Posted inଜାତୀୟ

ୟୁପିର ଧନୀ ପ୍ରାର୍ଥୀଙ୍କ ପାଖରେ ୧୪୮ କୋଟି, ୨ଜଣଙ୍କ ପାଖରେ କିଛି ନାହିଁ

ନୋଏଡା,୪।୨: ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ସବୁଠୁ ଧନୀ ପ୍ରାର୍ଥୀଙ୍କ ପାଖରେ ୧୪୮ କୋଟି ଟଙ୍କାର ସମ୍ପତି ରହିଛି। ଅନ୍ୟପକ୍ଷରେ ଦୁଇ ଜଣଙ୍କ ପାଖରେ କିଛି ସମ୍ପତି ନ ଥିବା ଆଡ୍‌ଭୋକେସି ଗ୍ରୁପ୍‌ ଏଡିଆର୍‌ ପକ୍ଷରୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟ ମତଦାନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ପାଖରେ ହାରାହାରି ୩.୭୨ କୋଟି ଟଙ୍କା ରହିଛି।

ସମାଜବାଦୀ ପାର୍ଟିର ୨୮ ପ୍ରାର୍ଥୀଙ୍କ ସମ୍ପତିକୁ ବିଶ୍ଲେଷଣ କରିବା ପରେ ହାରାହାରି ପ୍ରତ୍ୟେକଙ୍କ ପାଖରେ ୧୩.୨୩ କୋଟି ସମ୍ପତି ଅଛି। ଭାଜପାର ୫୭ ପ୍ରାର୍ଥୀଙ୍କ କ୍ଷେତ୍ରରେ ଏହା ହାରାହାରି ୧୨.୦୧ କୋଟି ଟଙ୍କା ଥିବା ଜଣାପଡ଼ିଛି। ସେହିଭଳି ଆରଏଲ୍‌ଡିର ୨୯ ପ୍ରାର୍ଥୀଙ୍କ ପାଖରେ ୮.୩୨ କୋଟି ଏବଂ ବିଏସ୍‌ପିର ୫୬ ପ୍ରାର୍ଥୀଙ୍କ ନିକଟରେ ୭.୭୧ କୋଟି ଟଙ୍କା ରହିଛି।

ଉତ୍ତରପ୍ରଦେଶର ପ୍ରଥମ ପର୍ଯ୍ୟାୟରେ ୧୧ ଜିଲାର ୫୮ ବିଧାନସଭା ଆସନରେ ଫେବୃୟାରୀ ୧୦ ତାରିଖରେ ମତଦାନ ହେବ। ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ୬୦୦ ପ୍ରାର୍ଥୀ ଉତ୍ତରପ୍ରଦେଶର ପୂର୍ବାଞ୍ଚଳରୁ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଏମାନଙ୍କ ମଧ୍ୟରେ ସବୁଠୁ ଧନୀ ପ୍ରାର୍ଥୀ ହେଉଛନ୍ତି ଭାଜପାର ଅମିତ ଅଗ୍ରଓ୍ବାଲ (ମଥୁରା କ୍ୟାଣ୍ଟନମେଣ୍ଟ)। ତାଙ୍କ ପାଖରେ ସର୍ବାଧିକ ୧୪୮ କୋଟି ଟଙ୍କା ରହିଛି। ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବିଏସ୍‌ପି ପ୍ରାର୍ଥୀ ଏସ୍‌ କେ ଶର୍ମା (୧୧୨ କୋଟି)ଏବଂ ସିକନ୍ଦରାବାଦରୁ ଛିଡ଼ା ହୋଇଥିବା ସପା ପ୍ରାର୍ଥୀ ରାହୁଲ ଯାଦବ (୧୦୦ କୋଟି) ରହିଛନ୍ତି।

ଉଲ୍ଲେଖନୀୟ କଥା ହେଲା, ଦୁଇ ପ୍ରାର୍ଥୀଙ୍କ ପାଖରେ କୌଣସି ସମ୍ପତି ନ ଥିବା ଦର୍ଶାଯାଇଛି। ଏମାନେ ହେଉଛନ୍ତି ବହୁଜନ ମୁକ୍ତି ପାର୍ଟିର କୈଳାଶ କୁମାର ଓ ରାଷ୍ଟ୍ର ନିର୍ମାଣ ପାର୍ଟିର କେ ଏମ୍‌ ପ୍ରିତୀ। କୈଳାଶ ଅଲିଗଡ଼ର ଅତ୍ରାଉଲିର ନାମାଙ୍କନ ଭରି ଥିବା ବେଳେ ପ୍ରିତୀ ମୁଜାଫାରନଗର ମିରାପୁର ଆସନରୁ ଛିଡ଼ା ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri