Posted inଖେଳ

ଦିନିକିଆରେ ନଂ-୧ ଟିମ୍‌ ହେଲା ଭାରତ

ନୂଆଦିଲ୍ଲୀ,୨୫।୧: ନୂତନ ବର୍ଷ ଆରମ୍ଭରୁ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଛି ଭାରତୀୟ କ୍ରିକେଟ ଟିମ୍‌। ପ୍ରଥମେ ଭାରତ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜକୁ ୩-୦ରେ କ୍ଲିନ ସୁଇପ୍‌ କରିଥିଲା। ଏବେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜକୁ ମଧ୍ୟ ଜିତି ନେଇଛି। ଏଥିସହ ଭାରତ ଦିନିକିଆ ଆଇସିସି ର଼୍ୟାଙ୍କିଂର ଶୀର୍ଷ(୧ନଂ) ସ୍ଥାନ ଦଖଲ କରିଛି।

ଅନ୍ତିମ ଦିନିକିଆ ପୂର୍ବରୁ ଦଳ ୧୧୩ ପଏଣ୍ଟ ସହ ର଼୍ୟାଙ୍କିଂର ୩ନଂ ସ୍ଥାନରେ ଥିଲା। ହେଲେ ମ୍ୟାଚ୍‌ରେ ବିଜେତା ହେବା ପରେ ଦଳ ୧୧୪ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ପହଞ୍ଚି ଯାଇଛି। ସେହିଭଳି ଦ୍ୱିତୀୟ ସ୍ଥାନରେ ଇଂଲଣ୍ଡ(୧୧୩ ପଏଣ୍ଟ) ସହ ରହିଥିବା ବେଳେ ଅଷ୍ଟ୍ରେଲିଆ ୩ନଂ(୧୧୨ ପଏଣ୍ଟ) ଏବଂ ନ୍ୟୁଜିଲାଣ୍ଡ ୪ର୍ଥ(୧୧୧ ପଏଣ୍ଟ) ସ୍ଥାନରେ ରହିଛି।

ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜକୁ ୩-୦ରେ କ୍ଲିନ ସୁଇପ୍‌ କରିଥିଲା। ଫଳରେ ଶୀର୍ଷ ମାନ୍ୟତା ଇଂଲଣ୍ଡ କ୍ରିକେଟ ଟିମ୍‌କୁ ପରାସ୍ତ କରି ଦଳ ଦିନିକିଆ ର଼୍ୟାଙ୍କିଂରେ ଶୀର୍ଷ ସ୍ଥାନ ଅଧିକାର କରିଥିଲା।

ଆଇସିସି ଦିନିକିଆ ର଼୍ୟାଙ୍କିଂର ଶ୍ରେଷ୍ଠ -୧୦ ଦଳ:
୧. ଭାରତ – ୧୧୪ ରେଟିଂ ପଏଣ୍ଟ
୨. ଇଂଲଣ୍ଡ – ୧୧୩ ରେଟିଂ ପଏଣ୍ଟ
୩. ଅଷ୍ଟ୍ରେଲିଆ – ୧୧୨ ରେଟିଂ ପଏଣ୍ଟ
୪. ନ୍ୟୁଜିଲ୍ୟାଣ୍ଡ – ୧୧୧ ରେଟିଂ ପଏଣ୍ଟ
୫. ପାକିସ୍ତାନ – ୧୦୬ ରେଟିଂ ପଏଣ୍ଟ
୬. ଦକ୍ଷିଣ ଆଫ୍ରିକା – ୧୦୦ ରେଟିଂ ପଏଣ୍ଟ
୭. ବାଂଲାଦେଶ – ୯୫ ରେଟିଂ ପଏଣ୍ଟ
୮. ଶ୍ରୀଲଙ୍କା – ୮୮ ରେଟିଂ ପଏଣ୍ଟ
୯. ଆଫଗାନିସ୍ତାନ – ୭୧ ରେଟିଂ ପଏଣ୍ଟ
୧୦. ୱେଷ୍ଟଇଣ୍ଡିଜ – ୭୧ ରେଟିଂ ପଏଣ୍ଟ


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri