Posted inRasifala

ରାଶିଫଳ: ବୁଧବାର, ମେ ୩୧ ତାରିଖ – Daily Horoscope

ମେଷ
ଆଜି ବନ୍ଧୁମିଳନ ସହ କୌଣସି ଆନୁଷ୍ଠାନିକ କାମରେ ସାହାଯ୍ୟ କରି ପ୍ରଶଂସିତ ହେବେ। କିଛିଟା ଭଲ ସହ ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିପାରନ୍ତି। କୃତ୍ତିକା ନକ୍ଷତ୍ର ଠିକ୍‌ ନିଷ୍ପତ୍ତି ନେଇ ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ ପ୍ରଯନତ୍ କରିବେ।
ବୃଷ
ବୃଷ
ଆଜି ଆପଣଙ୍କ କଥା ଓ କାମ ସରସ, ସୁନ୍ଦର ହୋଇପାରିବ। ଯେଉଁ କାମରେ ମୁଣ୍ଡ ପୂରାଇଛନ୍ତି, ଆପଣଙ୍କ ବୁଦ୍ଧିମତ୍ତା ହିଁ ସେହିକ୍ଷେତ୍ର ସକାଶେ ଅନୁକୂଳ ପରିବେଶ ସୃଷ୍ଟି କରିବ। କୌଣସି ଆଲୋଚନାରେ ତର୍କ ଓ ପିଲାଙ୍କ ସମସ୍ୟା ନେଇ ବ୍ୟସ୍ତତା ବଢ଼ିପାରେ। ରୋହିଣୀ ମନୋରଞ୍ଜନର ଖୁରାକ ଯୋଗାଇବାରେ ବନ୍ଧୁ ସହଯୋଗ କରିବେ।
ମିଥୁନ
ମିଥୁନ
ପାରିବାରିକ ସମସ୍ୟାରେ ନୟାନ୍ତ ହେବେ। ଆପଣଙ୍କ ଭଲ କାମର ପ୍ରଶଂସା ବଦଳରେ ନିନ୍ଦୁକ ଗୋଷ୍ଠୀ ଓ ଈର୍ଷାପରାୟଣ ବ୍ୟକ୍ତି ନିନ୍ଦା ଗାଇ ବୁଲିବେ। ଘରକୁ ଆସି ଫେରି ଯାଇଥିବା ବନ୍ଧୁ ପୁଣି ଲେଉଟି ଆସିବାରୁ ମନରେ ସରସତା ରହିବ ନାହିଁ। ବକେୟା ମାଗିବା କାରଣରୁ ପରିସ୍ଥିତି ଉତ୍ତେଜନାମୂଳକ ହୋଇପାରେ।
କର୍କଟ
କର୍କଟ
ହାତର ସୁନା ଭେଣ୍ଡି ପରି ନିଜ ଲୋକ ଦାଉ ସାଧିଲେ କାହାକୁ କହିପାରିବେ ନାହିଁ। ଆଜି ଘରେ ହେଉ କିମ୍ବା ଅଫିସରେ ଅନ୍ୟମାନଙ୍କ ବେଖାତିର ମନୋଭାବ ହେତୁ ଟିକିଏ କଥାରେ ରାଗିବେ। ଅଶ୍ଳେଷା ସକାଶେ ପ୍ରତିଦ୍ୱନ୍ଦ୍ୱୀ, ଦୋଷାରୋପ କରି ସମସ୍ୟାକୁ ବଢ଼ାଇ ଦେବେ। ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ।
ସି˚ହ
ସି˚ହ
ଘର ନିଆଁ ବୋଲି କାନି ପଣତରେ ସାଇତି ରଖିଲେ ଯେପରି ଅବସ୍ଥା ହୁଏ ପାରିବାରିକ ସ୍ଥିତି ସେହିପରି ରହିବ। ମଘା ପାଇଁ ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ଶତ୍ରୁତା କଲେ କ୍ଷତିରେ ପଡ଼ିବେ। ଦରକାରୀ କାଗଜପତ୍ର କୌଣସି ଅଲଗା ସ୍ଥାନରେ ରଖି ଚିନ୍ତିତ ଓ ବିରକ୍ତ ହୋଇପାରନ୍ତି। ବିଦେଶ ଯାତ୍ରାକୁ ମନବଳାଇବେ।
କନ୍ୟା
ଭୁଲ୍‌ ବୁଝାମଣାଜନିତ ବିଶୃଙ୍ଖଳିତ କାର୍ଯ୍ୟ ସମସ୍ୟା ସୃଷ୍ଟିର ମୂଳ କାରଣ ହେବ। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ନିଜ ଲୋକମାନେ ଶତ୍ରୁତା ଆଚରଣ କରିବେ। ଉତ୍ତରାଫାଲ୍‌ଗୁନୀ ନିଜ ପରିସରରେ କୌଣସି ସ୍ପର୍ଶକାତର କଥାରେ ଚିହ୍ନା ପଡ଼ନ୍ତୁ ନାହିଁ। ଅସାବଧାନତା କାରଣରୁ ସୁନା,ଅଳଙ୍କାର ହଜି ଯାଇପାରେ।
ତୁଳା
ତୁଳା
ମନ ଯଦି ଗଙ୍ଗା,ଗାଡ଼ିଆ ହୁଏ ଗଙ୍ଗାପରି ସ୍ବାତୀ ନକ୍ଷତ୍ର ପ୍ରତ୍ୟେକ କାମକୁ ସେହି ଦୃଷ୍ଟିକୋଣରୁ କରିବେ। ଟାଉଟରି କରୁଥିବା ଲୋକଟି ପ୍ରତି ସତର୍କ ରହନ୍ତୁ,ନତୁବା ଅସୁବିଧାରେ ପଡ଼ିପାରନ୍ତି। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭଲ ପାଉଥିବା ବାନ୍ଧବୀଟି କ୍ରମଶଃ ଦୂରେଇ ଯିବ। ସତର୍କତା ଅଭାବରୁ ଟଙ୍କା, ସୁନା, ଚୋରି ହୋଇଯାଇପାରେ।
ବିଛା
ବିଛା
ଅନ୍ୟମାନଙ୍କୁ ସତ୍‌ ପରାମର୍ଶ ଦେବେ କିନ୍ତୁ ନିଜେ ପାଳନ କରିବା କାଠିକର ପାଠ ହୋଇପାରେ। ବିଶାଖା ନକ୍ଷତ୍ର ଲକ୍ଷ୍ୟଭ୍ରଷ୍ଟ ହୋଇ ଅସଲ କାମ ଛାଡି ମରୀଚିକା ପଛରେ ଦୌଡି ପାରନ୍ତି। ପ୍ରତ୍ୟେକ ଦିଗରୁ ଖର୍ଚ୍ଚ କମାଇବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। ସାମୟିକ ଭାବରେ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି।
ଧନୁ
ଧନୁ
ନିଜକୁ ସମ୍ଭାଳି ନେଇ ଅନ୍ୟମାନଙ୍କ କଥାରେ ମୁଣ୍ଡ ପୂରାନ୍ତୁନାହିଁ। ବିଭିନ୍ନ ସମସ୍ୟା ଭିତରେ ଆଜି ସାହାଯ୍ୟ ସହଯୋଗ ପାଇଁ ବନ୍ଧୁ ଦ୍ୱାରସ୍ଥ ହେବେ। ତେଣେ ସହକର୍ମୀମାନଙ୍କ କେବଳ ଉପଦେଶ ଶୁଣି ଶୁଣି ମନରେ ବିରକ୍ତି ଆସିବ। ଶିଳ୍ପ, ବ୍ୟବସାୟରେ ଅର୍ଥ ସମ୍ପର୍କୀୟ ଟଣାଓଟରା ଲାଗିପାରେ।
ମକର
ମକର
ଗ୍ରହମାନଙ୍କ ଅନୁକୂଳତାରୁ ପ୍ରତ୍ୟେକ ପରିସ୍ଥିତିକୁ ସୁଧାରି ନେବାରେ ସାହାଯ୍ୟ କରିବେ। ଶ୍ରବଣା ନକ୍ଷତ୍ରର ବନ୍ଧୁଙ୍କ ଆଗମନ ଯୋଗୁ ମଉଜରେ ସମୟ ଅତିବାହିତ କରିପାରନ୍ତି। କର୍ମକ୍ଷେତ୍ରରେ ଖଳ ଲୋକଙ୍କ କୃତ ଅପମାନଜନକ ସ୍ଥିତିରୁ ସହସା ରକ୍ଷା ପାଇବେ। ଉତ୍ତରାଷାଢ଼ା ନକ୍ଷତ୍ର ଅନ୍ୟମନସ୍କ ହେତୁ ଭୁଲ୍‌ କାମ କରି ଅନୁତପ୍ତ ହେବେ।
କୁମ୍ଭ
କୁମ୍ଭ
ଅବହେଳା ଯୋଗୁ କେତେକ କାମ ସକାଶେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ଅବସ୍ଥାରେ ଉନ୍ନତି ନ ହେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ। କୌଣସି କ୍ଷେତ୍ରରେ ଅଧୈର୍ଯ୍ୟ ହୁଅନ୍ତୁ ନାହିଁ ବନ୍ଧୁଙ୍କ ସହାନୁଭୂତି ନିଶ୍ଚୟ ଲାଭ କରିବେ। ଈର୍ଷା ପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି କଟୁ ମନ୍ତବ୍ୟ ଦେବେ।
ମୀନମୀନ
ହରି ରଖେ ମାରେ କିଏ? ହରି ମାରେ ରଖେ କିଏ? ପରି ବୃହସ୍ପତିଙ୍କ ଶୁଭ ଦୃଷ୍ଟି କର୍ମସ୍ଥାନକୁ ଥିବାରୁ ସମସ୍ତ ବିପଦରୁ ରକ୍ଷାପାଇବେ। ଅତୀର ଘଟଣାକୁ ନେଇ ଯେତିକି ଯେତିକି ଅଧିକ ଭାବୁଥିବେ ସେତିକି ସେତିକି ମନଟା ଅଧିକ ଖରାପ ଲାଗିବ। ଉତ୍ତରଭାଦ୍ରବ ନକ୍ଷତ୍ର ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଚିନ୍ତାଜନକ ସ୍ଥିତି ସୃଷ୍ଟି କରିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?