Posted inଖେଳ

କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ଅହମଦାବାଦ,୧୨ା୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ଏଠାରେ ବୁଧବାର ଖେଳାଯିବ। ଏଥିରେ ବିଜୟ ହାସଲ ସହ ୩ମ୍ୟାଚ ବିଶିଷ୍ଟ ସିରିଜରେ କ୍ଲିନ୍‌ ସୁଇପ୍‌ ହାସଲ କରିବା ଘରୋଇ ଦଳର ଲକ୍ଷ୍ୟ ରହିବ। ଏହି ମ୍ୟାଚ ସହିତ ଚାମ୍ପିୟନ୍ସ ଟ୍ରଫି ପାଇଁ ଦୁଇଦେଶର ପ୍ରସ୍ତୁତି ପର୍ବ ଶେଷ ହେବ। ଇଂଲଣ୍ଡ ଏହି ମ୍ୟାଚ ଜିତି ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଏହାର ମନୋବଳ ବୃଦ୍ଧି କରିବାକୁ ଚେଷ୍ଟା କରିବ। ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ବ୍ୟାଟ ବର୍ତ୍ତମାନ ନୀରବ ରହିଛି। ଟୁର୍ନାମେଣ୍ଟ ପୂର୍ବରୁ ଦେଶର ଖେଳପ୍ରେମୀମାନେ ଏହି ମ୍ୟାଚରେ ତାଙ୍କରଠାରୁ ଏକ ବଡ଼ ସ୍କୋର ଆଶା କରୁଛନ୍ତି। ପ୍ରଥମ ଦୁଇଟି ମ୍ୟାଚ ସମାନ ୪ ଉଇକେଟରେ ବିଜୟ ଲାଭ କରି ଭାରତ ୨-୦ରେ ଅଗ୍ରଣୀ ରହିଛି। ରୋହିତ ଶର୍ମାଙ୍କ ଦଳ ବୁଧବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଜୟ ହାସଲ କରିବାକୁ ଆପ୍ରାଣ ଚେଷ୍ଟା କରିବ, କାରଣ ଏହି ଷ୍ଟାଡିୟମରେ ସେମାନେ ୨୦୨୩ ଦିନିକିଆ ବିଶ୍ୱକପ୍‌ ଫାଇନାଲରେ ପରାସ୍ତ ହୋଇଥିଲେ। ବିଶ୍ୱର ଶ୍ରେଷ୍ଠ ୮ଟି ଦଳକୁ ନେଇ ଚାମ୍ପିୟନ୍ସ ଟ୍ରଫି କରାଚୀଠାରେ ଫେବୃଆରୀ ୧୯ରେ ଆରମ୍ଭ ହେବ। ହାଇବ୍ରିଡ୍‌ ମଡେଲ ଅନୁସାରେ ଭାରତ ଏହାର ପରଦିନ ଦୁବାଇଠାରେ ବାଂଲାଦେଶ ବିପକ୍ଷରେ ଖେଳି ଟୁର୍ନାମେଣ୍ଟରେ ଏହାର ଅଭିଯାନ ଆରମ୍ଭ କରିବ। ଗତ ମ୍ୟାଚରେ ରୋହିତ ଫର୍ମକୁ ଫେରିଥିବାରୁ ଭାରତ ଅନେକ ପରିମାଣରେ ଆଶ୍ୱସ୍ତ ହୋଇଛି। ଦୀର୍ଘଦିନ ହେଲା ସେ ଭଲ ସ୍କୋର କରିପାରୁ ନ ଥିଲେ, ଯାହାକି ଦଳ ପାଇଁ ଚିନ୍ତାର କାରଣ ଥିଲା। ଅନ୍ୟପକ୍ଷରେ କୋହଲି ସମ୍ପୂର୍ଣ୍ଣ ବ୍ୟାଟିଂ ଟଚ୍‌ରେ ନାହାନ୍ତି ବୋଲି କହିହେବନି। ସେ କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ପାରୁନାହାନ୍ତି। ବଡ଼ ସ୍କୋର ପାଇଁ ସେ କ୍ରିଜ୍‌ରେ ଅଧିକ ସମୟ ରହିବା ଜରୁରୀ। ଯଦି ସେ କ୍ଲିକ୍‌ କରନ୍ତି ତେବେ କୋହଲିଙ୍କ ପାଇଁ ଆଉ ଏକ ରେକର୍ଡର ସୁଯୋଗ ରହିଛି। ଖେଳର ଇତିହାସରେ ତୃତୀୟ ବ୍ୟାଟର ଭାବେ ୧୪,୦୦୦ ରନ ପୂରଣ କରିବା ଲାଗି ସେ ଆଉ ମାତ୍ର ୮୯ରନ ପଛରେ ରହିଛନ୍ତି। ଭାରତ ଏହି ସିରିଜରେ ଏହାର ପ୍ରତିଭା ଖେଳାଳିଙ୍କର ଠିକଣା ଉପଯୋଗ କରିଛି। ସେଭଳି କୌଣସି ତ୍ରୁଟି କରିଥିବା ଭଳି ମନେ ହେଉନାହିଁ। କହିବାକୁ ଗଲେ ଘାତକ ସ୍ପିନ ବୋଲିଂ କରିପାରୁଥିବା ବରୁଣ ଚକ୍ରବର୍ତ୍ତୀ ଚାମ୍ପିୟନ୍ସ ଟ୍ରଫି ପାଇଁ ଅତିରିକ୍ତ ଅସ୍ତ୍ର ହୋଇ ଉଭା ହୋଇଛନ୍ତି। ଦୀର୍ଘଦିନ ଧରି ଆଘାତଜନିତ ସମସ୍ୟାରେ ରହିଥିବା ମହମ୍ମଦ ଶାମି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତର ପ୍ରମୁଖ ପେସ୍‌ ବୋଲର ଯଶପ୍ରୀତ ବୁମ୍‌ରା ଉପଲବ୍ଧ ହୋଇପାରିବେ କି ନା ସେ ନେଇ ସନ୍ଦେହ ରହିଛି। ଟୁର୍ନାମେଣ୍ଟ ପାଇଁ ଚୂଡ଼ାନ୍ତ ଖେଳାଳି ତାଲିକା ପ୍ରକାଶ କରିବାର ଶେଷ ଦିନ ବୁଧବାର ରହିଛି। ବୁମ୍‌ରାଙ୍କୁ ତୃତୀୟ ଦିନିକିଆରେ ଖେଳାଇବା ଯୋଜନା ରହିଛି। ତେଣୁ ବୁମ୍‌ରା ଚାମ୍ପିୟନ୍ସ ଟ୍ରଫି ଖେଳିବେ କି ନା ତାହା ବୁଧବାର ସ୍ପଷ୍ଟ ହୋଇଯିବ। ମଙ୍ଗଳବାର ଉଭୟ ଭାରତ ଓ ଇଂଲଣ୍ଡ ଦଳ ଅଭ୍ୟାସ ନ କରି ବିଶ୍ରାମ ନେବାକୁ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri