Posted inଜାତୀୟ

ପୂର୍ବତନ ଏନ୍‌ଏସ୍‌ଇ ସିଇଓଙ୍କ ଘରେ ଆୟକର ଚଢ଼ାଉ

ମୁମ୍ବାଇ,୧୮।୨:ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଚିତ୍ରା ରାମକ୍ରିଷ୍ଣାଙ୍କ ବାସଭବନରେ ଗୁରୁବାର ଆୟକର ବିଭାଗ ଅଧିକାରୀମାନେ ଚଢ଼ାଉ କରିଛନ୍ତି। ୨୦୧୬ରେ ଏନ୍‌ଏସ୍‌ଇରୁ ଇସ୍ତଫା ଦେଇଥିବା ଚିତ୍ରା ବହୁ ବେଆଇନ କାର୍ଯ୍ୟରେ ସାମିଲ ଥିବା ଜଣାପଡ଼ିଥିଲା। ତାଙ୍କ ବିରୋଧରେ ସେବି (ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ) ୩ କୋଟି ଟଙ୍କାର ଜରିମାନା ଲଗାଇଥିଲା।
ହିମାଳୟରେ ରହୁଥିବା ଜଣେ ସନ୍ଥ ତାଙ୍କୁ ଏନ୍‌ଏସ୍‌ଇ ସମ୍ପର୍କରେ ନିର୍ଦ୍ଦେଶ ଦେବା ସହ ବାର୍ତ୍ତା ପଠାଉଥିଲେ ବୋଲି ଚିତ୍ରା ପୂର୍ବରୁ କହିଥିଲେ। ଉକ୍ତ ଯୋଗୀଙ୍କ ସହ ଏନ୍‌ଏସ୍‌ଇର ପୂର୍ବତନ ସିଇଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବିନିମୟ କରିଥିବା ଅଭିଯୋଗ ହୋଇଛି। ସେ ଏନ୍‌ଏସ୍‌ଇର ସାଂଗଠନିକ ଢାଞ୍ଚା, ଡିଭିଡେଣ୍ଡ ସ୍ଥିତି, ଆର୍ଥିକ ଫଳାଫଳ, ମାନବ ସମ୍ବଳ ନୀତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ତଥ୍ୟ ଉକ୍ତ ଯୋଗୀଙ୍କୁ ପ୍ରଦାନ କରିଥିଲେ। ୨୦୧୪ରୁ ୨୦୧୬ ମଧ୍ୟରେ ସେ rigyajursama@outlook.comକୁ ଇ-ମେଲ୍‌ ପଠାଇଥିଲେ। ଉକ୍ତ ଯୋଗୀ ଜଣକ ଆନନ୍ଦ ସୁବ୍ରମଣ୍ୟନ ବୋଲି ବିଶ୍ୱାସ କରାଯାଉଛି। ତାଙ୍କୁ ଚିତ୍ରା ଏନ୍‌ଏସ୍‌ଇକୁ ଆଣିଥିଲେ ବୋଲି ଜଣାପଡ଼ିଛି। ଉପରୋକ୍ତ ଇ-ମେଲ୍‌ ଆଇଡି ସହ ଯୋଗୀ ସମ୍ପୃକ୍ତ ଥିଲେ। ସୁବ୍ରମଣ୍ୟନ୍‌ ୨୦୧୩ରୁ ୨୦୧୫ ମଧ୍ୟରେ ଏନ୍‌ଏସ୍‌ଇରେ ଚିଫ୍‌ ଷ୍ଟ୍ରାଟେଜିକ୍‌ ଆଡଭାଇଜର ଥିଲେ। ପୂର୍ବରୁ ବାଲମେର ଏବଂ ଲୟରିର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ସୁବ୍ରମଣ୍ୟନଙ୍କର ପୁଞ୍ଜି ବଜାର ଉପରେ ଅଭିଜ୍ଞତା ନ ଥିଲା। କିନ୍ତୁ ତାଙ୍କର ବାର୍ଷିକ ବେତନକୁ ୧୫ ଲକ୍ଷରୁ ୧.୬୮ କୋଟିକୁ ବଢ଼ାଇ ଦିଆଯାଇଥିଲା। ୨୦୧୭ରେ ଏହି ବେତନ ପରିମାଣ ୪.୨୧ କୋଟିରେ ପହଞ୍ଚତ୍ଥିଲା। ଏନ୍‌ଏସ୍‌ଇରେ ଏହା ସର୍ବାଧିକ ବେତନ ବୃଦ୍ଧି ଥିଲା। ସୁବ୍ରମଣ୍ୟନଙ୍କ ମୁମ୍ବାଇ ଘର ଉପରେ ମଧ୍ୟ ଆୟକର ଚଢ଼ାଉ ହୋଇଛି।
ଅନ୍ୟପକ୍ଷରେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ କାରବାର ଉପରେ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ନୀରବତାକୁ ନେଇ ଗୁରୁବାର କଂଗ୍ରେସ ପ୍ରଶ୍ନ ଉଠାଇଛି। ଚିତ୍ରା ଯୋଗୀଙ୍କ ଦ୍ୱାରା ପରିଚାଳିତ ହେଉଥିଲେ ବୋଲି ସେବି କହିବା ପରେ ଏହା ଖବରର ଶିରୋନାମା ମଣ୍ଡନ କରିଥିଲା। ବାବା ଏନ୍‌ଏସଇ୍‌କୁ ଚଳାଇବା ଖବର ଉପରେ ମୋଦି ସରକାର-ଅର୍ଥ ମନ୍ତ୍ରଣାଳୟ-କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ-ଏସ୍‌ଏଫ୍‌ଆଇଓ-ଏଫଆଇୟୁ-ସିବିଆଇ-ଇଡିର ନୀରବତା ନେଇ ଗତ ୧୫ ତାରିଖରେ କଂଗ୍ରେସ ସାଧାରଣ ସମ୍ପାଦକ ତଥା ମୁଖ୍ୟ ମୁଖପାତ୍ର ରଣଦୀପ୍‌ ସୁର୍ଜଓ୍ବୋଲା ପ୍ରଶ୍ନ କରିଥିଲେ। ବହୁ ବିଳମ୍ବରେ ଆୟକର ବିଭାଗର ନିଦ ଭାଙ୍ଗିଛି। ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଅଭିଯୋଗକୁ ଖଣ୍ଡନ କରିଆସୁଛନ୍ତି। ୩୦୦ ଲକ୍ଷ କୋଟି ଟଙ୍କାର ବଜାର ପୁଞ୍ଜି ଥିବା ଏନ୍‌ଏସ୍‌ଇକୁ ଜଣେ ବାବା କିପରି ଦୂରରେ ରହି ନିୟନ୍ତ୍ରଣ କରୁଥିଲେ ବୋଲି କଂଗ୍ରେସ ନେତା ପ୍ରଶ୍ନ କରିଛନ୍ତି। ଏହି ବାବା ଏବେ କେଉଁଠି ଏବଂ ତାଙ୍କ ଆଇପି ଠିକଣାକୁ ବାହାର କରାଯାଇପାରିନାହିଁ କାହିଁକି ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଏହାର ଜବାବ ଦିଅନ୍ତୁ ବୋଲି ସୁର୍ଜଓ୍ବୋଲା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩୮ ବର୍ଷୀୟ ଉମେଶ ଯାଦବଙ୍କୁ ସୁଯୋଗ ଦେଲା ଶୁଭମନ ଗିଲଙ୍କ ଟିମ୍, ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲା ନିଷ୍ପତ୍ତି!

ନୂଆଦିଲ୍ଲୀ,୩୦ା୯: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ୩୮ ବର୍ଷ ବୟସରେ ଏକ ନୂଆ ଦଳରୁ ଖେଳିବାର ସୁଯୋଗ ପାଇଛନ୍ତି। ଆଗାମୀ ଘରୋଇ…

ମହଙ୍ଗା ପଡିଲା ମୋଡିଫାଏଡ୍ ସାଇଲେନ୍ସର ଲଗାଇବା! ଟାଉନ୍ ଥାନା ପୋଲିସର ଚଢ଼ାଉ, ୭ ବାଇକ୍ ଜବତ

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ବଢ଼ୁଥିବା ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ମୋଟର ଯାନ ଆଇନର କଡ଼ାକଡ଼ି ପାଳନ ଲକ୍ଷ୍ୟରେ ସ୍ଥାନୀୟ…

ଲିଫ୍ଟ ମାଗି ବାଇକରେ ବସିଲେ; ରାସ୍ତାରେ ମାଡ଼ ମାରି ଟଙ୍କା-ବ୍ରେସଲେଟ୍ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ହାଇସ୍କୁଲ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା କଞ୍ଚୁରୁ…

କେନ୍ଦ୍ରାପଡ଼ାରେ ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ନୃତ୍ୟ ଶିକ୍ଷକ ଗିରଫ

ଡେରାବିଶ, ୩୦।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଂଚଳର ଏକ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?