Posted inଜାତୀୟ

ଭାରତ ଚାଇନା ସୀମା ପ୍ରସଙ୍ଗ: ସଂସଦରେ କହିବାର ଅନୁମତି ଦେଉ ନାହାନ୍ତି ସରକାର,କଂଗ୍ରେସ ଆଣିଲା ଅଭିଯୋଗ…

ନୂଆଦିଲ୍ଲୀ,୩୦।୫ : ଭାରତ ଚାଇନା ସୀମା ପ୍ରସଙ୍ଗରେ କଂଗ୍ରେସ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି) ର ପରିସ୍ଥିତି ସମ୍ପର୍କରେ ସରକାର ଖୁବ ଶୀଘ୍ର ଏକ ଶ୍ୱେତପତ୍ର ଜାରି କରିବା ଉଚିତ ବୋଲି କଂଗ୍ରେସର ବରିଷ୍ଠ ନେତା ମନୀଷ ତିୱାରୀ ମଙ୍ଗଳବାର କହିଛନ୍ତି।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୯ ବର୍ଷ ପୂରଣ ହେବାକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ସେ ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି। ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଏନଡିଏ ସରକାର ଏହି ସମୟ ମଧ୍ୟରେ କେବଳ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେବା ସହିତ ଠକି ଚାଲିଛନ୍ତି।

କୌଣସି ସରକାରଙ୍କୁ ପାଞ୍ଚଟି ମାନଦଣ୍ଡ ଅନୁଯାୟୀ ଦେଶ ଶାସନ କରିବାକୁ ପଡିଥାଏ। ଏଗୁଡ଼ିକ ହେଉଛି ଭାରତର ବାହ୍ୟ ସୁରକ୍ଷା, ଅର୍ଥନୀତିର ସ୍ଥିତି, ସାମାଜିକ ସମନ୍ବୟ, ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବିଶ୍ୱ ସହିତ ଭାରତର ସମ୍ପର୍କ ଏବାଂ ଏହାର ବୈଦେଶିକ ନୀତି। ଗତ ନଅ ବର୍ଷ ମଧ୍ୟରେ ଏନଡିଏ ସରକାର ଏହି ସବୁ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡକୁ ପାଳନ କରିବାରେ ପଛୁଆ ରହିଛନ୍ତି।

ଭାରତ ବହୁ ଦଶନ୍ଧି ଧରି ବାହ୍ୟ ସୁରକ୍ଷା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ଆଜି ବି ସେଥିରେ କୌଣସି ଉନ୍ନତି ହୋଇନାହିଁ। ଗତ ତିନିବର୍ଷ ମଧ୍ୟରେ ଚାଇନାର ଆକ୍ରମଣ ବୃଦ୍ଧି ପାଇଛି।

ଦୁର୍ଭାଗ୍ୟବଶତଃ ଚାଇନା ଆକ୍ରମଣ ବିଷୟରେ ଦେଶକୁ ଖୋଲାଖୋଲି କହିବା ପରିବର୍ତ୍ତେ ସରକାର ସେପ୍ଟେମ୍ବର ୨୦୨୦ ପରଠାରୁ ସଂସଦରେ ଏହି ବିଷୟରେ କୌଣସି ଆଲୋଚନା କରିବାକୁ ଅନୁମତି ଦେଇ ନାହାଁନ୍ତି। ସଂସଦର ସଦସ୍ୟମାନେ ଉଠାଇଥିବା ସମସ୍ତ ପ୍ରଶ୍ନ, ଏପରିକି ଶାସକ ଦଳ ପକ୍ଷରୁ ମଧ୍ୟ ଜାତୀୟ ସୁରକ୍ଷା ଆଧାରରେ ବିଚାର କରାଯାଇ ନାହିଁ।

ଚାଇନ ସହିତ ଏଲଏସିରେ ଅବସ୍ଥା କ’ଣ, କେତେ ବଫର୍‌ ଜୋନ ସୃଷ୍ଟି ହୋଇଛି, ସେମାନଙ୍କ ମଧ୍ୟରୁ କେତେଜଣ ଭାରତୀୟ ଅଞ୍ଚଳରେ ଅଛନ୍ତି ଏନେଇ ସରକାର ତୁରନ୍ତ ଏକ ଶ୍ୱେତ ପତ୍ର ପ୍ରକାଶ କରନ୍ତୁ। ଆମେ ଅନେକ କ୍ଷେତ୍ର ଉପରେ ନିୟନ୍ତ୍ରଣ ହରାଇଛୁ। ଏ ସମ୍ପର୍କରେ ଏକ ସ୍ପଷ୍ଟ ବିବୃତ୍ତି ସରକାରଙ୍କ ପକ୍ଷରୁ ମଧ୍ୟ ଦିଆଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

ଭାଜପାରେ ଚାଲେ ଆରଏସ୍‌ଏସ୍‌ ମୁଖ୍ୟଙ୍କ ସମ୍ଭିଧାନ:ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ତିହାର ଜେଲରେ ବନ୍ଦୀ ହେବା ପରେ ମୁକ୍ତ ହୋଇଥିବା ଆମ ଆଦମୀ ପାର୍ଟି...

ରାଜଧାନୀରେ ବଦଳିବେ ନାହିଁ ପ୍ରାର୍ଥୀ, ଲଭଲିଙ୍କ ଇସ୍ତଫା ପରେ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂ ଲଭଲିଙ୍କ ଇସ୍ତଫା ପରେ ଦଳରେ ଆତଙ୍କ ଖେଳିଯାଇଛି। କୁହାଯାଉଛି ଯେ ଦିଲ୍ଲୀର ଆମ ଆଦମୀ ପାର୍ଟି...

ସ୍ବାଧୀନତା ପରଦିନ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯିବାର ଥିଲା: ମୋଦି

ବେଙ୍ଗାଲୁରୁ,୨୮।୪: ଉତ୍ତର କର୍ନାଟକରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ଇଣ୍ଡିଆ ଆଲାଇନ୍ସକୁ କଡ଼ା...

ଆମେ ୨ ପ୍ରଧାନମନ୍ତ୍ରୀ କରୁ କି ୪ ଆମର ଇଚ୍ଛା, ହେଲେ ତାନାଶାହାଙ୍କୁ ଆସିବାକୁ ଦେବୁ ନାହିଁ: ସଞ୍ଜୟ ରାଉତ

ପୁଣେ,୨୮।୪: ଦେଶରେ ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି। ୭ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନର ୨ ପର୍ଯ୍ୟାୟ ଶେଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri