୨୫ରୁ ରିପବ୍ଲିକାନ-ସମର୍ଥିତ ରାଜନୈତିକ ଆକ୍ସନ…

ବାତ୍ୟାଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବ୍ରହ୍ମପୁର ଏମ୍‌ପି

ଦିଗପହଣ୍ଡି,୩୧।୧୦(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ଏମ୍‌ପି ଡ.ପ୍ରଦୀପ ପାଣିଗ୍ରାହୀ ଶନିବାର ଦିଗପହଣ୍ଡି ବ୍ଳକ ଗସ୍ତରେ ଆସି ବାତ୍ୟା ଅର୍ଣ୍ଣବର କରାଳ ରୂପରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଗ୍ରାମ…

ଜିଲାପାଳଙ୍କ ସହ ଆଲୋଚନା କଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ଛତ୍ରପୁର, ୩୧ା୧୦(ଦିଲୀପ ସାମଲ): ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ…

ଧୋଇଗଲା ବିଜୁ ସେତୁ ରାସ୍ତା, ତିନି ଖଣ୍ଡ ଗାଁ ଲୋକେ ହନ୍ତସନ୍ତ

ମୋହନା,୩୧ା୧୦(ମନ୍ମଥ ମିଶ୍ର): ତିନି ଖଣ୍ଡ ଗାଁକୁ ସଂଯୋଗ କରୁଥିବା ବିଜୁ ସେତୁ ଏବେ ବିପଦସଙ୍କୁଳ ଅବସ୍ଥାରେ। ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ବ୍ରିଜ୍‌ ରାସ୍ତା ସହ ପ୍ରୋଟେକ୍ସନ ଗାଡ଼ୱାଲ…

ଗଞ୍ଜାମରେ ରବିବାର ଛୁଟି ବାତିଲ

ଛତ୍ରପୁର,୩୧ା୧୦(ଦିଲୀପ ସାମଲ): ଗଞ୍ଜାମ ଜିଲାରେ ବର୍ଷା ଆଶଙ୍କା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ୨ଟି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି ହୋଇଛି। ଛାତ୍ରୀଛାତ୍ରଙ୍କ…

କନ୍ଧମାଳରେ ସରକାରୀ ଛୁଟି ବାତିଲ, ରବିବାର ଖୋଲା ରହିବ କାର୍ଯ୍ୟାଳୟ

ଫୁଲବାଣୀ,୩୧ା୧୦(ରାକେଶ କୁମାର ରାଉତ): ବାତ୍ୟା ଜନିତ କ୍ଷୟକ୍ଷତି ଓ ଉଦ୍ଧାର କାର୍ଯ୍ୟ ତଥା ଆଗକୁ ଆସୁଥିବା ଅନ୍ୟ ଏକ ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ କନ୍ଧମାଳ ଜିଲାପାଳ ୧…

ବେଆଇନ ଗ୍ୟାସ୍‌ ମହଜୁଦ୍‌ ଉପରେ ଯୋଗାଣ ବିଭାଗର ଚଢ଼ାଉ, ୨୨୯ ଘରୋଇ ସିଲିଣ୍ଡର ଜବତ

ଖୋର୍ଦ୍ଧା,୩୧ା୧୦(ପ୍ରଭାତ ପାଣିଗ୍ରାହୀ): ଘରୋଇ ରନ୍ଧନ ଗ୍ୟାସ୍‌ ସିଲିଣ୍ଡରର ବେଆଇନ ମହଜୁଦ ଓ କଳାବଜାର ଉପରେ ଖୋର୍ଦ୍ଧା ଜିଲା ଯୋଗାଣ ବିଭାଗ ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି। ଭୁବନେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?