Posted inଖେଳ

କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ଇନ୍ଦୋର,୨୪ା୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ ମଙ୍ଗଳବାର ଇନ୍ଦୋରର ହୋଲ୍‌କର କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ୨-୦ରେ ଆଗୁଆ ରହିଥିବା ଭାରତ ଏହି ମ୍ୟାଚ୍‌ରେ ନିଜର ମିଡଲ ଅର୍ଡର ସୁଧାରିବାକୁ ପ୍ରୟାସ କରିବ। ସେହିପରି ବୋଲିଂ ଲାଇନ୍‌ ଅପ୍‌ରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଓପ୍‌ନର ଶୁବମନ ଗିଲ୍‌ ନିଜ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ରହିଥିବା ବେଳେ ରୋହିତ ଶର୍ମା ମଧ୍ୟ ଦୁଇଟିଯାକ ମ୍ୟାଚ୍‌ରେ ଉପଯୋଗୀ ଇନିଂସ ଖେଳିଛନ୍ତି। ଟପ୍‌ ଅର୍ଡରରେ ବିରାଟ କୋହଲି ଉଭୟ ମ୍ୟାଚ୍‌ରେ ବିଫଳ ହୋଇଥିବା ବେଳେ ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ୍‌, ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ପ୍ରଭାବୀ ରହିନାହିଁ। ବାମହାତୀ ସ୍ପିନରଙ୍କ ବିପକ୍ଷରେ କୋହଲିଙ୍କ ଦୁର୍ବଳ ପ୍ରଦର୍ଶନ ଜାରି ରହିଛି। ୪ ମ୍ୟାଚ୍‌ରେ ୩ ଶତକ ହାସଲ କରିବା ପରେ କୋହଲି ବାମହାତୀ ସ୍ପିନରଙ୍କ ବିପକ୍ଷରେ ନିଜର ଦୁର୍ବଳତା ସୁଧାରିବାକୁ ପ୍ରୟାସ କରିପାରନ୍ତି। ସେହିପରି ମଧ୍ୟକ୍ରମରେ ସୂର୍ଯ୍ୟକୁମାର, ଇଶାନ ଓ ହାର୍ଦ୍ଦିକଙ୍କୁ ଅଧିକ ବ୍ୟାଟିଂ ଦେବା ଲକ୍ଷ୍ୟରେ ରହିବ ଭାରତ। ଦ୍ୱିତୀୟ ଅଲ୍‌ରାଉଣ୍ଡର ଭାବରେ ଓ୍ବାଶିଂଟନ୍‌ ସୁନ୍ଦରଙ୍କ ସ୍ଥାନରେ ଶାହବାଜ ଅହମଦଙ୍କୁ ମଧ୍ୟ ସୁଯୋଗ ମିଳିପାରେ। ଭାରତୀୟ ଦଳ ଏହାର ବୋଲିଂ ବେଞ୍ଚ୍‌ଷ୍ଟ୍ରେନ୍ଥ ଉପରେ ଏଯାଏ କାମ ଆରମ୍ଭ କରି ନାହିଁ। ଉମ୍‌ରାନ ମଲିକ ଏବଂ ୟୁଜ୍‌ବେନ୍ଦ୍ର ଚହଲ ଚଳିତ ସିରିଜରେ ଗୋଟିଏ ବି ମ୍ୟାଚ୍‌ ଖେଳି ନ ଥିବା ବେଳେ ଏହି ମ୍ୟାଚ୍‌ରେ ସୁଯୋଗ ପାଇପାରନ୍ତି। ପ୍ରଥମ ଦିନିକିଆରେ ଭାରତୀୟ ବୋଲର ଅତ୍ୟନ୍ତ ସାଧାରଣ ବୋଲିଂ କରିବା ସହିତ ୧୩୧/୬ରୁ ନ୍ୟୁଜିଲାଣ୍ଡକୁ ୩୦୦ ରନ୍‌ ଅତିକ୍ରମ କରିବାର ସୁଯୋଗ ଦେଇଥିଲେ। ଦ୍ୱିତୀୟ ଦିନିକିଆରେ କିନ୍ତୁ ଚମତ୍କାର ପ୍ରତ୍ୟାବର୍ତ୍ତନ କରିବା ସହିତ ଭ୍ରମଣକାରୀ ଦଳକୁ ମାତ୍ର ୧୦୮ ରନ୍‌ରେ ସୀମିତ ରଖିଥିଲେ। ମହମ୍ମଦ ଶାମି, ମହମ୍ମଦ ସିରାଜ ଓ ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କ ବୋଲିଂ ଚମତ୍କାର ରହିଥିବା ବେଳେ ସ୍ପିନ୍‌ ବୋଲର ମଧ୍ୟ ମାପଚୁପ ବୋଲିଂ କରିଥିଲେ। ଅନ୍ୟପକ୍ଷରେ ଟମ୍‌ ଲଥାମଙ୍କ ନ୍ୟୁଜିଲାଣ୍ଡ ମଧ୍ୟ ସାନ୍ତ୍ୱନାମୂଳକ ବିଜୟ ହାସଲ କରିବାକୁ ଚାହିଁବ। ଓ୍ବିଲିୟମ୍‌ସନ୍‌ଙ୍କ ବିନା ଦଳର ବ୍ୟାଟିଂ ଦୁର୍ବଳତା ପଦାରେ ପଡ଼ିଥିବା ବେଳେ ଏହାକୁ ସୁଧାରିବାକୁ ଟପ୍‌ ଅର୍ଡର ବ୍ୟାଟର ପ୍ରୟାସ କରିବେ। ହୋଲ୍‌କର ଷ୍ଟାଡିୟମ ପିଚ୍‌ ବ୍ୟାଟରଙ୍କୁ ସହାୟକ ହେବ ବୋଲି ଆଶା କରାଯାଏ। କାକର ପ୍ରଭାବ ଦ୍ୱିତୀୟ ଇନିଂସ୍‌ରେ ପଡ଼ିବାର ସମ୍ଭାବନା ଥିବାରୁ ଟସ୍‌ ଜିତିବା ଦଳ ହିଁ ବ୍ୟାଟିଂ ନିଷ୍ପତ୍ତି ନେବ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର, ଆସୁଆସୁ କଲେ ବଡ଼ ଘୋଷଣା…

କଟକ,୧୬।୮: ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିନୟତୋଷ ମିଶ୍ର ରବିବାରେ ଅନ୍ତରୀଣ ପୋଲିସ ଡିଜିପି ଭାବେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟୀତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri