Posted inଖେଳ

ସୁବିଧାଜନକ ସ୍ଥିତିରେ ଭାରତ ଏ’

ବେଙ୍ଗାଲୁରୁ, ୧୭।୯(ପି.ଟି.): ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ତୃତୀୟ ଅନ୍‌ ଅଫିସିଆଲ ଟେଷ୍ଟରେ ଭାରତ ଏ’ ପ୍ରଥମ ଇନିଂସରେ ଅଗ୍ରଣୀ ଲାଭ କରି ସୁବିଧାଜନକ ସ୍ଥିତିରେ ରହିଛି। ଶୁକ୍ରବାର ଦ୍ୱିତୀୟ ଦିବସ ଖେଳରେ ସ୍ପିନ ବୋଲର ସୌରଭ କୁମାର (୪/୪୮) ଓ ରାହୁଲ ଚହର (୩/୫୩)ଙ୍କ ଚମତ୍କାର ବୋଲିଂ ଯୋଗୁ ନ୍ୟୁଜିଲାଣ୍ଡ ଏ’ ଏହାର ପ୍ରଥମ ଇନିଂସରେ ୭୧.୨ ଓଭର ଖେଳି ୨୩୭ ରନ କରିପାରିଥିଲା। ଫଳରେ ଏହି ୪ ଦିନିଆ ଗେମ୍‌ରେ ଭାରତ ଏ’ ୫୬ ରନରେ ପ୍ରଥମ ଇନିଂସ ଅଗ୍ରଣୀ ଲାଭ କରିଛି। ଘରୋଇ ଦଳ ଏହାର ଦ୍ୱିତୀୟ ଇନିଂସ ଖେଳିବାକୁ ଯାଇ ଷ୍ଟମ୍ପ ଅପସାରଣ ବେଳକୁ ୧୧ ଓଭରରେ ୧ ଉଇକେଟ ବିନିମୟରେ ୪୦ ରନ କରିଛି। ଦଳ ମୋଟ ଉପରେ ୯୬ରନ ଅଗ୍ରଣୀ ଲାଭ କରିସାରିଛି। ଦ୍ୱିତୀୟ ଇନିଂସରେ ଭାରତ ଏହାର ଜଣେ ବ୍ୟାଟ୍ସମ୍ୟାନ ଅଭିମନ୍ୟୁ ଇଶ୍ୱରନ (୪)ଙ୍କୁ ହରାଇଛି। ସେ ସିନ୍‌ ସୋଲିଆଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଯାଇଥିଲେ। ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ଋତୁରାଜ ଗାଏକ୍ୱାଡ ୧୮ ଏବଂ ଅଧିନାୟକ ପ୍ରିୟଙ୍କ ପଞ୍ଚଲ ୧୭ ରନ କରି ଅପରାଜିତ ରହିଛନ୍ତି। ପୂର୍ବରୁ ଭାରତ ଏ’ର ପ୍ରଥମ ଇନିଂସ ସ୍କୋର ୨୯୩ ଜବାବରେ ନ୍ୟୁଜିଲାଣ୍ଡ ଏ’ ୧୦୦ରନ ଭିତରେ ଦଳର ଅଧା ବ୍ୟାଟ୍ସମ୍ୟାନଙ୍କୁ ହରାଇ ବସିଥିଲା। ତେବେ ମାର୍କ ଚାପମ୍ୟାନ (୯୨) ସିନ୍‌ ସୋଲିଆ (୫୪) ଷଷ୍ଠ ଉଇକେଟରେ ୧୧୪ ରନ ଯୋଗ କରି ଦଳର ସ୍ଥିତିରେ ସୁଧାର ଆଣିଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତ ଏ’ ପ୍ରଥମ ଇନିଂସ: ୨୯୩
ନ୍ୟୁଜିଲାଣ୍ଡ ଏ’ ପ୍ରଥମ ଇନିଂସ: ୨୩୭ (ମାର୍କ ଚାପମ୍ୟାନ-୯୨, ସିନ୍‌ ସୋଲିଆ-୫୪; ସୌରଭ କୁମାର-୪/୪୮, ରାହୁଲ ଚହର ୩/୫୩, ମୁକେଶ କୁମାର ୨/୪୮)। ଭାରତ ଦ୍ୱିତୀୟ ଇନିଂସ (ଅସମାପ୍ତ): ୪୦/୧।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?