Posted inଖେଳ

୩୪୬ ରନ୍‌ରେ ଆଗୁଆ ଭାରତ, ତଥାପି ବ୍ୟାଟିଂ ଛାଡ଼ିନି

ଲଣ୍ଡନ,୫।୯: ଇଂଲଣ୍ଡ ବିପକ୍ଷ ଚଳିତ ଓଭାଲ ଟେଷ୍ଟରେ ଚତୁର୍ଥ ଦିନର ଟି ବ୍ରେକ ସୁଦ୍ଧା ଭାରତୀୟ ଦଳ ୮ ଉଇକେଟ କ୍ଷତିରେ ୪୪୫ ରନ୍‌ କରି ୩୪୬ ରନ୍‌ରେ ଆଗୁଆ ରହିଛି। ଏତେ ରନ୍‌ରେ ଆଗୁରେ ରହିବା ସତ୍ତ୍ୱେ ଦ୍ୱିତୀୟ ଇନିଂସ ପାଳି ଘୋଷଣା ନାହାନ୍ତି ଅଧିନାୟକ ବିରାଟ କୋହଲି। ଓଭାଲର ଫ୍ଲାଟ ପିଚ୍‌ ଏହାର କାରଣ ହୋଇପାରେ। ଏହି ପିଚ୍‌ ଏବେ ବ୍ୟାଟିଂ ପାଇଁ ବେଶ୍‌ ଉପଯୋଗୀ ହୋଇ ପଡ଼ିଛି।

ଅସମାପ୍ତ ଦ୍ୱିତୀୟ ଇନିଂସ୍‌ ସ୍କୋର ୨୭୦/୩ରୁ ବ୍ୟାଟିଂ ଆରମ୍ଭ କରିଥିବା ଭାରତୀୟ ଦଳ ଆରମ୍ଭରୁ ରବୀନ୍ଦ୍ର ଜାଡେଜା (୧୭) ଓ ତା’ ପରେ ଅଧିନାୟକ କୋହଲି (୪୪)ଙ୍କ ଉଇକେଟ ହରାଇଥିଲା। ଲାଗୁଥିଲା ଟିମ୍‌ ଇଣ୍ଡିଆ ଶୀଘ୍ର ଅଲଆଉଟ୍‌ ହୋଇଯିବ। କିନ୍ତୁ ୭ମ ଉଇକେଟ ପାଇଁ ଶାର୍ଦ୍ଦୁଳ ଠାକୁର (୬୦) ଓ ରିଷଭ ପନ୍ତ (୫୦) ୧୦୦ ରନ୍‌ ଯୋଡ଼ିଥିଲେ। ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ଶାର୍ଦ୍ଦୁଳ। ଦୁହେଁ ଆଉଟ୍‌ ହେବା ପରେ ଯଶପ୍ରୀତ ବୁମରା (୧୯) ଓ ଉମେଶ ଯାଦବ (୧୩) ଏବେ ବ୍ୟାଟିଂ କରୁଛନ୍ତି। ଇଂଲଣ୍ଡ ପକ୍ଷରୁ ଓଲି ରବିନସନ, କ୍ରିସ ଓ୍ବକ୍ସ ଓ ମୋଇନ ଅଲି ନେଇଛନ୍ତି ୨ ଲେଖାଏ ଉଇକେଟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଟେଷ୍ଟ: ବାଂଲାଦେଶ ୨୪୨/୫

ଚଟୋଗ୍ରାମ,୪।୨: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ବାଂଲାଦେଶ ଆଭରେଜ ପ୍ରଦର୍ଶନ କରିଛି। ସ୍ଥାନୀୟ ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହୋଇଥିବା...

ଭିଡିଓ କଲ୍‌ରେ କାତାର ଟିକେଟ୍‌

କାତାରରେ ଅନୁଷ୍ଠିତ ହେବାକୁ ଥିବା ଫିଫା ପୁରୁଷ ଫୁଟବଲ ବିଶ୍ୱକପ ପାଇଁ ଘୋଷଣା ହୋଇଛି ଆମେରିକା ଦଳ। କୋଚ୍‌ ଗ୍ରେଗ୍‌ ବେରହଲ୍ଟର ୨୬ ଜଣିଆ ଦଳ...

ଟାଇସନ-ଜୋନ୍ସ ପ୍ରଦର୍ଶନୀ ବାଉଟ୍‌

ଲସ୍‌ଏଞ୍ଜେଲସ୍‌ ୩୧ା୧୦ (ଏପି): ବକ୍ସିଂ ରିଙ୍ଗ୍‌କୁ ଫେରିବେ ମାଇକ୍‌ ଟାଇସନ ଓ ରୟ ଜୋନ୍ସ ଜୁନିୟର। ଦୁଇ ବକ୍ସରଙ୍କ ମଧ୍ୟରେ ଏହା ଏକ ପ୍ରଦର୍ଶନୀ ମୁକାବିଲା...

ଆମ୍ବପୁର ପ୍ରିମିୟର ଲିଗ୍‌, ଡେୟାରଡେଭିଲ୍ସ ଚାମ୍ପିୟନ

ପାତ୍ରପୁର,୩୦।୫(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ଆମ୍ବପୁର ଠାରେ ଆଇପିଏଲ ଢାଞ୍ଚାରେ ଚାଲିଥିବା ଆମ୍ବପୁର ପ୍ରିମିୟର ଲିଗ୍‌ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଗ୍ରାମର ମୃତ ଯୁବକ ରୁଦ୍ର ପ୍ରଧାନଙ୍କ...

ସମାଲୋଚନାକୁ ବେଖାତିର୍‌: ରୋହିତ କହିଲେ ‘ଆମ ଟିମ୍‌ରେ କ୍ୱାଲିଟି ଅଛି’

ଦୁବାଇ,୭।୯: ଏସିଆ କପ୍‌ ୨୦୨୨ ମୁକାବିଲା ଲଗାତାର ଦ୍ୱିତୀୟ ପରାଜୟ ସହ ଟୁର୍ନାମେଣ୍ଟରୁ ବାହାର ହୋଇଛି ଟିମ୍‌ ଇଣ୍ଡିଆ। ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ପାଇଁ...

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ତ୍ରିନିଦାଦ,୩।୮: ୱେଷ୍ଟଇଣ୍ଡିଜ ବିପକ୍ଷ ୩ଟି ଦିନିକିଆ ସିରିଜକୁ ଭାରତ ୨-୧ରେ ଜିତିଛି। ଏଥିସହିତ ବର୍ତ୍ତମାନ ଟି-୨୦ ସିରିଜରେ ଉଭୟ ଦଳ ମୁହାଁମୁହିଁ ହେବେ। ଭାରତ ଏବଂ...

୪ ଥର ଦଶମରେ ଫେଲ ପେସର ଖେଳିବେ ଆଇପିଏଲ

କୋଲକାତା,୨୦।୧୨- ଆଇପିଏଲ ନିଲାମ ପ୍ରକ୍ରିୟାରେ ଆକାଶ ସିଂଙ୍କୁ କିଣିଛି ରାଜସ୍ଥାନ ରୟାଲ୍ସ ଦଳ। ରାଜସ୍ଥାନ ଫ୍ରାଞ୍ଚାଇଜ ଆକାଶଙ୍କୁ ୨୦ ଲକ୍ଷ ଟଙ୍କାର ବେସ ପ୍ରାଇସରେ ଦଳରେ...

ସିପିଏଲ୍‌ ଜର୍ସି ଉନ୍ମୋଚିତ

ଭୁବନେଶ୍ୱର, ୫ା୧୧(କ୍ରୀଡ଼ା ପ୍ରତିନିଧି): କର୍ପୋରେଟ ପ୍ରିମିୟର ଲିଗ୍‌ (ସିପିଏଲ୍‌)ର ୫ମ ସଂସ୍କରଣ ଚଳିତ ମାସ ୫ରୁ ଆରମ୍ଭ ହେବ। କର୍ପୋରେଟ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଏହି...

Advertisement
Archives

Model This Week