Posted inଖେଳ

ଭାରତ-ପାକିସ୍ତାନ ମହାମୁକାବିଲା ଆଜି: ଜାଣନ୍ତୁ କେଉଁଠି ଆଉ କେତେବେଳେ ଦେଖିବେ ମ୍ୟାଚ୍‌…

କଲମ୍ବୋ,୧୯।୭: ପୁଣିଥରେ ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଲା ଦେଖିବାକୁ ପାଇବେ କ୍ରିକେଟ ପ୍ରଶଂସକ। ଏସିସି ମେନ୍ସ ଏମର୍ଜିଂ ଟିମ୍ସ ଏସିଆ କପ୍‌ ୨୦୨୩ ଟୁର୍ନାମେଣ୍ଟରେ ବୁଧବାର ଏହି ମ୍ୟାଚ୍‌ ଭାରତ ଏବଂ ପାକିସ୍ତାନ ‘ଏ’ ଟିମ୍‌ ମଧ୍ୟରେ ଖେଳାଯିବ। ଟୁର୍ନାମେଣ୍ଟରେ ଭାରତ ‘ଏ’ ଟିମ୍‌ର ଅଧିନାୟକତ୍ୱ ୟଶ ଧୁଲ ସମ୍ଭାଳୁଛନ୍ତି। ଅଭିଷେକ ଶର୍ମା ଉପ-ଅଧିନାୟକ ଅଛନ୍ତି।

ତେବେ ଏସିସି ମେନ୍ସ ଏମର୍ଜିଂ ଟିମ୍ସ ଏସିଆ କପ୍‌ ୨୦୨୩ ଟୁର୍ନାମେଣ୍ଟ ଶ୍ରୀଲଙ୍କାରେ ୧୩ରୁ ୨୩ ଜୁଲାଇ ପର୍ଯ୍ୟନ୍ତ ଖେଳାଯାଉଛି। ଏସିଆର ୮ ଦେଶ ଏଥିରେ ଭାଗ ନେଇଛନ୍ତି। ଦିନିକିଆ ଫର୍ମାଟରେ ଏହା ଖେଳାଯାଉଛି। ଭାରତୀୟ ‘ଏ’ ଟିମ୍‌ ଗ୍ରୁପ୍‌ ବିରେ ନେପାଳ, ୟୁଏଇ, ପାକିସ୍ତାନ ‘ଏ’ ଟିମ୍‌ ସହ ରହିଛି।

ଆସନ୍ତୁ ଜାଣିବା ଆଜିର ମହାମୁକାବିଲା କେବେ ଆଉ କେଉଁଠି ଦେଖିବେ?

-ମ୍ୟାଚ୍‌ କଲମ୍ବୋର ଆର୍‌ ପ୍ରେମଦାସା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।

-ଭାରତ ‘ଏ’ ଏବଂ ପାକିସ୍ତାନ ‘ଏ’ ମଧ୍ୟରେ ଟୁର୍ନାମେଣ୍ଟର ଏହା ୧୨ତମ ମ୍ୟାଚ୍‌। ଭାରତୀୟ ସମୟାନୁସାରେ ଅପରାହ୍ନ ୨ଟାରେ ଆରମ୍ଭ ହେବ। ଅଧଘଣ୍ଟା ପୂର୍ବରୁ ଟସ୍‌ ପଡ଼ିବ।

-ମ୍ୟାଚ୍‌ଟିକୁ ଷ୍ଟାର ସ୍ପୋଟ୍ସ ନେଟଓ୍ବାର୍କରେ ଲାଇଭ୍‌ ଦେଖିପାରିବେ।

-ମୋବାଇଲରେ ଫ୍ୟାନକୋଡ୍‌ ଆପ୍‌ରେ ଏହାକୁ ଲାଇଭ୍‌ ଦେଖିହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ବ ଚାମ୍ପିୟନ ଭାରତକୁ ଧରାଶାୟୀ କଲା ଆୟାର୍ଲାଣ୍ଡ

ବେଲ୍‌ଫାଷ୍ଟ, ୨୮ା୬: ଆୟର୍ଲାଣ୍ଡ ବିପକ୍ଷରେ ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ଅପ୍‌ ପୁଣି ବିଫଳ ହୋଇଛି। ସ୍ଥାନୀୟ ସିଭିଲ ସର୍ଭିସ କ୍ରିକେଟ କ୍ଲବଠାରେ ରବିବାର ଖେଳାଯାଇଥିବା ଦ୍ୱିତୀୟ…

ଟି୨୦ ବିଶ୍ୱକପରେ ଭାରତର ଅଭିଯାନ ଶେଷ

ଲଣ୍ଡନ, ୨୮।୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପର ଗ୍ରୁପ୍‌ ପର୍ଯ୍ୟାୟରୁ ଭାରତ ଅଭିଯାନ ଶେଷ ହୋଇଛି। ରବିବାର ଅନୁଷ୍ଠିତ ଅନ୍ତିମ ଲିଗ୍‌ ମ୍ୟାଚରେ ଭାରତକୁ ଅଷ୍ଟ୍ରେଲିଆ…

କ୍ରିକେଟ ଟୁର୍ନାମେଣ୍ଟ, ସୋମପେଣ୍ଠା ବିଜୟୀ, ଖେଳାଳିଙ୍କୁ ଉତ୍ସାହିତ କଲେ ବିଧାୟକ

ଛତ୍ରପୁର,୨୮।୬(ଦିଲ୍ଲୀପି ସାମଲ): ଛତ୍ରପୁର ନିକଟସ୍ଥ ଟି. ନୂଆଁଗାଁ ପଡ଼ିଆରେ ଚାଲିଥିବା ଶ୍ରୀଶ୍ରୀ ବାବା ଅଗସ୍ତିଶ୍ୱର କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ ରଙ୍ଗେଈଲୁଣ୍ଡା ଏବଂ…

ସରକାରୀ ଚାକିରି ଦେବା ନାମରେ ୨୩ ଲକ୍ଷ ଠକେଇ

କେନ୍ଦୁଝର,୨୬ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ପୋଲିସ ଚାକିରି ଦେବା ନାମରେ ଠକେଇ ମାମଲାର ପର୍ଦ୍ଦାଫାଶ କରିଛି। ଘଟଣାରେ ଜଡ଼ିତ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ…

ତିରୁମାଲା ମନ୍ଦିର ସୁପ୍ରଭାତ ସେବାରେ ଯୋଗଦେଲେ ଅନନ୍ତ ଅମ୍ବାନୀ, କଲେ ମୁଣ୍ଡନ

ତିରୁମାଲା,୨୮।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ ରବିବାର ତିରୁମାଲାର ପାହାଡ଼ରେ ଅବସ୍ଥିତ ପବିତ୍ର ଭଗବାନ ଭେଙ୍କଟେଶ୍ୱରଙ୍କ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଅନନ୍ତ ତିରୁମାଲାରେ…

ଅଚାନକ ଅବସର ନେଲେ ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ

ୱେଲିଂଟନ,୨୮।୬: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ତୃତୀୟ ଟେଷ୍ଟରେ କ୍ରିକେଟକୁ ବିଦାୟ ଦେଇ ଅଲ୍‌ରାଉଣ୍ଡର ତଥା ଇଂଲଣ୍ଡ ଟେଷ୍ଟ ଅଧିନାୟକ ବେନ୍‌ ଷ୍ଟୋକ୍ସ ଆଶ୍ଚର୍ଯ୍ୟଜନକ ଭାବେ ଅବସର ନେଇଛନ୍ତି।…

ବ୍ରାଉନସୁଗାର ଜବତ ଘଟଣା: ୪ ଜଣଙ୍କ ମଧ୍ୟରୁ ଜେଲ ହାଜତକୁ ଗଲେ ୩, ଜଣେ ଖଲାସ

ହାଟଡିହୀ/କେନ୍ଦୁଝର,୨୮।୬(ଶୁଭକାନ୍ତ ନାୟକ/ନରେଶ ଚନ୍ଦ୍ର ପଟ୍ଟନାୟକ): ବ୍ରାଉନସୁଗାର ଜବତ ଘଟଣାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଜେଲ ହାଜତକୁ…

ଚେନ୍ନାଇରୁ ଘରକୁ ଫେରିବା ବାଟରେ ଶ୍ରମିକ ନିଖୋଜ, ଖୋଜିବା ପାଇଁ ସ୍ତ୍ରୀଙ୍କ ନିବେଦନ

ଦେବଗଡ,୨୮ା୬(ଶଶାଙ୍କ ଶେଖର ଝାଙ୍କର): ଚେନ୍ନାଇରୁ ଘରକୁ ଫେରୁଥିବା ସମୟରେ ଦେବଗଡ ଜିଲା ରିଆମାଳ ଥାନା ଅଞ୍ଚଳର ପୁରମୁଣ୍ଡା ଗ୍ରାମର ଜଣେ ଶ୍ରମିକ ନିଖୋଜ ହୋଇଯାଇଥିବା ଜଣାପଡିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri