‘୫୦% ପିଲାଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ବଢିଛି’

ଭୁବନେଶ୍ୱର, ୧୮।୮(ବ୍ୟୁରୋ):ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ମଙ୍ଗଳବାର ‘କୋଭିଡର ତୃତୀୟ ଲହର ଓ ପିଲାଙ୍କ ଉପରେ ଏହାର ପ୍ରଭାବ’କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଆୟୋଗର ଅଧ୍ୟକ୍ଷା ସାବତୀ ପ୍ରଧାନ କୋଭିଡରୁ ପିଲାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏହି ଆଲୋଚନା ସହାୟକ ହେବ ବୋଲି ମତ ରଖିଥିଲେ। ଆଲୋଚନାରେ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର ନିର୍ଦ୍ଦେଶିକା ଡ. ସଂଘମିତ୍ରା ପତି ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ। ତୃତୀୟ ଲହରକୁ ନେଇ ତଥ୍ୟ ଓ ଭ୍ରମ ଉପରେ ଆଲୋକପାତ କରି ସେ କହିଲେ, ନିକଟରେ ରାଜ୍ୟରେ କରାଯାଇଥିବା ସେରୋ ସର୍ଭେ ଅନୁସାରେ ପଚାଶ ପ୍ରତିଶତ ପିଲାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥିବା ସୂଚନା ମିଳିଛି। ଆଗାମୀ ଦିନରେ ୧୫ଟି ଜିଲାରେ ୬ ବର୍ଷରୁ ଅଧିକ ପିଲାଙ୍କ ସେରୋ ସର୍ଭେ କରାଯିବ। କୋଭିଡ୍‌ ଅନୁକୂଳ ବ୍ୟବହାର, ଲକ୍ଷଣ ଆଧାରିତ ନିରୀକ୍ଷଣ, ମା’ ଓ ଶିଶୁଙ୍କ ସ୍ବତନ୍ତ୍ର ସେରୋ ସର୍ଭେ ଉପରେ ଗୁରୁତ୍ୱ ଦିଆଯିବା ଉପରେ ସେ ମତ ରଖିଥିଲେ। ୱାଲର୍ଡ ଭିଜନର ଆଡଭୋକେଶୀ ମୁଖ୍ୟ ମିଖାଇଲ ପ୍ରଧାନ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଟିକାକରଣ ଓ ପିଲାଙ୍କ ସହ ନିରନ୍ତର ଯୋଗାଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ଆଲୋଚନାରେ ଜିଲା ପ୍ରଶାସନର ଅଧିକାରୀ, କୋଭିଡ୍‌ ନୋଡାଲ ଅଫିସର, ବିପର୍ଯ୍ୟୟ ପ୍ରଶମନ ଅଧିକାରୀ, ଜିଲା ସ୍ବାସ୍ଥ୍ୟ ଅଧିକାରୀ ଯୋଗଦେଇ ଜିଲାର ପ୍ରସ୍ତୁତି ଉପରେ ଆଲୋକପାତ କରିଥିଲେ। ତୃଣମୂଳ ସ୍ତରରେ କର୍ମଚାରୀଙ୍କ ତାଲିମ, ଚିକିତ୍ସାଳୟରେ ପିଲାଙ୍କ ପାଇଁ ଶଯ୍ୟା ପ୍ରସ୍ତୁତ ହୋଇ ରହିଥିବା ସୂଚନା ଦେଇଥିଲେ। ଆଲୋଚନା ଚକ୍ରକୁ ଆକ୍ସନଏଡ୍‌ର କାର୍ଯ୍ୟକ୍ରମ ପ୍ରବନ୍ଧକ ଘାସିରାମ ପଣ୍ଡା ପରିଚାଳନା କରିଥିଲେ। ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ଦିବ୍ୟା ଶାଶ୍ୱତୀ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ମରୁଡ଼ିର ପଦଧ୍ୱନି; ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର, ୨୫।୭(ବ୍ୟୁରୋ): ରାଜ୍ୟରେ ବର୍ଷା ନାହିଁ। ମରୁଡ଼ି ଦ୍ୱାରଦେଶରେ ପହଞ୍ଚିଲାଣି। ତଥାପି ସରକାର ଚେତୁ ନାହାନ୍ତି। ଚାଷୀ ଏ ପର୍ଯ୍ୟନ୍ତ ତଳି ରୋଇ ପାରିନାହାନ୍ତି। ମାଟି...

ରଙ୍ଗ୍‌ ସାଇଡ୍‌ରୁ ୮୦ ଗାଡ଼ି ଉଠାଇନେଲା ପୋଲିସ

ଭୁବନେଶ୍ୱର,୭।୨(ବ୍ୟୁରେ): ରଙ୍ଗ୍‌ ସାଇଡ୍‌ରେ ଗାଡ଼ି ଚାଳନା ଯୋଗୁ ରାଜଧାନୀରେ ଅଧିକାଂଶ ଦୁର୍ଘଟଣା ଘଟୁଛି। ଏହାକୁ ରୋକିବା ପାଇଁ ସହରର କେତେକ ସ୍ଥାନରେ ଟାୟାର କିଲର ବା...

ଶ୍ରୀମନ୍ଦିର ସେବାୟତଙ୍କ ଉପରେ ଖସିପଡ଼ିଲା ହିରଣ୍ୟକଶ୍ୟପ ମୂର୍ତ୍ତି, ଭାଙ୍ଗିଲା ଗୋଡ

ପୁରୀ ଅଫିସ,୨୮।୩: ଶ୍ରୀମନ୍ଦିରରେ ରବିବାର ଏକ ଅଘଟଣ ଘଟିଛି। ପଶ୍ଚିମ ଦ୍ୱାରରେ ଥିବା ଉଗ୍ର ନୃସିଂହଙ୍କ କୋଳରେ ଶୋଭା ପାଉଥିବା ହିରଣ୍ୟକଶ୍ୟପଙ୍କ ମୂର୍ତ୍ତୀ ଖସି ପଡ଼ିବାରୁ...

ଅବଧି ଶେଷହେବାର ୨ବର୍ଷ ବିତିବ, ବିଜୁ ସେତୁ ଅଧାପନ୍ତରିଆ

ଦଶପଲ୍ଲା,୧୩ା୬(ଡି.ଏନ୍‌.ଏ): ଅଞ୍ଚଳର ବିକାଶ ସାଙ୍ଗକୁ ଲୋକଙ୍କ ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଅନେକ ସ୍ଥାନରେ...

ବ୍ୟବସ୍ଥା ଥାଇ ହୀନସ୍ତା

ଅନୁଗୋଳ ଅଫିସ, ୧୧ା୮ ଶାରୀରିକ ଭିନ୍ନକ୍ଷମଙ୍କ ଭଳି ମାନସିକ ଭିନ୍ନକ୍ଷମଙ୍କ ପାଇଁ ମଧ୍ୟ ସରକାରୀ ଯୋଜନା ରହିଛି। ସେମାନଙ୍କୁ ଚିକିତ୍ସା କରାଇ ଆବଶ୍ୟକ ଥଇଥାନ ନିମନ୍ତେ...

ହଂସପାଳ ଛକରେ ଦୁର୍ଘଟଣା: ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ

ବାଲିଅନ୍ତା, ୨୫ା୫(ଡି.ଏନ୍‌.ଏ.): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ହଂସପାଳ ଛକରେ ଶନିବାର ଭୋର ସମୟରେ ଏକ ଦୁର୍ଘଟଣା ଘଟିଛି। ସୋୟାବିନ୍‌ ବଡ଼ି ବୋଝେଇ ପିକ୍‌ଅପ୍‌...

ପ୍ରବାସୀଙ୍କୁ ୨୦୦୦ ବଦଳରେ ୧୯୦୦ ଦେବା ଅଭିଯୋଗ: ପିଇଓ ନିଲମ୍ବିତ

ପଦ୍ମପୁର,୨୫।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଶାଶୁଭୁଆସୁଣି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଚିନ୍ମୟୀ ପଣ୍ଡାଙ୍କୁ କୋଭିଡ୍‌ ଗାଇଡ୍‌ ଲାଇନ ଉଲ୍ଲଂଘନ ଅଭିଯୋଗରେ ପ୍ରକଳ୍ପ ନିର୍ଦ୍ଦେଶକ...

ବଡ଼ଦିନ ପାଇଁ ସଜେଇ ହେଲାଣି ଚର୍ଚ୍ଚ: କ୍ରିସ୍‌ମାସ୍‌ କ୍ୟାରୋଲରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ସରିଲାଣି କ୍ରିସ୍‌ମାସ ପ୍ରସ୍ତୁତି। ବଡ଼ଦିନକୁ ଆଉ ଗୋଟିଏ ଦିନ ବାକି ଥିବାବେଳେ ରଙ୍ଗିନ ଆଲୋକମାଳାରେ ଝଲସିଲାଣି ସହର। ଚର୍ଚ୍ଚଗୁଡ଼ିକରେ ଉତ୍ସବର ପରିବେଶ ସାଙ୍ଗକୁ ଆରମ୍ଭ...

Advertisement
Archives

Model This Week