ନିଆରା ଢଙ୍ଗରେ ଭାରତ ବନ୍ଦ ପାଳନ: ଆନ୍ଦୋଳନ କଲେ, ରାସ୍ତାଘାଟ ସଫେଇ ବି କଲେ

ଦାରିଙ୍ଗବାଡ଼ି,୭ା୮(ଅରୁଣ ସାହୁ): ଆଦିବାସୀଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ଓ ସେମାନଙ୍କ ବିରୋଧରେ ସଂସଦରେ ପ୍ରଣୟନ କରାଯାଉଥିବା ବିଭିନ୍ନ ଆଇନକୁ ବିରୋଧ କରି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ଭାରତ ବନ୍ଦ ପାଳନ ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ବନ୍ଦର ପ୍ରଭାବ ଜୋରଦାର ଦେଖିବାକୁ ମିଳିଛି। ଭାରତ ମୁକ୍ତି ମୋର୍ଚ୍ଚା ଏବଂ ବହୁଜନ କ୍ରାନ୍ତି ମୋର୍ଚ୍ଚା ଦ୍ୱାରା ପୂର୍ଣ୍ଣ ସମର୍ଥନ ଓ ସହଯୋଗରେ ଏହି ବନ୍ଦ ପାଳନ କରାଯାଉଛି। ଏହାର ପ୍ରଭାବରେ ଦାରିଙ୍ଗବାଡ଼ିଠାରୁ ବ୍ରହ୍ମପୁର, ଭୁବନେଶ୍ୱର, ଫୁଲବାଣୀ, ଭଞ୍ଜନଗର, ବାଲିଗୁଡ଼ା, ରାଇକିଆ ଆଦି ଅଞ୍ଚଳକୁ ଯାତ୍ରୀବାହୀ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଦାରିଙ୍ଗବାଡ଼ିର ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ବ୍ଲକିଂ କରି ରାସ୍ତା ଅବରୋଧ କରିଛନ୍ତି। ଦାରିଙ୍ଗବାଡ଼ି ସମେତ ତାର ଆଖପାଖ ପଞ୍ଚାୟତ ଅଞ୍ଚଳରେ ଦୋକାନବଜାର ବନ୍ଦ ରହିଛି। କିଛି ବ୍ୟାଙ୍କ ଖୋଲିଥିବା ବେଳେ ଆଉ କିଛି ବ୍ୟାଙ୍କ ବନ୍ଦ ରହିଛି। ଜରୁରୀକାଳିନ ସେବାଗୁଡିକ ସୱାଭାବିକ ରହିଥିବା ବେଳେ ପିକେଟିଂ କରି ସ୍କୁଲ କଲେଜ, ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡ଼ିକୁ ବିକ୍ଷୋଭକାରୀ ବନ୍ଦ କରାଇଥିଲେ। ଶାନ୍ତି ଶୃଙ୍ଖଳା ତଦାରଖ ପାଇଁ ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝି ସଦଳବଳ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ସହ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଇଥିଲେ। ବିକ୍ଷୋଭକାରୀମାନେ ୟୁନିଫର୍ମ ସିଭିଲ କୋଡ (ଯୁସିସି )ଆଇନକୁ ବିରୋଧ କରିବା ସହ ବିକାଶ ନାମରେ ସରକାର ଜଳ, ଜଙ୍ଗଲ ଏବଂ ଜମିରୁ ବିସ୍ଥାପନକାରୀ ଆଦିବାସୀଙ୍କ ଜୀବନଜୀବିକା ଛଡ଼ାଇ ନେଉଥିବା ଅଭିଯୋଗ କରିଥିଲେ। ବିକ୍ଷୋଭକାରୀମାନେ ଦାରିଙ୍ଗବାଡ଼ି ଚାରିଛକ ସମେତ ବିଭିନ୍ନ ସ୍ଥାନରେ ଝାଡୁ ଧରି ସଫେଇ କରିବା ସହ ଅଞ୍ଚଳକୁ ସଛ ରଖିବାକୁ ବ୍ୟବସାୟୀ ଓ ଲୋକଙ୍କୁ ସଚେତନ କରିଥିଲେ। ଦାରିଙ୍ଗବାଡ଼ି ବନ୍ଦ ଯୋଗୁ ଦାରିଙ୍ଗବାଡ଼ିକୁ ବୁଲିଆସିଥିବା ପର୍ଯ୍ୟଟକମାନେ ବହୁ ହଇରାଣ ହେବା ସହ ବ୍ରହ୍ମପୁରରୁ ବାଲିଗୁଡ଼ା ଆସୁଥିବା ସରକାରୀ ଯାତ୍ରୀବାହୀ ବସ୍‌କୁ ବିକ୍ଷୋଭକାରୀ ଦାରିଙ୍ଗବାଡ଼ିଠାରେ ଅଟକାଇଥିଲେ। ଫଳରେ ବାଲିଗୁଡ଼ା ଯିବାକୁ ଥିବା ଯାତ୍ରୀମାନେ ପରିବାର ନେଇ ଯାଉଥିବା ଲୋକ ଅଧିକ ପ୍ରଭାବିତ ହୋଇଥିଲେ। ଆନ୍ଦୋଳନରେ ଆଦିବାସୀ ଏକତା ପରିଷଦର ବ୍ଲକ ସଭାପତି ପ୍ରଶାନ୍ତ ପ୍ରଧାନଙ୍କ ସମେତ ନାରୀନେତ୍ରୀ ବିଳାସିନୀ ନାୟକ, ବିଦ୍ୟାଧର ମଳିକ, ସୁଜିତ କୁମାର ନାୟକ,ଏଲିଆସ ପ୍ରଧାନ, ପ୍ରଦୀପ ମଲିକ, କୁସନାଥ ପ୍ରଧାନ, ମିଖାଇଲ ପ୍ରଧାନ, ନକୁଳ ପ୍ରଧାନଙ୍କ ସମେତ ଶତାଧିକ କର୍ମକର୍ତ୍ତା ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri