ତୃତୀୟ ଲହର ପାଇଁ ବଢ଼ିପାରେ କଟକଣା

ଭୁବନେଶ୍ୱର,୩୦।୮(ବ୍ୟୁରୋ): କରୋନା ପାଇଁ ଦେଢ଼ବର୍ଷ ହେବ କଟକଣା ଭିତରେ ଜୀବନ ବିତୁଛି। ଦ୍ୱିତୀୟ ଲହର ସଂକ୍ରମଣ ନିମ୍ନସ୍ତରକୁ ଆସିଥିବାବେଳେ ଧୀରେ ଧୀରେ ଶିକ୍ଷା, ସ୍ବାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ର ସ୍ବାଭାବିକ ହେଉଛି। ସ୍ଥିତିକୁ ଦେଖି କଟକଣାକୁ କୋହଳ କରାଯାଉଥିବାବେଳେ ଏବେ ସମ୍ଭାବ୍ୟ ତୃତୀୟ ଲହର ସତର୍କ ଘଣ୍ଟି ବଜାଉଛି। ରାଜ୍ୟ ସରକରଙ୍କ ପକ୍ଷରୁ ଜାରି ଅଗଷ୍ଟ ଗାଇଡ୍‌ଲାଇନ୍‌ ସରିବାକୁ ଗୋଟିଏ ଦିନ ବାକି ରହିଥିବାବେଳେ ସେପ୍ଟେମ୍ବର ପାଇଁ କ’ଣ ରହିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ତୃତୀୟ ଲହର ଓ ପାର୍ବଣକୁ ଦୃଷ୍ଟିରେ ରଖି ଏଥର କଟକଣା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଏନେଇ ରାଜ୍ୟ ସରକାରଙ୍କୁ ସତର୍କ କରିବା ସହ ପରାମର୍ଶ ଦେଇସାରିଛି। ବର୍ତ୍ତମାନ ଶିଶୁ ଓ କିଶୋର ସଂକ୍ରମଣ ଓ ମୃତ୍ୟୁକୁ ନେଇ ଚିନ୍ତା ବଢ଼ିଛି। ତେଣୁ ବିଭିନ୍ନ ଜିଲା ଓ ସହରାଞ୍ଚଳ ପାଇଁ ନୂଆ ଗାଇଡ୍‌ଲାଇନ୍‌ରେ ରାଜ୍ୟ ସରକାର ଶିଶୁଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିପାରନ୍ତି ବୋଲି ଆଶା କରାଯାଉଛି।
ଅଗଷ୍ଟ ଗାଇଡ୍‌ଲାଇନ୍‌ ଅନୁସାରେ, ସାଧାରଣ ଯାତାୟାତଠାରୁ ଆରମ୍ଭ କରି ପ୍ରାୟ ସବୁ କ୍ଷେତ୍ରରେ କଟକଣା କୋହଳ ହୋଇଛି। ପ୍ରାଥମିକ ବିଦ୍ୟାଳୟ ବ୍ୟତୀତ ଅନ୍ୟସବୁ ଶ୍ରେଣୀରେ ପାଠପଢ଼ା ଆରମ୍ଭ ହୋଇଛି। ମନ୍ଦିର, ଧର୍ମାନୁଷ୍ଠାନ, ଶିଳ୍ପାନୁଷ୍ଠାନ, ଫିଲ୍ମ ହଲ୍‌, ମଲ୍‌, ମାର୍କେଟ୍‌ ସବୁ ଖୋଲିଯାଇଥିବାବେଳେ ପର୍ଯ୍ୟଟନ କ୍ଷେତ୍ର ଚଳଚଞ୍ଚଳ ହେବାରେ ଲାଗିଛି। କେବଳ ଅଧିକ ସଂକ୍ରମଣ ହାର ରହିଥିବା ଭୁବନେଶ୍ୱର, କଟକ ଓ ପୁରୀରେ ଶନି ଏବଂ ରବିବାର ସପ୍ତାହାନ୍ତ ଶଟ୍‌ଡାଉନ୍‌ ଜାରି ରହିଛି। ଇତିମଧ୍ୟରେ ଅଗଷ୍ଟ ୨୦ରୁ ରାଜ୍ୟରେ ଦୈନିକ ସଂକ୍ରମଣ ଏକ ହଜାର ତଳକୁ ଖସିଛି। କିନ୍ତୁ ଖୋର୍ଦ୍ଧା ଜିଲା ସକ୍ରିୟ ରୋଗୀ ସଂଖ୍ୟାରେ ଏବେ ବି ରେଡ୍‌ ଜୋନ୍‌ରେ ରହିଛି। ରାଜ୍ୟରେ ୬,୯୮୬ଜଣ ସକ୍ରିୟ ରୋଗୀ ଥିବାବେଳେ ଏଥିମଧ୍ୟରୁ ଏହି ଜିଲାରେ ୨,୭୦୩ଜଣ ରହିଛନ୍ତି। ରାଜ୍ୟରେ ସଂକ୍ରମଣ ହାର ୧.୨୪% ଥିବାବେଳେ ଖୋର୍ଦ୍ଧା ୩.୧% ରହିଛି। ତେଣୁ ଖୋର୍ଦ୍ଧା ଜିଲାରେ କଟକଣାରେ କୌଣସି ପରିବର୍ତ୍ତନ ହୋଇ ନ ପାରେ ବୋଲି ଆଶଙ୍କା କରାଯାଉଛି। ସବୁଠାରୁ ବଡ଼ କଥା ହେଲା ଏହି ଜିଲାରେ ଦୈନିକ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ପ୍ରାୟ ୮୫% ଆକ୍ରାନ୍ତ ରହୁଛନ୍ତି। ଭୁବନେଶ୍ୱର ଲୋକେ କୋଭିଡ୍‌ ନିୟମ ଠିକ୍‌ ଭାବେ ମାନୁ ନ ଥିବାରୁ ସଂକ୍ରମଣ ଅଧିକ ରହୁଥିବା ବୋଲି ସ୍ବାସ୍ଥ୍ୟ ବିଭାଗ କହୁଛି। ବିଶେଷଜ୍ଞଙ୍କ କହିବାନୁସାରେ, ସେପ୍ଟେମ୍ବରରେ ଶଟ୍‌ଡାଉନ ରହୁ। ବିଶେଷକରି ଭୁବନେଶ୍ୱରରେ କଟକଣାକୁ ଆହୁରି କଡ଼ାକଡ଼ି କରିବା ପାଇଁ ପରାମର୍ଶ ଦେଇଛନ୍ତି। ରାତ୍ରି କର୍ଫ୍ୟୁ ଓ ଶଟ୍‌ଡାଉନକୁ ଯଦିଓ କଛି ଲୋକ ପାଳନ କରୁଛନ୍ତି, କିନ୍ତୁ କିଛି ଅମାନିଆ ରାତିରେ ବୁଲିବା ସହିତ ଗହଳି କରୁଛନ୍ତି। ତେଣୁ ପୂର୍ବଭଳି ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଉଚିତ। ନ ହେଲେ ତୃତୀୟ ଲହରରେ ଅଧିକ ଲୋକ ସଂକ୍ରମଣର ଶିକାର ହେବେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?