ବଢ଼ିଲା ବୈତରଣୀ

ଭଣ୍ଡାରିପୋଖରୀ,୬ା୮(ଡି.ଏନ୍‌.ଏ.): ଦୁଇଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବୈତରଣୀର ଆଖୁଆପଦା ଆନିକଟଠାରେ ଜଳସ୍ତର ବୃଦ୍ଧି ପାଇଛି। ତେବେ ଆନିକଟଠାରେ ବନ୍ୟାଜଳ ଗୁରୁବାର ସକାଳ ୭ଟାରୁ ୧୭.୩୫ ମିଟରରୁ ବଢ଼ିବା ଆରମ୍ଭ କରି ମଧ୍ୟାହ୍ନ ୧୨ଟା ସୁଦ୍ଧା ୧୭.୩୬ ରେ ପହଞ୍ଚି ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥିର ହୋଇଚାଲିଛି। ନଦୀର ଉପରମୁଣ୍ଡରେ ହୋଇଥିବା ବର୍ଷା ରେକର୍ଡ ଅନୁଯାୟୀ, ଆଖୁଆପଦାରେ ୨୪.୮ ମିମି, ଆନନ୍ଦପୁର ୩୦.୨ ମିମି,ସୋମପାଟଣା ୪୯.୪ ମିମି,କେନ୍ଦୁଝର ୧୭.୮ ମିମି ,ଠାକୁରପାଟଣା ୨୯.୦ ମିମି,ଚମ୍ପୁଆ ୬୯.୨ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବୈତରଣୀ ଶୁଖିଲା ଥିବାରୁ ପାଣି କେତେ ଆସିବ ତାହା ଆକଳନ କରାଯାଇ ପାରୁନାହିଁ। ବନ୍ୟାଜଳ କ୍ରମଶଃ ବୃଦ୍ଧି ପାଇ ବିପଦ ସଂକେତ ପାଖାପାଖି ଯାଇପାରେ ବୋଲି ଆଖୁଆପଦା ଜଳସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଶଙ୍କର୍ଷଣ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡିଲା ଅନ୍‌ଲାଇନରେ ଖାଦ୍ୟ ମଗାଇବା: ଭାଇ, ଭଉଣୀଙ୍କ ଆକାଉଣ୍ଟରୁ ୧.୦୩ ଲକ୍ଷ ଗାଏବ

ବ୍ରହ୍ମପୁର ଅଫିସ,୧୧ା୬-ବ୍ରହ୍ମପୁରରେ ପୁଣି ଥରେ ସାଇବର ଅପରାଧୀ ଗ୍ୟାଙ୍ଗ ସକ୍ରିୟ ହୋଇ ଉଠିଛନ୍ତି। ଅନଲାଇନରେ ଖାଦ୍ୟ ଅର୍ଡର କରି ମଗାଇବା ଜଣେ ଛାତ୍ର ପାଇଁ ଏବେ...

ଓ୍ବାନ ନେଶନ, ଓ୍ବାନ ରାଶନ:ବଦଳିବ ରାଶନ କାର୍ଡ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):କେବଳ ରାଜ୍ୟ ନୁହେଁ, ଦେଶର ଯେ କୌଣସି ସ୍ଥାନରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(ଏନ୍‌ଏଫ୍‌ଏସ୍‌ଏ)ରେ ସାମିଲ ହୋଇଥିବା ହିତାଧିକାରୀମାନେ ସେମାନଙ୍କର ରାଶନ ନେଇପାରିବେ। ସମଗ୍ର ଦେଶ...

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଚାଉଳ ମିଳିଲା

ଜହ୍ନାପଙ୍କ, ୧୭।୪ (ଡି.ଏନ.ଏ.): ବର୍ତ୍ତମାନ କରୋନା ପାଇଁ ଲକ୍‌ ଡାଉନ ଯୋଗୁ କାମ ଧନ୍ଦା ଠପ୍‌ ହୋଇଯାଇଛି । ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର...

ଜାଇକା କାମ ବେଳେ ଘର ଭାଙ୍ଗିଲା

କଟକ ଅଫିସ,୧୮ା୭: ଜାଇକାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି। ଜାଇକା କାର୍ଯ୍ୟ ଚାଲିଥିବା ବେଳେ ଗୋଟିଏ ଘର ଓ ପାଚେରି ଭାଙ୍ଗି ଯାଇଥିବା କଟକ...

ଗଞ୍ଜାମରୁ ଉଠିଲା ୧୪୪ ଧାରା: କୋଭିଡ-୧୯ ନିର୍ଦ୍ଦେଶନାମା ବଳବତ୍ତର

ଛତ୍ରପୁର, ୧୯।୩(ଡି.ଏନ୍‌.ଏ.)-କରୋନା ଭୟାବହତା ନେଇ ଗତ ୧୫ ତାରିଖରେ ଗଞ୍ଜାମ ଜ଼ିଲାରେ ଲାଗୁ ହୋଇଥିବା ୧୪୪ ଧାରାକୁ ବୁଧବାର ଜ଼ିଲାପାଳ ଉଠାଇ ଦେଇଛନ୍ତି। ଅପରପକ୍ଷେ କୋଭିଡ-୧୯...

ଗଞ୍ଜାମରେ ୩ ଦିନ ଶଟ୍‌ଡାଉନ କୋହଳ: ୧୮ ସହରର ପ୍ରବେଶପଥ ସମ୍ପୂର୍ଣ୍ଣ ସିଲ୍‌

ଛତ୍ରପୁର, ୧୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବ୍ରହ୍ମପୁର, ଛତ୍ରପୁର ସମେତ ୧୮ ସହରର ପ୍ରବେଶ ପଥକୁ ସମ୍ପୂର୍ଣ୍ଣ ସିଲ୍‌ କରାଯାଇଛି। କୌଣସି ବାହାର ଲୋକଙ୍କୁ ଜିଲା ଭିତରକୁ...

୫ ଡାକ୍ତରଖାନାକୁ ‘ଲକ୍ଷ୍ୟ’ ମାନ୍ୟତା

ଭୁବନେଶ୍ୱର, ୨୫।୮(ବ୍ୟୁରୋ): ରାଜ୍ୟର ୫ ଡାକ୍ତରଖାନାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ‘ଲକ୍ଷ୍ୟ’ ମାନ୍ୟତା ମିଳିଛି। ସେଗୁଡ଼ିକ ହେଲା...

ଶ୍ରୀମନ୍ଦିରର ଭୁଲ୍‌ ଫଟୋ ଲଗାଇ ଅପପ୍ରଚାର

ପୁରୀ ଅଫିସ,୧୮ା୧୧: ଶ୍ରୀମନ୍ଦିରର ଭୁଲ୍‌ ଫଟୋ ବ୍ୟବହାର ଯୋଗୁ ଇଣ୍ଡିଆନ୍‌ ରେଲଓ୍ବେ କ୍ୟାଟରିଙ୍ଗ ଆଣ୍ଡ୍‌ ଟୁରିଜମ୍‌ କର୍ପୋରେଶନ (ଆଇଆର୍‌ସିଟିସି) ଓ ୨ ଓ୍ବେବ୍‌ ନ୍ୟୁଜ୍‌ ସଂସ୍ଥା...

Advertisement


Archives

Model This Week

Why Dharitri