ମାସ୍କ ପିନ୍ଧି ନ ଥିବାରୁ ଉଠ୍‌ବସ୍‌ ଘଟଣା: ଭିଡିଓ ଭାଇରାଲ ପରେ ତଦନ୍ତ ନିର୍ଦ୍ଦେଶ

ବଇଣ୍ଡା, ୮ା୧୧(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ କଲେଜ ଛକରେ ଶନିବାର ପ୍ରଶାସନ ପକ୍ଷରୁ ଯାଞ୍ଚ ବେଳେ ମାସ୍କ ପିନ୍ଧି ନ ଥିବା ଦୁଇଜଣ ବ୍ୟକ୍ତି ଉଠ୍‌ବସ୍‌ ହେଉଥିବାର ଏକ ଭିଡିଓ ଭାଇରାଲ ହୋଇଛି। ଘଟଣା ଜିଲା ପ୍ରଶାସନ ନଜରକୁ ଆସିବା ପରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହାର ତଦନ୍ତ ପାଇଁ ଆଠମଲ୍ଲିକ ଉପଜିଲାପାଳଙ୍କୁ ରବିବାର ନିର୍ଦ୍ଦେଶ ଦେଇଛନ୍ତି।
ଘଟଣାରୁ ଜଣାପଡିଛି, କିଶୋରନଗର ତହସିଲଦାର ଓ ପୋଲିସ ଉପସ୍ଥିତିରେ ଅପରାହ୍ନରେ ମାସ୍କ ଯାଞ୍ଚ କରାଯାଉଥିଲା। ସେହି ସମୟରେ ରାସ୍ତାରେ ଚାଲିକରି ଯାଉଥିବା ୨ ଜଣ ସ୍ଥାନୀୟ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଆଦୌ ମାସ୍କ ପିନ୍ଧି ନ ଥିବାବେଳେ ଅନ୍ୟ ଜଣେ ଠିକ୍‌ ଭାବେ ମାସ୍କ ପରିଧାନ କରି ନ ଥିଲେ। ଫଳରେ ଉଭୟଙ୍କୁ ୫ ଶହ ଟଙ୍କା ଲେଖାଏ ଜରିମାନା ଦେବାକୁ ତହସିଲଦାର କହିଥିଲେ। କିନ୍ତୁ ଟଙ୍କା ନ ଥିବା କହି ଦୁଇବ୍ୟକ୍ତି କାନ ଧରି ଉଠବସ୍‌ ହୋଇଥିଲେ। ନିକଟସ୍ଥ ଏକ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ଦୃଶ୍ୟ ରେକର୍ଡ ହୋଇଥିଲା। ପରେ ଉକ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ଏ ସମ୍ପର୍କରେ ତହସିଲଦାର ଡ. ଲକ୍ଷ୍ମୀପ୍ରସାଦ ସାହୁ କହିଛନ୍ତି, କଲେଜ ଛକଠାରେ ଯାଞ୍ଚ ବେଳେ ସମ୍ପୃକ୍ତ ଦୁଇ ବ୍ୟକ୍ତି ମଦ୍ୟପାନ ସହ ମାସ୍କ ନ ପିନ୍ଧି ଆସୁଥିଲେ। ମାସ୍କ କାହିଁକି ପିନ୍ଧି ନାହଁାନ୍ତି ବୋଲି ପଚାରିବାରୁ ଉଭୟେ ଆଗାମୀ ଦିନରେ ମାସ୍କ ପିନ୍ଧିବେ ବୋଲି କହିବା ସହ ସେଠାରେ ଉଠ୍‌ବସ୍‌ ହୋଇଥିଲେ। କିନ୍ତୁ ଏପରି ଉଠ୍‌ବସ୍‌ ହେବାକୁ ସେ କହି ନ ଥିବା ତହସିଲଦାର ପ୍ରକାଶ କରିଛନ୍ତି। ଏ ନେଇ ଆଠମଲ୍ଲିକ ଉପଜିଲାପାଳ ଲଳିତମୋହନ ବେହେରା କହିଛନ୍ତି, ଘଟଣାର ତଦନ୍ତ ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ପରେ ପ୍ରକୃତ କଥା ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri