Posted inଖେଳ

ଐତିହାସିକ ମ୍ୟାଚ୍‌ରେ ମିଳିଲା ବର୍ଷର ପ୍ରଥମ ବିଜୟ

ଅହମ୍ମଦାବାଦ,୬।୨: ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଜୟ ସ୍ବାଦ ଚାଖିଛି ଟିମ୍‌ ଇଣ୍ଡିଆ। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଐତିହାସିକ ମ୍ୟାଚ୍‌ରେ ଭାରତୀୟ ଦଳ ୬ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଦେଇଛି। ୧୦୦୦ତମ ଦିନିକିଆ ମ୍ୟାଚ୍‌ରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ କିଛି ଟିମ୍‌ ଇଣ୍ଡିଆ ନିୟନ୍ତ୍ରଣରେ ଥିଲା। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଧାର୍ଯ୍ୟ ୧୭୭ ରନ୍‌ର ଛୋଟିଆ ବିଜୟଲକ୍ଷ୍ୟକୁ ୪ ଉଇକେଟ କ୍ଷତିରେ ମାତ୍ର ୨୮ ଓଭରରେ ହାସଲ କରିଥିଲା ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ।

ଟସ୍‌ ଜିତି ଅଧିନାୟକ ରୋହିତ ଶର୍ମା ବୋଲିଂ ନିଷ୍ପତ୍ତି ନେଇଥିଲେ। ତାଙ୍କ ନିଷ୍ପତ୍ତିକୁ ସଠିକ୍‌ ପ୍ରମାଣ କରିଥିଲେ ଦଳୀୟ ବୋଲର। ମୁଖ୍ୟତଃ ୟୁଜବେନ୍ଦ୍ର ଚହଲ(୪ ଉଇକେଟ) ଓ ଓ୍ବାଶିଂଟନ ସୁନ୍ଦର (୩) ଭ୍ରମଣକାରୀ ଦଳର ବ୍ୟାଟିଂ ଲାଇନ ଅପ୍‌ ବିଗାଡ଼ି ଦେଇଥିଲେ। ଏକଦା ଓ୍ବେଷ୍ଟଇଣ୍ଡିଜ ୭୯ ରନ୍‌ ମଧ୍ୟରେ ୭ ଉଇକେଟ ହରାଇ ସାରିଥିଲା। ଏଭଳି ପରିସ୍ଥିତିରେ ଜାସନ ହୋଲ୍ଡର (୫୭ ରନ୍‌, ୪ ଛକା) ଓ ଫାବିଆନ ଆଲେନ (୨୯ ରନ୍‌, ୨ ଚୌକା) ଦଳକୁ ଆଗେଇ ନେଇଥିଲେ। ଦୁହେଁ ୮ମ ଉଇକେଟ ପାଇଁ ୭୮ ରନ୍‌ ଯୋଡ଼ିଥିଲେ।

ଜବାବରେ ରୋହିତ ଶର୍ମା ଓ ଇଶାନ କିଷନଙ୍କ ଓପନିଂ ଯୋଡ଼ି ଟିମ୍‌ ଇଣ୍ଡିଆକୁ ଦେଇଥିଲା ୮୪ ରନ୍‌ର ଆରମ୍ଭ। ଅର୍ଦ୍ଧଶତକ ପୂରଣ କରିବା ପରେ ଅଧିନାୟକ ରୋହିତ (୬୦ ରନ୍‌, ୧୦ ଚୌକା ଓ ୧ ଛକା) ଆଉଟ୍‌ ହୋଇଥିଲେ। ତାଙ୍କ ପରେ ପ୍ୟାଭିଲିଅନ୍‌ ଫେରିଥିଲେ ବିରାଟ କୋହଲି (୮), କିଷନ (୨୮ ରନ୍‌, ୨ ଚୌକା ଓ ୧ ଛକା) ଓ ରିଷଭ ପନ୍ତ (୧୧)। ଲଗାତାର ଉଇକେଟ ପଡ଼ିବା ସତ୍ତ୍ୱେ ଟିମ୍‌ ଇଣ୍ଡିଆ କଦାପି ମ୍ୟାଚ୍‌ରେ ପଛୁଆ ନ ଥିଲା। ସୂର୍ଯ୍ୟକୁମାର ଯାଦବ (୩୪ ରନ୍‌, ୫ ଚୌକା) ଓ ଦୀପକ ହୁଡା (୨୬ ରନ, ୨ ଚୌକା) ୫ମ ଉଇକେଟ ପାଇଁ ୬୨ ରନ୍‌ ଯୋଡ଼ି ଦଳକୁ ବିଜୟ ଭେଟି ଦେଇଥିଲେ। ଫଳରେ ଭାରତ ୨୮ ଓଭରରେ ୪ ଉଇକେଟ କ୍ଷତିରେ ହାସଲ କରିନେଇଥିଲା ବିଜୟଲକ୍ଷ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ବ୍ୟାଡ୍‌ମିଣ୍ଟନ ମୁଖ୍ୟ ହିମନ୍ତ ବିଏସି ଉପସଭାପତି

ନୂଆଦିଲ୍ଲୀ,୨୬।୫(ପିଟି)- ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ (ବିଏଆଇ)ର ସଭାପତି ହିମନ୍ତ ବିଶ୍ୱଶର୍ମା ବ୍ୟାଡ୍‌ମିଣ୍ଟନ ଏସିଆ କାଉନସିଲ(ବିଏସି)ର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ୫୦ ବର୍ଷୀୟ କ୍ରୀଡ଼ା...

ରୋମାଞ୍ଚକର ମ୍ୟାଚ୍‌ରେ ଇଂଲଣ୍ଡ ଜିତି ସେମିଫାଇନାଲରେ ପହଞ୍ଚିିଲା…

ସିଡନୀ,୫।୧୧ : ଶନିବାର ସିଡନୀରେ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ବିଶ୍ୱକପର ୩୯ ତମ ମ୍ୟାଚରେ ଇଂଲଣ୍ଡ ଦଳ ବିଜୟ ହାସଲ କରିଛି। ଏକ ରୋମାଞ୍ଚକର...

ବାୟୋ ବବଲ୍‌ ଏକ ଚ୍ୟାଲେଞ୍ଜ, କିନ୍ତୁ ଭାରତୀୟ ଖେଳାଳି ଅଧିକ ସହନଶୀଳ: ଗାଙ୍ଗୁଲି

କୋଲକାତା, ୬।୪ (ପି.ଟି.) : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବାୟୋ ବବଲ୍‌ (ଖେଳାଳିଙ୍କ ପାଇଁ...

ଟେନିସରୁ ଅବସର ପରେ ଅଭିନୟ ପ୍ରତି ମନ ବଳାଇଲେଣି ସାନିଆ

ମୁମ୍ବାଇ: ଟେନିସ ତାରକା ସାନିଆ ର୍ମିଜା ନିକଟରେ ଅବସର ନେବା ପରେ ଏବେ ଅଭିନୟ କରିବାକୁ ମନ ବଳାଇଲେଣି। କୁହାଯାଉଛି ସାନିଆଙ୍କୁ ଖୁବ୍‌ଶୀଘ୍ର ଜଣାଶୁଣା ନିର୍ମାତା...

୧୭ ବର୍ଷରେ ମା’ଙ୍କୁ ହରାଇଥିଲେ; ଉଭଣୀଙ୍କ ପାଇଁ ଆଜି ସଫଳ କ୍ରିକେଟର ପାଲଟିଛନ୍ତି ‘ସାର୍‌ ଜାଡେଜା’

ନୂଆଦିଲ୍ଲୀ,୨୬।୭: ଟିମ୍‌ ଇଣ୍ଡିଆର ଅଲରାଉଣ୍ଡରମାନଙ୍କ ମଧ୍ୟରୁ ରବିନ୍ଦ୍ର ଜାଡେଜା ଜଣେ। ସେ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍‌ ହେବା ସାଙ୍ଗକୁ ସ୍ପିନ ବୋଲର ମଧ୍ୟ। ପ୍ରଶଂସକଙ୍କ ଗହଣରେ...

ଭାରତୀୟ କ୍ରିକେଟ୍‌ରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ ଗାଙ୍ଗୁଲି

ନୂଆଦିଲ୍ଲୀ, ୧୯।୬- ଭାରତୀୟ କ୍ରିକେଟ୍‌କୁ ସୌରଭ ଗାଙ୍ଗୁଲି ଏକ ଶ୍ରେଷ୍ଠ ଦଳ କରିପାରିଥିଲେ। ଏହି କାରଣରୁ ତାଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି ବୋଲି...

ଗାଭାସ୍କରଙ୍କ ପ୍ରସ୍ତାବ: ଭାରତ, ଅଷ୍ଟ୍ରେଲିଆ ମଧ୍ୟରେ ବଦଳ ହେଉ ଟି-୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ,୨୧।୪(ପି.ଟି.): କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ଟି୨୦...

ବେସ୍‌ଲାଇନ୍‌ ଭେଞ୍ଚର୍ସ ସହ ଋତୁରାଜଙ୍କ ଚୁକ୍ତି

ନୂଆଦିଲ୍ଲୀ: ଉଦୀୟମାନ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ୱାଡ ସ୍ପୋଟର୍‌ସ ମାର୍କେଟିଂ ଓ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ଫାର୍ମ ବେସ୍‌ଲାଇନ୍‌ ଭେଞ୍ଚର୍ସ ସହ ବହୁବର୍ଷ ପାଇଁ ଚୁକ୍ତି...

Advertisement
Archives

Model This Week