ବଢ଼ାନ୍ତୁ ପିଲାଙ୍କ ଉଚ୍ଚତା

ପିଲାଙ୍କ ଖାଦ୍ୟରେ ଠିକ୍‌ ମାତ୍ରାରେ ପୋଷଣ ନ ରହିଲେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମିବା ସହିତ ଶାରୀରିକ ବିକାଶ ମଧ୍ୟ ହୋଇ ପାରି ନ ଥାଏ। ତେଣୁ କେଉଁଭଳି ଖାଦ୍ୟ ଖାଇଲେ ପିଲାଙ୍କର
ଉଚ୍ଚତା ବୃଦ୍ଧି ପାଇବ ଜାଣି ରଖନ୍ତୁ…
କ୍ଷୀରରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ୍‌ ଓ ପ୍ରୋଟିନ୍‌ ରହିଛି। ତେଣୁ ପିଲାଙ୍କୁ ପ୍ରତିଦିନ ଅତିକମ୍‌ରେ ଏକ ଗ୍ଲାସ କ୍ଷୀର ପିଇବାକୁ ଦିଅନ୍ତୁ। କ୍ଷୀର ବ୍ୟତୀତ ଦହି, ପନିର, ଘିଅ ଆଦି ସମସ୍ତ ପ୍ରକାରର ଡାଏରୀ ପ୍ରଡକ୍ଟ ମଧ୍ୟ ଦିଅନ୍ତୁ। ଏହା ଫଳରେ ହାଡ଼ ଶକ୍ତ ହେବା ସହିତ ପିଲାଙ୍କ ଉଚ୍ଚତା ମଧ୍ୟ ବୃଦ୍ଧି ପାଇବ।
ମେଥି, ପାଳଙ୍ଗ, ବନ୍ଧାକୋବି ଆଦି ବିଭିନ୍ନ ପ୍ରକାରର ଶାଗ ଓ ସବୁଜ ପନିପରିବାରେ ଭିଟାମିନ୍‌-ସି, କ୍ୟାଲସିୟମ୍‌, ଆଇରନ୍‌, ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌ ଓ ଭିଟାମିନ୍‌-କେ ଭଳି ପୋଷକ ତତ୍ତ୍ୱ ରହିଛି। ତେଣୁ ଏସବୁ ଖାଦ୍ୟ ଶରୀରକୁ ପୋଷଣ ଦେବା ସହିତ ଉଚ୍ଚତା ବଢ଼ାଇବାରେ ସାହାଯ୍ୟ କରିଥାଏ।
ଅଣ୍ଡାକୁ ପୋଷକ ତତ୍ତ୍ୱର ପାୱାର ହାଉସ୍‌ କୁହାଯାଏ। ତେଣୁ ପ୍ରତିଦିନ ଅଣ୍ଡା ଖାଇଲେ ପିଲାଙ୍କର ଶାରୀରିକ ଓ ମାନସିକ ବିକାଶ ହୋଇଥାଏ।
ସୋୟାବିନ୍‌ ମଧ୍ୟ ପ୍ରୋଟିନ୍‌ର ଏକ ସୁନ୍ଦର ଉତ୍ସ। ତେଣୁ ପିଲାଙ୍କ ଖାଦ୍ୟରେ ଏହାକୁ ସାମିଲ କଲେ ସେମାନଙ୍କ ହାଡ଼ ଶକ୍ତ ହେବା ସହ ଉଚ୍ଚତା ମଧ୍ୟ ବଢ଼ିଥାଏ।
କନ୍ଦମୂଳରେ ଭିଟାମିନ୍‌-ସି, ଭିଟାମିନ୍‌ ବି୬ ଏବଂ ପୋଟାସିୟମ୍‌ ଅଧିକ ରହିଛି। ତେଣୁ ପିଲାଙ୍କ ଉଚ୍ଚତା ବଢ଼ାଇବା ପାଇଁ ଏହା ଖାଇବାକୁ ଦିଅନ୍ତୁ।
ପିଲାଙ୍କ ହାଡ଼, ମାଂସପେଶୀର ବିକାଶ ସହ ଉଚ୍ଚତା ବଢ଼ାଇବା ପାଇଁ ମାଛ ଓ ମାଂସ ଖାଇବାକୁ ଦିଅନ୍ତୁ।
ଭିଟାମିନ୍‌-ସି ଥିବା ଅଁଳା ମଧ୍ୟ ପିଲାଙ୍କ ଉଚ୍ଚତା ବଢ଼ାଇବାରେ ସାହାଯ୍ୟ କରେ।
ଓଟ୍‌ସ ଏବଂ ଆଲ୍‌ମଣ୍ଡ ମଧ୍ୟ ପିଲାଙ୍କ ହାଇଟ୍‌ ବଢ଼ାଇବାରେ ସହାୟକ ହୋଇଥାଏ। ଷ୍ଟ୍ରବେରୀ, ବ୍ଲାକ୍‌ବେରୀ ଆଦିରେ ଭିଟାମିନ୍‌ ସି ଓ ଆଣ୍ଟି ଅକ୍ସିଡାଣ୍ଟ ରହିଛି। ତେଣୁ ଏହା ପିଲାଙ୍କ ଉଚ୍ଚତା ବଢ଼ାଇଥାଏ। ଏହା ସହିତ ଡାଲି ମଧ୍ୟ ପିଲାଙ୍କ ଉଚ୍ଚତା ବଢ଼ାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri