Posted inଖେଳ

ଇତିହାସ ରଚିଲା ଭାରତ: ପ୍ରଥମ ଦଳ ଭାବେ…

ଲଡରହିଲ୍‌,୮।୮: ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ମ୍ୟାଚ ସିରିଜରେ ଭାରତ ୱେଷ୍ଟଇଣ୍ଡିଜକୁ ୪-୧ରେ ପରାସ୍ତ କରିଛି। ପଞ୍ଚମ ମ୍ୟାଚରେ ରୋହିତ ଶର୍ମା, ରିଷଭ ପନ୍ତ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ପରି ଶକ୍ତିଶାଳୀ ବ୍ୟାଟ୍ସମ୍ୟାନ ବିଶ୍ରାମ ନେଇଥିଲେ। ଏହା ସତ୍ତ୍ୱେ ଭାରତ ୮୮ ରନ୍‌ରେ ମ୍ୟାଚ ଜିତିଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ଏହି ମ୍ୟାଚ୍‌ରେ ଭାରତୀୟ ସ୍ପିନରମାନେ ଚମତ୍କାର ଖେଳ ପ୍ରଦର୍ଶନ କରି ଇତିହାସ ସୃଷ୍ଟି କରିଥିଲେ।
ୱେଷ୍ଟଇଣ୍ଡିଜ ବିପକ୍ଷ ପଞ୍ଚମ ଟି-୨୦ ମ୍ୟାଚରେ ସମସ୍ତ ୧୦ ଉଇକେଟ ସ୍ପିନରମାନେ ନେଇଥିଲେ। ରବି ବିଷ୍ଣୋଇ, ଅକ୍ଷର ପଟେଲ ଏବଂ କୁଲଦୀପ ଯାଦବ ସମସ୍ତ ଉଇକେଟ୍‌ ନେଇ ଭାରତର ବିଜୟର ହିରୋ ଥିଲେ। ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ବିପକ୍ଷ ଦଳର ସମସ୍ତ ଉଇକେଟ୍‌ କେବଳ ସ୍ପିନରମାନେ ନେଇଥିଲେ।
ପଞ୍ଚମ ଟି-୨୦ ମ୍ୟାଚରେ ଅକ୍ଷର ପଟେଲ ୩ ଓଭରରେ ୧୫ ରନ ଦେଇ ୩ ଉଇକେଟ ନେଇଥିଲେ। ରବି ବିଷ୍ଣୋଇ ୨.୪ ଓଭରରେ ୧୬ ରନ ଦେଇ ୪ ଉଇକେଟ ନେଇଥିଲେ। ସେହିପରି କୁଲଦୀପ ଯାଦବ ୪ ଓଭରରେ ୧୨ ରନ୍‌ ଦେଇ ୩ ଉଇକେଟ୍‌ ନେଇଥିଲେ।
ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୭ ଉଇକେଟ୍‌ ହରାଇ ୧୮୮ ରନ୍‌ କରିଥିଲା। ଏହାର ଜବାବରେ ୱେଷ୍ଟଇଣ୍ଡିଜ ମାତ୍ର ୧୦୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହିନ୍ଦୁ ମାନଙ୍କୁ ଦେଶଦ୍ରୋହୀ କହି ଅଡ଼ୁଆରେ ଯୁବରାଜଙ୍କ ବାପା: ଲୋକେ କହିଲେ ‘ଗିରଫ କରାଯାଉ’

ନୂଆଦିଲ୍ଲୀ,୫।୧୨: ଭାରତୀୟ କ୍ରିକେଟ ଟିମ୍‌ର ଦିଗ୍ଗଜ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂହଙ୍କ ବାପା ଯୋଗରାଜ ସିଂହ ନିଜର ଆପତ୍ତିଜନକ ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଛି। ବିଗତ...

କୁକୁର ଖେଳିଲା କ୍ରିକେଟ

ନୂଆଦିଲ୍ଲୀ,୨୨।୨- କଥାରେ ଅଛି କୁକୁରମାନେ ମଣିଷର ସବୁଠୁ ଭଲ ବନ୍ଧୁ। ସେମାନେ ମଣିଷଙ୍କ କଥା ବୁଝି ପାରନ୍ତି। ଭେଟେରାନ ଅଭିନେତ୍ରୀ ସିମି ଗାରଓ୍ବୋଲ ଟୁଇଟରରେ ଏକ...

ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ: ଭାରତୀୟ ସମ୍ଭାବ୍ୟ ଦଳ ଘୋଷିତ

ନୂଆଦିଲ୍ଲୀ, ୫ା୭ (ପି.ଟି.)-ଜୁଲାଇ ୭ରୁ ଅହମ୍ମଦାବାଦର ଏକା ଆରେନାଠାରେ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟ୍‌ବଲ ଟୁର୍ନାମେଣ୍ଟ ହେବ। ଏଥିଲାଗି ଭାରତୀୟ ଫୁଟ୍‌ବଲ ଟିମ୍‌ କୋଚ୍‌ ଇଗୋର ଷ୍ଟିମାକ୍‌ ଶୁକ୍ରବାର...

ପ୍ରଥମ ଦୁଇ ଦିନିକିଆରୁ ଓ୍ବିଲିୟମସନ ବାଦ୍‌

ହାମିଲଟନ, ୪।୨ (ପି.ଟି.)- ଭାରତ ବିପକ୍ଷ ଆଗାମୀ ଦିନିକିଆ ସିରିଜ ପୂର୍ବରୁ ଘରୋଇ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳକୁ ଝଟ୍‌କା ଲାଗିଛି। କହୁଣି ଆଘାତଜନିତ ସମସ୍ୟା ଲାଗି...

ଭାରତର ସ୍ଥିତି ମଜଭୁତ୍‌

ମୁମ୍ବାଇ,୫।୧୨: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ଖେଳାଯାଉଛି। ସାତୋଟି ପାଇଁ ୨୭୬ ରେ...

ରଣଜୀ ଟ୍ରଫି: ଅନୁରାଗ, ଦେବାଶିଷଙ୍କ ଅର୍ଦ୍ଧଶତକ

କଟକ ଅଫିସ,୧୩ା୨-  ଚଳିତ ସିଜନର ଅନ୍ତିମ ଲିଗ ପର୍ଯ୍ୟାୟ ମ୍ୟାଚ୍‌ ବୁଧବାରଠାରୁ ଆରମ୍ଭ ହୋଇଛି। ବାରବାଟୀ ଷ୍ଟାଡିୟମରେ ଘରୋଇ ଓଡ଼ିଶା ଦଳ ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ...

କମ୍ବାଲା ଦୌଡ଼ରେ ଶ୍ରୀନିବାସଙ୍କ ରେକର୍ଡ ଭାଙ୍ଗିଲା

ବାଙ୍ଗାଲୋର,୧୮।୨- ପାରମ୍ପରିକ ଷଣ୍ଢ ଦୌଡ଼ କମ୍ବାଲାରେ ଶ୍ରୀନିବାସ ଗୌଡ଼ାଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି ଆଉ ଜଣେ ଧାବକ। ତାଙ୍କ ନାମ ହେଲା ନିଶାନ୍ତ ଶେଟ୍ଟି। ସେ...

ବାଙ୍ଗାଲୋର ଓପନ ଖେଳିବେ ପେସ୍‌

ବେଙ୍ଗାଲୁରୁ, ୭ା୨ (ପି.ଟି.)-ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବାକୁଥିବା ୧୬୨,୦୦୦ ଡଲାର ପୁରସ୍କାର ବିଶିଷ୍ଟ ବାଙ୍ଗାଲୋର ଏଟିପି ଚ୍ୟାଲେଞ୍ଜରରେ ଭାରତୀୟ ଟେନିସ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌...

Advertisement
Archives

Model This Week