Posted inଜାତୀୟ

ଶିର ନାସ୍ତି ଶିରୋପୀଡ଼ା

ନୂଆଦିଲ୍ଲୀ,୮/୯(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସର୍ବାଧିକ ଲୋକପ୍ରିୟ ନେତା। ଏଥିରେ ଦ୍ୱିମତ ନାହିଁ। କାରଣ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା) ଗତ ଦଶନ୍ଧି ମଧ୍ୟରେ ଜିତିଆସିଥିବା ନିର୍ବାଚନଗୁଡ଼ିକରେ ମୋଦିଙ୍କ ଲୋକପ୍ରିୟତା ହିଁ ଗୈରିକ ଦଳର ପୁଞ୍ଜି ଭାବେ କାମ କରିଆସିଛି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ଅଂଶୀଦାର ଦଳଗୁଡ଼ିକ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଆୟୁଧ କରି ନିର୍ବାଚନ ବୈତରଣୀ ପାର ହେବାକୁ ଆଶା ବାନ୍ଧି ରହିଥିବାରୁ ବିରୋଧୀ ଶିବିରରେ ଏକପ୍ରକାର ନୈରାଶ୍ୟ ଖେଳୁଥିଲା। ତେଣୁ ୨୦୨୩ ଜୁଲାଇ ୧୭ରେ ୨୬ ବିରୋଧୀ ଦଳ ବେଙ୍ଗାଲୁରୁରେ ଏକାଠି ହୋଇ ଭବିଷ୍ୟତ ରଣନୀତି ଉପରେ ମାନସ ମନ୍ଥନ କରିଥିଲେ। ଏହି ୨ ଦିନିଆ ବୈଠକ ଶେଷରେ ଅର୍ଥାତ୍‌ ୧୮ ତାରିଖରେ ସେମାନେ ଏକ ନୂଆ ମେଣ୍ଟ ଗଢ଼ିଥିଲେ, ଯାହାର ନାମ ରଖିଥିଲେ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ୍‌ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ)। ଉକ୍ତ ବୈଠକ ଶେଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ମଞ୍ଜ କଥା କହିଥିଲେ, ଯେତେବେଳେ କେହି ‘ଇଣ୍ଡିଆ’ ବିରୋଧରେ ଛିଡ଼ାହେବ, ବିଜୟ କାହାର ହେବ ତାହା ସମସ୍ତଙ୍କୁ ଜଣା। ଅଦ୍ୟାବଧି ଇଣ୍ଡିଆ ବିଚାରଧାରା ବିରୋଧରେ ଲଢ଼ି କେହି ବିଜୟ ହାସଲ କରିପାରିନାହାନ୍ତି। ଆଗାମୀ ଲୋକ ସଭା ନିର୍ବାଚନ ‘ଇଣ୍ଡିଆ ବନାମ ନରେନ୍ଦ୍ର ମୋଦି’ ଲଢ଼େଇ ହେବାକୁ ଯାଉଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଥିଲେ, ଆମ ଭିତରେ କିଛି ମତଭେଦ ରହିଛି, ଯାହାକୁ ଆମେ ପଛରେ ଛାଡ଼ିଦେଇଛୁ। ଦେଶର ସ୍ବାର୍ଥ ପାଇଁ ଏକାଠି ହୋଇଛୁ। ୨୦୨୪ ଲୋକ ସଭା ନିର୍ବାଚନ ମିଳିତ ଭାବେ ଲଢ଼ି ସଫଳତା ପାଇବୁ। ତେବେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତାକୁ ନିଷ୍ପ୍ରଭ କରି ରାଷ୍ଟ୍ରବାଦ ଆଧାରିତ ରାଜନୀତି ଉପରେ ଭାଜପାର ଏକାଧିକାରରୁ ଭାଗ ଛଡ଼ାଇବା ପାଇଁ ‘ଇଣ୍ଡିଆ’ ନାମକରଣ ଯଥେଷ୍ଟ ବୋଲି ବୁଝିବା କଷ୍ଟକର ନୁହେଁ।
୧୮ରୁ ଅଦ୍ୟାବଧି ଜାତୀୟ ରାଜନୀତିର ସ୍ରୋତରେ ଅନେକ ପାଣି ବହିଗଲାଣି। ପ୍ରବହମାନ ଧାରାରେ କିଛି ମାସ ମଧ୍ୟରେ ଆହୁରି ବହୁ ହଟଚମଟ ସୃଷ୍ଟିକାରୀ ରାଜନୈତିକ ଘଟଣାକ୍ରମ ଦେଖିବାକୁ ମିଳିପାରେ। ଇତିମଧ୍ୟରେ ଭାରତ ଅଧ୍ୟକ୍ଷତା କରୁଥିବା ଜି୨୦ ବିଶ୍ୱନେତା ସମ୍ମିଳନୀ ପାଇଁ ରାଷ୍ଟ୍ରପତି ଓ ଇଣ୍ଡୋନେସିଆରେ ଚାଲିଥିବା ବିଂଶତମ ଏସିଆନ୍‌-ଇଣ୍ଡିଆନ୍‌ ସମିଟ୍‌ ଲାଗି ପ୍ରଧାନମନ୍ତ୍ରୀ ନିଜକୁ ଯଥାକ୍ରମେ ‘ପ୍ରେସିଡେଣ୍ଟ ଅଫ୍‌ ଭାରତ’ ଏବଂ ‘ପ୍ରାଇମ୍‌ ମିନିଷ୍ଟର ଅଫ୍‌ ଭାରତ’ ଭାବେ ନିଜକୁ ପରିଚିତ କରାଇଛନ୍ତି। ସାମାଜିକ ଗଣମାଧ୍ୟମରୁ ନେଇ ଦିଲ୍ଲୀର ରାଜନୈତିକ ମହଲ ପର୍ଯ୍ୟନ୍ତ ଚର୍ଚ୍ଚା ଜୋର୍‌ ଧରିଛି ଯେ, କେନ୍ଦ୍ର ସରକାର ଦେଶର ନାମ କେବଳ ‘ଭାରତ’ ରଖିବା ପାଇଁ ସମ୍ବିଧାନରେ ସଂଶୋଧନ ଆଣିବାକୁ ଯାଉଛନ୍ତି। ସେପ୍ଟେମ୍ବର ୧୯ (ଗଣେଶ ଚତୁର୍ଥୀ)ରୁ ନୂଆ ସଂସଦ ଭବନରେ ଅଧିବେଶନ ଚାଲିବା ନେଇ ସ୍ଥିରୀକୃତ ହୋଇଥିବା କୁହାଯାଉଛି। ନୂଆ ପାର୍ଲାମେଣ୍ଟ ବିଲ୍ଡିଂରେ ‘ଅଖଣ୍ଡ ଭାରତ’ର ଚିତ୍ରକୁ ସ୍ଥାନିତ କରାଯାଇଥିବାରୁ ହିନ୍ଦୁ ଜାତୀୟତାବାଦୀ ଭାଜପା ସରକାର ସମ୍ବିଧାନ ସଂଶୋଧନ ପୂର୍ବକ ଉପରୋକ୍ତ ପଦକ୍ଷେପ ନେବାକୁ ଯାଉଛନ୍ତି ବୋଲି ସମାଲୋକମାନେ ଆଶଙ୍କା କରୁଛନ୍ତି। କିନ୍ତୁ ଏଭଳି ଅନାବଶ୍ୟକ ଚର୍ଚ୍ଚାକୁ ବିରାମ ଦେବାକୁ ଯାଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି, ଏହା କେବଳ ଏକ ଗୁଜବ। ଦେଶର ପୁନଃ ନାମକରଣ ନେଇ ସରକାରଙ୍କ କୌଣସି ଯୋଜନା ନାହିଁ। ତେବେ ‘ଭାରତ’ ନାମକୁ ନେଇ ବିରୋଧୀ ଯନ୍ତ୍ରଣା ଅନୁଭବ କରିବା ଅନୁଚିତ କହି ଅନୁରାଗ ନିଜକୁ ‘ଭାରତ ସରକାରଙ୍କ ଜଣେ ମନ୍ତ୍ରୀ’ ରୂପେ ପରିଚୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ‘ଇଣ୍ଡିଆ-ଭାରତ’ ବିବାଦରେ ଛନ୍ଦି ନ ହେବାକୁ ନିଜ କ୍ୟାବିନେଟ ସହଯୋଗୀମାନଙ୍କୁ ପରାମର୍ଶ ଦେଇଛନ୍ତି।
ଗଲେ ଭାଜପା ଗତ କିଛି ବର୍ଷ ମଧ୍ୟରେ ମୋଗଲ ଓ ଉପନିବେଶ ସାମାଜ୍ୟ ଯୁଗୀୟ ନାମଗୁଡ଼ିକୁ ବଦଳାଇ ନୂଆ ନାମକରଣ କରିଛି। ରାଷ୍ଟ୍ରପତି ଭବନରେ ଥିବା ‘ମୋଗଲ ଗାର୍ଡେନ୍‌’କୁ ‘ଅମୃତ ଉଦ୍ୟାନ’ରେ ପରିଣତ କରିବା ଏହାର ଏକ ଦୃଷ୍ଟାନ୍ତ। ସମାଲୋଚକଙ୍କ ମତରେ ନୂଆ ନଁାଗୁଡ଼ିକ ଏହି ଉପମହାଦେଶକୁ ପ୍ରାୟ ୩୦୦ ବର୍ଷ ଧରି ଶାସନ କରିଥିବା ମୋଗଲ(ମୁସଲମାନ)ମାନଙ୍କୁ ଭାରତୀୟ ଇତିହାସରୁ ନିଶ୍ଚିହ୍ନ କରିଦେବା ପାଇଁ ଭାଜପାର ଉଦ୍ୟମ। ଏହାକୁ ମୋଦି ସରକାରଙ୍କ ଅସହିଷ୍ଣୁ ମନୋଭାବ ବୋଲି ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ରେଖା ଶର୍ମା ଅଭିହିତ କରିଛନ୍ତି। ସେହିପରି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି, ଭାଜପା ଯଦି ଇଂଲିଂଶ ଭାଷାକୁ ହଟାଇଦେବା ପାଇଁ ଚାହୁଁଛି ତେବେ ପ୍ରଥମେ ନିଜ ନାମ ଭାରତୀୟ ଜନତା ପାର୍ଟି ପରିବର୍ତ୍ତେ ଭାରତୀୟ ଜନତା ଦଳ (ବିଜେଡି) ରଖିବା ଉଚିତ। ଏହା ଶାସକ ଦଳର ସଂକୀର୍ଣ୍ଣ ମାନସିକତା ବ୍ୟତୀତ କିଛି ନୁହେଁ ବୋଲି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ସମାଲୋଚନା କରିଛନ୍ତି।
କଂଗ୍ରେସ ନେତା ପବନ ଖେରାଙ୍କ ମତରେ ଦେଶରେ ଏଭଳି ତତ୍ତ୍ୱ ରହିଛନ୍ତି, ଯେଉଁମାନେ ୟୁନାଇଟେଡ୍‌ ଇଣ୍ଡିଆକୁ ପସନ୍ଦ କରନ୍ତି ନାହିଁ। ସେମାନେ ‘ଇଣ୍ଡିଆ’ ଏବଂ ‘ଭାରତ’ ମଧ୍ୟରେ ଫାଟ ସୃଷ୍ଟି କରୁଛନ୍ତି। ସେହି ବିଭେଦ ସୃଷ୍ଟିକାରୀ ଶକ୍ତିଗୁଡ଼ିକୁ ସମସ୍ତ ଭାରତୀୟ ଚିହ୍ନିଛନ୍ତି। କଂଗ୍ରେସ ଶାସିତ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା କହିଛନ୍ତି, ୧୯୪୯ ନଭେମ୍ବର ୨୬ରେ ଗୃହୀତ ସମ୍ବିଧାନର ମୁଖବନ୍ଧ କହୁଛି ‘ଓ୍ବି ଦି ସିଟିଜେନ୍‌ ଅଫ୍‌ ଇଣ୍ଡିଆ’। ତେଣୁ ଇଣ୍ଡିଆର ନୂଆ ନାମକରଣ ଅନାବଶ୍ୟକ। ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ଆବେଗିକ ପ୍ରସଙ୍ଗଗୁଡ଼ିକ ଆଣି ବିବାଦୀୟ ସ୍ଥିତି ଉପୁଜାଉଛି। କଂଗ୍ରେସ ସଂସଦୀୟ ଦଳ ନେତ୍ରୀ ସୋନିଆ ଗାନ୍ଧୀ ବୁଧବାର ପ୍ରଧାନମନ୍ତ୍ରୀଙ୍କୁ ମଣିପୁର ହିଂସା, ଦରଦାମ୍‌ ବୃଦ୍ଧି, ବେକାରି ସମସ୍ୟା, କେନ୍ଦ୍ର-ରାଜ୍ୟ ସମ୍ପର୍କ, ଜାତିଗତ ଜନଗଣନା, ସାମ୍ପ୍ରଦାୟିକ ଉତ୍ତେଜନା ବୃଦ୍ଧି, ସୀମାରେ ଚାଇନାର ଅତିକ୍ରମଣ, ଆଦାନୀ ବିରୋଧରେ ଜେପିସି ତଦନ୍ତ, ରାଜ୍ୟ ଉପରେ ବନ୍ୟା ଓ ମରୁଡ଼ିର ପ୍ରଭାବ ଆଦି ୯ ପ୍ରସଙ୍ଗରେ ସ୍ବତନ୍ତ୍ର ଅଧିବେଶନରେ ଆଲୋଚନା ପାଇଁ ଚିଠି ଲେଖିଛନ୍ତି। ସଂଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ସୋନିଆଙ୍କ ବିରୋଧରେ ସଂସଦୀୟ କାର୍ଯ୍ୟକୁ ନେଇ ରାଜନୀତି କରୁଥିବା ଅଭିଯୋଗ ଆଣିଛନ୍ତି। ଏହାପରେ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ବିରୋଧୀ ଦଳଗୁଡ଼ିକ ସଂସଦର ସ୍ବତନ୍ତ୍ର ଅଧିବେଶନକୁ ବର୍ଜନ କଲେ ଭାଜପା ଏକତରଫା ନିଷ୍ପତ୍ତି ନେବ। ପାର୍ଲାମେଣ୍ଟରେ ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବା ଉଚିତ। ଦେଶରେ ‘ଇଣ୍ଡିଆ-ଭାରତ’ ବିତର୍କ ଜାରି ରହିଥିବାବେଳେ ଜାତିସଂଘ ପକ୍ଷରୁ ପ୍ରତିକ୍ରିୟା ଆସିଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ଙ୍କ ଉପମୁଖପାତ୍ର ଫରହାନ୍‌ ହକ୍‌ କହିଛନ୍ତି, ଆମ ପାଖକୁ ‘ଇଣ୍ଡିଆ’ର ନାମ ପରିବର୍ତ୍ତନ ସଂକ୍ରାନ୍ତ କୌଣସି ପ୍ରସ୍ତାବ ଆସିନାହିଁ। ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ଅନୁରୋଧ କରାଗଲେ ତା’ ଉପରେ ବିଚାର କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?