Posted inଜାତୀୟ

ତିହାର ଜେଲ୍‌ରେ ଅଘଟଣ, ୫ କଏଦୀଙ୍କ ସାମୁହିକ ଆତ୍ମହତ୍ୟା ଉଦ୍ୟମ…

ନୂଆଦିଲ୍ଲୀ, ୬।୧ : ତିହାର ସେଣ୍ଟ୍ରାଲ ଜେଲରେ ଅଘଟଣ ଘଟିଛି। ଏଠାରେ ୫ ଜଣ କଏଦୀ ସାମୁହିକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଜେଲର କର୍ମଚାରୀମାନେ ଠିକ ସମୟରେ ଏହା ଜାଣିବା ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ଜଣେ କଏଦୀଙ୍କୁ ଚିକିତ୍ସାଲାଗି ନିକଟସ୍ଥ ଡିଡିୟୁୂ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବନ୍ଦୀମାନଙ୍କ ଆତ୍ମହତ୍ୟା ଉଦ୍ୟମ ପଛର କାରଣ ସମ୍ପର୍କରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ଖବର ଅନୁଯାୟୀ, ଏହି ଘଟଣା ତିହାରର ତିନି ନମ୍ବର ଜେଲରେ ଘଟିଥିଲା। ସେଠାରେ ମଙ୍ଗଳବାର ୫ ଜଣ କଏଦୀ ଏକାଠି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ।

ତିହାରର ଜେଲ ନମ୍ବର ୩ ର ୱାର୍ଡ ନମ୍ବର ୧ରେ କଏଦୀମାନେ ପ୍ରଥମେ ଏକ ତୀକ୍ଷ୍ଣ ଜିନିଷ ଦ୍ୱାରା ନିଜକୁ ଆଘାତ କରିଥିଲେ। ପରେ ସମସ୍ତେ ନିଜ ୱାର୍ଡ ଭିତରେ ଥିବା ଛାତ ଏବଂ ଝରକାରରେ ଫାଶୀ ଦେଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ତେବେ ଏସମ୍ପର୍କ ଡ୍ୟୁଟିରେ ଥିବା ଜେଲ କର୍ମଚାରୀଙ୍କୁ ସୂଚନା ମିଳିଥିଲା। ସେମାନେ ସଙ୍ଗେ ସଙ୍ଗେ କଏଦୀମାନଙ୍କ ୱାର୍ଡ ଖୋଲି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଘଟଣାର ସୂଚନା ଜେଲର ବରିଷ୍ଠ ଅଧିକାରୀଙ୍କୁ ଦିଆଯାଇଥିଲା। ପ୍ରଥମେ ସମସ୍ତ ଆହତ କଏଦୀଙ୍କୁ ଜେଲ ଭିତରେ ଥିବା ବଡ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ଜଣେ କଏଦୀଙ୍କୁ ଗୁରୁତର ଅବସ୍ଥାରେ ଡିଡିୟୁ ଡାକ୍ତରଖାନାକୁ ପଠାଯାଇଛି।

ତିହାରରେ ପ୍ରଥମ ଥର ପାଇଁ ଏଭଳି ସାମୁହିକ ଆତ୍ମହତ୍ୟା ଉଦ୍ୟମ ହୋଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତିହାର ଜେଲରେ ଏକାସାଙ୍ଗରେ ପାଞ୍ଚ ଜଣ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ ଇତିହାସରେ ପ୍ରଥମ ଥର ପାଇଁ ଘଟିଛି। ତେବେ ଅନେକ ଥର ତିହାର ଜେଲର ଅନ୍ତେବାସୀ ଆତ୍ମହତ୍ୟା କରିଛନ୍ତି କିମ୍ବା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଜେଲ ପ୍ରଶାସନ ଅନୁଯାୟୀ, ତିହାରରେ ନୂତନ ସିସିଟିଭି କ୍ୟାମେରା ଲଗାଯିବା ପରେ ଏଭଳି ବହୁ କଏଦୀଙ୍କୁ ଉଦ୍ଧାର କରାଯାଇ ପାରୁଛି।

ଏହି ଘଟଣା ସମ୍ପର୍କରେ ତିହାର ଜେଲର ଡିଜି ସନ୍ଦୀପ ଗୋଏଲ କହିଛନ୍ତି ଯେ କଏଦୀମାନେ ଆହତ ହୋଇଥିବରା ବିଷୟରେ ସେ ଅବଗତ ଅଛନ୍ତି, କିନ୍ତୁ ସେମାନେ ସାମୁହିକ ଭାବେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି କି ନାହିଁ ସେ ସମ୍ପର୍କରେ କୌଣସି ଖବର ତାଙ୍କ ପାଖରେ ନାହିଁ।

ପ୍ରଥମେ ସମସ୍ତ ବନ୍ଦୀଙ୍କୁ ଏସମ୍ପର୍କରେ କାଉନସେଲିଂ କରାଯିବ ବୋଲି ଗୋୟଲ କହିଛନ୍ତି। ଯାହାଦ୍ୱାରା ଭବିଷ୍ୟତରେ ଏଭଳି ପଦକ୍ଷେପ ନେବାକୁ ସେମାନଙ୍କର ପ୍ରୟାସ ବନ୍ଦ ହୋଇଯିବ। ଏହା ସହିତ ଜେଲରେ ଥିବା କଏଦୀମାନଙ୍କ ଆଚରଣ ସମେତ ଅନ୍ୟ ସମସ୍ତ ଜିନିଷ ବିଷୟରେ ତଥ୍ୟ ମଧ୍ୟ ସଂଗ୍ରହ କରାଯିବ। କଏଦୀଙ୍କ ମଧ୍ୟରୁ କେହି ଅତୀତରେ ଏପରି ଉଦ୍ୟମ କରିଛନ୍ତି କି ନାହିଁ ତାହାର ତଦନ୍ତ ମଧ୍ୟ କରାଯିବ।

କଏଦୀମାନଙ୍କ ଜୀବନ ରକ୍ଷା କରିଥିବାରୁ ଡ୍ୟୁଟିରେ ଥିବା ଜେଲ କର୍ମଚାରୀଙ୍କ ପାଇଁ ଏବେ ବିଭିନ୍ନ ବର୍ଗଙ୍କ ପକ୍ଷରୁ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri