Posted inଜାତୀୟ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, ୧୦ ଦିନରେ ଇସ୍ତଫା ନ ଦେଲେ…

ଲକ୍ଷ୍ନୌ/ମୁମ୍ବାଇ,୩।୧୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ। ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ସେଲ୍‌ ଏକ ଅଜଣା ନମ୍ବରରୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ପାଇଛି। ଯଦି ଯୋଗୀ ୧୦ ଦିନ ମଧ୍ୟରେ ଇସ୍ତଫା ନ ଦିଅନ୍ତି, ତେବେ ଆମେ ତାଙ୍କୁ ବାବା ସିଦ୍ଦିକିଙ୍କ ପରି ହତ୍ୟା କରିବୁ ବୋଲି ସେଥିରେ ଧମକ ଦିଆଯାଇଥିବା ଜଣାପଡ଼ିଛି। ତେବେ ଏଭଳି ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିଙ୍କୁ ସତର୍କ କରାଯାଇଛି। ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ଅନ୍ୟପକ୍ଷରେ ମୁମ୍ବାଇ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଖୋଜା ଚାଲିଛି।

ସୂଚନାଯୋଗ୍ୟ, ନିକଟରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ବାବା ସିଦ୍ଦିକିଙ୍କ ପୁଅ ଜିଶାନଙ୍କ କାର୍ଯ୍ୟାଳୟ ବାହାରେ ଘଟିଥିଲା। ଆକ୍ରମଣକାରୀମାନେ ତାଙ୍କ ଉପରକୁ ଅନେକ ରାଉଣ୍ଡ ଗୁଳି ଚଳାଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। ହେଲେ ତାଙ୍କର ମୃତ୍ୟୁ ଘଟିଥିଲା। ବାବା ସିଦ୍ଦିକିଙ୍କ ହତ୍ୟା ପଛରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ରହିଥିଲା। ଏହି ମାମଲାରେ ପୋଲିସ ଏଯାବତ ଅନେକ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଧିକାରୀମାନେ ୟୁପି ଏବଂ ହରିୟାଣାର ସୁଟର୍‌ଙ୍କୁ ମଧ୍ୟ ଗିରଫ କରିଛନ୍ତି।

ଏହାପୂର୍ବରୁ ବିହାରର ପୁର୍ନିଆର ଏମ୍‌ପି ପପୁ ଯାଦବଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଥିଲା। ତାଙ୍କୁ ଲରେନ୍ସ ବିଷ୍ଣୁ ଗ୍ୟାଙ୍ଗର ନାମ ନେଇ ମୃତ୍ୟୁ ଧମକ ଦିଆଯାଇଥିଲା। ଏଥିରେ ତାଙ୍କୁ ସଲମାନ ଖାନ ମାମଲାଠାରୁ ଦୂରରେ ରହିବାକୁ କୁହାଯାଇଥିଲା। ଘଟଣାରେ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି। ତେବେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ସହିତ ଅଭିଯୁକ୍ତଙ୍କ କୌଣସି ସମ୍ପର୍କ ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାଉ ଯାଉ ପୁଣି ଫେରିବ ମୌସୁମୀ, ଜାରି ହେଲା ‘ମେଗା ଆଲର୍ଟ’, ୨୨ ରାଜ୍ୟରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ,୧୫।୯: ଉତ୍ତର ଭାରତରୁ ଆରମ୍ଭ କରି ଦେଶର ପୂର୍ବ ଓ ପଶ୍ଚିମ ଅଞ୍ଚଳ ପର୍ଯ୍ୟନ୍ତ ମୌସୁମୀ ସକ୍ରିୟତା ପୁନର୍ବାର ବୃଦ୍ଧି ପାଇଛି। ଭାରତୀୟ ପାଣିପାଗ ବିଭାଗ (IMD)…

ସୁନାମି ଆସିବା ୪୫ ମିନିଟ୍‌ ପୂର୍ବରୁ ମିଳିବ ସତର୍କ ସୂଚନା, ମହାକାଳପଡ଼ାର ୧୮ ଗାଁରେ ଆଲର୍ଟ ଟାୱାର

ମହାକାଳପଡ଼ା,୧୫।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ୧୮ ଗାଁରେ ସ୍ଥାପନ ହୋଇଛି ସୁନାମି ଆଲର୍ଟ ଟାୱାର । ବ୍ଲକର ତନ୍ତିଆପାଳ, ଶାସନ,…

ପାକିସ୍ତାନକୁ ବହୁ ପଛରେ ପକାଇଲା ଭାରତ, ରଖିଛି ଏତିକିଟିି ଏସିଆ କପ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୧୫।୯: ଏସିଆ କପରେ ଭାରତର ଆଧିପତ୍ୟ କେବଳ ପୁରୁଷ ଦଳ ମଧ୍ୟରେ ସୀମିତ ନୁହେଁ। ମହିଳା ଦଳ ମଧ୍ୟ କ୍ରମାଗତ ଭାବେ ଉତ୍କୃଷ୍ଟ ପ୍ରଦର୍ଶନ କରି ୨୦୨୬…

ଗୁଣ୍ଡିରିବାଡିରେ ହାତୀ ଆତଙ୍କ; ଗୋଦାମ ଭାଙ୍ଗି ଚାଉଳ ଖାଇଲା; ଭୟରେ ଗ୍ରାମବାସୀ

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଗୁଣ୍ଡିରିବାଡି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଟିଏ ହାତୀ ପଶି ଆତଙ୍କ…

ବରୁଣ-ସଞ୍ଜୁ OUT, ବୈଭବ IN? ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି-୨୦ ପାଇଁ ଭାରତର ପ୍ଲେଇଂ ଇଲେଭେନ…

ନୂଆଦିଲ୍ଲୀ,୧୫।୯: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ସେପ୍ଟେମ୍ବର ୧୫ (ମଙ୍ଗଳବାର) ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ…

ଦାରିଙ୍ଗବାଡ଼ିର ଦୁର୍ଗମ ପାହାଡ଼ରୁ ମେଡିକାଲ କଲେଜ: ୩ ବର୍ଷରେ NEET କ୍ଲିୟର କଲେ ୮ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ଓଡିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡି ଏକ ବୃହତ ବ୍ଲକ ଭାବେ ପରିଚିତ । ଏଠାରେ ବଣ, ଜଙ୍ଗଲ ଘେରା ଦୁର୍ଗମ ପାହାଡ଼ ଉପରେ…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ସରକାରୀ ଖର୍ଚ୍ଚର ହିସାବ ଦେଉନାହାନ୍ତି ବିଭାଗ, ବକେୟା ୨୫,୯୩୮ କୋଟିର ୟୁସି

ଭୁବନେଶ୍ୱର,୧୫।୯(ରବିନାରାୟଣ ଜେନା): ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରୁ ମିଳିଥିବା ତଥ୍ୟ ଅନୁଯାୟୀ, ବିଭିନ୍ନ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?