୨୦୧୭ରେ ଇସ୍ରାଏଲଠାରୁ ଭାରତ କିଣିଥିଲା ପେଗାସସ ସ୍ପାଇୱେୟାର

ୱାଶିଂଟନ/ନୂଆଦିଲ୍ଲୀ,୨୯ ।୧: ଭାରତ ସରକାର ୨୦୧୭ରେ ଇସ୍ରାଏଲଠାରୁ ଗୁପ୍ତଚର ସଫ୍ଟୱେର ପେଗାସସ କ୍ରୟ କରିଥିଲା । ଆମେରିକାର ଖବରକାଗଜ ଦ ନ୍ୟୁୟର୍କସ ଟାଇମନ୍ସର ରିପୋର୍ଟରେ ଏହା ପ୍ରକାଶ କରାଯାଇଛି । ଏଥିରେ କୁହାଯାଇଛି ମୋଦି ସରକାର ୫ବର୍ଷ ପୂର୍ବେ ଇସ୍ରାଏଲ ସହିତ ୨ ବିଲିୟନ ଡଲାର(ପ୍ରାୟ ୧୫ହଜାର କୋଟି ଟଙ୍କା)ର ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ କରିଥିଲେ । ଏଥିରେ ପେଗାସସ ସ୍ପାଏୱେୟାର କ୍ରୟ ମଧ୍ୟ ଅନ୍ତର୍ଭୁକ୍ତ ଥିଲା । ଏହି ପ୍ରତିରକ୍ଷା ଚୁକ୍ତିରେ ଭାରତ କିଛି ଅସ୍ତ୍ରଶସ୍ତ୍ର ସହ ମିଶାଇଲ ସିଷ୍ଟମ ବି କ୍ରୟ କରିଛି ।
ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେଶନ(ଏଫ୍‌ବିଆଇ) ମଧ୍ୟ ଇସ୍ରାଏଲର ଏନ୍‌ଏସଓ ଫାର୍ମରୁ ଏହା କିଣିଛି ବୋଲି ବର୍ଷ ବର୍ଷ ଧରି ଅନୁସନ୍ଧାନ କରିବା ପରେ ଖବରକାଗଜ ଏହା ପ୍ରକାଶ କରିଛି । ଏଫ୍‌ବିଆଇ ମଧ୍ୟ ଏହାକୁ ଅନେକ ବର୍ଷ ପରୀକ୍ଷଣ କରିଥିଲା, କିନ୍ତୁ ଗତବର୍ଷ ଏଜେନ୍ସି ପେଗାସସ ବ୍ୟବହାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ପେଗାସସ ପ୍ରକାଶ ପାଇବା ପୂର୍ବରୁ କିମ୍ବା ପରେ ଏଫ୍‌ବିଆଇର ଏହି ନିଷ୍ପତ୍ତି ଆସିଛି କି ନାହିଁ ତାହା ରିପୋର୍ଟରେ ସ୍ପଷ୍ଟ ହୋଇନାହିଁ ।
ସାରା ବିଶ୍ୱରେ ଗୁପ୍ତ ନିରିକ୍ଷଣ ପାଇଁ ପେଗାସସ ସ୍ୱାଇୱେୟାରକୁ କିଭଳି ବ୍ୟବହାର କରାଯାଇଥିଲା ତାହା ରିପୋର୍ଟରେ ବର୍ଣ୍ଣନା କରାଯାଇଛି । ସାମ୍ବାଦିକ ଓ ସରକାର ବିରୋଧୀଙ୍କ ଉପରେ ନଜର ରଖିବା ପାଇଁ ମେକ୍ସିକୋ ଏହାକୁ ବ୍ୟବହାର କରିଥିବା ବେଳେ ସୌଦି ଆରବ ଏହାକୁ ମହିଳା ଅଧିକାର କର୍ମୀ ତଥା ସାମ୍ବାଦିକ ଜମାଲେ ଖାସୋଗିଙ୍କ ଗୁପ୍ତଚର କାର୍ଯ୍ୟରେ ବ୍ୟବହାର କରିଛି । ରିପୋର୍ଟରେ କୁହାଯାଇଛି କି ଯେଉଁ ଦେଶରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରଣାଳୟ ପେଗାସସ ବ୍ୟବହାରକୁ ଅନୁମୋଦନ କରିଛି ସେହି ଦେଶ ସହିତ ପୋଲାଣ୍ଡ , ହଙ୍ଗେରୀ ଓ ଭାରତ ଅନ୍ତର୍ଭୁକ୍ତ ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଚନ୍ଦ୍ରବାବୁ, ୨୦୪୭ ସୁଦ୍ଧା ଭାରତ…

ଅମରାବତୀ,୧୨।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ସ୍ତରରେ…

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

ଡେଲିଭରି ବୟର ସଙ୍ଗୀନ କାରନାମା! ଅର୍ଡର ଦେବା ପରେ ପଶିଲେ, ମହିଳାଙ୍କୁ ପ୍ରାଇଭେଟ୍ ପାର୍ଟ…

ବେଙ୍ଗାଲୁରୁ,୧୨।୭: ଶନିବାର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଡେଲିଭରି ଏଜେଣ୍ଟ ଘରେ ଜୋରଜବରଦସ୍ତ ପ୍ରବେଶ କରି ମହିଳାଙ୍କ ସମ୍ମୁଖରେ ଅଶ୍ଳୀଳ କାର୍ଯ୍ୟ…

ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ, ଚାଲିଗଲା ବାପାଙ୍କ ସହ ୨ ପୁଅଙ୍କ ଜୀବନ

ଉମରକୋଟ,୧୨।୭(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଦେଓଭରଣ୍ଡୀଠାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ବାଇକ୍‌ ଉପରେ ଚଢ଼ିଯିବ ଫଳରେ ବାପାଙ୍କ…

ପ୍ରଭାତ ଭାଜପାରେ ସାମିଲ ହେବା ପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, ବିଜେଡିରେ ଭୂକମ୍ପ….

ଭୁବନେଶ୍ବର,୧୨ା୭: ଭାଜପାରେ ମିଶିଲେ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ…

୩୦ ଦିନ ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟି ଦେଲା ବଡ଼ ପରାମର୍ଶ

ନୂଆଦିଲ୍ଲୀ,୧୨।୭: ବିରୋଧୀ ଦଳଗୁଡ଼ିକ ଦ୍ୱାରା ଉଠାଯାଇଥିବା ଚିନ୍ତା ମଧ୍ୟରେ, ସଂସଦୀୟ କମିଟି ଏକ ସୁପାରିଶ କରିଛି । ଯେ ଯଦି କୌଣସି ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ…

ଭାଜପାରେ ସାମିଲ ହେଲେ ପ୍ରଭାତ ବିଶ୍ୱାଳ, ଶହଶହ ସମର୍ଥକଙ୍କ ସହ ଆସି…

ଭୁବନେଶ୍ୱର,୧୨ା୭: କଟକ ରାଜନୀତିରେ ବଡ଼ଧରଣର ହଲଚଲ। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ରବିବାର ଭାଜପାରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri