ସେଭିଂ ଆକାଉଣ୍ଟ ଉପରେ ଆୟକର ବିଭାଗର ନଜର, ଏହି ଲିମିଟ୍‌ରୁ ଟଙ୍କାଟିଏ ବି ଅଧିକ ହେଲେ ଆସିଯିବ ନୋଟିସ

ନୂଆଦିଲ୍ଲୀ,୭।୧୧: ସାଧାରଣତଃ ଲୋକେ ଭାବନ୍ତି ଯେ ବ୍ୟାଙ୍କରେ ଟଙ୍କା ଜମା କରିବା ସମ୍ପୂର୍ଣ୍ଣ ନିରାପଦ। କିନ୍ତୁ ଯଦି ଆପଣ ଗୋଟିଏ ଆର୍ଥିକ ବର୍ଷରେ ନିର୍ଦ୍ଧିଷ୍ଟ ସୀମା ଅପେକ୍ଷା ଅଧିକ ନଗଦ ଟଙ୍କା ବ୍ୟାଙ୍କରେ ଜମା କରନ୍ତି, ତେବେ ଏହା ଆୟକର ବିଭାଗର ନଜରରେ ପଡ଼ିପାରେ। ପ୍ରକୃତରେ ବ୍ୟାଙ୍କ ଏବଂ ସହକାରୀ ବ୍ୟାଙ୍କଗୁଡ଼ିକର ନେଣଦେଣ ସୂଚନା ଆୟକର ବିଭାଗକୁ ଦେବା ବାଧ୍ୟତାମୂଳକ।
ନିକଟରେ ଦିଲ୍ଲୀର ଆୟକର ଆପିଲେଟ ଟ୍ରିବ୍ୟୁନାଲ (ITAT) ଗୋଟିଏ ମାମଲାରେ ସ୍ପଷ୍ଟ କହିଛି ଯେ ଯଦି କୌଣସି ବ୍ୟକ୍ତିର ଖାତାରେ ବଡ଼ ପରିମାଣର ନଗଦ ରାଶି ଜମା ହୋଇଥାଏ, ତେବେ ଆୟକର ବିଭାଗକୁ ତାହାର ଉତ୍ସ (ସୋର୍ସ) ଯାଞ୍ଚ କରିବାର ପୂର୍ଣ୍ଣ ଅଧିକାର ରହିଛି। ଏହି ରାୟ ପରେ ଅନେକ ଲୋକ ବଡ଼ ନଗଦ ଜମାକୁ ନେଇ ସତର୍କ ହୋଇଯାଇଛନ୍ତି।
ଆୟକର ବିଭାଗ କାହିଁକି ନଜର ରଖେ?
ବ୍ୟାଙ୍କରେ ଅଧିକ ନଗଦ ଜମା କରିବା କୌଣସି ଅପରାଧ ନୁହେଁ, କିନ୍ତୁ ଯଦି ଆପଣ ସେହି ଟଙ୍କାର ଉତ୍ସ ପ୍ରମାଣ କରିପାରିବେ ନାହିଁ, ତେବେ ତାହାକୁ ଅଘୋଷିତ ଆୟ (Unaccounted Money) ଭାବେ ଗଣାଯାଇପାରେ। ଆୟକର ବିଭାଗ ଏଭଳି ନେଣଦେଣ ଉପରେ ନଜର ରଖେ କାରଣ ଏହା ଟ୍ୟାକ୍ସ ଚୋରି କିମ୍ବା କଳା ଟଙ୍କା ସହ ଜଡ଼ିତ ହୋଇପାରେ। ଯଦି ଆପଣ ଗୋଟିଏ କିମ୍ବା ଏକାଧିକ ବ୍ୟାଙ୍କ ଖାତାରେ ୧୦ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ନଗଦ ଜମା କରନ୍ତି, ତେବେ ବ୍ୟାଙ୍କ ସ୍ବୟଂ ଏହାର ସୂଚନା ଟ୍ୟାକ୍ସ ବିଭାଗକୁ ପଠାଇଦିଏ। ତା’ପରେ ବିଭାଗ ଆପଣଙ୍କୁ ନୋଟିସ ପଠାଇ ସେହି ରାଶିର ଉତ୍ସ ପଚାରିପାରେ।
ନୋଟିସ ଆସିଲେ କ’ଣ କରିବେ?
ଯଦି ଆୟକର ବିଭାଗରୁ ନୋଟିସ ଆସେ, ତେବେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ପ୍ରଥମେ ନୋଟିସ କାହିଁକି ଆସିଛି ତାହା ବୁଝନ୍ତୁ। ଯଦି ଏହା ବଡ଼ ନଗଦ ଜମା ସହ ଜଡ଼ିତ, ତେବେ ଆପଣଙ୍କୁ ସେହି ଟଙ୍କାର ଉତ୍ସ ଏବଂ ଆୟର ପ୍ରମାଣ ଦେଖାଇବାକୁ ପଡ଼ିବ। ଉଦାହରଣସ୍ବରୂପ  ଯଦି ଟଙ୍କା ସମ୍ପତ୍ତି ବିକ୍ରି, ବ୍ୟବସାୟ ଆୟ, ନିବେଶ ରିଟର୍ଣ୍ଣ କିମ୍ବା ଉପହାର ରୂପେ ମିଳିଛି, ତେବେ ତାହାର ଡକ୍ୟୁମେଣ୍ଟସ, ବ୍ୟାଙ୍କ ଷ୍ଟେଟମେଣ୍ଟ କିମ୍ବା ରସିଦ ପ୍ରସ୍ତୁତ ରଖନ୍ତୁ। ସଠିକ ପ୍ରମାଣ ଦେଲେ ଆପଣ ସହଜରେ ପରିସ୍ଥିତିରୁ ମୁକୁଳିପାରିବେ ଏବଂ କୌଣସି ଆଇନଗତ ଝାମେଲାରୁ ରକ୍ଷା ପାଇପାରିବେ।
ନୋଟିସରୁ ବର୍ତ୍ତିବାର ସହଜ ଉପାୟଗୁଡ଼ିକ:
-ନଗଦ ସୀମାର ଧ୍ୟାନ ରଖନ୍ତୁ: ଗୋଟିଏ ଆର୍ଥିକ ବର୍ଷରେ ମୋଟ ନଗଦ ଜମା ୧୦ ଲକ୍ଷ ଟଙ୍କାରୁ କମ ରଖିବାକୁ ଚେଷ୍ଟା କରନ୍ତୁ।
-ସବୁ ଲେଣଦେଣ ଡକ୍ୟୁମେଣ୍ଟ ଦାଖଲ ରଖନ୍ତୁ: ଯଦି ବଡ଼ ନଗଦ ଜମା କରିବାକୁ ପଡ଼େ, ତାହାର ଉତ୍ସ ଡକ୍ୟୁମେଣ୍ଟରେ ନିହିତ କରନ୍ତୁ।
-ଡିଜିଟାଲ ପେମେଣ୍ଟ ଅପଣାନ୍ତୁ: ଯେତେ ସମ୍ଭବ ଅନଲାଇନ ଲେଣଦେଣ କରନ୍ତୁ ଯାହା ଦ୍ୱାରା ରେକର୍ଡ ସ୍ବୟଂ ତିଆରି ହୋଇଥାଏ।
-ନୋଟିସର ତୁରନ୍ତ ପ୍ରତିକ୍ରିୟା ଦିଅନ୍ତୁ: ବିଳମ୍ବ କଲେ ଟିକସ ବିଭାଗ ଜରିମାନା କିମ୍ବା ପେନାଲ୍ଟି ଲଗାଇପାରେ।
-ITRରେ ସଠିକ ସୂଚନା ଦିଅନ୍ତୁ: ଆୟକର ରିଟର୍ନରେ ସବୁ ଆୟର ଉତ୍ସ ସଚ୍ଚୋଟ ଭାବେ ଦର୍ଶାନ୍ତୁ।
ନଗଦ ଉଠାଣ (କ୍ୟାଶ ଉଇଥଡ୍ରଲ) ଉପରେ ମଧ୍ୟ ନଜର ରହିଛି:
ଆୟକର ବିଭାଗ କେବଳ ଜମା ଟଙ୍କା ଉପରେ ନୁହେଁ, ନଗଦ ଉଠାଣ ଉପରେ ମଧ୍ୟ ନଜର ରଖେ। ବ୍ୟାଙ୍କ ପ୍ରତି ମାସରେ ଗୋଟିଏ ଉଠାଣ ସୀମା ନିର୍ଦ୍ଧାରଣ କରେ। ଉଦାହରଣସ୍ବରୂପ, HDFC ବ୍ୟାଙ୍କରେ ପ୍ରତି ମାସ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ଉଠାଣ ମାଗଣା, କିନ୍ତୁ ତା’ପରେ ଚାରି ଲେଣଦେଣ ପରେ ପ୍ରତ୍ୟେକ ଥର ୧୫୦ ଟଙ୍କା ଚାର୍ଜ ଲାଗେ। ଯଦି ଆପଣ ବାରମ୍ବାର ବଡ଼ ନଗଦ ଟଙ୍କା ଉଠାନ୍ତି ଏବଂ ତାହା ଆପଣଙ୍କ ଆୟ ସହ ମେଳ ଖାଏ ନାହିଁ, ତେବେ ବ୍ୟାଙ୍କ ଏହାର ରିପୋର୍ଟ ଆୟକର ବିଭାଗକୁ ପଠାଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଛୁଇଁବ ବାତ୍ୟାର ବାହ୍ୟ ବଳୟ: ୧୪ ମିଟର ଉଚ୍ଚକୁ ଉଠିବ ସମୁଦ୍ର ଢେଉ, ୭୦ କି.ମି. ବେଗରେ…

ଭୁବନେଶ୍ୱର, ୧୭ା୧୧ (ବନ୍ଦନା ସେଠୀ) – ବଙ୍ଗୋପସାଗରରେ ଅତି ମନ୍ଥର ଗତିରେ ଘଣ୍ଟା ପ୍ରତି ୩ କି.ମି. ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ଅକ୍ୱାନ’। ବୁଧବାର ଏହା…

୨୫ ବର୍ଷ ପରେ କରିନା-ହ୍ରିତିକଙ୍କ କମବ୍ୟାକ୍! କରଣ ଜୋହରଙ୍କ ଭିଡ଼ିଓ ପରେ…

ମୁମ୍ବାଇ: ବଲିଉଡରେ ବିଶିଷ୍ଟ ନିର୍ଦ୍ଦେଶକ କରଣ ଜୋହର ଏପରି ଅନେକ ଯୋଡ଼ିକୁ ପରଦାକୁ ଆଣିଛନ୍ତି, ଯେଉଁମାନେ ଆଜି ମଧ୍ୟ ଦର୍ଶକଙ୍କର ଅତି ପ୍ରିୟ। ଏହିପରି ଏକ ଯୋଡ଼ି…

ହାଇଆଲର୍ଟରେ ଗଞ୍ଜାମ ପ୍ରଶାସନ: ୩ ଦିନ ପାଇଁ ସମସ୍ତ ସମୁଦ୍ର ବେଳାଭୂମି ମନା, ୧୧୩୯ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସୁରକ୍ଷିତ ସ୍ଥାନକୁ…

ଛତ୍ରପୁର, ୧୭।୧୧ (ଦିଲୀପ ସାମଲ): ବାତ୍ୟା ‘ଅକ୍ୱାନ’ ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ସତର୍କତାମୂଳକ…

MS Dhoni: କାହିଁକି ଧୋନୀଙ୍କୁ କିଣିପାରି ନ ଥିଲେ ମୁମ୍ବାଇ ଓ ଆରସିବି? କେତେ ଥିଲା ମାହିଙ୍କ ପ୍ରଥମ ଆଇପିଏଲ୍ ଦରମା?ଜାଣନ୍ତୁ …

ନୂଆଦିଲ୍ଲୀ,୧୭।୧୧: ଭାରତୀୟ କ୍ରିକେଟ୍‌ର ସବୁଠାରୁ ସଫଳ ଏବଂ ମହାନ ଅଧିନାୟକମାନଙ୍କ ମଧ୍ୟରୁ ଅନ୍ୟତମ ମହେନ୍ଦ୍ର ସିଂହ ଧୋନୀ ଆଇପିଏଲ୍ (IPL) ରୁ ମଧ୍ୟ ନିଜର ଅବସର ଘୋଷଣା…

ଆସାମ ସିଲାବସରେ ସଞ୍ଜୟଙ୍କ ଭୂଗୋଳ ବହି

କୋକସରା,୧୭ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ) ଓଡ଼ିଶା ଏବଂ ଜମ୍ମୁ-କଶ୍ମୀର ପରେ ଏବେ ଆସାମ ରାଜ୍ୟର ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର କଳାହାଣ୍ଡି ଜିଲାର ସୁନାମଧନ୍ୟ ଅଧ୍ୟାପକ ସଞ୍ଜୟ କୁମାର…

IPL 2027: ଏହି ୬ ଖେଳାଳିଙ୍କୁ ଛାଡ଼ିଲା ପଞ୍ଜାବ, କାହାକୁ ଆଣିଲା ଜାଣନ୍ତୁ..

ନୂଆଦିଲ୍ଲୀ,୧୭।୧୧: ନ୍ୟୁଜିଲାଣ୍ଡ ପେସର ଲୋକି ଫର୍ଗୁସନ ଓ ଅଷ୍ଟ୍ରେଲିଆନ ଅଲରାଉଣ୍ଡର ମିଚେଲ ଓଓ୍ବେନଙ୍କ ସମେତ ୬ ଖେଳାଳିଙ୍କୁ ପଞ୍ଜାବ କିଙ୍ଗ୍ସ ମଙ୍ଗଳବାର ରିଲିଜ୍‌ କରିଛି। ଏମାନଙ୍କ ସହିତ…

ବନ୍ୟାଜଳ ପରିଚାଳନାରେ ଅବହେଳା ଅଭିଯୋଗ: ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନାରେ ଏତଲା

ଭଞ୍ଜନଗର, ୧୭/୧୧ (ବାବୁଲା ପ୍ରଧାନ): ଗତ ଅକ୍ଟୋବର ୨୯ ତାରିଖରେ ଭଞ୍ଜନଗର ଅଞ୍ଚଳରେ ଘଟିଥିବା ଭୟାବହ ବନ୍ୟା ପାଇଁ ବିଭିନ୍ନ ଜଳଭଣ୍ଡାରର ଜଳ ପରିଚାଳନାରେ ଅବହେଳା ଏବଂ…

IPL 2027 trade: ରାଜସ୍ଥାନ ରୟାଲ୍ସରୁ ଖେଳିବେ ଶାମି, ସାମ୍‌ କୁରାନଙ୍କୁ କିଣିଲା…

ନୂଆଦିଲ୍ଲୀ,୧୭ା୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିିଏଲ୍‌) ୨୦୨୭ ସିଜନରେ ରାଜସ୍ଥାନ ରୟାଲ୍ସରୁ ଖେଳିବେ ଭେଟେରାନ ଭାରତୀୟ ପେସ୍‌ ବୋଲର ମହମ୍ମଦ ଶାମି। ସେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?