Posted inଖେଳ

ଐତିହାସିକ ମ୍ୟାଚ୍‌ରେ ମିଳିଲା ବର୍ଷର ପ୍ରଥମ ବିଜୟ

ଅହମ୍ମଦାବାଦ,୬।୨: ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଜୟ ସ୍ବାଦ ଚାଖିଛି ଟିମ୍‌ ଇଣ୍ଡିଆ। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଐତିହାସିକ ମ୍ୟାଚ୍‌ରେ ଭାରତୀୟ ଦଳ ୬ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଦେଇଛି। ୧୦୦୦ତମ ଦିନିକିଆ ମ୍ୟାଚ୍‌ରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ କିଛି ଟିମ୍‌ ଇଣ୍ଡିଆ ନିୟନ୍ତ୍ରଣରେ ଥିଲା। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଧାର୍ଯ୍ୟ ୧୭୭ ରନ୍‌ର ଛୋଟିଆ ବିଜୟଲକ୍ଷ୍ୟକୁ ୪ ଉଇକେଟ କ୍ଷତିରେ ମାତ୍ର ୨୮ ଓଭରରେ ହାସଲ କରିଥିଲା ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ।

ଟସ୍‌ ଜିତି ଅଧିନାୟକ ରୋହିତ ଶର୍ମା ବୋଲିଂ ନିଷ୍ପତ୍ତି ନେଇଥିଲେ। ତାଙ୍କ ନିଷ୍ପତ୍ତିକୁ ସଠିକ୍‌ ପ୍ରମାଣ କରିଥିଲେ ଦଳୀୟ ବୋଲର। ମୁଖ୍ୟତଃ ୟୁଜବେନ୍ଦ୍ର ଚହଲ(୪ ଉଇକେଟ) ଓ ଓ୍ବାଶିଂଟନ ସୁନ୍ଦର (୩) ଭ୍ରମଣକାରୀ ଦଳର ବ୍ୟାଟିଂ ଲାଇନ ଅପ୍‌ ବିଗାଡ଼ି ଦେଇଥିଲେ। ଏକଦା ଓ୍ବେଷ୍ଟଇଣ୍ଡିଜ ୭୯ ରନ୍‌ ମଧ୍ୟରେ ୭ ଉଇକେଟ ହରାଇ ସାରିଥିଲା। ଏଭଳି ପରିସ୍ଥିତିରେ ଜାସନ ହୋଲ୍ଡର (୫୭ ରନ୍‌, ୪ ଛକା) ଓ ଫାବିଆନ ଆଲେନ (୨୯ ରନ୍‌, ୨ ଚୌକା) ଦଳକୁ ଆଗେଇ ନେଇଥିଲେ। ଦୁହେଁ ୮ମ ଉଇକେଟ ପାଇଁ ୭୮ ରନ୍‌ ଯୋଡ଼ିଥିଲେ।

ଜବାବରେ ରୋହିତ ଶର୍ମା ଓ ଇଶାନ କିଷନଙ୍କ ଓପନିଂ ଯୋଡ଼ି ଟିମ୍‌ ଇଣ୍ଡିଆକୁ ଦେଇଥିଲା ୮୪ ରନ୍‌ର ଆରମ୍ଭ। ଅର୍ଦ୍ଧଶତକ ପୂରଣ କରିବା ପରେ ଅଧିନାୟକ ରୋହିତ (୬୦ ରନ୍‌, ୧୦ ଚୌକା ଓ ୧ ଛକା) ଆଉଟ୍‌ ହୋଇଥିଲେ। ତାଙ୍କ ପରେ ପ୍ୟାଭିଲିଅନ୍‌ ଫେରିଥିଲେ ବିରାଟ କୋହଲି (୮), କିଷନ (୨୮ ରନ୍‌, ୨ ଚୌକା ଓ ୧ ଛକା) ଓ ରିଷଭ ପନ୍ତ (୧୧)। ଲଗାତାର ଉଇକେଟ ପଡ଼ିବା ସତ୍ତ୍ୱେ ଟିମ୍‌ ଇଣ୍ଡିଆ କଦାପି ମ୍ୟାଚ୍‌ରେ ପଛୁଆ ନ ଥିଲା। ସୂର୍ଯ୍ୟକୁମାର ଯାଦବ (୩୪ ରନ୍‌, ୫ ଚୌକା) ଓ ଦୀପକ ହୁଡା (୨୬ ରନ, ୨ ଚୌକା) ୫ମ ଉଇକେଟ ପାଇଁ ୬୨ ରନ୍‌ ଯୋଡ଼ି ଦଳକୁ ବିଜୟ ଭେଟି ଦେଇଥିଲେ। ଫଳରେ ଭାରତ ୨୮ ଓଭରରେ ୪ ଉଇକେଟ କ୍ଷତିରେ ହାସଲ କରିନେଇଥିଲା ବିଜୟଲକ୍ଷ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

୩୬ ଘଣ୍ଟାରେ ଜ୍ଞାନେଶ କୁମାରଙ୍କୁ ୩ ବଡ଼ ଆଶ୍ୱସ୍ତି, ନୀରବ ରହି ମଜବୁତ କଲେ ନିଜ ସ୍ଥିତି

ନୂଆଦିଲ୍ଲୀ,୨୮।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଗତ କିଛି ଦିନ ହେବ ରାଜନୀତି ସରଗରମ ରହିଛି। ସେପ୍ଟେମ୍ବର ୨୩ରେ ପ୍ରକାଶିତ ଏକ ରିପୋର୍ଟରେ…

କଲେଜ ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ, ଧରାପଡ଼ିଲେ ଯୁବକ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ସୋମବାର ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଜଣେ ଯୁବକଙ୍କ କଲେଜ ବ୍ୟାଗକୁ ପୋଲିସ ଯାଞ୍ଚ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ତେଜିଲା ଆନ୍ଦୋଳନ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୮।୯(ଦିଲ୍ଲୀପି ସାମଲ/ଦ୍ୱାରିକା ସାମଲ): ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଭୋଟ ଚୋରି ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?