ଭାରତ-ବାଂଲାଦେଶ ଫାଇନାଲ ଆଜି

ଭୁବନେଶ୍ୱର,୫।୮ (କ୍ରୀଡ଼ା ପ୍ରତିନିଧି):କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨୦ ବର୍ଷରୁ କମ୍‌ ସାଫ୍‌ (ସାଉଥ ଏସିଆନ ଫୁଟବଲ ଫେଡେରେଶନ) ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ ଶୁକ୍ରବାର ଭାରତ ଓ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହେବ। ରାତି ୭ଟାରେ ମ୍ୟାଚ ଆରମ୍ଭ ହେବ। ଗତ ସଂସ୍କରଣର ଫାଇନାଲରେ ବାଂଲାଦେଶକୁ ୨-୧ ଗୋଲରେ ହରାଇ ଭାରତ ଚାମ୍ପିୟନ ହୋଇଥିଲା। ଏଥର ସେହି ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟରେ ରହିଛି ଭାରତୀୟ ଦଳ। ଏଥର ଲିଗ୍‌ ପର୍ଯ୍ୟାୟରେ ବାଂଲାଦେଶ ୨-୧ ଗୋଲରେ ଭାରତକୁ ହରାଇ ଦେଇଥିଲା। ତେଣୁ ଏହାର ମଧୁର ପ୍ରତିଶୋଧ ନେବା ସୁଯୋଗ ମଧ୍ୟ ଭାରତ ନିକଟରେ ରହିଛି। ଲିଗ୍‌ ପର୍ଯ୍ୟାୟରେ ବାଂଲାଦେଶ ୧୦ ଓ ଭାରତ ୯ ପଏଣ୍ଟ ପାଇ ଫାଇନାଲରେ ପ୍ରବେଶ କରିଛନ୍ତି। ତେଣୁ ଟାଇଟଲ ମୁକାବିଲା ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିବେ।
”ଫାଇନାଲ ଖେଳିବାର ଅନୁଭୂତି ସର୍ବଦା ଭିନ୍ନ ହୋଇଥାଏ। ଏହା ସ୍ବତନ୍ତ୍ର। ଜଣେ ଖେଳାଳି ଓ ଅଧିନାୟକଭାବେ ମୁଁ ୩ଟି ସାଫ୍‌ ଚାମ୍ପିୟନଶିପ୍‌ ଜିତିଛି। ୨ଟି ସାଫ୍‌ ଫାଇନାଲରେ ଜାତୀୟ ସିନିୟର ଦଳର ସହକାରୀ କୋଚ୍‌ ଥିଲି। ଏହାର ଅନୁଭବ ସ୍ବତନ୍ତ୍ର“ ବୋଲି ଗୁରୁବାର ଅନୁଷ୍ଠିତ ମ୍ୟାଚ ପୂର୍ବ ଖବରଦାତା ସମ୍ମିଳନୀରେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଶନମୁଗମ ଭେଙ୍କଟେଶ ପ୍ରକାଶ କରିଛନ୍ତି। କୌଣସି ପରିସ୍ଥିତିରେ ଖେଳକୁ ହାଲ୍‌କାଭାବେ ନ ନେଇ ନିଜ ଦକ୍ଷତା ଅନୁସାରେ ପ୍ରଦର୍ଶନ କରି ମ୍ୟାଚ ବିଜୟୀ ହେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଅନ୍ୟପକ୍ଷରେ ଭାରତର ସମସ୍ତ ମ୍ୟାଚ ଦେଖି ସେହି ଅନୁସାରେ ରଣନୀତି ପ୍ରସ୍ତୁତ କରିଥିବା କହିଛନ୍ତି ବାଂଲାଦେଶ ମୁଖ୍ୟ କୋଚ୍‌ ପଲ୍‌ ସ୍ମଲି। ” ଭାରତ ଆମ ବିପକ୍ଷରେ ଯେପରି ଖେଳିଥିଲା ମାଳଦ୍ୱୀପ ବିପକ୍ଷରେ ସେହି ରଣନୀତିରେ ନଜର ଆସି ନ ଥିଲା। ସେମାନେ ଖେଳରେ ଭିନ୍ନତା ଆଣୁଛନ୍ତି। ତେଣୁ ଆମେ ସେହି ଅନୁସାରେ ପ୍ରସ୍ତୁତ ହୋଇଛୁ“ ବୋଲି ସ୍ମଲି କହିଛନ୍ତି। ଭାରତୀୟ ଦଳର ଦୁର୍ବଳତା ଉପରେ ଆମର ନଜର ରହିଛି ବୋଲି ସେ ପ୍ରକାଶ କରିଛନ୍ତି।
ଫାଇନାଲ ପୂର୍ବରୁ ଉଭୟ ଦଳର ଜଣେ ଲେଖାଏ ଖେଳାଳି ସସ୍‌ପେଣ୍ଡ ହୋଇଛନ୍ତି। ବାଂଲାଦେଶ ଶହିଦୁଲ ଇସଲାମ ଏବଂ ଭାରତ ପାର୍ଥିବ ଗୋଗୋଇଙ୍କ ଅନୁପସ୍ଥିତି ଅନୁଭବ କରିବ। ” ଆମେ ପାର୍ଥିବଙ୍କୁ ଆଗାମୀ ମ୍ୟାଚରେ ମିସ୍‌ କରିବୁ। ତେବେ ଏହା ଫୁଟବଲ। ଦଳରେ ୨୩ ଖେଳାଳି ରହିଛନ୍ତି। ଆମେ ଦଳଗତଭାବେ ଖେଳିବା ସହ ବିଜୟ କିମ୍ବା ପରାଜୟରେ ବିଶ୍ୱାସ କରୁ“ ବୋଲି ଶନ୍‌ମୁଗମ୍‌ କହିଛନ୍ତି। ଦଳର ଭଲ ପ୍ରଦର୍ଶନକୁ ନେଇ ଡିଫେଣ୍ଡର ହାଲେନ ନଙ୍ଗଡୁ ମଧ୍ୟ ବେଶ୍‌ ଆଶାବାଦୀ। ”ଆମେ ଅତ୍ୟଧିକ ଆତ୍ମବିଶ୍ୱାସରେ ନାହୁଁ। ଆମେ ଧୈର୍ଯ୍ୟର ସହ ଯୋଜନାବଦ୍ଧଭାବେ ଆଗାମୀ ମ୍ୟାଚରେ ଖେଳିବୁ। ଦଳଗତଭାବେ ଖେଳିଲେ ଯାଇ ଆମେ ବାଂଲାଦେଶକୁ ହରାଇ ପାରିବୁ ବୋଲି ଭଲଭାବେ ଜାଣିଛୁ। ପ୍ରତ୍ୟେକ ମ୍ୟାଚରେ ଆମେ କିଛିକିଛି ଶିଖିବାକୁ ପାଇଛୁ“ ବୋଲି ହାଲେନ ପ୍ରକାଶ କରିଛନ୍ତି। ଏହି ଅବସରରେ ବାଂଲାଦେଶ ଅଧିନାୟକ ମହମ୍ମଦ ତନଭୀର ହୋସେନ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri